ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୀତି ଆୟୋଗ ତଥା ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ଦ୍ୱାରା ସୋମବାର ଆୟୋଜିତ ବାର୍ଷିକ କାର୍ଯ୍ୟକ୍ରମରେ ପ୍ରମୁଖ ତୈଳ ଓ ବାଷ୍ପ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)ମାନଙ୍କ ସହ ଆଲୋଚନା କରିଛନ୍ତି ।

ଶକ୍ତି ମାନବ ବିକାଶର କେନ୍ଦ୍ରରେ ରହିଛି, ତେଣୁ ଶକ୍ତି କ୍ଷେତ୍ର ସମ୍ପର୍କରେ ଆଲୋଚନା ଗୁରୁତ୍ୱପୂର୍ଣ୍ଣ । ସବୁ ଭାରତୀୟଙ୍କୁ ସ୍ୱଚ୍ଛ, ଶସ୍ତା ଓ ନିରନ୍ତର ଇନ୍ଧନ ସମାନ ଭାବରେ ପ୍ରଦାନ କରିବା ସରକାରଙ୍କ ମୂଳ ନୀତି । ଏଥିପାଇଁ ଦେଶ ନିର୍ଦ୍ଦିଷ୍ଟ ଦୃଷ୍ଟିକୋଣ ଆପଣାଇଛି ।

ଭାରତରେ ପୁଞ୍ଜି ନିବେଶ ବଢାଇବା ପାଇଁ ସରକାର କିଛି ନୀତିଗତ ପଦକ୍ଷେପ ନେଉଛନ୍ତି । ଭାରତୀୟ ଶକ୍ତି କ୍ଷେତ୍ରରେ ନିବେଶର ବିପୁଳ ସୁଯୋଗ ରହିଛି । ଏବେ ଅନ୍ୱେଷଣ ଓ ଉତ୍ପାଦନ ପ୍ରକଳ୍ପଗୁଡିକରେ ଶତ ପ୍ରତିଶତ ପ୍ରତ୍ୟକ୍ଷ ବିଦେଶ ପୁଞ୍ଜିନିବେଶ – ଏଫଡିଆଇ ପାଇଁ ଅନୁମତି ରହିଛି ଓ ରାଷ୍ଟ୍ରାୟତ୍ତ କ୍ଷେତ୍ରରେ ସଂସ୍କାର ପାଇଁ ସ୍ୱଚାଳିତ ମାର୍ଗରେ 49 ପ୍ରତିଶତ ଏଫଡିଆଇ ପାଇଁ ଅନୁମତି ରହିଛି । ଏହି ସଂସ୍କାର କାର୍ଯ୍ୟକ୍ରମ ଶକ୍ତି କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ନିବେଶ ବଢାଇବାରେ ସାହାଯ୍ୟ କରୁଛି । ଦେଶ ବାଷ୍ପ ନିର୍ଭରଶୀଳ ଅର୍ଥନୀତି ଦିଗରେ ଆଗେଇ ଚାଲିଛି । ଗୋଟିଏ ଦେଶ – ଗୋଟିଏ ବାଷ୍ପ ଗ୍ରୀଡ ଲକ୍ଷ୍ୟ ହାସଲ ପାଇଁ ସାରା ଦେଶରେ ଗ୍ୟାସ ପାଇପ ଲାଇନ ନେଟୱର୍କ ବିକଶିତ କରାଯାଉଛି । ରନ୍ଧନ ଓ ପରିବହନ ପାଇଁ ସ୍ୱଚ୍ଛ ଇନ୍ଧନ ଯୋଗାଣରେ ସହାୟତା ପାଇଁ ସହରଗୁଡିକରେ ଗ୍ୟାସ ବିତରଣ ନେଟୱର୍କ ବଢାଇବା ପାଇଁ ହେଉଥିବା ଉଦ୍ୟମ ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ । ଭାରତ ରସାୟନ ଓ ପେଟ୍ରୋ–ରସାୟନ ଉତ୍ପାଦନ ଓ ରପ୍ତାନୀ କେନ୍ଦ୍ର ପାଲଟିବା ଲକ୍ଷ୍ୟ ହାସଲ ଦିଗରେ ଆଗେଇ ଚାଲିଛି ।

ମାନବୀୟ ଆବଶ୍ୟକତା ଓ ଆକାଂକ୍ଷାଗୁଡିକର ପ୍ରାକୃତିକ ପରିବେଶ ସହ ଦ୍ୱନ୍ଦ୍ୱ ଉପୁଜିବା ଉଚିତ ନୁହେଁ । ଭାରତ ଉଭୟ ମାନବ ସଶକ୍ତିକରଣ ଓ ପରିବେଶର ଯତ୍ନ ନେବାରେ ବିଶ୍ୱାସ କରିଥାଏ । ଦେଶ ଇଥାନଲ, ଦ୍ୱିତୀୟ ପିଢିର ଇଥାନଲ, କମ୍ପ୍ରେସଡ ଜୈବ ବାଷ୍ପ ଓ ଜୈବିକ ଡିଜେଲ ଉପଯୋଗ ମାଧ୍ୟମରେ ଇନ୍ଧନ ଆମଦାନୀ ଉପରୁ ନିର୍ଭରଶୀଳତା କମାଇବାକୁ ଚେଷ୍ଟା ଜାରି ରଖିଛି । ନିରନ୍ତର ବିକାଶ ଦର୍ଶନ ଆଧାରରେ ଭାରତ ଅନ୍ତର୍ଜାତୀୟ ସୌର ମେଂଟ ଭଳି ନୂଆ ସଂସ୍ଥାକୁ ଆଗେଇବାରେ ଉଦ୍ୟମ କରୁଛି । ‘ଗୋଟିଏ ବିଶ୍ୱ, ଗୋଟିଏ ସୂର୍ଯ୍ୟ, ଗୋଟିଏ ଗ୍ରୀଡ’ ଆମର ଲକ୍ଷ୍ୟ । ଭାରତର ‘ପଡୋଶୀ ପ୍ରଥମ’ ନୀତିର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିବା ସହ ଭାରତ ନିଜ ପଡୋଶୀ ଦେଶ ନେପାଳ, ବାଂଲାଦେଶ, ଶ୍ରୀଲଙ୍କା, ଭୁଟାନ ଓ ମିଆଁମାର ସହିତ ଶକ୍ତି ସହଭାଗିତାକୁ ମଜବୁତ କରୁଛି । ଭାରତର ଦ୍ରୁତ ବର୍ଦ୍ଧିଷ୍ଣୁ ଶକ୍ତି କ୍ଷେତ୍ର ନିବେଶକମାନଙ୍କ ପାଇଁ ବ୍ୟାପକ ନିବେଶ ସୁଯୋଗ ପ୍ରଦାନ କରୁଛି । ଭାରତର ପ୍ରଗତିରେ ଭାଗୀଦାର ହେବା ସହ ସମସ୍ତ ପ୍ରକାର ଶକ୍ତି ଉତ୍ପାଦନ ବୃଦ୍ଧି କରିବା ପାଇଁ ଏହି ଅବସରରେ ପ୍ରଧାନମନ୍ତ୍ରୀ ବିଶ୍ୱ ଉଦ୍ୟୋଗ ସମୂହକୁ ଆମନ୍ତ୍ରଣ ଜଣାଇଥିଲେ ।

ଏହି କାର୍ଯ୍ୟକ୍ରମରେ ତୈଳ ଓ ବାଷ୍ପ କମ୍ପାନୀଗୁଡିକର ପ୍ରାୟ 40 ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାଗ ନେଇଥିଲେ । ଆବୁଧାବି ଜାତୀୟ ତୈଳ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ୟୁଏଇର ଉଦ୍ୟୋଗ ଓ ଅଭିନବ ପ୍ରଯୁକ୍ତି ମନ୍ତ୍ରୀ ଡଃ ସୁଲତାନ ଅହମ୍ମଦ ଅଲ ଜାବେର, କାତାରର ଶକ୍ତି ରାଷ୍ଟ୍ର ମନ୍ତ୍ରୀ, ଉପାଧ୍ୟକ୍ଷ ଓ ସିଇଓ ସାଦ ଶେରିଦା ଅଲ–କାବି, ଓପେକ ମହାସଚିବ ମହମ୍ମଦ ସାନୁସି ବରକିଣ୍ଡୋ, ଆଇଇଏର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡଃ ଫେଥ ବିରୋଲ, ଜିଇସିଏଫର ୟୁରି ସେଂଚୁରିନ ଓ ଆଇଏଚଏସ ମାରକିତ, ଉପାଧ୍ୟକ୍ଷ, ୟୁକେ, ଡଃ ଡାନିଏଲ ୟେରାଗିନଙ୍କ ଭଳି 28 ପ୍ରମୁଖ ବ୍ୟକ୍ତି ନିଜ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ବୈଠକରେ ରୋଜନିଫେଟ, ବିପି, ଟୋଟାଲ, ଲ୍ୟାଣ୍ଡଲ ବାସେଲ, ଟେଲ୍ୟୁରିୟନ, ଶାଲମ୍ବରଗର, ବେକର ହ୍ୟୁଗସ, ଜେରା, ଏମର୍ସନ ଓ ଏକ୍ସ–କୋଲ ଭଳି ପ୍ରମୁଖ ତୈଳ ଓ ବାଷ୍ପ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାଗ ନେଇଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
One of the world’s first canal-top solar projects placed a 750-meter solar array above an Indian irrigation canal, generating clean power while saving an estimated 9 million liters of water each year

Media Coverage

One of the world’s first canal-top solar projects placed a 750-meter solar array above an Indian irrigation canal, generating clean power while saving an estimated 9 million liters of water each year
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 17, 2026
July 17, 2026

Green Trains, Private Rockets & Global Partnerships — PM Modi’s New India is Playing to Win