ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କୋଲକାତାଠାରେ କୋଲକାତା ପୋର୍ଟ ଟ୍ରଷ୍ଟର 150ତମ ବର୍ଷ ପୂର୍ତ୍ତି ସମାରୋହରେ ଯୋଗ ଦେଇଛନ୍ତି । ଏହି ଅବସରରେ ସେ କୋଲକାତାର ରବୀନ୍ଦ୍ର ସେତୁ (ହାଓଡ଼ା ବ୍ରିଜ) ଠାରେ ଆଲୋକ ଏବଂ ଶବ୍ଦ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସମାରୋହସ୍ଥଳରେ ଆୟୋଜିତ ଅଭୂତପୂର୍ବ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସେ ଉପଭୋଗ କରିଥିଲେ ।

 ପଶ୍ଚିମବଙ୍ଗ ରାଜ୍ୟପାଳ ଶ୍ରୀ ଜଗଦୀପ ଧନଖଡ଼, ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଏହି ଅବସରରେ ଉପସ୍ଥିତ ଥିଲେ ।

ରବୀନ୍ଦ୍ର ସେତୁରେ ଏହି ନୂଆ ଆଲୋକସଜ୍ଜା ପାଇଁ 650ଟି କମ ବିଦ୍ୟୁତ ଶକ୍ତି ଖର୍ଚ୍ଚ କରୁଥିବା ଏଲଇଡି ଓ ସ୍ପଟ ଲାଇଟ ଫିଟିଂ କରାଯାଇଛି । ସଙ୍ଗୀତ ସହିତ ତାଳ ଦେଇ ଏଗୁଡ଼ିକ ବିଭିନ୍ନ ରଙ୍ଗର ଆଲୋକ ସୃଷ୍ଟି କରିବାକୁ ସକ୍ଷମ ହୋଇପାରିବ । ଏହି ସୁନ୍ଦର ଆଲୋକସଜ୍ଜା ଉତ୍କୃଷ୍ଟ ଇଞ୍ଜିନିୟରିଂର ଚମତ୍କାର ନମୁନା ଭାବେ ବିବେଚିତ ହେଉଥିବା ହାଓଡ଼ା ବ୍ରିଜକୁ ଏକ ଅଭିନବ ରୂପ ପ୍ରଦାନ କରିବ ଏବଂ ପର୍ଯ୍ୟଟକ ତଥା ସ୍ଥାନୀୟ ଲୋକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବ ।

 

1943ରେ ରବୀନ୍ଦ୍ର ସେତୁ କାର୍ଯ୍ୟକ୍ଷମ ହୋଇଥିଲା । ଗତବର୍ଷ ରବୀନ୍ଦ୍ର ସେତୁର 75ତମ ବର୍ଷ ପୂର୍ତ୍ତି ପାଳନ କରାଯାଇଥିଲା । ଏହି ସେତୁକୁ ଇଞ୍ଜିନିୟରିଂର ଏକ ଚମତ୍କାର ଭାବେ ବିବେଚନା କରାଯାଇଥାଏ, କାରଣ ସେତୁର ବିଭିନ୍ନ ଅଂଶକୁ ଯୋଡ଼ିବା ପାଇଁ ଏଥିରେ କୌଣସି ପ୍ରକାରର ନଟ କିମ୍ବା ବୋଲ୍ଟ ବ୍ୟବହାର କରାଯାଇନାହିଁ, ବରଂ ସମ୍ପୂର୍ଣ୍ଣ ଆଧାରକୁ ଲୁହା କିଳା ଦ୍ୱାରା ସଂଯୋଗ କରାଯାଇ ଏହାର ନିର୍ମାଣ କରାଯାଇଛି । ସେତୁ ନିର୍ମାଣରେ 26,500 ଟନ ଇସ୍ପାତ ଉପଯୋଗ ହୋଇଥିବା ବେଳେ ଏଥିମଧ୍ୟରୁ 23 ହଜାର ଟନ ଇସ୍ପାତ ଅତ୍ୟନ୍ତ ଉଚ୍ଚ ଶ୍ରେଣୀର ହାଇ-ଟେନସିଲ ଆଲଏ ଷ୍ଟିଲ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's passenger vehicle sales expected to grow 4-6% in FY27: Report

Media Coverage

India's passenger vehicle sales expected to grow 4-6% in FY27: Report
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting the transformative impact of Yoga
June 22, 2026

The Prime Minister, Shri Narendra Modi, said that the remarkable success of the International Day of Yoga is proof that Yoga is not only helping millions of people across the world achieve physical well-being, but is also inspiring them to lead positive lives with confidence.

The Prime Minister shared a Sanskrit Subhashitam-

“चित्तप्रशमनोपायो योग इत्यभिधीयते। प्राणस्पन्दनिरोधो वा द्वेधा योगस्य धारणा॥”

The Subhashitam conveys that yoga is the means of completely calming and quieting the mind. To attain this goal, two principal methods of yoga are prescribed: calming the mind and regulating the flow of the breath.

The Prime Minister wrote on X;

“अंतर्राष्ट्रीय योग दिवस की बड़ी सफलता इस बात का प्रमाण है कि योग न केवल दुनियाभर में करोड़ों लोगों को शारीरिक रूप से स्वस्थ बना रहा है, बल्कि उन्हें आत्मविश्वास के साथ सकारात्मक जीवन जीने के लिए प्रेरित भी कर रहा है।

चित्तप्रशमनोपायो योग इत्यभिधीयते। प्राणस्पन्दनिरोधो वा द्वेधा योगस्य धारणा॥”