Delighted to know that in a span of 10 days there have been over 10 million downloads of the BHIM App: PM
BHIM App is a fine example of Make in India & how technology is being effectively used to end menace of corruption & black money: PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ “ଭୀମ” ଆପ୍ ଆରମ୍ଭ ହେବାର 10 ଦିନ ମଧ୍ୟରେ 10 ନିୟୁତ ବା 1 କୋଟି ଡାଉନଲୋଡ ହୋଇଥିବାରୁ ବିଶେଷ ଖୁସି ଜାହିର କରିଛନ୍ତି ।

“ଜାଣି ବହୁତ ପ୍ରୀତ ହେଲି ଯେ, ଆରମ୍ଭ ହେବାର ମାତ୍ର 10 ଦିନ ମଧ୍ୟରେ 10 ନିୟୁତ “ଭୀମ” ଆପ ଡାଉନଲୋଡ କରାଯାଇଛି । “ଭୀମ” ଆପ୍ ମାଧ୍ୟମରେ ଦୈନନ୍ଦିନ କାରବାର ସହଜ ଓ ଦୃତତର ହୋଇପାରୁଛି । ଏହି ଅଭିନବ ଆପ୍ ସମସ୍ତଙ୍କ ମଧ୍ୟରେ ବିଶେଷ କରି ଯୁବକଙ୍କ ମଧ୍ୟରେ ଆଦର ବଢାଇବାରେ ଲାଗିଛି । ବେପାରୀମାନେ ମଧ୍ୟ ଏହି ସହଜ ଓ ସରଳ “ଭୀମ” ଆପ୍ ରୁ ବେଶ ଉପକୃତ ହେଉଛନ୍ତି ।

“ଭୀମ” ଆପ୍ ମେକ ଇନ ଇଣ୍ଡିଆ କାର୍ଯ୍ୟକ୍ରମର ଏକ ଜ୍ୱଳନ୍ତ ଉଦାହରଣ; କଳାଧନ ଓ ଭ୍ରଷ୍ଟାଚାରର ବିଲୋପ ଦିଗରେ ଟେକ୍ନୋଲଜିକୁ କିଭଳି ସୁନ୍ଦର ଭାବେ ବ୍ୟବହାର କରାଯାଇପାରିବ ତାହା “ଭୀମ” ଆପ୍ ପ୍ରମାଣିତ କରିବାକୁ ଯାଉଛି”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ବିମୁଦ୍ରୀକରଣ ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ନଗଦମୁକ୍ତ କାରବାର ଉପରେ ବିଶେଷ ଭାବେ ଗୁରୁତ୍ୱ ଦେଉଛନ୍ତି । ଭୀମ ଆପ୍ ଅତି ସରଳ ଓ ବ୍ୟବହାର ଉପଯୋଗୀ ହୋଇଥିବାରୁ ସାଧାରଣ ମୋବାଇଲ ଫୋନ୍ ବ୍ୟବହାରୀ ମଧ୍ୟ ଏହାକୁ ଡାଉନଲୋଡ କରିବାକୁ ଆଗେଇ ଆସୁଛନ୍ତି । ଆଉ ଅଳ୍ପ ଦିନ ମଧ୍ୟରେ ନଗଦମୁକ୍ତ କାରବାର ପାଇଁ ଭୀମ ଆପ୍ କୁ ନୂତନ ଢ଼ଙ୍ଗରେ ପ୍ରଚଳନ କରାଯିବ । ଏଥିଲାଗି ମୋବାଇଲ ଫୋନ୍, ଇଣ୍ଟରନେଟ୍, ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡର କୌଣସି ଆବଶ୍ୟକତା ପଡିବ ନାହିଁ । ଏହା ଆଧାର ସଂଲଗ୍ନ ତଥ୍ୟ ଉପରେ ପର୍ଯ୍ୟବେଶିତ । ଯାହାକି ସର୍ବସାଧାରଣଙ୍କ ବ୍ୟବହାର ପାଇଁ ଅଭିପ୍ରେତ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Apple exports record $2 billion worth of iPhones from India in November

Media Coverage

Apple exports record $2 billion worth of iPhones from India in November
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଡିସେମ୍ବର 17, 2025
December 17, 2025

From Rural Livelihoods to International Laurels: India's Rise Under PM Modi