The vision of “New India” can only be realised through combined effort & cooperation of all States and Chief Ministers, says PM Modi
Government, private sector and civil society, all need to work in sync: PM Modi
PM Modi urges states to speed up capital expenditure and infrastructure creation
Advancement of Budget would enable timely availability of funds at the beginning of the financial year: PM Modi
GST shows the strength and resolve of the federal structure: PM Narendra Modi
Consensus on GST will go down in history as a great illustration of cooperative federalism: PM Modi
GST reflects the spirit of “One nation, One aspiration, One determination”: PM Modi

ପ୍ରଧାନମନ୍ତ୍ରୀ, ଶ୍ରୀ ନରେନ୍ଦ୍ର ମୋଦୀ ଆଜି କହିଥିଲେ, ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ହିସାବରେ ସେ ଜାଣନ୍ତି ଯେ ସମସ୍ତ ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀମାନଙ୍କ ମିଳିତ ଉଦ୍ୟମ ଏବଂ ସହଯୋଗ ଫଳରେ ହିଁ ‘ନବ ଭାରତ’ ଗଠନ ସ୍ୱପ୍ନକୁ ସାକାର କରିହେବ । ନୀତି ଆୟୋଗ ପରିଚାଳନା ପରିଷଦର ତୃତୀୟ ବୈଠକ ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ପରିବର୍ତ୍ତନଶୀଳ ଜାଗତିକ ସ୍ଥିତି ମଧ୍ୟରେ ଭାରତ ଗଠନ ଲାଗି “ଟିମ୍ ଇଣ୍ଡିଆ” ପୁଣିଥରେ ଆଜି ମିଳିତ ହୋଇଛି । ଏହି ବୈଠକରେ ସେ କହିଥିଲେ ଯେ ଆଜି ନୀତି ପ୍ରଣୟନ ଏବଂ କାର୍ଯ୍ୟକାରୀ କରିବା ପ୍ରସଙ୍ଗରେ ଆଲୋଚନା ପାଇଁ ଆମ ପାଖରେ ଏକ ସୁଯୋଗ ରହିଛି ।

୨୦୨୨-ସ୍ୱାଧୀନତାର ୭୫ତମ ବର୍ଷପୂତ୍ତି- ସୁଦ୍ଧା ଏକ ସମୃଦ୍ଧ ଭାରତ ଗଠନ ଦିଗରେ ଦୂରଦୃଷ୍ଟି ପୋଷଣ କରିବା ସମସ୍ତଙ୍କ ମିଳିତ ଉତ୍ତରଦାୟିତ୍ୱ ଏବଂ ଏ ଦିଗରେ ଲକ୍ଷ୍ୟ ହାସଲ ପାଇଁ ମଧ୍ୟ ପ୍ରୟାସ କରାଯିବା ଆବଶ୍ୟକ ।

ଚମ୍ପାରନ ସତ୍ୟାଗ୍ରହର ଶତବାର୍ଷିକୀ ପୂର୍ତ୍ତି ଅବସରରେ ରାଷ୍ଟ୍ରପିତା ମହାତ୍ମାଗାନ୍ଧୀଙ୍କ ସ୍ମୃତିଚାରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ନୀତି ଆୟୋଗ ନୂଆ ଉତ୍ସାହ ନେଇ ଭାରତରେ ପରିବର୍ତ୍ତନ ଆଣିବା ଦିଗରେ କାର୍ଯ୍ୟ କରୁଛି । ସେ କହିଥିଲେ ସରକାର, ଘରୋଇ କ୍ଷେତ୍ର ଏବଂ ସାଧାରଣ ନାଗରିକ ସମ୍ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ । ସେ ଉଲ୍ଲେଖ କରିଥିଲେ ଯେ ନୀତି ଆୟୋଗ ପ୍ରଶାସନିକ ଏବଂ ଆର୍ଥିକ ନିୟନ୍ତ୍ରଣ ପ୍ରତିଷ୍ଠା କରିବା ପରିବର୍ତ୍ତେ ଏକ ସହଯୋଗୀ ସଂଘୀୟ ସଂସ୍ଥା ହୋଇପାରିଛି, ଯାହାର ଦୃଢ଼ତା ଏହାର ବିଚାର ମଧ୍ୟରେ ରହିଛି । ସେ ଉଲ୍ଲେଖ କରିଥିଲେ ଯେ ବଜେଟ୍ ଏବଂ ଯୋଜନା ଅନୁମତି ଲାଗି ମୁଖ୍ୟମନ୍ତ୍ରୀମାନଙ୍କୁ ନୀତି ଆୟୋଗ ନିକଟକୁ ଆସିବାକୁ ପଡ଼ୁନାହିଁ । ସରକାରଙ୍କ ଉପରେ ନିର୍ଭର କରିବା ଠାରୁ ନୀତି ଆୟୋଗ ଊର୍ଦ୍ଧ୍ଵକୁ ଯାଇସାରିଛି । ଏଥିରେ ସଂଖ୍ୟାଧିକ ବିଶେଷଜ୍ଞ, ବିଷୟ ବିଶେଷଜ୍ଞ, ଯୁବ ପେସାଦାର ରହିଛନ୍ତି ଏବଂ ରାଜ୍ୟଗୁଡ଼ିକ ନୀତି ପ୍ରଣୟନ ଲାଗି ଯୋଗଦାନ ଦେଇପାରିବେ । ଇ-ନାମ୍ ର ଉଦାହରଣ ଦେଇ ସେ କହିଥିଲେ ଯେ ଚୂଡ଼ାନ୍ତ ନୀତି ପ୍ରଣୟନ କରିବାରେ ଏଠାରେ ରାଜ୍ୟଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କର ଉପଗୋଷ୍ଠୀ କେନ୍ଦ ପ୍ରବର୍ତ୍ତିତ ଯୋଜନା, ସ୍ୱଚ୍ଛ ଭାରତ ଓ ଦକ୍ଷତା ବିକାଶ ଏବଂ ଡିଜିଟାଲ୍ ପେମେଣ୍ଟ ଭଳି ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀମାନଙ୍କ ପରାମର୍ଶ ଉପରେ ଗୁରୁତ୍ୱାରୋପ କରି ସେ କହିଥିଲେ ଯେ ପ୍ରଥମଥର ଲାଗି ପାଣ୍ଠି ଯୋଗାଣ ବାଧା ସତ୍ତ୍ୱେ ମୁଖ୍ୟମନ୍ତ୍ରୀମାନଙ୍କୁ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ଏବଂ ଭାଗିଦାରୀତା ସମ୍ପର୍କରେ ସୁପାରିସ କରିବା ଲାଗି କୁହାଯାଇଛି, ସେମାନଙ୍କ ସୁପାରିସ ତୁରନ୍ତ ଗ୍ରହଣ କରାଯିବ ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ୨୦୧୪-୧୫ ଏବଂ ୨୦୧୬-୧୭ ଆର୍ଥିକ ବର୍ଷ ମଧ୍ୟରେ ରାଜ୍ୟଗୁଡ଼ିକୁ ମୋଟ୍ ପାଣ୍ଠି ଯୋଗାଣ ୪୦ ପ୍ରତିଶତ ବୃଦ୍ଧି ପାଇଛି ।

ପୁଞ୍ଜି ବିନିଯୋଗ ଏବଂ ଭିତ୍ତିଭୂମି ସୃଷ୍ଟି ଉପରେ ରାଜ୍ୟଗୁଡ଼ିକ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ବଜେଟ୍ ଉପସ୍ଥାପନ ତାରିଖରେ ଐତିହାସିକ ପରିବର୍ତ୍ତନ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହାଦ୍ୱାରା ଆର୍ଥିକ ବର୍ଷ ଆରମ୍ଭରୁ ଉଚିତ୍ ସମୟରେ ପାଣ୍ଠି ଯୋଗାଣ କରାଯାଇପାରିବ ।

ପୂର୍ବରୁ ବଜେଟ୍ ଯୋଜନା ପାଣ୍ଠି ସାଧାରଣତଃ ସଂସଦରେ ମେ ପର୍ଯ୍ୟନ୍ତ ଅନୁମୋଦନ ଲାଭ କରିପାରୁନଥିଲା । ଏହାପରେ ପାଣ୍ଠି ରାଜ୍ୟ ଏବଂ ମନ୍ତ୍ରଣାଳୟଗୁଡ଼ିକୁ ଯୋଗାଣ କରାଯାଉଥିଲା । ଏହି ସମୟ ସୁଦ୍ଧା ଦେଶରେ ମୌସୁମୀ ଆସି ଯାଉଥିଲା । ତେଣୁ ଯୋଜନା କାର୍ଯ୍ୟକାରୀ କରିବା ଲାଗି ଶ୍ରେଷ୍ଠ ସମୟ ସରିଯାଉଥିଲା । ସେ ମଧ୍ୟ ଉଲ୍ଲେଖ କରିଥିଲେ ଯେ ୨୦୧୧ରେ ରଙ୍ଗରାଜନ କମିଟି ଯୋଜନା ଏବଂ ଅଣ ଯୋଜନା ବ୍ୟୟରେ ରହିଥିବା ଭେଦଭାବ ପ୍ରତିକୂଳ ବୋଲି ଉଲ୍ଲେଖ କରି ଏହାକୁ ଦୂର କରିବା ଲାଗି ସୁପାରିସ କରିଥିଲା, ଯାହାକୁ କାର୍ଯ୍ୟକାରୀ କରାଯାଇଛି ।

ପୂର୍ବରୁ କେତେକ ଗୁରୁତ୍ୱପୂର୍ଣ୍ଣ ବ୍ୟୟକୁ ଅଣଯୋଜନା ଭାବେ ଉଲ୍ଲେଖ କରାଯାଇଥିଲା ଏବଂ ତାହାକୁ ଅବହେଳିତ କରାଯାଇଥିଲା । ଯାହାଫଳରେ ଗୋଟିଏ ପଟେ ବିକାଶ ଓ କଲ୍ୟାଣ ବ୍ୟୟ ଏବଂ ଅନ୍ୟ ପଟେ ପ୍ରଶାସନିକ ବୋଝ ପଡ଼ୁଥିଲା ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବସ୍ତୁ ଏବଂ ସେବା କର ଦୃଢ଼ତା ପ୍ରଦର୍ଶନ କରୁଛି ଏବଂ ଏହା ସଂଘୀୟ ଢାଞ୍ଚାର ସଂକଳ୍ପ ନିର୍ଦ୍ଧାରଣ କରୁଛି । ରାଜନୈତିକ ଏବଂ ବୈଚାରିକ ମତଭେଦକୁ ଦୁରେଇ ଦେଇ ଗୋଟିଏ ଢାଞ୍ଚା ମଧ୍ୟକୁ ଆସିଥିବାରୁ ସେ ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କୁ ଏହାର ଶ୍ରେୟ ଦେଇଥିଲେ । ମୁଖ୍ୟମନ୍ତ୍ରୀମାନଙ୍କୁ ଧନ୍ୟବାଦ ଦେଇ ସେ କହିଥିଲେ ଯେ ଜିଏସଟି ପ୍ରସଙ୍ଗରେ ସହମତି ସହଯୋଗୀ ସଂଘବାଦର ଶ୍ରେଷ୍ଠ ଉଦାହରଣ ହୋଇ ରହିବ । ସେ କହିଥିଲେ ଯେ “ଏକ ରାଷ୍ଟ୍ର, ଏକ ଆକାଂକ୍ଷା, ଏକ ଦୃଢ଼ ସଂକଳ୍ପ” କୁ ଜିଏସଟି ପ୍ରତିଫଳିତ କରୁଛି ।

ଏକ ସମୟରେ ନିର୍ବାଚନ ଲାଗି ଚର୍ଚ୍ଚା ଏବଂ ଆଲୋଚନାକୁ ଆଗେଇ ନେବା ଲାଗି ପ୍ରଧାନମନ୍ତ୍ରୀ ଆହ୍ୱାନ ଜଣାଇଥିଲେ ।

ସେ କହିଥିଲେ ଯେ ନୀତି ଆୟୋଗ ୧୫ ବର୍ଷର ଦୂରଦୃଷ୍ଟି, ୭ ବର୍ଷର ମଧ୍ୟବର୍ତ୍ତୀକାଳୀନ ଯୋଜନା ଏବଂ ୩ ବର୍ଷର କାର୍ଯ୍ୟ ଯୋଜନା ନିର୍ଦ୍ଧାରଣ କରି କାର୍ଯ୍ୟ କରୁଛି । ସେ କହିଥିଲେ ଯେ ଏହି ଉଦ୍ୟମ ପ୍ରତି ରାଜ୍ୟଗୁଡ଼ିକର ସହଯୋଗ ଆବଶ୍ୟକତା ରହିଛି ଏବଂ ସମୟକ୍ରମେ ରାଜ୍ୟଗୁଡ଼ିକ ହିଁ ଏହାଦ୍ୱାରା ଉପକୃତ ହେବେ ।

Click here to read Presentations on NITI Aayog’s work

ନୀତି ଆୟୋଗ ପରିଚାଳନା ପରିଷଦର ତୃତୀୟ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଉଦଯାପନୀ ଅଭିଭାଷଣର ମୁଳପାଠ ପାଇଁ କ୍ଲିକ୍ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Engineering goods exports up 10.4% in January,2026, crosses $100 billion mark in April-January Period of FY26

Media Coverage

Engineering goods exports up 10.4% in January,2026, crosses $100 billion mark in April-January Period of FY26
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Pays Tributes to Chandra Shekhar Azad on Martyrdom Day: Shares a Sanskrit Subhshitam Highlighting his Life Lessons
February 27, 2026

Prime Minister Shri Narendra Modi, offered his respectful tributes to the legendary revolutionary, Chandra Shekhar Azad, the brave son of Mother India on his martyrdom day .

The Prime Minister stated that Azad sacrificed his everything to free Mother India from the shackles of slavery, and for this, he will always be remembered.

Reflecting on the legacy of the immortal revolutionary, the Prime Minister remarked that the life of Chandra Shekhar Azad demonstrates that the resolution to stand firm against injustice is the essence of true prowess. Shri Modi, added that the saga of his sacrifice for the motherland will continue to inspire every generation of the country.

Prime Minister Shared on X;

“भारत माता के वीर सपूत चंद्रशेखर आजाद के बलिदान दिवस पर उन्हें मेरी आदरपूर्ण श्रद्धांजलि। उन्होंने मां भारती को गुलामी की बेड़ियों से आजाद कराने के लिए अपना सर्वस्व न्योछावर कर दिया, जिसके लिए वे सदैव स्मरणीय रहेंगे।”

“अमर क्रांतिकारी चंद्रशेखर आजाद का जीवन बताता है कि अन्याय के खिलाफ अडिग रहने का संकल्प ही सच्चा पराक्रम है। मातृभूमि के लिए उनके बलिदान की गाथा देश की हर पीढ़ी को प्रेरित करती रहेगी।

न हि शौर्यात्परं किञ्चित् त्रिषु लोकेषु विद्यते।

शूरः सर्वं पालयति सर्वं शूरे प्रतिष्ठितम् ।।”

"There is no element more transcendent than bravery in the three worlds. Valor is the fundamental force that nourishes and protects the animate and inanimate world. All worldly dignity, prosperity and duty exist solely in the valor of the valiant."