Govt's social security schemes help cope with uncertainties of life: PM Modi
Banking the unbanked, funding the unfunded and financially securing the unsecured are the three aspects our Government is focused on: PM Modi
The Jan Suraksha Schemes have very low premium which helps people of all age groups, especially the poor: PM
With Pradhan Mantri Jeevan Jyoti Bima Yojana, one can get coverage of upto Rs. 2 lakhs by paying a premium of just Rs. 330 per year: PM
Five and half crore people have benefitted from Pradhan Mantri Jeevan Jyoti Bima Yojana: PM
With Pradhan Mantri Suraksha Bima Yojana, one can get coverage of upto Rs. 2 lakhs by paying a premium of just Rs. 12 per year: PM
Our Government is committed to serve the elderly. That is why we have launched Pradhan Mantri Vaya Vandana Yojana; 3 lakh elderly people have been benefitted till now: PM

ଆଜି ଦେଶବ୍ୟାପୀ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାର ହିତାଧିକାରୀମାନଙ୍କ ସହ ଭିଡିଓ ବ୍ରିଜ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମତ ବିନିମୟ କରିଛନ୍ତି । ଏହି ଭାବ ବିନିମୟ କାର୍ଯ୍ୟକ୍ରମ 4ଟି ପ୍ରମୁଖ ସାମାଜିକ ସୁରକ୍ଷା ଯୋଜନା ହେଲା – ଅଟଳ ବୀମା ଯୋଜନା,  ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଏବଂ ଭୟ ବନ୍ଦନା ଯୋଜନା । ଏହା ହେଉଛି ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀମାନଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କର ଅଷ୍ଟମ ଭାବ ବିନିମୟ କାର୍ଯ୍ୟକ୍ରମ ।

ବିଭିନ୍ନ ପ୍ରତିକୂଳ ପରିସ୍ଥିତି ସହିତ ଲଢ଼େଇ କରି ନିଜକୁ ଅଧିକ ସଶକ୍ତ କରିଥିବା ବ୍ୟକ୍ତିମାନଙ୍କ ସହ ଭାବ ବିନିମୟ କରି ପ୍ରଧାନମନ୍ତ୍ରୀ ଆନନ୍ଦ ପ୍ରକାଶ କରିବା ସହ କହିଥିଲେ ଯେ ସାମାଜିକ ସୁରକ୍ଷା ଯୋଜନା ଜନସାଧାରଣଙ୍କୁ ସଶକ୍ତ କରିଥାଏ । ପୁନଶ୍ଚ ସେ କହିଲେ ଯେ ବର୍ତ୍ତମାନର ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନା ଜନସାଧାରଣଙ୍କୁ ଜୀବନର ଅନିଶ୍ଚିତାକୁ ସହ ଫଳପ୍ରଦ ଭାବେ ମୁକାବିଲା କରିବା ପାଇଁ କେବଳ ସହାୟତା କରିନଥାଏ, ବରଂ ପରିବାରର ଆର୍ଥିକ ସମସ୍ୟାର ସମାଧାନ କରିବା ଦିଗରେ ସେମାନଙ୍କୁ ସଶକ୍ତ କରିଥାଏ ।

ଗରିବ ତଥା ଅବହେଳିତ ଜନସାଧାରଣଙ୍କ ଆର୍ଥିକ ସୁରକ୍ଷା ନିଶ୍ଚିତ କରିବା ପାଇଁ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ବିଭିନ୍ନ ଦିଗ ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ଏଗୁଡ଼ିକ ହେଉଛି- ଗରିବ ବ୍ୟକ୍ତିମାନଙ୍କ ପାଇଁ ବ୍ୟାଙ୍କର ଦ୍ୱାର ଖୋଲିବା-ବ୍ୟାଙ୍କିଙ୍ଗ ପ୍ରକ୍ରିୟା ସହ ଜଡିତ ନଥିବା ବ୍ୟକ୍ତିମାନଙ୍କୁ ବ୍ୟାଙ୍କ ସେବା ସହ ସଂପୃକ୍ତ କରିବା, ଛୋଟ ବ୍ୟବସାୟ ଏବଂ ନୂତନ ଉଦ୍ୟୋଗୀମାନଙ୍କୁ ପୁଞ୍ଜି ପ୍ରଦାନ ନିଶ୍ଚିତ କରିବା- ଅନୁଦାନରୁ ବଂଚିତ ବ୍ୟକ୍ତିଙ୍କୁ ଅନୁଦାନ ପ୍ରଦାନ କରିବା ଏବଂ ଗରିବ ଓ ଅବହେଳିତ ବ୍ୟକ୍ତିମାନଙ୍କୁ ସାମାଜିକ ସୁରକ୍ଷା କବଚ ପ୍ରଦାନ କରିବା ଏବଂ ଅସୁରକ୍ଷିତ ବ୍ୟକ୍ତିମାନଙ୍କୁ ଆର୍ଥିକ ଭାବେ ସୁରକ୍ଷିତ କରିବା ।

ହିତାଧିକାରୀମାନଙ୍କ ସହ ମତ ବିନିମୟ କରି ପ୍ରଧାନମନ୍ତ୍ରୀ କହିଲେ ଯେ 2014-17 ମଧ୍ୟରେ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଅଧୀନରେ ମୋଟ 28 କୋଟି ବ୍ୟାଙ୍କ ଖାତା ଖୋଲାଯାଇଛି, ଯାହାକି ଏହି ସମୟ ମଧ୍ୟରେ ବିଶ୍ୱରେ ଖୋଲାଯାଇଥିବା ମୋଟ ଜମାଖାତାର ଶତକଡା 55 ପ୍ରତିଶତ । ସେ ମଧ୍ୟ ଆନନ୍ଦ ପ୍ରକାଶ କରିଥିଲେ ଯେ ଏବେ ଭାରତରେ ଅଧିକାଂଶ ମହିଳାଙ୍କର ବ୍ୟାଙ୍କ ଖାତା ରହିଛି ଏବଂ 2014ରେ ଭାରତରେ ମୋଟ ଜମାଖାତା ସଂଖ୍ୟା ଶତକଡା 54 ପ୍ରତିଶତରୁ ଶତକଡା 80 ପ୍ରତିଶତକୁ ବୃଦ୍ଧି ପାଇଛି ।

ଜନସାଧାରଣ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଶୁଣି ପ୍ରଧାନମନ୍ତ୍ରୀ କହିଲେ ଯେ ଯଦିଓ ଜଣେ ବ୍ୟକ୍ତିଙ୍କ କ୍ଷତିକୁ କେବେ ବି ଭରଣା କରାଯାଇ ପାରିବ ନାହିଁ, ତଥାପି ସରକାର ସର୍ବଦା ପ୍ରଭାବିତ ପରିବାରକୁ ଅର୍ଥନୈତିକ ସୁରକ୍ଷା ପ୍ରଦାନ କରିବା ପାଇଁ ସବୁବେଳେ ପ୍ରଚେଷ୍ଟା କରିଆସିଛନ୍ତି । ସେ କହିଲେ ଯେ ମାତ୍ର 300 ଟଙ୍କାର ପ୍ରିମିୟମ ପ୍ରଦାନ କରି 5 କୋଟିରୁ ଉର୍ଦ୍ଧ୍ଵ ବ୍ୟକ୍ତି ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନାର ଲାଭ ଉଠାଇ ପାରିଛନ୍ତି ।

ଦୁର୍ଘଟଣା ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ସମ୍ବନ୍ଧରେ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଲେ ଯେ ମୋଟରେ 13 କୋଟି ଜନସାଧାରଣ ଏହି ଯୋଜନାରେ ନିଜକୁ ସାମିଲ କରିଛନ୍ତି । ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅଧୀନରେ ଜନସାଧାରଣ ପ୍ରତିବର୍ଷ ମାତ୍ର 12 ଟଙ୍କାର ପ୍ରିମିୟମ ପ୍ରଦାନ କରି 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣା ବୀମା ରାଶି ପାଇପାରିବେ ।

ଏହି ମତ ବିନିମୟ କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ବୟସ୍କ ବ୍ୟକ୍ତିମାନଙ୍କ ସୁରକ୍ଷା ଓ ଯତ୍ନ ପାଇଁ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ବନ୍ଧରେ ସଂକ୍ଷେପରେ ପ୍ରକାଶ କରିଥିଲେ । ସେ କହିଲେ ଯେ ଗତବର୍ଷ ଆରମ୍ଭ ହୋଇଥିବା ବୟବନ୍ଦନା ଯୋଜନା ଦ୍ୱାରା ପ୍ରାୟ 3 ଲକ୍ଷ ବ୍ୟକ୍ତି ଲାଭବାନ ହୋଇଛନ୍ତି । ଏହି ଯୋଜନା ଅଧୀନରେ 60 ବର୍ଷରୁ ଉର୍ଦ୍ଧ୍ଵ ନାଗରିକମାନେ 10 ବର୍ଷ ପାଇଁ ଶତକଡା 8 ପ୍ରତିଶତର ସ୍ଥିରୀକୃତ ରିଟର୍ଣ୍ଣ ପାଇବେ । ଏଥିସହିତ ସରକାର ବରିଷ୍ଠ ନାଗରିକମାନଙ୍କ ପାଇଁ ଆୟକରର ମୂଳ ସୀମାକୁ 2.5 ଲକ୍ଷରୁ 3 ଲକ୍ଷକୁ ବୃଦ୍ଧି କରିଛନ୍ତି । ସେ ଗୁରୁତ୍ୱ ପ୍ରଦାନ କରି କହିଥିଲେ ଯେ ସରକାର ବରିଷ୍ଠ ଜନସାଧାରଣଙ୍କ କଲ୍ୟାଣ ପାଇଁ ସଂକଳ୍ପବଦ୍ଧ ।

ସମସ୍ତଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରିବା ନେଇ ସରକାରଙ୍କ ସଂକଳ୍ପବଦ୍ଧତାକୁ ଦୋହରାଇ ପ୍ରଧାନମନ୍ତ୍ରୀ କହିଲେ ଯେ ଗତ ତିନି ବର୍ଷ ମଧ୍ୟରେ 3ଟି ପ୍ରମୁଖ ସାମାଜିକ ସୁରକ୍ଷା ଯୋଜନା- ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା ଏବଂ ଅଟଳ ପେନସନ ଯୋଜନାରେ 20 କୋଟିରୁ ଉର୍ଦ୍ଧ୍ଵବ୍ୟକ୍ତିଙ୍କୁ ସାମିଲ କରାଯାଇଛି । ପ୍ରଧାନମନ୍ତ୍ରୀ ମଧ୍ୟ ହିତାଧିକାରୀମାନଙ୍କୁ ନିଶ୍ଚିତ କରିଥିଲେ ଯେ ସମସ୍ତ ନାଗରିକ ଏବଂ ବିଶେଷ କରି ଗରିବ ଓ ଅବହେଳିତ ବର୍ଗର ବ୍ୟକ୍ତିମାନଙ୍କ କଲ୍ୟାଣ ନିଶ୍ଚିତ କରିବା ପାଇଁ ଓ ସେମାନଙ୍କୁ ସଶକ୍ତ କରିବା ପାଇଁ ସରକାର ଯଥାସମ୍ଭବ ପ୍ରୟାସ  ଜାରି ରଖିବେ ।

ପ୍ରଧାନମନ୍ତ୍ରୀଙ୍କ ସହ ମତ ବିନିମୟ କରି ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାର ହିତାଧିକାରୀମାନେ ଏହି ଯୋଜନାଗୁଡ଼ିକ ସେମାନଙ୍କ ଜରୁରୀ ଆବଶ୍ୟକତା ସମୟରେ କିପରି ଭାବେ ସାହାଯ୍ୟ କରିଛି ସେ ସମ୍ବନ୍ଧରେ ବର୍ଣ୍ଣନା କରିଥିଲେ । ସେମାନେ ମଧ୍ୟ ବିଭିନ୍ନ ଯୋଜନା ଆରମ୍ଭ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ଓ କହିଥିଲେ ଯେ ଅଧିକାଂଶ ଯୋଜନା ସେମାନଙ୍କ ଜୀବନରେ ପରିବର୍ତ୍ତନ ଆଣିଛି ।

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Khichdi To Moringa Paratha: 7 Traditional Foods PM Modi Loves

Media Coverage

Khichdi To Moringa Paratha: 7 Traditional Foods PM Modi Loves
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 26, 2026
August 26, 2026

Accountability Meets Ambition: Record Low NPAs, Record Defence Output, Record Digital Adoption Under the Leadership of PM Modi