PM hails article by ASEAN Chair Singapore’s PM, Mr. Lee Hsien Loong

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସିଆନ ଅଧ୍ୟକ୍ଷ ତଥା ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଲି ସିଏନ୍ ଲୁଙ୍ଗଙ୍କ ଲେଖାର ପ୍ରଶଂସା କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ଆସିଆନର ଅଧ୍ୟକ୍ଷ ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଶ୍ରୀମାନ ଲି ସିଏନ୍ ଲୁଙ୍ଗ୍ ଏକ ସୁନ୍ଦର ଲେଖା ଲେଖିଛନ୍ତି । ଏହି ଲେଖାରେ ବହୁତ ସୁନ୍ଦର ଭାବେ ସେ ଭାରତ-ଆସିଆନ ସମ୍ବନ୍ଧରେ ସାମୁଦ୍ରିକ ଇତିହାସ, ସୁଦୃଢ଼ ସହଯୋଗ ଓ ପ୍ରତିଶ୍ରୁତିର ଭବିଷ୍ୟତକୁ ବର୍ଣ୍ଣନା କରିଛନ୍ତି ।

ଭାରତ ଗସ୍ତରେ ଆସିଥିବା ସିଙ୍ଗାପୁର ପ୍ରଧାନମନ୍ତ୍ରୀ ମିଷ୍ଟର ଲି ସିଏନ୍ ଲୁଙ୍ଗ୍ ଆଜି ଦି ଟାଇମ୍ସ ଅଫ୍ ଇଣ୍ଡିଆର ସମ୍ପାଦକୀୟ ପୃଷ୍ଠାରେ ପ୍ରକାଶିତ ସହସ୍ରାବ୍ଦୀ ଭାଗିଦାରୀର ପୁନରୁଦ୍ଧାର : ଆସିଆନ ସହ ଭାରତର ଘନିଷ୍ଠତାରେ ସିଙ୍ଗାପୁର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ଶୀର୍ଷକ ଲେଖାରେ ଲେଖିଛନ୍ତି କି ଭାରତ ଓ ଆସିଆନ ମଧ୍ୟରେ ଯୁଗଯୁଗ ଧରି ପୁରୁଣା ବ୍ୟବସାୟ, ବାଣିଜ୍ୟ ଓ ସାଂସ୍କୃତିକ ସମ୍ବନ୍ଧ ପାରସ୍ପରିକ ସମ୍ପର୍କକୁ ସୁଦୃଢ଼ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ।

ସେ ଲେଖିଛନ୍ତି ଯେ, ଆମେ ଆସିଆନ-ଭାରତ ସମ୍ବନ୍ଧର 25ବର୍ଷର ଉତ୍ସବ ପାଳନ କରୁଥିବାବେଳେ ଦକ୍ଷିଣ ପୂର୍ବ ଏସିଆ ସହ ଭାରତର ସମ୍ବନ୍ଧ 2000ବର୍ଷରୁ ମଧ୍ୟ ଅଧିକ ପୁରୁଣା । ଭାରତ ଓ କାମ୍ବୋଡ଼ିଆ, ମାଲେସିଆ ଓ ଥାଇଲାଣ୍ଡ ଭଳି ରାଷ୍ଟ୍ର ମଧ୍ୟରେ ପ୍ରାଚୀନ କାରବାରର ପୁରା ଦସ୍ତାବିଜ୍ ରହିଛି । ଦକ୍ଷିଣ ପୂର୍ବ ଏସିଆର ସଂସ୍କୃତି, ପରମ୍ପରା ଓ ଭାଷା ଉପରେ ଏହି ପ୍ରାରମ୍ଭିକ ସମ୍ପର୍କର ପୁରା ପ୍ରଭାବ ପଡ଼ିଛି । ଆମେ କାମ୍ବୋଡ଼ିଆରେ ସିଏମ୍ ରିପ୍ ନିକଟରେ ଅଙ୍କୁର ମନ୍ଦିର ପରିସର, ଇଣ୍ଡୋନେସିଆରେ ୟୋଗ୍ୟକର୍ତ୍ତା ନିକଟରେ ବୋରୋବୁଦୁର ଏବଂ ପ୍ରମ୍ବଣନ ମନ୍ଦିର ଓ ମାଲେସିଆର କେଦାହରେ ପ୍ରାଚୀନ କେଣ୍ଡିସ୍ ମନ୍ଦିର ଭଳି ଐତିହାସିକ ସ୍ଥଳୀରେ ଭାରତୀୟ ହିନ୍ଦୁ-ବୌଦ୍ଧ ପ୍ରଭାବ ଦେଖିବାକୁ ପାଇଥାଉ । ରାମାୟଣ ଇଣ୍ଡୋନେସିଆ, ମିଆଁମାର, ଥାଇଲାଣ୍ଡ ଭଳି ଦକ୍ଷିଣ-ପୂର୍ବ ଏସିଆର ଅନେକ ସଂସ୍କୃତି ସହ ଜଡ଼ିତ ଅଛି । ସିଙ୍ଗାପୁରର ମାଳୟ ନାଁ ହେଉଛି ସିଙ୍ଗାପୁରା ଯାହା ସଂସ୍କୃତରେ ଲେଖାଯାଇଛି ତଥା ଏହାର ଅର୍ଥ ହେଉଛି ‘ସିଂହର ସହର’ ।

ପ୍ରଧାନମନ୍ତ୍ରୀ ଲୁଙ୍ଗ୍ ଲେଖିଛନ୍ତି କି ସିଙ୍ଗାପୁର ସର୍ବଦା ଆସିଆନ ସମୁଦାୟରେ ଭାରତର ସାମିଲ ହେବା ସପକ୍ଷରେ ଯୁକ୍ତି ବାଢ଼ିଛି । ଭାରତ 1992ମସିହାରେ ଆସିଆନ କ୍ଷେତ୍ରୀୟ ବାର୍ତ୍ତାଳାପରେ ଭାଗିଦାରୀ ହେଲା । 1995 ମସିହାରେ ଏକ ପୂର୍ଣ୍ଣକାଳୀନ ବାର୍ତ୍ତାଳାପ ଭାଗିଦାରୀ ହେଲା ଓ 2005 ମସିହାରୁ ପୂର୍ବ ଏସିଆ ସମ୍ମିଳନୀ(ଇଏଏସ୍)ରେ ଭାଗ ନେବା ଆରମ୍ଭ କଲା । ଇଏଏସ୍ ଏକ ଉନ୍ମୁକ୍ତ, ସାମଗ୍ରିକ ଓ ସୁଦୃଢ଼ ଆଂଚଳିକ କ୍ଷେତ୍ରୀୟ ସ୍ଥାପତ୍ୟର ଏକ ପ୍ରମୁଖ କାରକ ଏବଂ କ୍ଷେତ୍ରର ରଣନୀତିକ ନେତାଙ୍କର ନେତୃତ୍ୱ ନେଉଥିବା ମୁଖ୍ୟ ଫୋରମ୍  ମଧ୍ୟ ।

ସେ ଆହୁରି ମଧ୍ୟ କହିଥିଲେ ଯେ, ଆସିଆନ-ଭାରତ ସମ୍ବନ୍ଧ 2012 ମସିହାରେ ଆସିଆନ-ଭାରତ ସମ୍ବନ୍ଧର 20ତମ ବାର୍ଷିକୀରେ ଏକ ରଣନୀତିକ ଭାଗିଦାରୀରେ ପରିବର୍ତ୍ତନ ହୋଇଥିଲା । ଏବେ ଆସିଆନ ଓ ଭାରତ, ଆସିଆନର ରାଜନୀତିକ ସୁରକ୍ଷା, ଆର୍ଥିକ ଓ ସାମାଜିକ-ସାଂସ୍କୃତିକ ସ୍ତମ୍ଭରେ ବହୁମୁଖୀ ସହଯୋଗର ଲାଭ ଉଠାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଏକ୍ଟ ଇଷ୍ଟ’ ନୀତି ଏବଂ ଆସିଆନ ସହ ସମ୍ବନ୍ଧକୁ ସୁଦୃଢ଼ କରିବା ପାଇଁ 3-ସି(କମର୍ସ, କନେକ୍ଟିଭିଟି, କଲ୍ଚର) ଆମର ବ୍ୟାପକ ସହଯୋଗର ଜ୍ୱଳନ୍ତ ଉଦାହରଣ ।  ଆମ ପାଖରେ ଗୋଟିଏ ବାର୍ଷିକ ନେତୃମଣ୍ଡଳୀ ଶିଖର ବୈଠକ ଓ 7ଟି ମନ୍ତ୍ରିସ୍ତରୀୟ ବାର୍ତ୍ତାଳାପ ସମେତ ପ୍ରାୟ 30ଟି ମଂଚ ରହିଛି । ଭାରତ ସକ୍ରିୟତାପୂର୍ବକ ଆସିଆନ କ୍ଷେତ୍ରୀୟ ଫୋରମ୍, ଆସିଆନ ରକ୍ଷା ମନ୍ତ୍ରୀମାନଙ୍କ ମିଟିଂ ପ୍ଲସ୍ ଏବଂ ପୂର୍ବ ଏସିଆ ଶିଖର ସମେତ ଆସିଆନ ନେତୃତ୍ୱ ନେଉଥିବା ପ୍ଲାଟଫର୍ମରେ ଭାଗ ନେଇଛି ।

ବ୍ୟବସାୟ ଓ ବାଣିଜ୍ୟ ସମ୍ପର୍କ ଉପରେ ଆଲୋଚନା କରି ସେ ଲେଖିଛନ୍ତି ଆସିଆନ-ଭାରତ ମୁକ୍ତ ବାଣିଜ୍ୟ କ୍ଷେତ୍ର(ଏଆଇଏଫ୍ଟିଏ) ସହ ଆସିଆନ-ଭାରତ ବ୍ୟବସାୟ 1993 ର 2.9 ବିଲିୟନ ଡଲାର ତୁଳନାରେ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇ 2016 ମସିହାରେ 58.4 ବିଲିୟନ ଡଲାରରେ ପହଂଚି ଯାଇଛି । ସାମାଜିକ -ସାଂସ୍କୃତିକ କ୍ଷେତ୍ରରେ, ଆସିଆନ-ଭାରତ ଛାତ୍ର ବିନିମୟ କାର୍ଯ୍ୟକ୍ରମ ଓ ବାର୍ଷିକ ଦିଲ୍ଲୀ ବାର୍ତ୍ତାଳାପ ଭଳି କାର୍ଯ୍ୟକ୍ରମ ଲୋକଙ୍କ ମଧ୍ୟରେ ପାରସ୍ପରିକ ସମ୍ବନ୍ଧକୁ ଅଧିକ ସୁଦୃଢ଼ କରାଉଛି । ଏହି ମଂଚ ମାଧ୍ୟମରେ ଆମର ଯୁବ, ଶିକ୍ଷାବିତ୍ ଓ ଉଦ୍ୟୋଗପତି ପରସ୍ପରକୁ ଭେଟୁଛନ୍ତି, ପରସ୍ପରଠାରୁ ଶିଖୁଛନ୍ତି ତଥା ସର୍ମ୍ପକକୁ ପ୍ରଗାଢ଼ କରୁଛନ୍ତି ।

ଆସିଆନ-ଭାରତ ସମ୍ପର୍କର ରଜତ ଜୟନ୍ତୀ ସମାରୋହ ଅବସରରେ ଉଭୟ ପକ୍ଷ ଅନେକ ସ୍ମରଣୀୟ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ନିକଟରେ ସିଙ୍ଗାପୁରରେ ଆୟୋଜିତ ପ୍ରବାସୀ ଭାରତୀୟ ଦିବସରେ ଭାରତୀୟ ସମୁଦାୟର ଯୋଗଦାନର ସ୍ୱୀକୃତି ପ୍ରଦାନ କରାଯାଇଥିଲା ।  ଆଜିର ଆସିଆନ-ଭାରତ ସ୍ମାରକ ଶିଖର ବୈଠକ ଏହି ସମାରୋହଗୁଡ଼ିକର ପରିଣାମ । ଆସିଆନର ସମସ୍ତ ନେତାମାନଙ୍କ ପାଇଁ ଏହି ଅବସରରେ ନୂଆଦିଲ୍ଲୀରେ ଉପସ୍ଥିତ ହେବା ଆମ ସମସ୍ତଙ୍କ ପାଇଁ ସମ୍ମାନର କଥା । ଆସିଆନର ନେତାମାନଙ୍କୁ ମଧ୍ୟ ଆସନ୍ତାକାଲି 69ତମ ଗଣତନ୍ତ୍ର ଦିବସ ପରେଡ୍ ଅବସରରେ ମୁଖ୍ୟ ଅତିଥି ଭାବେ ଆମନ୍ତ୍ରଣ କରାଯିବାରେ ଆମେ ଅତ୍ୟନ୍ତ ଗୌରବାନ୍ୱିତ ମନେ କରୁଛୁ ।

ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ ବିଶ୍ୱସ୍ତରରେ ବଡ଼ ଘଟଣାକ୍ରମ ରଣନୀତିକ ଦୃଷ୍ଟିକୋଣକୁ ନୂଆ ଆକାର ଦେଉଛି ଯାହା ଚାଲେଞ୍ଜ ଓ ସୁଯୋଗ ଉଭୟ ପ୍ରଦାନ କରୁଛି । ରଣନୀତିକ ସନ୍ତୁଳନ ପରିବର୍ତ୍ତନ ହେଉଛି । ଦେଶର ଅନେକ ଭାଗରେ ଜନସଂଖ୍ୟାଗତ, ସାଂସ୍କୃତିକ ଓ ରାଜନୀତିକ ପରିବର୍ତ୍ତନ ହେଉଛି । ଜଗତୀକରଣ ଓ ମୁକ୍ତ ବ୍ୟାପାର ଉପରେ ସର୍ବସମ୍ମତି ସମାପ୍ତ ହେଉଛି, କିନ୍ତୁ ଏସିଆର କାହାଣୀ କ୍ରମାଗତ ସକାରାତ୍ମକ ପାଲଟିଛି । ଆମକୁ ଆର୍ଥିକ ସମାବେଶକୁ ଆଗେଇ ନେବାର ଆବଶ୍ୟକତା ରହିଛି । ଆମେ ଆତଙ୍କବାଦ, ସାଇବର ଅପରାଧ ଓ ଜଳବାୟୁ ପରିବର୍ତ୍ତନ ସମେତ ବିକଶିତ ଆନ୍ତଃ ସୀମା ଚ୍ୟାଲେଞ୍ଜର ମୁକାବିଲା ପ୍ରତି ଦୃଢ଼ ହେବା ଉଚିତ୍ ।

ସିଙ୍ଗାପୁର ପ୍ରଧାନମନ୍ତ୍ରୀଙ୍କ ଅନୁସାରେ, ଏହା ଭୂ-ରାଜନୀତିକ ଅନିଶ୍ଚିତତା ଭାରତ ଭଳି ମୁଖ୍ୟ ଭାଗିଦାରୀ ସହ ଆସିଆନର ସହଯୋଗକୁ ନୂଆ ପ୍ରେରଣା ଯୋଗାଉଛି । ଆସିଆନ ଓ ଭାରତ   ଶାନ୍ତି ଓ ସୁରକ୍ଷା କ୍ଷେତ୍ରରେ ସମାନ ମିଳିତ ସ୍ୱାର୍ଥରେ ଭାଗିଦାର ହୋଇଛନ୍ତି ଓ ଏହାର ଏକ ଉନ୍ମୁକ୍ତ, ସନ୍ତୁଳିତ ଓ ସାମଗ୍ରିକ କ୍ଷେତ୍ରୀୟ ଢାଂଚା ମଧ୍ୟ ରହିଛି । ଭାରତ ହିନ୍ଦ ମହାସାଗରରୁ ନେଇ ପ୍ରଶାନ୍ତ ମହାସାଗର ପର୍ଯ୍ୟନ୍ତ ବଡ଼ ସମୁଦ୍ର ମାର୍ଗରେ ରଣନୀତିକ ଭାବେ ଅବସ୍ଥିତ ଅଛି । ଏହି ସମୁଦ୍ର ମାର୍ଗ ଆସିଆନର କେତେକ ସଦସ୍ୟ ରାଷ୍ଟ୍ର ପାଇଁ ମହତ୍ୱପୂର୍ଣ୍ଣ ବ୍ୟବସାୟର ମାର୍ଗ ମଧ୍ୟ । ଉଭୟ ପକ୍ଷ ବ୍ୟାପାରର ଏହି ମହତ୍ୱପୂର୍ଣ୍ଣ ସାମୁଦ୍ରିକ ବାହିକାକୁ ସଂରକ୍ଷିତ ରଖିବାରେ ମିଳିତ ଆଗ୍ରହ ମଧ୍ୟ ରଖୁଛନ୍ତି ।

ଶ୍ରୀମାନ ଲି ସିଏନ୍ ଲୁଙ୍ଗ୍ ଆସିଆନ ଓ ଭାରତର 1.8 ବିଲିୟନର ମିଳିତ ଜନସଂଖ୍ୟାର ମହତ୍ୱ ଓ ଶକ୍ତିକୁ ରେଖାଙ୍କିତ କରିଛନ୍ତି ଯାହା ବିଶ୍ୱର ମୋଟ ଜନଂସଖ୍ୟାର ଏକ ଚତୁର୍ଥାଂଶ । ଉଭୟର ମିଳିତ ଜିଡିପି 4.5 ଟି୍ରଲିୟନରୁ ଅଧିକ । ଏହି ଅନୁସାରେ 2025 ସୁଦ୍ଧା ଭାରତର ଖାଉଟି ବଜାର ବିଶ୍ୱରେ ପଞ୍ଚମ ସର୍ବବୃହତ ବଡ଼ ବଜାର ହେବାର ଆଶା କରାଯାଉଛି । ସେହିପରି ଦକ୍ଷିଣ ପୂର୍ବ ଏସିଆରେ ମଧ୍ୟବିତ ପରିବାରର ସଂଖ୍ୟା ଦ୍ୱିଗୁଣ ହୋଇ 163ନିୟୁତରେ ପହଂଚିଯିବ । ଉଭୟ କ୍ଷେତ୍ର ଯୁବ ଜନସଂଖ୍ୟାର ଫାଇଦାକୁ ଅନୁଭବ କରୁଛନ୍ତି । ଆସିଆନ ଜନସଂଖ୍ୟାର 60 ପ୍ରତିଶତ 35ବର୍ଷରୁ କମ୍ ବୟସର ହୋଇଥିବାବେଳେ ଭାରତ 2020 ସୁଦ୍ଧା 29ବର୍ଷର ହାରାହାରି ବୟସର ବିଶ୍ୱର ସବୁଠୁ ଯୁବ ରାଷ୍ଟ୍ର ପାଲଟିବାର ଅନୁମାନ କରାଯାଉଛି । ଆସିଆନ ଓ ଭାରତରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଇଂଟରନେଟ୍ ଉପଯୋଗର ଆଧାର ମଧ୍ୟ ଅଛି ଯାହା ଡିଜିଟାଲ ଅର୍ଥବ୍ୟବସ୍ଥାକୁ ବୃଦ୍ଧିରେ ଆମର ସହାୟତା କରିବ । ଏହି ପୃଷ୍ଠଭୂମିରେ ଭାରତ-ଆସିଆନ ସମ୍ପର୍କ ଏବେ ଆହୁରି ବୃଦ୍ଧି ପାଇବାର ଆଶା ରହିଛି । 2016 ମସିହାରେ ଆସିଆନର ବିଦେଶ ବ୍ୟାପାରରେ ଭାରତର ଭାଗିଦାରୀ ମାତ୍ର 2.6 ପ୍ରତିଶତ ଥିଲା ।

ପ୍ରଧାନମନ୍ତ୍ରୀ ଲି ସିଏନ୍ ଲୁଙ୍ଗ୍ ପାରସ୍ପରିକ ସହଯୋଗ ପାଇଁ ଲାଭଦାୟକ ତିନୋଟି ପ୍ରତିବଦ୍ଧତାପୂର୍ଣ୍ଣ କ୍ଷେତ୍ରର ପରାମର୍ଶ ଦେଇଛନ୍ତି ।

ପ୍ରଥମ, ଆସିଆନ ଓ ଭାରତକୁ ବ୍ୟାପାର ଓ ନିବେଶକୁ ପ୍ରୋତ୍ସାହିତ କରିବା ପାଇଁ ନିଜର ଉଦ୍ୟମକୁ ଦ୍ୱିଗୁଣ କରିବା ଉଚିତ । ଆମେ ଏଆଇଏଫ୍ଟିଏ ସମେତ ନିଜର ବର୍ତ୍ତମାନର ମାର୍ଗକୁ ଯୁଗୋପଯୋଗୀ ଓ ପ୍ରାସଙ୍ଗିକ ରଖିବା ଉଚିତ । ଆମେ ଏବେ ଏଆଇଏଫ୍ଟିଏରୁ ଆଗକୁ ଯାଇ ଏକ ଉଚ୍ଚ ଗୁଣବତାପୂର୍ଣ୍ଣ ଆଂଚଳିକ ବ୍ୟାପକ ଆର୍ଥିକ ଭାଗିଦାରୀ(ଆରସିଇପି)ର ନିର୍ମାଣ କରିବା ନିମନ୍ତେ ଏକଜୁଟ ହୋଇ କାମ କରିବା ଉଚିତ । ଏଥିରେ ଏକ ସମନ୍ୱିତ ଏସୀୟ ବଜାରର ନିର୍ମାଣ ହେବ ଯେଉଁଥିରେ ବିଶ୍ୱର ପ୍ରାୟ ଅର୍ଦ୍ଧେକ ଜନସଂଖ୍ୟା ଓ ବିଶ୍ୱର ଜିଡିପିର ଏକ ତୃତୀୟାଂଶ ଜଡ଼ିତ ହେବ । ନିୟମ ଓ ନିୟନ୍ତ୍ରକକୁ ଯୁକ୍ତିସଙ୍ଗତ କରିବା ଦ୍ୱାରା ଉଭୟ ଦିଗରୁ ନିବେଶକୁ ପ୍ରୋତ୍ସାହନ ମିଳିବ । ଭାରତର ‘ଏକ୍ଟ ଇଷ୍ଟ’ର ନୀତିକୁ ପ୍ରୋତ୍ସାହନ ମିଳିବ ଓ ଏହି ଅଂଚଳରେ ‘ମେଡ୍ ଇନ୍ ଇଣ୍ଡିଆ’ ଆଧାରିତ ରପ୍ତାନୀ ସୁଗମ ହେବ ।

ଦ୍ୱିତୀୟ, ଆମର ଲୋକଙ୍କୁ ଉତ୍ତମ ଭୂମି, ବାୟୁ ଓ ସାମୁଦ୍ରିକ ସଂଯୋଗରେ ଅଧିକ ଲାଭ ହାସଲ ହେବ । ସେ ତ୍ରିସ୍ତରୀୟ ଭାରତ-ମିଆଁମାର-ଥାଇଲାଣ୍ଡ ରାଜମାର୍ଗର ସମ୍ପ୍ରସାରଣ ଓ ଆସିଆନ ସହ ଭିତ୍ତିଭୂମି ସଂଯୋଗକୁ ବୃଦ୍ଧି କରିବା ପାଇଁ ଭାରତର ଏକ ବିଲିୟନ ଡଲାରର ଋଣ ସହାୟତା ସମେତ ସଡ଼କ ଯୋଗାଯୋଗକୁ ସୁଦୃଢ଼ କରିବା ନିମନ୍ତେ ଭାରତର ପ୍ରୟାସକୁ ପ୍ରଂଶସା କରିଛନ୍ତି । ସେ କହିଛନ୍ତି ଯେ ଆସିଆନ, ଆସିଆନ-ଭାରତ ଆକାଶ ପରିବହନ ବୁଝାମଣାକୁ ଶୀଘ୍ର ସମ୍ପନ୍ନ କରିବା ସହ ଆମର ଫିଜିକାଲ୍ ଯୋଗାଯୋଗକୁ ପ୍ରୋତ୍ସାହନ କରିବା ପାଇଁ ଭାରତ ସହ ଘନିଷ୍ଠତାପୂର୍ବକ କାମ କରିବାର ଆଶା କରୁଛୁ । ଏହି କ୍ଷେତ୍ରରେ ଲୋକଙ୍କ ପ୍ରବାହରେ ବୃଦ୍ଧି ହେବ ତଥା ଭାରତୀୟ ଓ ଆସିଆନ ପରିବହନକୁ ନୂଆ ଏବଂ ବିକାଶଶୀଳ ବଜାର, ବିଶେଷକରି ବ୍ୟବସାୟ, ନିବେଶ ଓ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବାରେ ସହାୟତା ମିଳିବ ।

ଡିଜିଟାଲ ସଂଯୋଗ ହେଉଛି ସହଯୋଗର ଏକ ଅନ୍ୟ ମହତ୍ୱପୂର୍ଣ୍ଣ କ୍ଷେତ୍ର । ଏହା ଭବିଷ୍ୟତ ପାଇଁ ଲୋକଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କକୁ ଆକାର ଦେଇପାରିବ । ଉଦାହରଣସ୍ୱରୂପ ଭାରତର ଆଧାର ବ୍ୟବସ୍ଥା ଭାରତ-ଆସିଆନ ଫିଣ୍ଟେକ ପ୍ଲାଟଫର୍ମକୁ ସମନ୍ୱିତ କରିବା ଅବା ଇ-ପେମେଣ୍ଟ ପ୍ରଣାଳୀକୁ ସଂଯୋଗ କରିବା ନିମନ୍ତେ ଅନେକ ନୂଆ ସୁଯୋଗୁ ସୃଷ୍ଟି କରୁଛି ।

ଶ୍ରୀମାନ ଲି ସିଏନ୍ ଲୁଙ୍ଗ୍ କହିଛନ୍ତି ଯେ, ଭାରତ ଓ ଆସିଆନ କ୍ରମାଗତ ନୂଆ ସମନ୍ୱୟର ଆଶା କରୁଛନ୍ତି । ସିଙ୍ଗାପୁରର ଅଧ୍ୟକ୍ଷତାର ଉଦେ୍ଦଶ୍ୟ ହେଉଛି ଏକ ଆସିଆନ ସ୍ମାର୍ଟ ସିଟି ନେଟୱାର୍କର ବିକାଶ କରିବା ମଧ୍ୟ । ଆଉ ଏହି ମାମଲାରେ ସିଙ୍ଗାପୁର ଓ ଭାରତ ସ୍ୱାଭାବିକ ଭାଗିଦାର । ଭାରତରେ ଦ୍ରୁତ ଗତିରେ ସହରୀକରଣ ହେଉଛି ଓ ଏଥିରେ 100 ସ୍ମାର୍ଟ ସିଟିର ସ୍ଥାପନ କରିବାର ଲକ୍ଷ୍ୟ ରଖାଯାଇଛି । ସିଙ୍ଗାପୁରର ଏକ ସହରୀକୃତ ନଗର- ରାଜ୍ୟ ଅଟେ ଯାହା ଭାରତକୁ ନିଜର ଏହି ଯାତ୍ରାରେ ଭାଗିଦାରୀ ହେବା ତଥା ନିଜର ଅନୁଭବର ଆଧାରରେ ସହର ସମାଧାନ ବିକଶିତ କରିବାରେ ସହାୟତା ଯୋଗାଇ ଦେବାକୁ ପ୍ରସ୍ତୁତ ଅଛି । ଆନ୍ଧ୍ରପ୍ରଦେଶର ନୂଆ ରାଜଧାନୀ ଅମରାବତୀ ସହର ହେଉଛି ଏହାର ଏକ ଉଦାହରଣ ।

ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ନିଜର ସମ୍ପାଦକୀୟ ଲେଖାର ସମାପ୍ତି କରି କହିଛନ୍ତି ଯେ ଆସିଆନର ଅଧ୍ୟକ୍ଷ ଦେଶ ସିଙ୍ଗାପୁର, ଆସିଆନ-ଭାରତ ସମ୍ବନ୍ଧକୁ ସୁଦୃଢ଼ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ । ଯଦି ଉଭୟ ପକ୍ଷ ନିଜର ଐତିହାସିକ ଓ ସାଂସ୍କୃତିକ ସମ୍ବନ୍ଧର ଉପଯୋଗ ଆଜିର ଚାଲେଞ୍ଜର ମୁକାବିଲା ତଥା ଭବିଷ୍ୟତ ପାଇଁ ସେତୁ ସ୍ଥାପନ ପାଇଁ କରନ୍ତି ତା’ହେଲେ ଆମର ଯୁବ ଓ ଭବିଷ୍ୟତ ପିଢ଼ିକୁ ଏହାର ସର୍ବାଧିକ ଫାଇଦା ମିଳିବ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
With HPV vaccine rollout, AIIMS oncologist says it’s the beginning of the end for cervical cancer in India

Media Coverage

With HPV vaccine rollout, AIIMS oncologist says it’s the beginning of the end for cervical cancer in India
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Jammu and Kashmir team on their first-ever Ranji Trophy victory
February 28, 2026

The Prime Minister has congratulated the Jammu and Kashmir team for their first-ever Ranji Trophy win.

The Prime Minister stated that this historic triumph reflects the remarkable grit, discipline, and passion of the team. Highlighting that it is a proud moment for the people of Jammu and Kashmir, he noted that the victory underscores the growing sporting passion and talent in the region.

The Prime Minister expressed hope that this feat will inspire many young athletes to dream big and play more.

The Prime Minister shared on X post;

"Congratulations to the Jammu and Kashmir team for their first ever Ranji Trophy win! This historic triumph reflects remarkable grit, discipline and passion of the team. It is a proud moment for the people of Jammu and Kashmir and it highlights the growing sporting passion and talent there. May this feat inspire many young athletes to dream big and play more."