ପ୍ରଧାନମନ୍ତ୍ରୀ ପ୍ରଗତି ବୈଠକରେ 16ଟି ରାଜ୍ୟ ଏବଂ ଜମ୍ମୁ ଓ କଶ୍ମୀର କେନ୍ଦ୍ର ଶାସିତ ପ୍ରଦେଶ ସହ ସମ୍ବନ୍ଧିତ 61 ହଜାର କୋଟି ଟଙ୍କାର 9ଟି ପ୍ରକଳ୍ପ ସମୀକ୍ଷା କରିଛନ୍ତି
ପ୍ରଗତି ବୈଠକରେ ବିଦେଶରେ ରହୁଥିବା ଭାରତୀୟ ନାଗରିକମାନଙ୍କ ଅଭିଯୋଗ ସହିତ ଜାତୀୟ କୃଷି ବଜାର ଓ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ବିଷୟରେ ହୋଇଛି ଆଲୋଚନା

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସକ୍ରିୟ ପ୍ରଶାସନ ଓ ସମୟୋପଯୋଗୀ କାର୍ଯ୍ୟାନ୍ୱୟନ ଲାଗି ଆଇସିଟି ଆଧାରିତ ବହୁମୁଖୀ ମଂଚ-ପ୍ରଗତି ମାଧ୍ୟମରେ ଆଜି 31ତମ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି ।

ପୂର୍ବବର୍ତ୍ତୀ ପ୍ରଗତି ବୈଠକଗୁଡ଼ିକରେ 17ଟି କ୍ଷେତ୍ର ତଥା 22ଟି ବିଷୟରେ ମୋଟ 12.15 ଲକ୍ଷ କୋଟି ଟଙ୍କାର ନିବେଶ ସହ 265ଟି ପ୍ରକଳ୍ପ, 47ଟି ଯୋଜନା/କାର୍ଯ୍ୟକ୍ରମ ଓ ଅଭିଯୋଗର ସମୀକ୍ଷା କରାଯାଇଥିଲା ।

ଆଜିର ପ୍ରଗତି ବୈଠକରେ 16ଟି ରାଜ୍ୟ ଏବଂ ଜମ୍ମୁ ଓ କଶ୍ମୀର କେନ୍ଦ୍ର ଶାସିତ ପ୍ରଦେଶ ସହ ସମ୍ବନ୍ଧିତ 61 ହଜାର କୋଟି ଟଙ୍କାର 9ଟି ପ୍ରକଳ୍ପ ସମୀକ୍ଷା କରାଯାଇଥିଲା । ବିଦେଶରେ ରହୁଥିବା ଭାରତୀୟ ନାଗରିକମାନଙ୍କ ଅଭିଯୋଗ ସହିତ ଜାତୀୟ କୃଷି ବଜାର ଓ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା ।

ଆକାଂକ୍ଷା ପୂରଣ

ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା ସମୟରେ ପ୍ରଧାନମନ୍ତ୍ରୀଙ୍କୁ 49ଟି ପ୍ରଦର୍ଶନ ସୂଚକାଂକ ଉପରେ ଆଧାରିତ ଡ୍ୟାଶବୋର୍ଡ ସମ୍ପର୍କରେ ସୂଚନା ଦିଆଯାଇଥିଲା । ଏପରିକି ପୁଷ୍ଟିସାଧନ ଭଳି ଧୀର ଗତିରେ ଗତି କରୁଥିବା ସୂଚକାଙ୍କରେ ମଧ୍ୟ ଯଥେଷ୍ଟ ପ୍ରଗତି ହୋଇଛି । ଏହା ମଧ୍ୟ ଉଲ୍ଲେଖ କରାଯାଇଥିଲା ଯେ ଉତ୍ତର ପ୍ରଦେଶର କେତେକ ଜିଲ୍ଲା ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛନ୍ତି ।

ଏହାକୁ ଦେଶ ସେବା କାର୍ଯ୍ୟ ଭାବେ ଅଭିହିତ କରି ପ୍ରଧାନମନ୍ତ୍ରୀ ଜନଜାତି ପିଲାମାନଙ୍କ ଶିକ୍ଷା ଓ ସ୍ୱାସ୍ଥ୍ୟସେବାର ଗୁରୁତ୍ୱ ଉପରେ ଜୋର ଦେଇଥିଲେ । ପଛୁଆ ଜିଲ୍ଲାଗୁଡ଼ିକୁ ଧାର୍ଯ୍ୟ ସମୟ ମଧ୍ୟରେ ଜାତୀୟ ହାରାହାରି ଠାରୁ ଊଦ୍ଧ୍ୱର୍କୁ ଆଣିବା ଲାଗି ପ୍ରଧାନମନ୍ତ୍ରୀ ଜୋର ଦେଇଥିଲେ । ସେ ମଧ୍ୟ ଆକାଂକ୍ଷୀ ଜିଲ୍ଲାଗୁଡ଼ିକରେ ଯୁବ ଅଧିକାରୀମାନଙ୍କୁ ନିଯୁକ୍ତି ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ ।

କୃଷି ଓ ଆନୁସଂଗୀକ କାର୍ଯ୍ୟକଳାପ

ଭଲ ବଜାର ଦର ଆବିଷ୍କାର କରିବାରେ ସଫଳ ହୋଇଥିବା ଜାତୀୟ କୃଷି ବଜାର ମଂଚ ଦିଗରେ ହୋଇଥିବା ଅଗ୍ରଗତି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦିଆଯାଇଥିଲା । ବର୍ତ୍ତମାନ ଇ-ପେମେଂଟ ଜରିଆରେ ସିଧାସଳଖ ଚାଷୀଙ୍କ ଆକାଉଂଟକୁ ଅର୍ଥ ପଇଠ କରାଯାଇପାରୁଛି । ଜମ୍ମୁ ଓ କଶ୍ମୀରରେ ଦୁଇଟି ସମନ୍ୱିତ ଇ-ମଣ୍ଡିର ବିକାଶ ଦିଗରେ ହୋଇଥିବା ଅଗ୍ରଗତି ମଧ୍ୟ ସମୀକ୍ଷା କରାଯାଇଥିଲା ।

ଚାହିଦାର ଇ-ମଡେଲ ଏକତ୍ରୀକରଣ ଆଧାରରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଏବଂ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ କୃଷି ଉତ୍ପାଦ ପରିବହନରେ ସହାୟତା ଲାଗି ଏକ ନୂଆ ଷ୍ଟାର୍ଟଅପ ମଡେଲ ବିକଶିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ସହଜ ପରିଚାଳନା ପାଇଁ ସମସ୍ତ ରାଜ୍ୟ ଏକାଠି ହୋଇ ଗୋଟିଏ ସାଧାରଣ ସମନ୍ୱିତ ପ୍ଲାଟଫର୍ମର ଉପଯୋଗ କରିବା ଆବଶ୍ୟକ ବୋଲି ସେ କହିଥିଲେ ।

ଫସଲ ବର୍ଜ୍ୟ ଦହନ ଉପରେ ଅଂକୁଶ ଲଗାଇବା ନିମନ୍ତେ ଉତର ପ୍ରଦେଶ, ପଞ୍ଜାବ ଓ ହରିୟାଣାର ଚାଷୀଙ୍କୁ ତୁରନ୍ତ ଆବଶ୍ୟକ ସରଞ୍ଜାମ ଯୋଗାଇ ଦେବା ନିମନ୍ତେ ପ୍ରଧାନମନ୍ତ୍ରୀ କୃଷି ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଥିଲେ ।

ଯୋଗାଯୋଗ ଭିତ୍ତିଭୂମି ବିକାଶ

ପ୍ରଧାନମନ୍ତ୍ରୀ କାଟ୍ରା-ବାନିହାଲ ରେଳ ପଥ ସମେତ ଭିତ୍ତିଭୂମି ଯୋଗାଯୋଗ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଥିଲେ । ଆସନ୍ତା ବର୍ଷ ସୁଦ୍ଧା ଏହି ପ୍ରକଳ୍ପକୁ ଦ୍ରୁତ ଗତିରେ ସମ୍ପୂର୍ଣ୍ଣ କରିବା ଲାଗି ସେ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ । ଆଇଜଲ-ତୁଇପଙ୍ଗ ରାଜପଥ ପ୍ରକଳ୍ପର ସମ୍ପ୍ରସାରଣ ଓ ଉନ୍ନତିକରଣ ଭଳି ଉତ୍ତର-ପୂର୍ବାଂଚଳର ବିଭିନ୍ନ ପ୍ରକଳ୍ପ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା । ଦିଲ୍ଲୀ ଓ ମେରଠ ମଧ୍ୟରେ ଦ୍ରୁତ ଏବଂ ନିରାପଦ ସଡ଼କ ଯୋଗାଯୋଗ ସକାଶେ ସଂଶୋଧିତ ସମୟସୀମା ମେ 2020 ସୁଦ୍ଧା ଦିଲ୍ଲୀ-ମେରଠ ଏକ୍ସପ୍ରେସ ୱେ ନିର୍ମାଣ କାର୍ଯ୍ୟ ସାରିବାକୁ ପ୍ରଧାନମନ୍ତ୍ରୀ କହିଥିଲେ ।

ସମ୍ପୃକ୍ତ ରାଜ୍ୟ ସରକାରଙ୍କ ଦ୍ୱାରା ଦୀର୍ଘଦିନରୁ ବିଳମ୍ବିତ ହୋଇ ରହିଥିବା ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ ହେବା ଜରୁରି ବୋଲି ପ୍ରଧାନମନ୍ତ୍ରୀ ମତ ବ୍ୟକ୍ତ କରିଥିଲେ । ଏପରି ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ନିୟମିତ ରିପୋର୍ଟ ତାଙ୍କ କାର୍ଯ୍ୟାଳୟକୁ ପ୍ରେରଣ କରାଯିବା ଆବଶ୍ୟକ ବୋଲି ସେ ନିର୍ଦ୍ଦେଶ ଦେଇଥିଲେ ।

ଶକ୍ତି ଆବଶ୍ୟକତା ପୂରଣ

ଅକ୍ଷୟ ଶକ୍ତି ଯୋଗାଣ ସମ୍ପର୍କରେ ସମୀକ୍ଷା କରି ଆଠଟି ଅକ୍ଷୟଶକ୍ତି ବହୁଳ ରାଜ୍ୟ ଯଥା ତାମିଲନାଡ଼ୁ, ରାଜସ୍ଥାନ, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ହିମାଚଳ ପ୍ରଦେଶ, ଗୁଜରାଟ, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ମଧ୍ୟରେ ଏକ ଆନ୍ତଃରାଜ୍ୟ ସଂଚାରଣ ବ୍ୟବସ୍ଥାର ସୃଷ୍ଟି ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ସୌର ଏବଂ ପବନ ଚାଳିତ କମ୍ପାନୀଗୁଡ଼ିକ ନୂତନ ପ୍ରକଳ୍ପ ଆରମ୍ଭ କରିବା କ୍ଷେତ୍ରରେ ଭୋଗୁଥିବା ସମସ୍ୟା ବିଶେଷ କରି ଜମି ଅଧିଗ୍ରହଣ ପ୍ରକ୍ରିୟାରେ ଅସୁବିଧା ସମ୍ପର୍କରେ ପ୍ରଧାନମନ୍ତ୍ରୀ ପଚାରି ବୁଝିଥିଲେ ।

ଭେମାଗିରି ବାହାରେ ସଂଚାରଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ସଂକ୍ରାନ୍ତ ପ୍ରକଳ୍ପକୁ ଯଥାସମୟରେ ସମ୍ପୂର୍ଣ୍ଣ କରିବା ନିମନ୍ତେ କର୍ଣ୍ଣାଟକ ଓ ଆନ୍ଧ୍ର ପ୍ରଦେଶ ସରକାରଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Green energy boost as renewables account for 20% generation in July

Media Coverage

Green energy boost as renewables account for 20% generation in July
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam emphasising on positive thoughts and constructive habits
August 31, 2026

The Prime Minister, Shri Narendra Modi today shared Sanskrit Subhashitam emphasising the importance of cultivating positive thoughts and constructive habits. It reminds us that sustained focus and repeated practice shape the tendencies of the mind and, ultimately, influence our actions and conduct:

“यद् यदेव प्रसक्तं हि वितर्कयति मानवः।

अभ्यासात् तेन तेनास्य नतिर्भवति चेतसः।। “

The Prime Minister posted on X:

यद् यदेव प्रसक्तं हि वितर्कयति मानवः।

अभ्यासात् तेन तेनास्य नतिर्भवति चेतसः।।