PM Modi interacts with business leaders at third annual AIIB meet in Mumbai
PM Modi urges the corporate sector to invest in a big way, especially in the agriculture sector
We need to promote domestic manufacturing and to boost production in areas such as medical devices, electronics and defence equipment: PM Modi to business leaders
While interacting with entrepreneurs at AIIB conclave, PM Modi says a positive mindset, and a "can do" spirit is now pervading the country

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମୁମ୍ବାଇରେ ବ୍ୟବସାୟ ନେତୃମଣ୍ଡଳୀ ସହ ସାକ୍ଷାତ ଆଲୋଚନା କରିଥିଲେ । ଆଲୋଚନା ବେଳେ ଭାରତୀୟ ଉଦ୍ୟୋଗ ଜଗତର ବିଭିନ୍ନ କ୍ଷେତ୍ରରୁ ପ୍ରତିନିଧିତ୍ୱ କରୁଥିବା 41 ଜଣ ବିଶିଷ୍ଟ ଶିଳ୍ପଦ୍ୟୋଗୀ ଉପସ୍ଥିତ ଥିଲେ ।

ଦୁଇ ଘଣ୍ଟା ଧରି ଚାଲିଥିବା ଏହି ଆଲୋଚନାରେ ଗତ 4 ବର୍ଷ ମଧ୍ୟରେ କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିବା ନୀତିଗତ ସଂସ୍କାର ଏବଂ ଯୋଜନା ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଦେଶର ଅର୍ଥନୈତିକ ଅଭିବୃଦ୍ଧି ଏବଂ ବିକାଶରେ ଉଦ୍ୟୋଗ ଜଗତର ଯୋଗଦାନ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା ।

ଦେଶରେ ବ୍ୟବସାୟ ପରିବେଶରେ ଆସିଥିବା ଉନ୍ନତିକୁ ବହୁ ଶିଳ୍ପ ପ୍ରତିନିଧି ସ୍ୱାଗତ କରିଥିଲେ ଏବଂ କହିଥିଲେ ଏହା ଭାରତର ଅଭିବୃଦ୍ଧି ସମ୍ଭାବନାକୁ ବାସ୍ତବ ରୂପ ଦେବାରେ ସଫଳ ହେବ । ସେମାନେ ପ୍ରଧାନମନ୍ତ୍ରୀଙ୍କ ନୂତନ ଭାରତର ସଂକଳ୍ପକୁ ପ୍ରଶଂସା କରିଥିଲେ ।

ଷ୍ଟାର୍ଟଅପ ଏବଂ ଉଦ୍ୟୋଗୀମାନଙ୍କ ସହିତ ନିକଟରେ କରିଥିବା ନିଜର ଆଲୋଚନା ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ । ସେ କହିଥିଲେ, ଦେଶରେ ବର୍ତ୍ତମାନ ସକାରାତ୍ମକ ଚିନ୍ତାଧାରା ଏବଂ “କରିପାରିବାର” ଉତ୍ସାହ ଦେଖିବାକୁ ମିଳୁଛି । ବ୍ୟାପକ ନିବେଶ, ବିଶେଷ କରି କୃଷି କ୍ଷେତ୍ରରେ, କରିବା ଲାଗି ସେ କର୍ପୋରେଟ ଜଗତକୁ ଆହ୍ୱାନ କରିଥିଲେ ।

ଘରୋଇ ଉତ୍ପାଦନକୁ ପ୍ରୋତ୍ସାହନ ଦେବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ସେ କହିଥିଲେ ଯେ ମେଡ଼ିକାଲ ସେବା, ଇଲେକଟ୍ରୋନିକ୍ସ ଏବଂ ପ୍ରତିରକ୍ଷା ସରଞ୍ଜାମ ନିର୍ମାଣ କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି କରିବାର ଆବଶ୍ୟକତା ରହିଛି ।

ପୂର୍ବରୁ ଅର୍ଥମନ୍ତ୍ରୀ ଶ୍ରୀ ପୀୟୂଷ ଗୋଏଲ ଭାରତୀୟ ଅର୍ଥବ୍ୟବସ୍ଥାର ଉଚ୍ଚ ଅଭିବୃଦ୍ଧି ଲାଗି ବିଗତ 4 ବର୍ଷ ମଧ୍ୟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ । ସେ ନୀତିଗତ ପଦକ୍ଷେପ, ବିକାଶ ପ୍ରତି ସାମୂହିକ ଆଭିମୁଖ୍ୟ ଏବଂ ଉଦ୍ଭାବନ ଓ ପ୍ରଯୁକ୍ତି ପ୍ରତି ଉତ୍ସାହ ବିଷୟରେ କହିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
The quiet foundations for India’s next growth phase

Media Coverage

The quiet foundations for India’s next growth phase
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଡିସେମ୍ବର 30, 2025
December 30, 2025

PM Modi’s Decisive Leadership Transforming Reforms into Tangible Growth, Collective Strength & National Pride