Energy is the key driver of Socio-Economic growth: PM Modi
India has taken a lead in addressing these issues of energy access, says PM Modi
Energy justice is also a key objective for me, and a top priority for India: PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ଫ୍ଲାଗସିପ୍ ହାଇଡ଼୍ରୋକାର୍ବନ ସମ୍ମିଳନୀ ପେଟ୍ରୋଟେକ୍ – 2019କୁ ଆଜି ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଉତ୍ତର ପ୍ରଦେଶର ଗ୍ରେଟର ନୋଏଡ଼ାଠାରେ ଏହି ସମ୍ମିଳନୀର ଆୟୋଜନ କରାଯାଇଛି ।

ସମ୍ମିଳନୀକୁ ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ କହିଲେ ଯେ ସାମାଜିକ ଆର୍ଥିକ ବିକାଶର ପ୍ରମୁଖ ବାହକ ରୂପେ ପରିଚିତ ଶକ୍ତି କ୍ଷେତ୍ରର ବିକାଶ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ପ୍ରଧାନମନ୍ତ୍ରୀ କହିଲେ ଯେ “ଉପଯୁକ୍ତ ମୂଲ୍ୟାୟନ, ସ୍ଥିର ଓ ନିରବଛିନ୍ନ ଶକ୍ତି ଯୋଗାଣ ଯେକୌଣସି ଅର୍ଥବ୍ୟବସ୍ଥାର ଦ୍ରୁତ ବିକାଶ ପାଇଁ ଏକାନ୍ତ ଜରୁରି । ଏହା ମଧ୍ୟ ସମାଜର ଗରିବ ତଥା ଅବହେଳିତ ବର୍ଗଙ୍କୁ ଆର୍ଥିକ ସୁବିଧାସୁଯୋଗ ହାସଲ କରିବା ଦିଗରେ ସହାୟକ ହୋଇଥାଏ ।”

ପ୍ରଧାନମନ୍ତ୍ରୀ କହିଲେ ଯେ ଶକ୍ତି ବ୍ୟବହାରର କେନ୍ଦ୍ରବିନ୍ଦୁ ଏବେ ପାଶ୍ଚାତ୍ୟ କ୍ଷେତ୍ରରୁ ପ୍ରାଚ୍ୟ କ୍ଷେତ୍ରକୁ ସ୍ଥାନାନ୍ତରୀତ ହୋଇସାରିଛି । ଆମେରିକା ଏବେ ବିଶ୍ୱର ସର୍ବାଧିକ ତୈଳ ଓ ବାଷ୍ପ ଉତ୍ପାଦନକାରୀ ରାଷ୍ଟ ଭାବେ ମୁଣ୍ଡ ଟେକିଛି ଏବଂ ତାହା ସେଲ୍ ବିପ୍ଳବ ପରେ ଘଟିଛି । କିନ୍ତୁ ଅଧୁନା ଅଭିସରଣ ଭଳି ସଂକେତ ପ୍ରକାଶ ପାଇଛି ଏବଂ ତହା ଶସ୍ତାରେ ଉପଲବ୍ଧ ଅକ୍ଷୟ ଶକ୍ତି, ପ୍ରଯୁକ୍ତି ଏବଂ ସେସବୁର ଡ଼ିଜିଟାଲ ପ୍ରୟୋଗ ମଧ୍ୟରେ ଘଟିଛି । ଏବଂ ତାହା ଅନେକ ପୋଷଣୀୟ ବିକାଶ ଲକ୍ଷ୍ୟ ହାସଲ ଦିଗରେ ସଫଳତାକୁ ତ୍ୱରାନ୍ୱିତ କରିପାରିଛି ।

ପ୍ରଧାନମନ୍ତ୍ରୀ କହିଲେ ଯେ ଏହା ହେଉଛି ବର୍ତ୍ତମାନ ସମୟର ସର୍ବାଧିକ ଆବଶ୍ୟକତା ଯେ “ … ଆମକୁ ଏକ ଦାୟିତ୍ୱସମ୍ପନ୍ନ ମୂଲ୍ୟ ନିର୍ଦ୍ଧାରଣ କରିବାକୁ ପଡ଼ିବ ଯାହାକି ଉଭୟ ଉତ୍ପାଦକ ଓ ଉପଭୋକ୍ତାଙ୍କ ସ୍ୱାର୍ଥ ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ସକ୍ଷମ ହେଉଥିବ । ପୁଣି ଆମକୁ ଉଭୟ ତୈଳ ଓ ବାଷ୍ପ କ୍ଷେତ୍ରରେ ଏକ ସ୍ୱଚ୍ଛ ତଥା ନମନୀୟ ବଜାର ସନ୍ଧାନରେ ଆଗକୁ ଅଗ୍ରସର ହେବାକୁ ପଡ଼ିବ । ତାହା ହେଲେ ଆମେ ମାନବସମାଜର ସର୍ବାଧିକ ଶକ୍ତି ଆବଶ୍ୟକତାକୁ ପୂରଣ କରିବା ଦିଗରେ ହିଁ ସକ୍ଷମ ହୋଇପାରିବା ।”

ବିଶ୍ୱ ସମୁଦାୟକୁ ଚେତାବନୀ ଦେଇ ପ୍ରଧାନମନ୍ତ୍ରୀ କହିଲେ ଯେ ଜଳବାୟୁ ପରିବର୍ତ୍ତନ ସକାଶେ ସେମାନେ ପରସ୍ପର ସହ ହାତ ମିଳାଇ ଏ ଦିଗରେ କାର୍ଯ୍ୟ କରିବା ଏକାନ୍ତ ଜରୁରି । ପ୍ୟାରିସ ଠାରେ ଅନୁଷ୍ଠିତ ସମ୍ମିଳନୀ ଅବସରରେ ଆମେ ଯେଉଁ ସିଓପି- 21 ପ୍ରତିବଦ୍ଧତା ପ୍ରକଟ କରିଛୁ, ବିଶ୍ୱ ସମୁଦାୟଙ୍କ ସହଯୋଗ ଦ୍ୱାରା ହିଁ ତାହା ସମ୍ଭବପର ହୋଇପାରିବ । ଏହି ପରିପ୍ରେକ୍ଷୀରେ, ସେ ଭାରତ ନିଜ ତରଫରୁ ଘୋଷଣା କରିଥିବା ପ୍ରତିବଦ୍ଧତାକୁ ପୂରଣ କରିବା ଦିଗରେ ପ୍ରୟାସରତ ବୋଲି ପ୍ରଧାନମନ୍ତ୍ରୀ ସୂଚାଇଥିଲେ ।

ମହାମହିମ ଡ଼କ୍ଟର ସୁଲତାନ ଅଲ ଜବାରଙ୍କୁ ଶକ୍ତି କ୍ଷେତ୍ର ପ୍ରତି ତାଙ୍କର ଅବଦାନ ଏବଂ ଭବିଷ୍ୟତର ପରିକଳ୍ପନା ପାଇଁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ । ସେ କହିଲେ ଯେ ଚତୁର୍ଥ ପିଢିର ଶିଳ୍ପ ବିପ୍ଲବ ବିଧି ଶିଳ୍ପ କାର୍ଯ୍ୟକାରୀତାକୁ ସଂପୂର୍ଣ୍ଣ ରୂପେ ବଦଳାଇଦେବ । ଏଥିପାଇଁ ନୂତନ ପ୍ରଯୁକ୍ତି ଏବଂ ପଦ୍ଧତିର ଆବଶ୍ୟକତା ରହିଛି ବୋଲି ସେ ସୂଚାଇଥିଲେ । ଆମର କମ୍ପାନୀମାନଙ୍କୁ ସର୍ବାଧୁନିକ ପ୍ରଯୁକ୍ତିକୁ ଆପଣାଇବାକୁ ପଡ଼ିବ ଯଦ୍ୱାରା ସେମାନଙ୍କର କାର୍ଯ୍ୟଦକ୍ଷତା, ନିରାପତ୍ତା ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ଏଥିପାଇଁ ହେଉଥିବା ବ୍ୟୟ ହ୍ରାସ ପାଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଜନସାଧାରଣଙ୍କୁ ସବୁପ୍ରକାର ସ୍ୱଚ୍ଛ, ସୁଲଭ, ପୋଷଣୀୟ ତଥା ସମାନତା ଭିତ୍ତିକ ଶକ୍ତି ଯୋଗାଣ ଉପଲବ୍ଧ ହେବାର ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରି ପ୍ରଧାନମନ୍ତ୍ରୀ କହିଲେ ଦୁଃଖର କଥା ଯେ “ଆମେ ଏବେ ଅଧିକ ଶକ୍ତି ଉପଲବ୍ଧତା ଯୁଗରେ ପାଦ ଥାପିବାକୁ ଯାଉଥିବା ବେଳେ ବିଶ୍ୱରେ ଏବେସୁଦ୍ଧା ପ୍ରାୟ 100 କୋଟିରୁ ଅଧିକ ଲୋକଙ୍କ ନିକଟରେ ବିଜୁଳିଶକ୍ତି ପହଞ୍ଚିବାକୁ ବାକି ରହିଛି । ସେମାନଙ୍କ ଠାରୁ ଅଧିକ ସଂଖ୍ୟକ ଲୋକଙ୍କ ନିକଟରେ ସ୍ୱଚ୍ଛ ରନ୍ଧନ ଜାଳେଣି ଉପଲବ୍ଧ ନାହିଁ ।” ଶକ୍ତି ଉପଲବ୍ଧତା କ୍ଷେତ୍ରରେ ଭାରତ ଏବେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ବୋଲି ପ୍ରଧାନମନ୍ତ୍ରୀ ସୂଚାଇଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ବର୍ତ୍ତମାନ ଭାରତ ବିଶ୍ୱର ଦ୍ରୁତତମ ପ୍ରଗତିଶୀଳ ଅର୍ଥବ୍ୟବସ୍ଥାରେ ପରିଣତ ହୋଇପାରିଛି ଏବଂ 2030 ମସିହା ସୁଦ୍ଧା ଏହା ବିଶ୍ୱର ଦ୍ୱିତୀୟ ବୃହତ ଅର୍ଥବ୍ୟବସ୍ଥାର ମାନ୍ୟତା ହାସଲ କରିପାରେ । ସେତେବେଳକୁ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଶକ୍ତି ଉପଭୋକ୍ତା ରାଷ୍ଟ୍ରଭାବେ ମଧ୍ୟ ମୁଣ୍ଡ ଟେକିବାକୁ ଯାଉଛି । 2040 ମସିହା ବେଳକୁ ଭାରତର ଶକ୍ତି ଚାହିଦା ଦ୍ୱିଗୁଣିତ ହେବ ଏବଂ ଭାରତ ଶକ୍ତି ଉତ୍ପାଦନକାରୀ କମ୍ପାନୀମାନଙ୍କ ପାଇଁ ସବୁଠାରୁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ବୋଲି ସେ କହିଛନ୍ତି ।

2016 ମସିହାରେ ଆୟୋଜିତ ଗତ ପେଟ୍ରୋଟେକ୍ ସମ୍ମିଳନୀକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଲେ ଯେ ସେତେବେଳେ ସେ ସୂଚାଇଥିଲେ ଯେ ଭାରତର ଶକ୍ତି ଭବିଷ୍ୟତ ଚାରିଟି ଖୁଣ୍ଟ ଉପରେ ଆଧାରିତ । ସେଗୁଡ଼ିକ ହେଲା- ଶକ୍ତି ଉପଲବ୍ଧତା, ଶକ୍ତି ସକ୍ରିୟତା, ଶକ୍ତି ପୋଷଣୀୟତା ଏବଂ ଶକ୍ତି ନିରାପତ୍ତା । ଶକ୍ତି ନ୍ୟାୟ ମଧ୍ୟ ଏ ଦିଗରେ ଏକ ପ୍ରମୁଖ ସାଧନ ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ କହିଲେ ଯେ ଏହା ଭାରତ ପାଇଁ ସର୍ବାଧିକ ମାନ୍ୟତା ରଖେ । ସେ କହିଲେଯେ “ଶେଷ ବେଳକୁ ଆମେ ଏଭଳି ଅନେକ ନୀତିର ବିକାଶ ଘଟାଇଛୁ ଏବଂ ସେଗୁଡ଼ିକୁ ପ୍ରବର୍ତ୍ତନ କରିଛୁ । ଏଭଳି ପ୍ରୟାସର ସୁଫଳ ଏବେ ଜଳଜଳ ହୋଇ ଦୃଶ୍ୟମାନ ହେଉଛି । ବିଜୁଳିଶକ୍ତି ଏବେ ଆମର ଦୁର୍ଗମ ଗ୍ରାମାଞ୍ଚଳରେ ପହଞ୍ଚି ସାରିଛି” ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ବ୍ୟକ୍ତ କରିଥିଲେ । ଶକ୍ତି ନ୍ୟାୟ ସେତିକି ବେଳେ ଉପଲବ୍ଧ କରାଯାଇପାରିବ ଯେତେବେଳେ ଲୋକମାନେ ସେମାନଙ୍କର ସାମୂହିକ ଶକ୍ତିକୁ ହୃଦୟଙ୍ଗମ କରିପାରିବେ ବୋଲି ପ୍ରଧାନମନ୍ତ୍ରୀ ମତ ପୋଷଣ କରିଛନ୍ତି ।

“ବ୍ଲୁ ଫ୍ଲେମ୍” (ନୀଳ ଶିଖା) ବିପ୍ଳବ ଏବେ କାର୍ଯ୍ୟକାରୀ ହେବାକୁ ଯାଉଛି ବୋଲି ଘୋଷଣା କରି ପ୍ରଧାନମନ୍ତ୍ରୀ କହିଲେ ଯେ “ଦେଶରେ ଏବେ 90%ରୁ ଅଧିକ ଲୋକଙ୍କ ନିକଟରେ ଏଲପିଜି ସଂଯୋଗ ପହଞ୍ଚିପାରିଛି ଯାହାକି ପାଞ୍ଚବର୍ଷ ତଳେ ମାତ୍ର 55% ଥିଲା । ପ୍ରଧାନମନ୍ତ୍ରୀ କହିଲେ ଯେ ଗତ ପାଞ୍ଚ ବର୍ଷ ମଧ୍ୟରେ ଭାରତର ତୈଳ ଓ ବାଷ୍ପ ସେକ୍ଟର ଅନେକ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଦେଖିଛି ।”  ଅଧୁନା ଭାରତ ବିଶ୍ୱର ଚତୁର୍ଥ ତୈଳ ବିଶୋଧନକାରୀ ରାଷ୍ଟ୍ର ଭାବେ କ୍ଷମତା ହାସଲ କରିଛି । ଏହା ଆଗାମୀ ଦିନରେ ଆହୁରି ବୃଦ୍ଧି ପାଇବ ଏବଂ 2030 ମସିହା ବେଳକୁ ଏହାର କ୍ଷମତା 200 ନିୟୁତ ମେଟ୍ରିକ ଟନ୍ ଛୁଇଁଥିବ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଭାରତ ବାଷ୍ୱଭିତ୍ତିକ ଅର୍ଥବ୍ୟବସ୍ଥା ଦିଗରେ ବେଶ ଦ୍ରୁତ ଗତିରେ ଅଗ୍ରଗତି କରିଚାଲିଛି । 16,000 କିଲୋମିଟରରୁ ଅଧିକ ଗ୍ୟାସ ପାଇପ ଲାଇନ୍ ଏବେ ସୁଦ୍ଧା ଦେଶରେ ବିଛାଯାଇସାରିଛି ଏବଂ ଅତିରିକ୍ତ 11,000 କିଲୋମିଟର ଦୈର୍ଘ୍ୟ ପାଇପ ଲାଇନ୍ ବିଛା ନିର୍ମାଣାଧୀନ ରହିଛି । ସହରାଞ୍ଚଳ ବାଷ୍ୱ ବିତରଣର ଦଶମ ରାଉଣ୍ଡ୍ ସୁଦ୍ଧା ପ୍ରାୟ 400ରୁ ଅଧିକ ଜିଲ୍ଲାକୁ ସାମିଲ କରାଯାଇଛି ଏବଂ ଏବେ ଦେଶର 70%ରୁ ଉର୍ଦ୍ଧ୍ଵ ସହରାଞ୍ଚଳରେ ସିଟି ଗ୍ୟାସ ବିତରଣ ସେବା ପହଞ୍ଚିପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଚଳିତ ପର୍ଯ୍ୟାୟ ପେଟ୍ରୋଟେକ୍ 2019ରେ ତୈଳ ଓ ବାଷ୍ପ ସେକ୍ଟରର ପ୍ରମୁଖ ଉଦ୍ୟୋଗୀମାନେ ଯୋଗ ଦେଇଛନ୍ତି । ଗତ ପଚିଶ ବର୍ଷ ମଧ୍ୟରେ ପେଟ୍ରୋଟେକ୍ ଶକ୍ତି କ୍ଷେତ୍ରରେ ଦେଖା ଦେଇଥିବା ବିଭିନ୍ନ ସମସ୍ୟାର ଆଲୋଚନା ଏବଂ ସେସବୁର ସମାଧାନ ପାଇଁ ଏହା ଏକ ପ୍ଲାଟଫର୍ମ ଭାବେ କାର୍ଯ୍ୟ କରିଆସିଛି । ଏହା ବ୍ୟତୀତ ଭବିଷ୍ୟତରେ ଶକ୍ତି କ୍ଷେତ୍ର ସାମ୍ନା କରିବାକୁ ଥିବା ବିଭିନ୍ନ ଚାଲେଞ୍ଜ, ବିଶ୍ୱରେ ଦେଖାଦେଉଥିବା ପରିବର୍ତ୍ତନ, ନୀତି ଓ ନୂତନ ପ୍ରଯୁକ୍ତି ଯାହାକି ଶକ୍ତି ବଜାରରେ ସ୍ଥିରତା ଏବଂ ଭବିଷ୍ୟତର ନିବେଶକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି ସେହିସବୁ ପ୍ରସଙ୍ଗ ଉପରେ ମଧ୍ୟ ଏଥିରେ ଆଲୋଚନା କରାଯାଇ ଆସୁଛି ।

Click here to read full text of speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India-New Zealand elevate ties to strategic partnership; Scripts 2030 roadmap, $20bn investment & Indo-Pacific security

Media Coverage

India-New Zealand elevate ties to strategic partnership; Scripts 2030 roadmap, $20bn investment & Indo-Pacific security
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the passing of Father Amir of State of Qatar HH Sheikh Hamad bin Khalifa Al Thani
July 12, 2026

The Prime Minister, Shri Narendra Modi, has expressed deep grief over the passing of the Father Amir of the State of Qatar, HH Sheikh Hamad bin Khalifa Al Thani.

The Prime Minister described him as a visionary leader who led Qatar to great levels of development and prosperity. Shri Modi also remembered him as a true friend whom he had the honour of meeting during his visit to Qatar in February 2024.

The Prime Minister conveyed his sincere condolences to the Amir of Qatar, HH Sheikh Tamim bin Hamad Al Thani, the entire royal family and the people of Qatar.

The Prime Minister wrote on X;

“We deeply mourn the passing of Father Amir of State of Qatar, HH Sheikh Hamad bin Khalifa Al Thani. A visionary leader who led Qatar to great levels of development and prosperity, we remember him also as a true friend whom I had the honour of meeting during my last visit to Qatar in February 2024. I convey my sincere condolences to the Amir of Qatar, HH Sheikh Tamim bin Hamad Al Thani and the entire royal family and people of Qatar. May the departed soul rest in eternal peace.

@TamimBinHamad”