କେ.କରୁଣାନିଧିଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି ।
“କେ.କରୁଣାନିଧିଙ୍କ ବିୟୋଗରେ ମୁଁ ଗଭୀର ଭାବେ ମର୍ମାହତ । ଭାରତର ସେ ଜଣେ ବରିଷ୍ଠ ନେତା ଥିଲେ । ଆମେ ଏଭଳି ଜଣେ ତୃଣମୂଳ ସ୍ତରର ଜନନେତା, ମହାନ ଚିନ୍ତାନାୟକ, ସୁପ୍ରସିଦ୍ଧ ଲେଖକ ଏବଂ ଟାଣୁଆ ନେତାଙ୍କୁ ହରାଇଲୁ ଯାହାଙ୍କ ଜୀବନ ଗରିବ ଓ ନିଷ୍ପେସିତଙ୍କ କଲ୍ୟାଣ ଲାଗି ସମର୍ପିତ ଥିଲା ।
କେ.କରୁଣାନିଧି କ୍ଷେତ୍ରୀୟ ଆକାଂକ୍ଷା ଏବଂ ରାଷ୍ଟ୍ରୀୟ ପ୍ରଗତି ପାଇଁ ସଦାସର୍ବଦା ଛିଡା ହେଉଥିଲେ । ତାମିଲ ଲୋକମାନଙ୍କ କଲ୍ୟାଣ ପାଇଁ ସେ ନିରବଛିନ୍ନ ଭାବେ ପ୍ରତିବଦ୍ଧ ହୋଇ କାର୍ଯ୍ୟ କରୁଥିଲେ ଏବଂ ତାମିଲନାଡୁ ରାଜ୍ୟର ସ୍ଵରକୁ ସେ ଫଳପ୍ରଦ ଢଙ୍ଗରେ ଉପସ୍ଥାପିତ ହେବା ସୁନିଶ୍ଚିତ କରାଇଥିଲେ ।
ବହୁବାର କେ.କରୁଣାନିଧିଙ୍କ ସହ ମତ ବିନିମୟ କରିବାର ସୁଯୋଗ ମୋତେ ମିଳିଥିଲା । ନୀତି ନିର୍ଦ୍ଧାରଣ ଉପରେ ତାଙ୍କର ପ୍ରଗାଢ ଜ୍ଞାନ ଓ ସାମାଜିକ କଲ୍ୟାଣ ଉପରେ ଗୁରୁତ୍ଵ କରୁଣାନିଧୀଙ୍କୁ ସ୍ଵତନ୍ତ୍ର ପରିଚୟ ଦେଇଥିଲା । ସେ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ଦୃଢ ଭାବେ ସମର୍ପିତ ଥିଲେ । ଜରୁରୀକାଳିନ ପରିସ୍ଥିତିର ଦୃଢ ବିରୋଧି ଭାବେ ସେ ଜଣାଶୁଣା ।
ଏହି ଦୁଃଖଦ ମୁହୂର୍ତ୍ତରେ କରୁଣାନିଧିଙ୍କ ପରିବାର ଏବଂ ତାଙ୍କର ଅଗଣିତ ସମର୍ଥକଙ୍କ ପ୍ରତି ମୋର ସମବେଦନା । ଭାରତ ବିଶେଷକରି ତାମିଲନାଡୁ ରାଜ୍ୟ ଏହି ମହାନ ନେତାଙ୍କ ଅନୁପସ୍ଥିତିକୁ ସବୁବେଳେ ଉପଲବ୍ଧି କରିବ । ତାଙ୍କ ଆତ୍ମାର ଶାନ୍ତି ଓ ସଦଗତି କାମନା କରୁଛି,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
My thoughts are with the family and the countless supporters of Karunanidhi Ji in this hour of grief. India and particularly Tamil Nadu will miss him immensely. May his soul rest in peace. pic.twitter.com/7ZZQi9VEkm
— Narendra Modi (@narendramodi) August 7, 2018


