PM Modi inaugurates Medical College at Vadnagar, Gujarat
PM Modi launches Mission Intensified Indradhanush, stresses on vitality of vaccination
Prices of stents have been brought down, we are constantly making efforts to so that healthcare becomes affordable for the poor: PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନିଜ ପୈତୃକ ସହର ବଦନଗର ଗସ୍ତ କରିଥିଲେ  । ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ବଦନଗରକୁ ତାଙ୍କର ପ୍ରଥମ ଗସ୍ତ ଥିଲା ।

ସହର ବାସିନ୍ଦା ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇବା ପାଇଁ ବହୁସଂଖ୍ୟାରେ ରାସ୍ତାର ଦୁଇ ପାର୍ଶ୍ଵରେ ସମବେତ ହୋଇଥିଲେ । ସେ ହଟକେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ପିଲାଦିନେ ପଢ଼ୁଥିବା ସ୍କୁଲ ନିକଟରେ ପ୍ରଧାନମନ୍ତ୍ରୀ କିଛି ସମୟ ପାଇଁ ରହିଥିଲେ  ।

ପ୍ରଧାନମନ୍ତ୍ରୀ ବଦନଗରଠାରେ ଥିବା ଜିଏମଇଆରଏସ ମେଡ଼ିକାଲ କଲେଜକୁ ଗସ୍ତ କରିଥିଲେ ଏବଂ ଏହାକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ଲାଗି ଫଳକ ଉଦ୍ଘାଟନ କରିଥିଲେ । ସେ ମଧ୍ୟ କିଛି ସମୟ ପାଇଁ ଛାତ୍ରଛାତ୍ରୀଙ୍କ ସହିତ ମତ ବିନିମୟ କରିଥିଲେ ।

ଏକ ସାଧାରଣ ସଭାରେ, ପ୍ରଧାନମନ୍ତ୍ରୀ ସଘନ ମିଶନ ଇନ୍ଦ୍ରଧନୁଷର ଶୁଭାରମ୍ଭ କରିଥିଲେ  । ଏହି ମିଶନ ଦ୍ୱାରା ପୂର୍ଣ୍ଣ ଟିକାକରଣ ଲକ୍ଷ୍ୟ ହାସଲ ପାଇଁ ପଦକ୍ଷେପକୁ ଆହୁରି ବ୍ୟାପକ କରାଯିବ  । ଏହା ମାଧ୍ୟମରେ ସହରାଂଚଳ ଏବଂ କମ୍ ଟିକାକରଣ ହୋଇଥିବା ଅନ୍ୟ ଅଂଚଳ ପ୍ରତି ଅଧିକ ଗୁରୁତ୍ୱ ଦିଆଯିବ । ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ଇ-ଟାବ୍ଲେଟ୍ ବଣ୍ଟନପୂର୍ବକ  ImTeCHO  ସୃଜନାତ୍ମକ ମୋବାଇଲ୍ ଆପର ଶୁଭାରମ୍ଭ କରିଥିଲେ  । ଆଶାକର୍ମୀଙ୍କ ଦକ୍ଷତା ବୃଦ୍ଧି ପାଇଁ ଏହି ମୋବାଇଲ ଆପ ଉଦ୍ଦିଷ୍ଟ । ଏହି ଅବସରରେ ସେ କେତେକ ବିକାଶ ମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ  ।

 

ଆଗ୍ରହ ସହ ଜନସଭାରେ ଅପେକ୍ଷା କରିଥିବା ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ କହିଥିଲେ ଯେ ନିଜ ପୈତୃକ ସହରକୁ ଫେରିବା ଏବଂ ଏଠାରେ ଏତେ ଭବ୍ୟ ସ୍ୱାଗତ ପାଇବା ମୋ ପାଇଁ ବିଶେଷ ଅଭିଜ୍ଞତା । ଆଜି ମୁଁ ଯାହା ହୋଇଛି ତାହା କେବଳ ବଦନଗର ମାଟିରୁ, ଆପଣମାନଙ୍କ ଗହଣରେ ରହି ପାଇଥିବା ମୂଲ୍ୟବୋଧ ଯୋଗୁ ପାଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ  ।

ଆପଣମାନଙ୍କ ଆଶୀର୍ବାଦ ନେଇ ମୁଁ ଫେରିଯାଉଛି ଏବଂ ଆପଣମାନଙ୍କୁ ଆଶ୍ୱାସନା ଦେଉଛି ଯେ ମୁଁ ଦେଶ ପାଇଁ ଆହୁରି କଠିନ ପରିଶ୍ରମ କରିବି ବୋଲି ପ୍ରଧାନମନ୍ତ୍ରୀ ବଦନଗରର ଜନସାଧାରଣଙ୍କୁ କହିଥିଲେ  ।

ସ୍ୱାସ୍ଥ୍ୟ କ୍ଷେତ୍ରର ପ୍ରକଳ୍ପ, ବିଶେଷ କରି ସଘନ ମିଶନ ଇନ୍ଦ୍ରଧନୁଷର ଶୁଭାରମ୍ଭ କରିଥିବାରୁ ପ୍ରଧାନମନ୍ତ୍ରୀ ଆନନ୍ଦ ବ୍ୟକ୍ତ କରିଥିଲେ  । ସେ ଉଲ୍ଲେଖ କରିଥିଲେ ଯେ କିପରି ସରକାର Stent ମୂଲ୍ୟ ହ୍ରାସ କରିପାରିଛନ୍ତି  । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗରିବ ଲୋକମାନଙ୍କ ପାଇଁ ସ୍ୱାସ୍ଥ୍ୟସେବାକୁ ସୁଲଭ କରିବା ଦିଗରେ ସରକାର କାର୍ଯ୍ୟ କରୁଛନ୍ତି  ।

ମେଡିକାଲ କଲେଜର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, ଆମ ସମାଜରେ ଆହୁରି ଡାକ୍ତରଙ୍କ ଆବଶ୍ୟକତା ରହିଛି, ଯେଉଁମାନେ ଲୋକମାନଙ୍କ ସେବା କରିପାରିବେ  ।

 

 

 

Click here to read the full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s exports hit $43.56 billion in April as shipments record double-digit growth

Media Coverage

India’s exports hit $43.56 billion in April as shipments record double-digit growth
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam highlighting the virtues of firm resolve, self-control, and wisdom
June 02, 2026

Prime Minister Shri Narendra Modi today shared a Sanskrit Subhashitam, observing that firm resolve and self-control are the powers that make even the most difficult paths easy. Shri Modi highlighted that today, our youth are continuously engaged in nation-building with this very resolve.

The Prime Minister posted on X:

"दृढ़ निश्चय और आत्म-संयम वह शक्ति है, जो कठिन से कठिन राह को भी आसान बना देती है। आज हमारे युवा साथी इसी संकल्प के साथ राष्ट्र निर्माण में निरंतर जुटे हुए हैं।

निश्चित्य यः प्रक्रमते
नान्तर्वसति कर्मणः।

अबन्ध्यकालो वश्यात्मा
स वै पण्डित उच्यते॥"

A person who begins a task after careful deliberation and with firm resolve, who never leaves it unfinished, who uses time wisely and who maintains complete control over their senses, such a person alone is truly wise.