ଭାରତରେ ଇଜ୍ ଅଫ୍ ଡୁଇଂ ବିଜିନେସ୍‌/ବ୍ୟବସାୟକୁ ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ କ୍ରମାଗତ ଚେଷ୍ଟା ଅନୁରୂପ ଆଲୋଚନା
ବୈଠକ ଆଗାମୀ ବଜେଟ୍ ପୂର୍ବରୁ ଉଦ୍ୟୋଗ ଜଗତର ନେତୃତ୍ୱମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବ୍ୟକ୍ତିଗତ ଆଲୋଚନାକୁ ପ୍ରତିଫଳିତ କରିଛି
ଫଣ୍ଡ୍‌ର ପ୍ରତିନିଧିମାନେ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କର ନେତୃତ୍ୱ ପାଇଁ ପ୍ରଶଂସା କରିଥିଲେ, ଯାହା ଦେଶରେ ପୁଞ୍ଜିନିବେଶ ବାତାବରଣକୁ ପର୍ଯ୍ୟାପ୍ତ ପ୍ରୋତ୍ସାହନ ଯୋଗାଇବା
ପଛରେ ଏକ ପ୍ରମୁଖ ପରିଚାଳନା ଶକ୍ତି ଭାବରେ କାର୍ଯ୍ୟ କରି ଆସୁଅଛି ।

ପ୍ରଧାନମନ୍ତ୍ରୀ ଶୀ ନରେନ୍ଦ୍ର ମୋଦୀ ଆଜି ଲୋକ କଲ୍ୟାଣ ମାର୍ଗଠାରେ ଭେଂଚର କ୍ୟାପିଟାଲ୍ ଏବଂ ପ୍ରାଇଭେଟ୍ ଇକ୍ୟୁଟି ଫଣ୍ଡ୍‌ର ପ୍ରତିନିଧିମାନଙ୍କ ସହିତ ଏକ ଗୋଲ୍‌ଟେବୁଲ୍ ଆଲୋଚନା/ ବାର୍ତାଳାପକୁ ଆୟୋଜନ କରିଥିଲେ ।

ଦେଶର ନିବେଶ ବାତାବରଣକୁ ପ୍ରୋତ୍ସାହନ ଦେବା ନିମନ୍ତେ ପ୍ରଧାନମନ୍ତ୍ରୀଙ୍କର ନିରନ୍ତର ପ୍ରୟାସ ରହିଛି । ଗତ ସାତ ବର୍ଷ ମଧ୍ୟରେ, ସରକାର ଏହି ସମ୍ବନ୍ଧୀୟ ଅନେକ ମହତ୍ୱପୂର୍ଣ୍ଣ ପଦକ୍ଷେପ ହାତକୁ ନେଇଛନ୍ତି । ବୈଠକରେ ଆଲୋଚନା ସମାନ ଦିଗ ଉପରେ ହୋଇଥିଲା, ଏହା ସହିତ ଏହା ମଧ୍ୟ ଆଲୋଚନା କରାଗଲା ଯେ, ପ୍ରଧାନମନ୍ତ୍ରୀ ଆଗାମୀ ବଜେଟ୍ ପୂର୍ବରୁ ଇନ୍‌ପୁଟ୍ / ମତାମତ ଏକାଠି କରିବା ନିମନ୍ତେ ଉଦ୍ୟୋଗ ଜଗତର ନେତୃବୃନ୍ଦଙ୍କ ସହିତ ବ୍ୟକ୍ତିଗତ ଭାବେ କଥାବାର୍ତା କରିଛନ୍ତି ।

ଅଧିକ ପୁଞ୍ଜି ଆକର୍ଷିତ କରିବା ଏବଂ ଦେଶରେ ସଂସ୍କାର ପ୍ରକ୍ରିୟାକୁ ଆଗେଇ ନେଇ ଭାରତରେ ଇଜ୍ ଅଫ୍ ଡୁଇଂ ବିଜ୍‌ନେସ/ ବ୍ୟବସାୟକୁ ସୁଗମ କରିବାର ଅବସ୍ଥାକୁ ଉନ୍ନତ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ପରାମର୍ଶ କାମନା କରିଥିଲେ । ସେ ପ୍ରତିନିଧିମାନଙ୍କଠାରୁ ଗୃହୀତ ବାସ୍ତବ ପରାମର୍ଶଗୁଡିକୁ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ, ଯେଉଁ ସବୁ ପ୍ରସଙ୍ଗ ଏବଂ ଆହ୍ୱାନ ଉପରେ ଆଲୋକପାତ କରାଯାଇଛି ତାଙ୍କ ସରକାର ସେସବୁର ସମାଧାନ ପାଇଁ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ । ସେ ଅଧିକ ସଂସ୍କାର ଆଣିବା ପାଇଁ ସରକାରଙ୍କ ଦ୍ୱାରା ହାତକୁ ନିଆଯାଇଥିବା  ପ୍ରଚେଷ୍ଟାଗୁଡିକ, ପିଏମ୍ ଗତିଶକ୍ତି ଭଳି ପଦକ୍ଷେପ ଗୁଡିକର ଭବିଷ୍ୟତର ସମ୍ଭାବନା ଏବଂ ଅନାବଶ୍ୟକ ଅନୁପାଳନ ବୋଝକୁ କମ୍ କରିବା ପାଇଁ ନିଆ ଯାଇଥିବା ପଦକ୍ଷେପଗୁଡିକ ସମ୍ପର୍କରେ ଆଲୋଚନା କରିଥିଲେ ।  ସେ ମଧ୍ୟ ଭାରତରେ ତୃଣମୂଳ ସ୍ତରରେ ଘଟୁଥିବା ନବୋନ୍ମେଷ ଏବଂ ଷ୍ଟାର୍ଟଅପ୍ ପାରିବେଶିକ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା କଥା ସମ୍ପର୍କରେ କହିଥିଲେ ।

ଭେଂଚର କ୍ୟାପିଟାଲ୍ ଏବଂ ପ୍ରାଇଭେଟ୍ ଫଣ୍ଡ ପ୍ରତିନିଧିମାନେ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କର ନେତୃତ୍ୱ ପାଇଁ ପ୍ରଶଂସା କରିଥିଲେ, ଯାହା ଦେଶରେ ପୁଞ୍ଜିନିବେଶ ବାତାବରଣକୁ ପର୍ଯ୍ୟାପ୍ତ ପ୍ରୋତ୍ସାହନ ଯୋଗାଇବା ପଛରେ ଏକ ପ୍ରମୁଖ ପରିଚାଳନା ଶକ୍ତି ଭାବରେ କାର୍ଯ୍ୟ କରି ଆସୁଅଛି । ଦେଶରେ ଷ୍ଟାର୍ଟଅପ୍ ପାରିବେଶିକ ବ୍ୟବସ୍ଥାକୁ ବୃଦ୍ଧି କରିବା ପାଇଁ ନିଆଯାଇଥିବା ପଦକ୍ଷେପ ଗୁଡିକର ପ୍ରଶଂସା କରି ଶ୍ରୀ ସିଦ୍ଧାର୍ଥ ପାଇ ପ୍ରଧାନମନ୍ତ୍ରୀଙ୍କୁ ‘ଷ୍ଟାର୍ଟଅପ୍ ପ୍ରଧାନମନ୍ତ୍ରୀ’ ଭାବରେ ସମ୍ବୋଧନ କରିଥିଲେ ।

ଭେଂଚର କ୍ୟାପିଟାଲ୍ ଏବଂ ପ୍ରାଇଭେଟ୍ ଫଣ୍ଡ ପ୍ରତିନିଧିମାନେ ମଧ୍ୟ ଦେଶର ଉଦ୍ୟୋଗୀ ସାମର୍ଥ୍ୟ ସମ୍ବନ୍ଧରେ ଏବଂ ଏହା କିପରି କାର୍ଯ୍ୟକାରୀ କରାଯାଇପାରିବ, ଯାହା ଫଳରେ ଆମର ଷ୍ଟାର୍ଟ୍‌ଅପ୍ ଗୁଡିକ ବିଶ୍ୱସ୍ତରୀୟ ପରିମାପକ ହାସଲ କରିପାରିବେ ତାହା ଆଲୋଚନା କରିଥିଲେ । ଶ୍ରୀ ପ୍ରଶାନ୍ତ ପ୍ରକାଶ କୃଷି ସମ୍ବନ୍ଧିତ ଷ୍ଟାର୍ଟଅପ୍ ଗୁଡିକରେ ରହିଥିବା ସୁଯୋଗ ଗୁଡିକ ଉପରେ ଆଲୋକପାତ କରିଥିଲେ । ଶ୍ରୀ ରାଜନ୍ ଆନନ୍ଦନ୍ ପ୍ରଯୁକ୍ତି ବିଦ୍ୟାକୁ କାର୍ଯ୍ୟରେ ଲଗାଇ ଭାରତକୁ ଶିକ୍ଷାର ବିଶ୍ୱସ୍ତରୀୟ କେନ୍ଦ୍ର ଭାବେ ପରିଣତ କରିବା ଦିଗରେ କାର୍ଯ୍ୟ କରିବାର ପରାମର୍ଶ ଦେଇଥିଲେ ।  ଶ୍ର ଶାନ୍ତନୁ ନଳବାଡି ବିଗତ ସାତ ବର୍ଷ ମଧ୍ୟରେ ଦେଶରେ ହାତକୁ ନିଆଯାଇଥିବା କାର୍ଯ୍ୟକ୍ରମ ଗୁଡିକର ପ୍ରଶଂସା କରିଥିଲେ, ବିଶେଷ କରି  ଇନ୍‌ସଲଭେନ୍ସି ଆଣ୍ଡ ବ୍ୟାଙ୍କରପ୍ସି କୋର୍ଡ (ଆଇବିସି)କୁ ପ୍ରତିଷ୍ଠା କରିବା ପାଇଁ ନିଆଯାଇଥିବା ପଦକ୍ଷେପ ଗୁଡିକର ପ୍ରଶଂସା କରିଥିଲେ । ଶ୍ରୀ ଅମିତ୍ ଡାଲମିୟାଁ କହିଥିଲେ ଯେ, ବିଶ୍ୱ ସ୍ତରରେ ଭାରତ ହେଉଛି ବ୍ଲାକ୍‌ଷ୍ଟୋନ୍ (ପାଣ୍ଠି) ପାଇଁ ସର୍ବୋକୃଷ୍ଟ କାର୍ଯ୍ୟସମ୍ପାଦନକାରୀ ଦେଶଗୁଡିକ ମଧ୍ୟରେ ଅନ୍ୟତମ । ଶ୍ରୀ ବିପୁଲ୍ ରୁଙ୍ଗଟା ସରକାରଙ୍କ ଦ୍ୱାରା ବାସଗଗୃହ କ୍ଷେତ୍ର, ବିଶେଷ କରି ସୁଲଭ ବାସଗୃହ ବର୍ଗରେ ନୀତିଗତ ପଦକ୍ଷେପ ଗୁଡିକର ପ୍ରଶଂସା କରିଥିଲେ । ପ୍ରତିନିଧିମାନେ ମଧ୍ୟ ଶକ୍ତି କ୍ଷେତ୍ରରେ ପରିବର୍ତନକୁ ଅନ୍ତର୍ଭୁକ୍ତ କରୁଥିବା ପ୍ରତିବଦ୍ଧତାକୁ ଅନ୍ତର୍ଭୁକ୍ତ କରି ଭାରତର ଦୃଷ୍ଟାନ୍ତମୂଳକ ଜଳବାୟୁ ପ୍ରତିବଦ୍ଧତା ଯୋଗୁଁ ସୃଷ୍ଟି ହେଉଥିବା ସୁଯୋଗ ଗୁଡିକ ସମ୍ପର୍କରେ ଆଲୋଚନା କରିଥଲେ । ସେମାନେ ମଧ୍ୟ ଫିନ୍‌ଟେକ୍ ଏବଂ ଫାଇନାନ୍‌ସିଆଲ୍ ମ୍ୟାନେଜମେଂଟ,  ସଫ୍ଟୱେର ଆଜ୍ ଏ ସର୍ଭିସ୍ (ସାସ୍ ) ଇତ୍ୟାଦି  କ୍ଷେତ୍ର ଗୁଡିକ ବିଷୟରେ ସୁଚିନ୍ତିତ ପରାମର୍ଶ ପ୍ରଦାନ କରିଥିଲେ । ସେମାନେ ମଧ୍ୟ ଭାରତକୁ ଏକ ପାଂଚ ଟ୍ରିଲିୟନ୍ ଅର୍ଥନୀତିରେ ପରିଣତ କରିବା ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣକୁ ପ୍ରଶଂସା କରିଥିଲେ ।

ଏହି ଭାବ ବିନିମୟ କାର୍ଯ୍ୟକ୍ରମରେ ଆକ୍ସେଲ୍ ତରଫରୁ ଶ୍ରୀ ପ୍ରଶାନ୍ତ ପ୍ରକାଶ, ସିକୁଓଆରୁ ରାଜନ୍ ଆନ୍ଦନନ୍‌, ଟିଭିଏସ୍ କ୍ୟାପିଟାଲ୍ସରୁ ଶ୍ରୀ ଗୋପାଳ ଶ୍ରୀନିବାସନ୍‌, ମଲ୍ଟିପଲ୍ସରୁ ସୁଶ୍ରୀ ରେଣୁକା ରାମନାଥ, ସଫ୍ଟବ୍ୟାଙ୍କରୁ ଶ୍ରୀ ମନୀଷ ବର୍ମା, ଜେନେରାଲ୍ ଆଟଲାଂଟିକ୍‌ରୁ ଶ୍ରୀ ସନ୍ଦୀପ ନାୟକ, କେଦାରା କ୍ୟାପିଟାଲ୍‌ରୁ ଶୀ ମନୀଷ କେଜରୀୱାଲ୍ , କ୍ରିଷ୍‌ରୁ ଶ୍ରୀ ଆସ୍‌ଲେ ମେଂଜିସ୍‌, କୋଟାକ୍ ଅଲଟରନେଟ୍ ଆସେଟ୍‌ରୁ ଶ୍ରୀ ଶ୍ରୀନି ଶ୍ରୀନିବାସନ୍‌, ଇଣ୍ଡିଆ ରିସର୍ଜେଂଟରୁ ଶ୍ରୀ ଶାନ୍ତନୁ ନଳବାଡି, ୩ୱାନ୍‌୪ରୁ ଶ୍ରୀ ସିଦ୍ଧାର୍ଥ ପାଇ, ଆବିଷ୍କାରରୁ ଶ୍ରୀ ବିନୀତ ରାୟ, ଆଡଭେଂଟରୁ ସୁଶ୍ରୀ ଶ୍ୱେତା ଜଲାନ୍‌, ବ୍ଲାକ୍‌ଷ୍ଟୋନ୍‌ରୁ ଶ୍ରୀ ଅମିତ୍ ଡାଲମିୟାଁ, ଏଚ୍‌ଡିଏଫ୍‌ସିରୁ ଶ୍ରୀ ବିପୁଳ ରୁଙ୍ଗଟା, ବ୍ରୁକ୍‌ଫିଲ୍ଡରୁ ଶ୍ରୀ ଅଙ୍କୁର ଗୁପ୍ତା, ଏଲିଭେସନ୍‌ରୁ ଶ୍ରୀ ମୁକୁଲ ଆରୋରା, ପ୍ରୋସସ୍‌ରୁ ଶ୍ରୀ ସେହରାଜ ସିଂହ, ଗଜ କ୍ୟାପିଟାଲ୍‌ରୁ ଶ୍ରୀ ରଣଜିତ୍ ଶାହା, ୟୋରନେଷ୍ଟର ଶ୍ରୀ ସୁନିଲ୍ ଗୋୟଲ୍ ଏବଂ ଏନ୍‌ଆଇଆଇଏଫ୍‌ରୁ ଶ୍ରୀ ପଦ୍ମନାଭ ସିହ୍ନା ପ୍ରମୁଖ ଯୋଗ ଦେଇଥିଲେ । କେନ୍ଦ୍ର ଅର୍ଥମନ୍ତ୍ରୀ, କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀ ଏବଂ ଅର୍ଥ ମନ୍ତ୍ରଣାଳୟର କର୍ମକର୍ତାମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India among Asia's fastest-growing green economies with $110 billion revenue in 2025: LSEG

Media Coverage

India among Asia's fastest-growing green economies with $110 billion revenue in 2025: LSEG
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Abelardo de la Espriella on his victory in the Colombian presidential elections
June 26, 2026

Prime Minister Shri Narendra Modi congratulated Abelardo de la Espriella on his victory in the Colombian presidential elections.

The Prime Minister noted that India deeply values its close friendship with Colombia which continues to grow in all areas. “I convey my best wishes for a successful tenure and look forward to working together to further deepen our bilateral relations in the years ahead”, Shri Modi added.

Shri Modi posted on X;

Heartiest congratulations, Abelardo de la Espriella, on your victory in the Colombian presidential elections.

India values its close friendship with Colombia which continues to grow in all areas. I convey my best wishes for a successful tenure and look forward to working together to further deepen our bilateral relations in the years ahead.

@ABDELAESPRIELLA