PM Modi extends New Year greetings to citizens across the Nation
People across India are celebrating the start of New Year. New Year greetings to everyone. May the year bring peace, joy & prosperity: PM

ଦେଶର ବିଭିନ୍ନ ସ୍ଥାନରେ ନୂତନ ସାମ୍ବତ୍ସରିକ ବର୍ଷର ଶୁଭାରମ୍ଭ ଏବଂ ଏହା ପାଳନ କରୁଥିବା ଅଞ୍ଚଳର ନାଗରିକମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି । କ୍ରମାଗତ ଟ୍ଵିଟ ଜରିଆରେ ପ୍ରଧାନମନ୍ତ୍ରୀ ଜନତାଙ୍କ ପାଇଁ ନବ ବର୍ଷ ଅନେକ ଖୁସି, ସମୃଦ୍ଧି ଓ ଶାନ୍ତି ଆଣିଦେବ ବୋଲି ଶୁଭ ମନାସିଛନ୍ତି ।

“ଦେଶର ବିଭିନ୍ନ ଭାଗରେ ଜନସାଧାରଣ ନବ ସାମ୍ବତ୍ସରିକ ବର୍ଷର ଆରମ୍ଭକୁ ପାଳନ କରୁଛନ୍ତି । ସମସ୍ତଙ୍କୁ ନବ ବର୍ଷର ଶୁଭକାମନା । ନୂତନ ବର୍ଷ ଶାନ୍ତି, ଖୁସି ଓ ସମୃଦ୍ଧି ଆଣିଦେଉ ।

ନବ ବର୍ଷ ଓ ନବରାତ୍ରି ଅବସରରେ କୋଟି କୋଟି ଅଭିନନ୍ଦନ । ନୂତନ ସମ୍ବତ୍ସର ଆମ ସମସ୍ତଙ୍କ ଜୀବନରେ ସମୃଦ୍ଧି, ସୁଖ ଓ ଉତ୍ତମ ସ୍ୱାସ୍ଥ୍ୟ ଆଣିଦେଉ ।

ମଣିପୁରର ଭାଇ ଓ ଭଉଣୀମାନଙ୍କୁ ମୋର ସାଜିବୁ ଚେରାଅବା । ଏହା ଆନନ୍ଦ ଓ ସମ୍ପ୍ରୀତିର ବର୍ଷ ହେଉ ।

ପବିତ୍ର ନବରେହ ପାଳନ କରୁଥିବା ଲୋକମାନଙ୍କୁ ମୋର ଶୁଭକାମନା । ନୂତନ ବର୍ଷ ସମସ୍ତଙ୍କ ଲାଗି ସମ୍ପୂର୍ଣ୍ଣତା ଓ ଉତ୍ତମ ସ୍ୱାସ୍ଥ୍ୟ ଆଣିଦେଉ ।

ଉଗାଡି ପାଳନ କରୁଥିବା ସବୁ ନାଗରିକଙ୍କୁ ମୋର ଅଭିନନ୍ଦନ । ନୂତନ ବର୍ଷରେ ଆପଣଙ୍କ ସମସ୍ତ ଆଶା ଓ ଆକାଂକ୍ଷା ପୂରଣ ହେଉ ଏବଂ ଚତୁର୍ଦ୍ଦିଗରେ ସୁଖ ବିରାଜମାନ କରୁ ।

ସିନ୍ଧି ସମ୍ପ୍ରଦାୟକୁ ଛେତି ଚାନ୍ଦର ଶୁଭକାମନା । ଭଗବାନ ଝୁଲେଲାଲ ସମସ୍ତଙ୍କ କଲ୍ୟାଣ କରନ୍ତୁ ଏବଂ ଆସୁଥିବା ନୂଆ ବର୍ଷ ଖୁସି ଓ ସ୍ମରଣୀୟ ହେଉ ।

ସ୍ଵତନ୍ତ୍ର ଗୁଡି ପଡୱ ଅବସରରେ ମହାରାଷ୍ଟ୍ରର ଲୋକମାନଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ । ଆଗାମୀ ନବ ସମ୍ବତ୍ସର ସମସ୍ତଙ୍କ ଲାଗି ସୁଖ, ସମୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟ ଆଣିଦେବ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Centre launches Bhavya scheme to set up 100 industrial parks across country

Media Coverage

Centre launches Bhavya scheme to set up 100 industrial parks across country
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 24, 2026
May 24, 2026

Strength, Growth & Global Trust: How PM Modi is Transforming India Across Frontiers