ଟିକା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ଟିକାକୁ ନେଇ ରହିଥିବା ଦ୍ୱନ୍ଦ୍ୱ ଦୂର କରିବା ଲାଗି ସରକାରଙ୍କ ସହିତ କାର୍ଯ୍ୟ କରିବା ପାଇଁ ନେତୃତ୍ୱଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ
ମହାମାରୀ ସମୟରେ ଯୋଗାଇ ଦିଆଯାଇଥିବା ସହାୟତା ‘ଏକ ଭାରତ-ଏକନିଷ୍ଠ ପ୍ରୟାସ ’ର ଉଦାହରଣ : ପ୍ରଧାନମନ୍ତ୍ରୀ
ଆଜାଦୀ କା ଅମୃତ ମହୋତ୍ସବରେ ସମସ୍ତଙ୍କ ଅଂଶଗ୍ରହଣ ସୁନିଶ୍ଚିତ କରିବା ନିମନ୍ତେ ନେତାମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ନିବେଦନ
ସ୍ୱାଧୀନତାର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ଚାଲନ୍ତୁ ଏକ ‘ଭାରତ ଯୋଡ଼ୋ ଆନ୍ଦୋଳନ’ ଜରିଆରେ ଦେଶକୁ ଯୋଡ଼ିବା ଦିଗରେ କାର୍ଯ୍ୟ କରିବା : ପ୍ରଧାନମନ୍ତ୍ରୀ
କୋଭିଡ-19 ମୁକାବିଲାର ସମ୍ମୁଖ ଭାଗରେ ରହି ନେତୃତ୍ୱ ପ୍ରଦାନ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କଲେ ନେତୃବର୍ଗ; କୋଭିଡ-19ର ତୃତୀୟ ଲହରୀକୁ ପ୍ରତିହତ କରିବା ଲାଗି ପୂର୍ଣ୍ଣ ସହଯୋଗ ନିମନ୍ତେ ଦେଲେ ପ୍ରତିଶ୍ରୁତି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଦେଶର କୋଭିଡ-19 ପରିସ୍ଥିତି ସମ୍ପର୍କରେ ବିଭିନ୍ନ ଧାର୍ମିକ ଏବଂ ସାମାଜିକ ସଂଗଠନର ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଆଲୋଚନା ହେଉଛି ଦେଶର ଲାଭ ପାଇଁ ସମାଜ ଓ ସରକାର ମିଳିତ ଭାବେ କାର୍ଯ୍ୟ କରିବାର ଏକ ଶ୍ରେଷ୍ଠ ଉଦାହରଣ। କୋଭିଡ-19 କାରଣରୁ ଦେଖା ଦେଇଥିବା ଆହ୍ୱାନଗୁଡ଼ିକର ମୁକାବିଲା କ୍ଷେତ୍ରରେ ଏସବୁ ସଂଗଠନଗୁଡ଼ିକର କାର୍ଯ୍ୟକୁ ସେ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ଧାର୍ମିକ ବିଚାର ନିର୍ବିଶେଷରେ ଲୋକମାନଙ୍କୁ ଯୋଗାଇ ଦିଆଯାଇଥିବା ସହାୟତା ‘ଏକ ଭାରତ-ଏକ ନିଷ୍ଠ ପ୍ରୟାସ’ର ଏକ ଚମତ୍କାର ଉଦାହରଣ। ସାରା ଦେଶରେ, ମନ୍ଦିର, ମସଜିଦ, ଗୀର୍ଜା ଓ ଗୁରୁଦ୍ୱାରା ଗୁଡ଼ିକ ଡାକ୍ତରଖାନା ଓ ସଙ୍ଗରୋଧ କେନ୍ଦ୍ର ସଂଖ୍ୟା ଦୁଇଗୁଣ ବୃଦ୍ଧି କରିବାରେ ସହାୟତା କରିଥିଲେ ଏବଂ ଅସହାୟମାନଙ୍କୁ ଖାଦ୍ୟ ଓ ଔଷଧ ଯୋଗାଇ ଦେଇଥିଲେ।

ପ୍ରଧାନମନ୍ତ୍ରୀ ଦେଶରେ ଜାରି ରହିଥିବା ବ୍ୟାପକ ଟିକାକରଣ ଅଭିଯାନ ସମ୍ପର୍କରେ ଆଲୋଚନା କରିବା ସହିତ କରୋନା ବିରୋଧରେ ସୁରକ୍ଷା କବଚ ଭାବେ ‘ସବକୋ ଭାକ୍ସିନ ମୁଫ୍ତ ଭ୍ୟାକ୍ସିନ’ (ସମସ୍ତଙ୍କୁ ଟିକା ମାଗଣା ଟିକା) ଅଭିଯାନ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। ଟିକାକରଣ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ଗୁଜବ ଓ ଦ୍ୱନ୍ଦ୍ୱ ଦୂର କରିବାରେ ସହାୟତା କରି ସରକାରଙ୍କ ପ୍ରୟାସରେ ଯୋଗଦାନ କରିବା ନିମନ୍ତେ ସେ ଧାର୍ମିକ ଓ ସାମାଜିକ ନେତୃବର୍ଗଙ୍କୁ ଆହ୍ୱାନ କରିଥିଲେ। ବିଶେଷ କରି ଟିକାକୁ ନେଇ ଅଧିକ ଦ୍ୱନ୍ଦ୍ୱ ଥିବା କ୍ଷେତ୍ରରେ ସରକାରଙ୍କ ସହିତ ସହଭାଗିତାରେ କାର୍ଯ୍ୟ କରିବା ଲାଗି ସେ ସେମାନଙ୍କୁ ଆହ୍ୱାନ କରିଥିଲେ। ଆମର ସମସ୍ତ ଓ ପ୍ରତ୍ୟେକ ନାଗରିକଙ୍କ ନିକଟରେ ପହଞ୍ଚିବା ଲାଗି ଏହା ଆମର ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ସହାୟକ ହେବ।

ପ୍ରଧାନମନ୍ତ୍ରୀ ସେମାନଙ୍କ ଦେଶ ସ୍ୱାଧୀନତାର 75 ବର୍ଷ ପୂର୍ତ୍ତି ସମାରୋହର ଅଂଶବିଶେଷ ହେବାକୁ ଆହ୍ୱାନ କରିଥିଲେ। ସମସ୍ତେ ଯେପରି ‘ଆଜାଦୀ କା ଅମୃତ ମହୋତ୍ସବ’ର ଅଂଶବିଶେଷ ହେବେ ତାହା ସୁନିଶ୍ଚିତ କରିବା ଲାଗି ପ୍ରଧାନମନ୍ତ୍ରୀ ସେମାନଙ୍କୁ କହିଥିଲେ। ସେ କହିଥିଲେ ଯେ ଏହି ଅବସରରେ, ଆମେ ଏକ ‘ଭାରତ ଯୋଡ଼ୋ ଆନ୍ଦୋଳନ’ ଜରିଆରେ ଦେଶର କୋଣ ଅନୁକୋଣକୁ ଯୋଡ଼ିବା ଦିଗରେ କାର୍ଯ୍ୟ କରିବା ଉଚିତ୍ ଏବଂ ‘ଏକ ଭାରତ ଶ୍ରେଷ୍ଠ ଭାରତ’ର ବାସ୍ତବ ଭାବନାକୁ ବ୍ୟକ୍ତ କରିବା ଉଚିତ୍।

ଏହି ଆଲୋଚନାରେ କେନ୍ଦ୍ରୀୟ ଧାର୍ମିକ ଜନ ମୋର୍ଚ୍ଚାର ଆବାହକ ଏବଂ ଜମାତ-ଇ-ଇସଲାମୀ ହିନ୍ଦର ଆବାହକ ପ୍ରଫେସର ସଲିମ ଇଞ୍ଜିନିୟର, ଉତ୍ତର ପ୍ରଦେଶର ଭାରତୀୟ ସର୍ବଧର୍ମ ସଂସଦର ଜାତୀୟ ଆବାହକ ମହା ଋଷି ପୀଠାଧୀଶ୍ୱର ଗୋସ୍ୱାମୀ ସୁଶୀଲ ମହାରାଜ, ନୂଆଦିଲ୍ଲୀସ୍ଥିତ ଓମକାର ଧାମର ପୀଠାଧିଶ୍ୱର ସ୍ୱାମୀ ଓମକାରାନନ୍ଦ ସରସ୍ୱତୀ, ନୂଆଦିଲ୍ଲୀସ୍ଥିତ ଗୁରୁଦ୍ୱାରା ବାଙ୍ଗଲା ସାହିବର ମୁଖ୍ୟ ଗ୍ରନ୍ଥୀ ସିଂହ ସାହିବ ଗ୍ୟାନି ରଞ୍ଜିତ ସିଂହ, ନୂଆଦିଲ୍ଲୀର ଇନଷ୍ଟିଚ୍ୟୁଟ ଅଫ ହାର୍ମୋନୀ ଆଣ୍ଡ ପିସ୍ ଷ୍ଟଡିଜର ପ୍ରତିଷ୍ଠାତା ନିର୍ଦ୍ଦେଶକ ଡ. ଏମ.ଡି. ଥୋମାସ, ସର୍ବଭାରତୀୟ ରବିଦାସୀୟ ଧରମ ସଂଗଠନର ସଭାପତି ସ୍ୱାମୀ ବୀର ସିଂ ହିତକାରୀ, ଜୟପୁର ଗଲଟା ପୀଠର ସ୍ୱାମୀ ସମ୍ପତ କୁମାର, ନୂଆଦିଲ୍ଲୀର ଅନ୍ତର୍ଜାତୀୟ ମହାବୀର ଜୈନ ମିଶନର ସଭାପତି ଆଚାର୍ଯ୍ୟ ବିବେକ ମୁନି, ନୂଆଦିଲ୍ଲୀସ୍ଥିତ ପଦ୍ମ ମନ୍ଦିର ଓ ବାହାଇ ସମୁଦାୟର ଜାତୀୟ ଟ୍ରଷ୍ଟି ଓ ସଚିବ ଡ. ଏ. କେ. ମର୍ଚ୍ଚାଣ୍ଟ, ନୂଆଦିଲ୍ଲୀସ୍ଥିତ ରାମକୃଷ୍ଣ ମିଶନର ସଭାପତି ସ୍ୱାମୀ ଶାନ୍ତାତ୍ମାନନ୍ଦ ଏବଂ ହରିୟାଣାର ଓମ ଶାନ୍ତି ରିଟ୍ରିଟ୍ ସେଣ୍ଟରର ଭଉଣୀ ବି.କେ. ଆସ୍ଥା ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ନେତାମାନେ ଏହି ଆଲୋଚନା କାର୍ଯ୍ୟକ୍ରମ ଆୟୋଜନ କରିବା ଏବଂ ମହାମାରୀ ବିରୋଧରେ ନିର୍ଣ୍ଣାୟକ ନେତୃତ୍ୱ ପ୍ରଦାନ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। କୋଭିଡ-19 କାରଣରୁ ଦେଖାଦେଇଥିବା ଆହ୍ୱାନଗୁଡ଼ିକ ମୁକାବିଲା କରିବା ଲାଗି ବିଭିନ୍ନ ଧାର୍ମିକ ଓ ସାମାଜିକ ସଂଗଠନଗୁଡ଼ିକ ପକ୍ଷରୁ କରାଯାଉଥିବା ଉଲ୍ଲେଖନୀୟ କାର୍ଯ୍ୟ ସମ୍ପର୍କରେ ସେମାନେ କହିଥିଲେ। ବର୍ତ୍ତମାନର ଟିକାକରଣ ଅଭିଯାନ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି ସେମାନେ ନିଜର ସମର୍ଥନ ଜଣାଇଥିଲେ ଏବଂ ତୃତୀୟ ଲହରୀର ନିରାକରଣ ନିମନ୍ତେ ସେମାନଙ୍କର ବିଚାରବ୍ୟକ୍ତ କରିବା ସହିତ କେତେକ ପରାମର୍ଶ ମଧ୍ୟ ଦେଇଥିଲେ।

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Centre launches Bhavya scheme to set up 100 industrial parks across country

Media Coverage

Centre launches Bhavya scheme to set up 100 industrial parks across country
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 24, 2026
May 24, 2026

Strength, Growth & Global Trust: How PM Modi is Transforming India Across Frontiers