ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟେକ୍ସାସର ହ୍ୟୁଷ୍ଟନଠାରେ ଶ୍ରୀ ସିଦ୍ଧି ବିନାୟକ ମନ୍ଦିର ଏବଂ ହ୍ୟୁଷ୍ଟନ ଗୁଜରାଟୀ ସମାଜର କାର୍ଯ୍ୟକ୍ରମ କେନ୍ଦ୍ରକୁ ଉଦଘାଟନ କରିଛନ୍ତି । ‘ହାଓଡି ମୋଦୀ’ କାର୍ଯ୍ୟକ୍ରମ ପରେ ସେ ଟେକ୍ସାସ ଭାରତୀୟ ମଞ୍ଚ ଦ୍ୱାରା ଆୟୋଜିତ ଭାରତୀୟ ସମୁଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

ପ୍ରଧାନମନ୍ତ୍ରୀ ମଧ୍ୟ ହ୍ୟୁଷ୍ଟନଠାରେ ଅମର ଗାନ୍ଧୀ ସଂଗ୍ରହାଳୟର ଆଧାରଶିଳା ରଖିବା ଉଦ୍ଦେଶ୍ୟରେ ଫଳକ ଉନ୍ମୋଚନ କରିଥିଲେ ।

ଉଦଘାଟନୀ ସମାରୋହ ଅବସରରେ ଉପସ୍ଥିତ ଜନସଭାକୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ସେମାନଙ୍କୁ ‘ହାଓଡି ମୋଦୀ’ କାର୍ଯ୍ୟକ୍ରମ ଆୟୋଜନ ଲାଗି ଧନ୍ୟବାଦ ଜ୍ଞାପନ କରିଥିଲେ । ସେ କହିଥିଲେ, “ଭବିଷ୍ୟତର ଭାରତ-ଆମେରିକା ସମ୍ପର୍କ ପାଇଁ ଆପଣ ଏକ ଚମତ୍କାର ମଞ୍ଚ ପ୍ରତିଷ୍ଠା କରିଛନ୍ତି । ମୁଁ ଆପଣ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି ।”

ଅମର ଗାନ୍ଧୀ ସଂଗ୍ରହାଳୟ ସମ୍ପର୍କରେ ମତବ୍ୟକ୍ତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ସଂଗ୍ରହାଳୟ ହ୍ୟୁଷ୍ଟନରେ ଏକ ସମ୍ମାନିତ ସାଂସ୍କୃତିକ ପ୍ରତୀକ ହୋଇ ରହିବ । “ମୁଁ କିଛି ସମୟ ପାଇଁ ଏହି ପ୍ରୟାସ ସହିତ ଯୋଡ଼ି ହୋଇରହିଥିଲି । ମୁଁ ନିଶ୍ଚିତ ଭାବେ ଯୁବପିଢ଼ିଙ୍କ ମଧ୍ୟରେ ମହାତ୍ମା ଗାନ୍ଧୀଙ୍କ ଆଦର୍ଶକୁ ଲୋକପ୍ରିୟ କରିବି,” ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।

ପର୍ଯ୍ୟଟକ ଭାବେ ଭାରତ ଭ୍ରମଣ ଲାଗି ବର୍ଷକୁ ହାରାହାରି 5ଟି ପରିବାରକୁ ପ୍ରୋତ୍ସାହିତ କରିବା ଲାଗି ଭାରତୀୟ ସମୁଦାୟକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ । ଯେଉଁଆଡ଼େ ଯାଆନ୍ତୁ ପଛେ ମାତୃଭାଷା ସହିତ ସବୁବେଳେ ଯୋଡ଼ି ହୋଇ ରହିବା ଲାଗି ସେ ଭାରତୀୟ-ଆମେରିକୀୟ ସମୁଦାୟକୁ ଆହ୍ୱାନ କରିଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PLI schemes attract ₹2 lakh crore investment till September, lift output and jobs across sectors

Media Coverage

PLI schemes attract ₹2 lakh crore investment till September, lift output and jobs across sectors
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଡିସେମ୍ବର 13, 2025
December 13, 2025

PM Modi Citizens Celebrate India Rising: PM Modi's Leadership in Attracting Investments and Ensuring Security