ଉସ୍ତାଦ ଗୁଲାମ ମୁସ୍ତାଫା ଖାନ ସାହାବଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।
ଏକ ଟ୍ଵିଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଉସ୍ତାଦ ଗୁଲାମ ମୁସ୍ତାଫା ଖାନ ସାହାବଙ୍କ ବିୟୋଗ ଆମ ସାଂସ୍କୃତିକ ଜଗତକୁ ବିରାଟ କ୍ଷତି ପହଞ୍ଚାଇଛି । ସେ ସଙ୍ଗୀତ ଜଗତର ଦୃଢ ବ୍ୟକ୍ତିତ୍ଵ ଥିଲେ, ଯାହାଙ୍କ କାର୍ଯ୍ୟଶୈଳୀ ପିଢି ପରେ ପିଢିଙ୍କୁ ଆକର୍ଷିତ କରୁଥିଲା । ତାଙ୍କ ସହିତ ହୋଇଥିବା ଅନେକଗୁଡିଏ ମତବିନିମୟର ସ୍ମୃତି ମୋ ନିକଟରେ ରହିଛି । ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ପ୍ରତି ମୋର ସମବେଦନା” ।
The passing away of Ustad Ghulam Mustafa Khan Sahab leaves our cultural world poorer. He was a doyen of music, a stalwart of creativity whose works endeared him to people across generations. I have fond memories of interacting with him. Condolences to his family and admirers. pic.twitter.com/jZy7eVhW68
— Narendra Modi (@narendramodi) January 17, 2021


