ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଯଶୱନ୍ତ ସିଂହଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଯଶୱନ୍ତ ସିଂ ଜୀ ସମର୍ପିତ ଭାବେ ଦେଶର ସେବା କରିଛନ୍ତି, ପ୍ରଥମେ ସୈନ୍ୟ ଭାବେ ଏବଂ ପରେ ରାଜନେତା ଭାବେ । ଅଟଳ ଜୀଙ୍କ ସରକାରରେ ସେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ଭାଳିଥିଲେ । ଅର୍ଥନୀତି, ପ୍ରତିରକ୍ଷା ଏବଂ ବୈଦେଶିକ ବ୍ୟାପାର ବିଭାଗରେ ଗୁରୁତ୍ୱପୂର୍ଣ୍ଣ ଛାପ ଛାଡ଼ିଥିବା ଶ୍ରୀ ସିଂହଙ୍କ ଦେହାନ୍ତରେ ମୁଁ ଗଭୀର ଦୁଃଖିତ’ ।
ପ୍ରଧାନମନ୍ତ୍ରୀ କହିଛନ୍ତି, ରାଜନୀତି ଏବଂ ସମାଜରେ ଅବଦାନ ପାଇଁ ଶ୍ରୀ ସିଂ ଜୀ ସବୁ ଦିନ ପାଇଁ ମନେ ରହିବେ । ଆମ ଭିତରେ ହୋଇଥିବା ଭାବର ଆଦାନପ୍ରଦାନ ମୋର ସବୁ ଦିନେ ମନେ ରହିବ । ତାଙ୍କ ପରିବାର ଓ ସମର୍ଥକଙ୍କ ପ୍ରତି ମୋର ଗଭୀର ସମବେଦନା । ଓମ୍ ଶାନ୍ତି’ ।
ପ୍ରଧାନମନ୍ତ୍ରୀ ଶ୍ରୀ ଯଶୱନ୍ତ ସିଂହ ଜୀଙ୍କ ପରଲୋକରେ ଦୁଃଖ ପ୍ରକାଶ କରି ଶ୍ରୀ ମାନବେନ୍ଦ୍ର ସିଂହଙ୍କ ସହ କଥା ହୋଇଛନ୍ତି ।
Jaswant Singh Ji will be remembered for his unique perspective on matters of politics and society. He also contributed to the strengthening of the BJP. I will always remember our interactions. Condolences to his family and supporters. Om Shanti.
— Narendra Modi (@narendramodi) September 27, 2020


