Our government’s mantra is ‘Sabka Saath, Sabka Vikas’: Prime Minister Modi
Central Government is committed to connecting every citizen of the country with the mainstream of development: PM Modi
No stone will be left unturned for development of Leh, Ladakh and Kargil: PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜାମ୍ମୁ ଯାତ୍ରାର ପ୍ରଥମ ଚରଣରେ ଲେହ ଓ ଶ୍ରୀନଗର ଗସ୍ତ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ସେହି କ୍ଷେତ୍ରର ବିକାଶ ନିମନ୍ତେ ନିର୍ମିତ ତଥା ନିର୍ମାଣ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

ପ୍ରବଳ ଶୀତ ସତ୍ତ୍ୱେ ଏତେ ସଂଖ୍ୟକ ଜନତା ସେଠାରେ ଉପସ୍ଥିତ ହୋଇଥିବାରୁ ସେମାନଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଲେ ଯେ ଯେଉଁମାନେ ଜଟିଳ ପରସ୍ଥିତିରେ ଜୀବନ ବଞ୍ଚନ୍ତି, ସେମାନେ ସବୁ ପ୍ରକାର ବିପଦକୁ ସାମ୍ନା କରି ଶିଖିଛନ୍ତି । ଆପଣମାନଙ୍କ ସ୍ନେହ ଶ୍ରଦ୍ଧା ମୋତେ ଆଗକୁ କାର୍ଯ୍ୟ କରିବାକୁ ପ୍ରେରଣା ଦେଉଛି ବୋଲି ସେ କହିଥିଲେ ।

ଲଦାଖ ବିଶ୍ୱବିଦ୍ୟାଳୟକୁ ଉଦଘାଟନ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଯୁବ ଛାତ୍ରଛାତ୍ରୀମାନେ ଲଦାଖର ମୋଟ ଜନସଂଖ୍ୟାର ପ୍ରାୟ 40% । ଏହି କ୍ଷେତ୍ରରେ ଏକ ବିଶ୍ୱବିଦ୍ୟାଳୟ ସ୍ଥାପନ ସକାଶେ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲା । ଲଦାଖ ବିଶ୍ୱବିଦ୍ୟାଳୟ ସ୍ଥାପନ ହେବା ଦ୍ୱାରା ସେମାନଙ୍କର ଏହି ଦାବି ପୂରଣ ହୋଇପାରିଛି । ଏହି ବିଶ୍ୱବିଦ୍ୟାଳୟ ଲେହ, କାର୍ଗିଲ, ନୁବ୍ରା, ଜାନସ୍କାର, ଦ୍ରାସ ଓ ଖାଲସ୍ତି ଭଳି କ୍ଷେତ୍ରରେ ଥିବା କଲେଜମାନଙ୍କୁ ନେଇ କାର୍ଯ୍ୟ କରିବ ଏବଂ ଏହାର ପ୍ରଶାସନିକ କାର୍ଯ୍ୟାଳୟ ଲେହ ଏବଂ କାର୍ଗିଲ ଠାରେ ରହିବ ଯାହା ଛାତ୍ରଛାତ୍ରୀମାନଙ୍କ ପାଇଁ ବେଶ୍‌ ସୁବିଧା ହେବ ।

ଏହି ଅବସରରେ ଦାତାଙ୍ଗ ଗ୍ରାମ ଠାରେ ପ୍ରଧାନମନ୍ତ୍ରୀ 9 ମେଗାୱାଟ କ୍ଷମତାବିଶିଷ୍ଟ ଦାହ ଜଳବିଦ୍ୟୁତ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ଏଥିସହ ସେ 220 କେଭି କ୍ଷମତାବିଶିଷ୍ଟ ଶ୍ରୀନଗର- ଅଲୁସ୍ତେଙ୍ଗ- ଦ୍ରାସ- କାର୍ଗିଲ- ଲେହ ବିଜୁଳି ସରବରାହ ଲାଇନର ମଧ୍ୟ ଶୁଭାରମ୍ଭ କରିଥିଲେ । ଏହି ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ କହିଲେ ଯେ ଆମେ ବିଳମ୍ବର ସଂସ୍କୃତିକୁ ଢ଼େର ପଛରେ ଛାଡ଼ିଆସିଛୁ । ସରକାର ଏକଥା ସୁନିଶ୍ଚିତ କରୁଛନ୍ତି ଯେ ସେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ସବୁ ପ୍ରକଳ୍ପ ଯେଭଳି ତାଙ୍କ ଦ୍ୱାରା ହିଁ ଲୋକାର୍ପିତ ହେବ ।

ଏହି ଅବସରରେ ଆଜି ଲଦାଖ ଠାରେ ପାଞ୍ଚଟି ପର୍ଯ୍ୟଟନ ଓ ଟ୍ରେକିଂ ରୁଟର ଶୁଭାରମ୍ଭ କରାଯାଇଥିଲା । ପ୍ରଧାନମନ୍ତ୍ରୀ କହିଲେ ଯେ ଜୀବନ ଧୀରେ ଧୀରେ ସହଜସାଧ୍ୟ ହେଉଛି । ତାହା ଆର୍ଥିକ ଦୃଷ୍ଟିକୋଣରୁ ଓ ସହରକୁ ସହର ଯୋଡ଼ି ହୋଇ ଯାଉଛଇ । ଏକଦା ବିଳାଶପୁର ମନାଲୀ ଲେହ ରେଳ ଲାଇନ ସଂପୂର୍ଣ୍ଣ ହେଲେ ଦିଲ୍ଲୀ ଏବଂ ଲେହ ମଧ୍ୟରେ ଦୂରତା ଢ଼େର ମାତ୍ରାରେ ହ୍ରାସ ପାଇବ । 

ଲେହଠାରେ ପ୍ରଧାମନମନ୍ତ୍ରୀ କୁଶୋକ ବକୁଲା ରିମପୋଛି (କେବିଆର) ବିମାନବନ୍ଦରର ନୂତନ ଟର୍ମିନାଲ ନିର୍ମାଣର ଶିଳାନ୍ୟାସ ଏକ ପ୍ଲାକର ଉନ୍ମୋଚନ କରିଥିଲେ ।

ନୂତନ ର୍ଟମିନାଲ ସେଠାରେ ଯାତ୍ରୀମାନଙ୍କ ଯାତାୟାତକୁ ସମସ୍ତ ପ୍ରକାର ସୁବିଧାସୁଯୋଗ ଯୋଗାଇଦେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏହି ସବୁ ପ୍ରକଳ୍ପ ଏଠାକାର ଲୋକମାନଙ୍କୁ ବିଜୁଳି ଶକ୍ତି ଠାରୁ ଆରମ୍ଭ କରି ଯୋଗାଯୋଗ ଏବଂ ପର୍ଯ୍ୟଟକମାନଙ୍କୁ ଏଠାକୁ ଆସିବାକୁ ଏବଂ ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ନେବାକୁ ବିପୁଳ ସୁଯୋଗ ପ୍ରଦାନ କରିବ । ଏହା ଦ୍ୱାରା ଏଠାକାର ଗ୍ରାମଗୁଡ଼ିକରେ ଜୀବନ ଜୀବିକା ବୃଦ୍ଧି ପାଇବ ଏବଂ ତାହା ସହଜସାଧ୍ୟ ହେବ । ଏହା ଅତିରିକ୍ତ ପ୍ରୋଟେକ୍ଟେଡ଼ ଏରିଆ ପରମିଟର ଅବଧିକୁ 15 ଦିନକୁ ବୃଦ୍ଧି କରାଯାଇଛି । ଏବେ ପର୍ଯ୍ୟଟକମାନେ ସେମାନଙ୍କର ଲେହ ରହଣିକୁ ଅଧିକ ସମୟ ପର୍ଯ୍ୟନ୍ତ ଉପଭୋଗ କରିପାରିବେ । ପ୍ରଧାନମନ୍ତ୍ରୀ କହିଲେ ଯେ ଏଲଏଏଚଡ଼ିସି ଆଇନରେ ସାମାନ୍ୟ ପରିବର୍ତ୍ତନ ଘଟାଯାଇଛି ଏବଂ ପରିଷଦକୁ ବ୍ୟୟ ସକାଶେ ଅଧିକ ଅଧିକାର ଦିଆଯାଇଛି । ନୂତନ ସ୍ୱୟଂଶାସିତ ପରିଷଦ ଏହି କ୍ଷେତ୍ରର ବିକାଶ ପାଇଁ ଯୋଗାଇ ଦିଆଯାଉଥିବା ଟଙ୍କାକୁ ସହଜରେ ବିନିଯୋଗ କରିପାରିବ ।

ମଧ୍ୟବର୍ତ୍ତୀ ବଜେଟ ସଂପର୍କରେ ମତ ରଖି ପ୍ରଧାନମନ୍ତ୍ରୀ କହିଲେ ଯେ ଏହି କ୍ଷେତ୍ରର ତଫସିଲଭୁକ୍ତ ଜନଜାତିର କଲ୍ୟାଣ ସକାଶେ ବଜେଟରେ ପର୍ଯ୍ୟାପ୍ତ ପ୍ରାବଧାନ କରାଯାଇଛି । ଏଥିରେ ସରକାର 30% ବୃଦ୍ଧି ଘଟାଇଛନ୍ତି । ସେହିଭଳି ତଫସିଲଭୁକ୍ତ ଜାତି ବର୍ଗଙ୍କ ପାଇଁ ବଜେଟରେ 35% ଅର୍ଥ ବୃଦ୍ଧି କରାଯାଇଥିବା ସେ ସୂଚନା ଦେଇଥିଲେ ।

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's 28 big listed realty firms clock ₹1.95 trn pre-sales in FY26

Media Coverage

India's 28 big listed realty firms clock ₹1.95 trn pre-sales in FY26
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the loss of lives in mishap in Kolkata
June 25, 2026
PM announces ex-gratia from PMNRF

The Prime Minister, Shri Narendra Modi has condoled the loss of lives due to a mishap in Kolkata.

Shri Modi assured that the state government is working round the clock to ensure that those affected receive all possible assistance.

The Prime Minister announced an ex-gratia from PMNRF of Rs. 2 lakh to the next of kin of each deceased and Rs. 50,000 for those injured.

Shri Modi posted on X;

The mishap in Kolkata yesterday is saddening. An ex-gratia of Rs. 2 lakh each will be given from PMNRF to the next of kin of those who lost their lives in the mishap. The injured would be given Rs. 50,000. The state government is working round the clock to ensure that those affected receive all possible assistance: PM @narendramodi