PM Modi dedicates Garjanbahal coal mines and the Jharsuguda-Barapali-Sardega rail link to the nation
PM Modi inaugurates Jharsuguda airport in Odisha
Jharsuguda airport is well located to serve the needs of the people of Odisha: PM Modi
Our Government has devoted significant efforts to enhance connectivity all over the nation, says PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡିଶା ଗସ୍ତ କରିଥିଲେ । ତାଳଚେରଠାରେ ସେ ଫଳକ ଉନ୍ମୋଚନ ପୂର୍ବକ ତାଳଚେର ସାର କାରଖାନାର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।

ଏହି ଅବସରରେ ନିଜର ବକ୍ତବ୍ୟ ରଖି ସେ ଆନନ୍ଦ ପ୍ରକାଶ କରିଥିଲେ ଯେ ସାର କାରଖାନାର କାର୍ଯ୍ୟ ଆରମ୍ଭ ହେବା ନେଇ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି । ଆମେ ସେହି ସ୍ୱପ୍ନକୁ ପୂରଣ କରୁଛୁ ଯାହାକି ବହୁ ପୂର୍ବରୁ ପୂରଣ ହେବା ଉଚିତ ଥିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ କହିଲେ ଯେ ଭାରତକୁ ପ୍ରଗତିର ଏକ ଉଚ୍ଚତର ସୋପାନକୁ ନେଇଯିବା ହେଉଛି ସରକାରଙ୍କ ଲକ୍ଷ୍ୟ । ପ୍ରଧାନମନ୍ତ୍ରୀ କହିଲେ ଯେ ଭାରତର ବିକାଶ ପାଇଁ ଏଠାକାର କାରଖାନା ଭଳି ପ୍ରକଳ୍ପ ପ୍ରମୁଖ ଭୂମିକା ଗ୍ରହଣ କରିବେ । ପୁନଶ୍ଚି ସେ କହିଲେ ଯେ ଏହି କାରଖାନାରେ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର କରାଯିବ ।

ଝାରସୁଗୁଡାରେ ପ୍ରଧାନମନ୍ତ୍ରୀ ଝାରସୁଗୁଡା ବିମାନବନ୍ଦରର ଉଦଘାଟନ କରିଥିଲେ ଏବଂ ଝାରସୁଗୁଡା-ରାୟପୁର ମଧ୍ୟରେ ପ୍ରଥମ ଉଡାଣକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ସେ ମଧ୍ୟ ଗର୍ଜନବାହାଲ କୋଇଲା ଖଣି ଏବଂ ଝାରସୁଗୁଡା-ବରପାଲି-ସରଡେଗା ରେଳ ଲିଙ୍କକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ଏହି ଅବସରରେ ଫଳକ ଉନ୍ମୋଚନ ପୂର୍ବକ ପ୍ରଧାନମନ୍ତ୍ରୀ ଦୁଲୁଙ୍ଗା କୋଇଲା ଖଣିରୁ କୋଇଲା ଉତ୍ପାଦନ ଏବଂ ପରିବହନ କାର୍ଯ୍ୟ ଆରମ୍ଭ କରିଥିଲେ ।

ଏହି ଅବସରରେ ବକ୍ତବ୍ୟ ରଖି ସେ କହିଥିଲେ ଯେ ଏକ ବିମାନବନ୍ଦର ତଥା ଅନ୍ୟାନ୍ୟ ଉନ୍ନୟନ ପ୍ରକଳ୍ପଗୁଡ଼ିକ ଉଦଘାଟନ କରିବା ପାଇଁ ଝାରସୁଗୁଡା ଆସିଥିବାରୁ ସେ ଅତ୍ୟନ୍ତ ଆନନ୍ଦିତ । ଏହି ଉନ୍ନୟନ ପ୍ରକଳ୍ପଗୁଡ଼ିକ ଓଡିଶାର ଜନ ସାଧାରଣଙ୍କୁ ଅନେକ ଲାଭ ପ୍ରଦାନ କରିବ ବୋଲି ସେ ପ୍ରକାଶ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତରେ ବିମାନ ଚଳାଚଳ କ୍ଷେତ୍ର ଦ୍ରୂତଗତିରେ ରୂପାନ୍ତରିତ ହେଉଛି ଏବଂ ଏହା 125 କୋଟି ଭାରତୀୟଙ୍କ ଭବିଷ୍ୟତ ପାଇଁ ଶୁଭ ସୂଚନା ।

ପ୍ରଧାନମନ୍ତ୍ରୀ କହିଲେ ଯେ ଝାରସୁଗୁଡା ବିମାନବନ୍ଦର ଓଡିଶାର ଜନସାଧାରଣଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ଉପଯୁକ୍ତ ସ୍ଥାନରେ ରହିଛି  । ସେ କହିଲେ ଯେ ବହୁମୂଖି ବିକାଶ ପାଇଁ ପ୍ରମୁଖ ଆବଶ୍ୟକତା ହେଉଛି ସଂଯୋଗ ବ୍ୟବସ୍ଥା । ଦେଶବ୍ୟାପୀ ସଂଯୋଗ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ କେନ୍ଦ୍ର ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Railways to operate over 300 special trains for Jagannath Rath Yatra, 100 for Onam: Ashwini Vaishnaw

Media Coverage

Railways to operate over 300 special trains for Jagannath Rath Yatra, 100 for Onam: Ashwini Vaishnaw
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 7, 2026
July 07, 2026

PM Modi Elevating India’s Global Standing Through Diplomacy and Development