ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀସ୍ଥିତ ଲୋକ କଲ୍ୟାଣ ମାର୍ଗର ଏକ କାର୍ଯ୍ୟକ୍ରମରେ ବ୍ୟବସାୟିକ ସୁଗମତା ଗ୍ରାଣ୍ଡ ଚାଲେଞ୍ଜ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।

ସରକାରୀ ପ୍ରକ୍ରିୟାରେ ସଂସ୍କାର ଆଣିବା ଲାଗି କୃତ୍ରିମ ଧିଶକ୍ତି (ଆର୍ଟିଫିସିଆଲ ଇଂଟେଲିଜେନ୍ସ),ଇଂଟରନେଟ ଅଫ ଥିଙ୍ଗସ, ବିଗ ଡାଟା ଏନାଲିଟିକ୍ସ, ବ୍ଲକ୍ ଚେନ ଏବଂ ଅନ୍ୟ ଅତ୍ୟାଧୁନିକ ପ୍ରଯୁକ୍ତି ଆଧାରରେ ଅଭିନବ ବିଚାରଗୁଡ଼ିକୁ ଆମନ୍ତ୍ରଣ କରିବା ଏହି ଚାଲେଞ୍ଜର ଉଦ୍ଦେଶ୍ୟ । ଷ୍ଟାର୍ଟଅପ୍ ଇଣ୍ଡିଆ ପୋର୍ଟାଲ ଏହି ଗ୍ରାଣ୍ଡ ଚାଲେଞ୍ଜ ପାଇଁ ମଂଚ ପ୍ରଦାନ କରୁଛି ।

ଏହି ଅବସରରେ ସମାବେଶକୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ, ଭାରତର "ବ୍ୟବସାୟିକ ସୁଗମତା''ମାନ୍ୟତାରେ ଉନ୍ନତି ଲାଗି ସେମାନଙ୍କ ପ୍ରୟାସ ନିମନ୍ତେ ଶିଳ୍ପ ପ୍ରତିନିଧି ଏବଂ ଅନ୍ୟ ଉପସ୍ଥିତ ଲୋକମାନଙ୍କୁ ଉଚ୍ଚପ୍ରଶଂସା କରିଥିଲେ ।

ଆଗାମୀ କିଛି ବର୍ଷ ମଧ୍ୟରେ ବ୍ୟବସାୟିକ ସୁଗମତା ମାନ୍ୟତାର ଶୀର୍ଷ 50ଟି ସ୍ଥାନରେ ଭାରତକୁ ରଖିବା ଲାଗି ସେ ଯେତେବେଳେ କଳ୍ପନା କରିଥିଲେ, ଏହାକୁ ଅନେକ ସନ୍ଦେହ କରିଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ତେବେ, ମାତ୍ର 4 ବର୍ଷ ମଧ୍ୟରେ ବ୍ୟାପକ ଉନ୍ନତି ହୋଇଛି ବୋଲି ସେ ଉଲ୍ଲେଖ କରିଥିଲେ । ଏହି ଅବଧି କାଳରେ ବ୍ୟବସାୟିକ ସୁଗମତା ମାନ୍ୟତାରେ 65ଟି ସ୍ଥାନର ଉନ୍ନତି ଘଟିଛି ବୋଲି ସେ କହିଥିଲେ । ସେ କହିଥିଲେ ଭାରତ ବର୍ତ୍ତମାନ ଦକ୍ଷିଣ ଏସିଆରେ ପ୍ରଥମ ସ୍ଥାନରେ ରହିଛି ଏବଂ ଶୀର୍ଷ 50 ଲକ୍ଷ୍ୟ ହାସଲ ଠାରୁ ମାତ୍ର କିଛି ସ୍ଥାନ ଦୂରରେ ରହିଛି । ସହଯୋଗୀ ଏବଂ ପ୍ରତିଦ୍ୱନ୍ଦ୍ୱିତାମୂଳକ ସଂଘୀୟବାଦର ଉତ୍ସାହ ନେଇ ବ୍ୟବସାୟିକ ସୁଗମତାରେ ଉନ୍ନତି ଆଣିବା ଲାଗି କେନ୍ଦ୍ର ଏବଂ ରାଜ୍ୟ ସରକାର ମିଳିତ ଭାବେ କାର୍ଯ୍ୟ କରିଥିବା ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କେନ୍ଦ୍ର ସରକାର ନୀତି-ପରିଚାଳିତ ପ୍ରଶାସନ ଏବଂ ଅନୁମାନଯୋଗ୍ୟ ପାରଦର୍ଶୀ ନୀତି ଉପରେ ଜୋର ଦେଇଛନ୍ତି । ସେ କହିଥିଲେ ଯେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଉଥିବା ସଂସ୍କାର ଜନସାଧାରଣଙ୍କ ଜୀବନଧାରଣକୁ ସହଜ କରିବା ଲାଗି ଉଦ୍ଦିଷ୍ଟ । ସେ କହିଥିଲେ, ଆଜି କ୍ଷୁଦ୍ର ଉଦ୍ୟୋଗୀମାନେ ଅଧିକ ସହଜରେ ବ୍ୟବସାୟ କରିପାରୁଛନ୍ତି, ଏବଂ ଏକ ବିଦ୍ୟୁତ ସଂଯୋଗ ପାଇବା ଲାଗି ସହଜ କଥାଗୁଡ଼ିକ ଅଧିକ ସହଜ ହୋଇଯାଇଛି । ସେ କହିଥିଲେ ଯେ ଗତ 4 ବର୍ଷ ମଧ୍ୟରେ 1400ରୁ ଅଧିକ ପୁରୁଣା ଆଇନକୁ ଅକାମୀ କରି ଦିଆଯାଇଛି । ବାଣିଜ୍ୟିକ ବିବାଦର ସମାଧାନ ପାଇଁ ଲାଗୁଥିବା ସମୟ, ଆମଦାନୀ ସାମଗ୍ରୀଗୁଡ଼ିକୁ ଅନୁମତି ପ୍ରଦାନ କରିବା ପାଇଁ ଯାଉଥିବା ସମୟରେ ହ୍ରାସ ଭଳି କ୍ଷେତ୍ରରେ ନାଟକୀୟ ପରିବର୍ତ୍ତନ ସମ୍ଭବ ହୋଇପାରିଥିବା ସେ କହିଥିଲେ । ପରିବର୍ତ୍ତନ ହୋଇଥିବା ଅନ୍ୟ ସଂଖ୍ୟାଧିକ କ୍ଷେତ୍ର ବିଷୟରେ ମଧ୍ୟ ସେ ତାଲିକା ଦେଇଥିଲେ । ମାତ୍ର 59 ମିନିଟରେ ଏକ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଅନୁମୋଦନ ଭଳି ଏମଏସଏମଇ କ୍ଷେତ୍ର ଲାଗି କରାଯାଇଥିବା ପ୍ରୟାସ ବିଷୟରେ ସେ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଇଏମଏଫ ଏବଂ ମୁଡି ଭଳି ସଂଗଠନ ଭାରତର ଭବିଷ୍ୟତକୁ ନେଇ ଅଧିକ ଆତ୍ମବିଶ୍ୱାସୀ ଏବଂ ଆଶାବାଦୀ ହୋଇପଡ଼ିଛନ୍ତି । ଯଥାଶୀଘ୍ର ସମ୍ଭବ କମ ସମୟରେ ଭାରତକୁ 5 ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥାରେ ପରିଣତ କରିବା ଲାଗି ଲକ୍ଷ୍ୟ ରଖାଯାଇଥିବା ପ୍ରଧାନମନ୍ତ୍ରୀ କହିଥିଲେ । ସେ କହିଥିଲେ ଯେ ଏଥିପାଇଁ ଅର୍ଥବ୍ୟବସ୍ଥାର ପ୍ରତ୍ୟେକ କ୍ଷେତ୍ରରେ ଉନ୍ନତିର ଆବଶ୍ୟକତା ରହିଛି ।  ସେ କହିଥିଲେ ଯେ କେନ୍ଦ୍ର ସରକାର ଏପରି ଏକ ଶିଳ୍ପନୀତି ଦିଗରେ କାର୍ଯ୍ୟ କରୁଛନ୍ତି ଯାହା ବର୍ତ୍ତମାନର ବାସ୍ତବତା ପ୍ରତି ଅଧିକ ବିଚାରଶୀଳ ଏବଂ ନୂତନ ଭାରତର ଉଦ୍ୟୋଗୀମାନଙ୍କ ନୂତନ ଲକ୍ଷ୍ୟ ଅନୁରୂପ ହୋଇଥିବ । ବ୍ୟବସାୟିକ ସୁଗମତା ମାନ୍ୟତାର ଶୀର୍ଷ 50ଟି ସ୍ଥାନ ମଧ୍ୟରେ ସ୍ଥାନ ପାଇବାର ଲକ୍ଷ୍ୟ ହାସଲ ନିମନ୍ତେ କାର୍ଯ୍ୟ କରିବା ଲାଗି ସେ ଉପସ୍ଥିତ ଲୋକମାନଙ୍କୁ ଆହ୍ୱାନ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରକ୍ରିୟାରେ ମାନବୀୟ ହସ୍ତକ୍ଷେପ ହ୍ରାସ କରିବା ଏବଂ ଆଧୁନିକ ଏବଂ ଡିଜିଟାଲ ପ୍ରଯୁକ୍ତିର ଉପଯୋଗକୁ ବୃଦ୍ଧି କରିବା ଜରୁରୀ । ସେ କହିଥିଲେ ଯେ ଏହା ଉପରେ ଆଧାରିତ ଏକ କର୍ମସଂସ୍କୃତି ନୀତି ପରିଚାଳିତ ପ୍ରଶାସନକୁ ଆହୁରି ପ୍ରୋତ୍ସାହିତ କରିବ ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
West Asia conflict: 59 India-bound vessels transited Hormuz since war

Media Coverage

West Asia conflict: 59 India-bound vessels transited Hormuz since war
NM on the go

Nm on the go

Always be the first to hear from the PM. Get the App Now!
...
Chief Minister of Andhra Pradesh meets the Prime Minister
July 22, 2026

The Chief Minister of Andhra Pradesh, Shri N. Chandrababu Naidu, today met Prime Minister Shri Narendra Modi.

In a post on X, the Prime Minister shared:

"Chief Minister of Andhra Pradesh, Shri @ncbn met Prime Minister @narendramodi.

@AndhraPradeshCM"