ଆସନ୍ତା ସେପ୍ଟେମ୍ବର ମାସଟିକୁ ପୋଷଣ ମାସଭାବେ ପାଳନ କରାଯିବ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (30.08.2020) ତାଙ୍କର ମନ୍‌କୀ ବାତ୍‌ ରେଡିଓ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେବା ଅବସରରେ ଏହା କହିଛନ୍ତି । ଉଭୟ ରାଷ୍ଟ୍ର ଓ ପୁଷ୍ଟିସାଧନ ଅତି ନିବିଡଭାବେ ଜଡିତ । ତେଣୁ ପୁଷ୍ଟିସାଧନକୁ ଗୁରୁତ୍ୱ ଦେଇ ଗଣସଚେତନତା ସୃଷ୍ଟି ପାଇଁ ଏହି ମାସରେ ଉଦ୍ୟମ କରାଯିବ । ‘ଯଥା ଅନ୍ନମ୍‌ ତଥା ମନ୍ନମ୍‌’ ଉକ୍ତି ଉଦ୍ଧାର କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମାନସିକ ଏବଂ ବୌଦ୍ଧିକ ବିକାଶ ଆମେ ଗ୍ରହଣ କରୁଥିବା ଖାଦ୍ୟର ମାନ ଉପରେ ସିଧାସଳଖ ନିର୍ଭର କରେ । ପିଲା ଓ ବିଦ୍ୟାର୍ଥୀଙ୍କ ପାଇଁ ପୁଷ୍ଟିସାଧନ ଓ ଯତ୍ନର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହାଦ୍ୱାରା ସେମାନେ ନିଜ ଦକ୍ଷତାର ସର୍ବାଧିକ ବିନିଯୋଗ କରିବାକୁ ସମର୍ଥ ହୋଇଥାନ୍ତି । ସେ କହିଛନ୍ତି ଶିଶୁମାନଙ୍କ ଉତ୍ତମ ପରିପୋଷଣ ପାଇଁ ମା’ ମଧ୍ୟ ଉପଯୁକ୍ତ ପୁଷ୍ଟିକର ଖାଦ୍ୟ ଓ ପରିବେଶର ସୁଯୋଗ ପାଇବା ଉଚିତ । ପୁଷ୍ଟିସାଧନର ଅର୍ଥ କେବଳ ଲୁଣ, ଭିଟାମିନ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଉପାଦାନ ଖାଇବାକୁ ବୁଝାଏ ନାହିଁ ; ଏହା ଏକ ବ୍ୟାପକ ବିଷୟ ବୋଲି ସେ ଉଲ୍ଲେଖ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଗତ କେତେବର୍ଷ ଧରି ଭାରତର ଗ୍ରାମାଞ୍ଚଳରେ ପୁଷ୍ଟିସାଧନକୁ ବିଶେଷ ଗୁରୁତ୍ୱ ଦିଆଯାଉଛି । ବିଶେଷକରି ଗ୍ରାମାଞ୍ଚଳରେ ପୁଷ୍ଟିସାଧନ ସପ୍ତାହ ମାନ ପାଳନ କରାଯାଇ ଲୋକଙ୍କୁ ଏଥିରେ ସାମିଲ କରାଯାଉଛି । ଏବେ ଯେଉଁ ପୁଷ୍ଟିସାଧନ ମାସ ପାଳନ କରାଯିବ ତାହାକୁ ଏକ ମାସିକିଆ କାର୍ଯ୍ୟକ୍ରମରେ ପରିଣତ କରାଯାଇ ଲୋକଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବ । ପୁଷ୍ଟିସାଧନକୁ ଏକ ଗଣଅଭିଯାନରେ ପରିଣତ କରିବା ଏହାର ଲକ୍ଷ୍ୟ । ସେ କହିଛନ୍ତି ଯେ ଏହି ଗଣଆନ୍ଦୋଳନରେ ସ୍କୁଲ ସମୂହକୁ ଯୋଡା ଯାଇଛି । ପୁଷ୍ଟିସାଧନ ସଚେତନତା ବଢାଇବା ପାଇଁ ପିଲାମାନଙ୍କ ମଧ୍ୟରେ ପ୍ରତିଯୋଗିତା ନିଶ୍ଚିତ କରିବାର ବ୍ୟବସ୍ଥା ହୋଇଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରତ୍ୟେକ ଶ୍ରେଣୀରେ ଯେପରି ଜଣେ ବର୍ଗମନ୍ତ୍ରୀ ବା ମନିଟର ଥାଆନ୍ତି, ସେହି ଢାଞ୍ଚାରେ ଏଣିକି ପ୍ରତି ଶ୍ରେଣୀରେ ପୁଷ୍ଟିସାଧନ ତଦାରଖକାରୀ ବା ନିଉଟ୍ରେସନ ମନିଟର ରହିବା ଉଚିତ । ସେହିଭଳି ଏକ ରିପୋର୍ଟ କାର୍ଡ ଭଳି ନିଉଟ୍ରେସନ କାର୍ଡ ମଧ୍ୟ ପ୍ରବର୍ତ୍ତନ କରାଯିବା ଆବଶ୍ୟକ । ଆସନ୍ତା ପୁଷ୍ଟିସାଧନ ମାସରେ ‘ମାଏ ଗଭ୍‌ ପୋର୍ଟାଲ’ରେ ପୁଷ୍ଟିସାଧନ ଉପରେ କୁଇଜ ପ୍ରତିଯୋଗିତା ଆୟୋଜିତ ହେବ । ଏଥିରେ ଭାଗ ନେବାକୁ ଶ୍ରୋତାମାନଙ୍କୁ ସେ ପରାମର୍ଶ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ଆହୁରି ସୂଚନା ଦେଇଛନ୍ତି ଯେ ଷ୍ଟାଚ୍ୟୁ ଅଫ୍‌ ୟୁନିଟ ନିକଟରେ ଏକ ଅନୁପମ ପୁଷ୍ଟିସାଧନ ପାର୍କ ସୃଷ୍ଟି କରାଯାଇଛି । ସେଠାରେ ପୁଷ୍ଟିସାଧନ ସଂକ୍ରାନ୍ତ ଶିକ୍ଷା ଏବଂ ଅନ୍ୟାନ୍ୟ ମଜାଳିଆ କାର୍ଯ୍ୟକ୍ରମ ତଥା ମନୋରଞ୍ଜନର ସୁବିଧା ମିଳିପାରିବ । ଭାରତରେ ବ୍ୟାପକଭାବେ ଖାଦ୍ୟ ଓ ପାନୀୟର ବିବିଧତା ପରିଲକ୍ଷିତ ହୁଏ । ଏହାର ଗୁରୁତ୍ୱକୁ ଉଲ୍ଲେଖ କରି ସେ କହିଛନ୍ତି ଯେ ପ୍ରତ୍ୟେକ ଅଞ୍ଚଳରେ ଋତୁ ଅନୁସାରେ ଏକ ସୁଷମ ପୁଷ୍ଟିକର ଖାଦ୍ୟ ତାଲିକା ବା ଡାଏଟ ଚାର୍ଟ ତିଆରି କରି ସେଥିରେ ସ୍ଥାନୀୟ ଖାଦ୍ୟ, ଫଳମୂଳ ଓ ପନିପରିବାକୁ ଅନ୍ତର୍ଭୁକ୍ତ କରିବାକୁ ସେ ପରାମର୍ଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶରେ ଭାରତୀୟ କୃଷି ଫଣ୍ଡ ସୃଷ୍ଟି କରାଯାଉଛି । ଏଥିରେ ଦେଶର ପ୍ରତ୍ୟେକ ଜିଲାରେ ଉତ୍ପାଦିତ ହେଉଥିବା ଫସଲ ଓ ତାହାର ପୌଷ୍ଟିକତା ସଂପର୍କରେ ତଥ୍ୟ ରହିବ । ଶ୍ରୋତାମାନେ ଆସନ୍ତା ପୁଷ୍ଟିସାଧନ ମାସରେ ପୁଷ୍ଟିକର ଖାଦ୍ୟ ଖାଇବା ସହିତ ସୁସ୍ଥ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Railways to operate over 300 special trains for Jagannath Rath Yatra, 100 for Onam: Ashwini Vaishnaw

Media Coverage

Railways to operate over 300 special trains for Jagannath Rath Yatra, 100 for Onam: Ashwini Vaishnaw
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 7, 2026
July 07, 2026

PM Modi Elevating India’s Global Standing Through Diplomacy and Development