ଭୂତାଣୁ ମୁକାବିଲାରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମ ଓ ନାଗରିକଗଣଙ୍କ ଅଂଶ ଗ୍ରହଣକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
ଟିକା ପ୍ରଦାନକରଣ ଓ ସ୍ୱାସ୍ଥ୍ୟ କର୍ମୀମାନଙ୍କ ନିରବଚ୍ଛିନ୍ନ ଉଦ୍ୟମକୁ ପ୍ରଧାନମନ୍ତ୍ରୀଙ୍କ ସାଧୁବାଦ
କୋଭିଡ ସମ୍ପର୍କୀତ ମାର୍ଗଦର୍ଶିକା ପାଳନକୁ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ

ପ୍ରଧାନମନ୍ତ୍ରୀ (ତା ୦୯.୦୩.୨୦୨୨) ଦେଶରେ ବିଶେଷକରି ଓମିକ୍ରମ ପ୍ରବାହ ପରିପ୍ରେକ୍ଷୀରେ କୋଭିଡ-୧୯ ପରିସ୍ଥିତି ତଥା ଟିକାକରଣ ସ୍ଥିତି ଉପରେ ଏକ ଉଚ୍ଚସ୍ତରୀୟ ବୈଠକର ସମୀକ୍ଷା କରିଥିଲେ ।

ବୈଶ୍ୱିକ କୋଭିଡ ଦୃଶ୍ୟପଟ ଓ ଭାରତରେ କୋଭିଡ-୧୯ ସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ସବିଶେଷ ବିବରଣୀ ପ୍ରଦାନ କରାଯାଇଥିଲା । ଏଥିରେ ଭାରତରେ ନିରବଚ୍ଛିନ୍ନ ଉଦ୍ୟମ ଓ ଟିକାକରଣ ପ୍ରଭାବ ଯୋଗୁଁ କିପରି ହସ୍‌ପିଟାଲ ଭର୍ତ୍ତି ସଂଖ୍ୟା ହ୍ରାସ ପାଇବା ସହ କୋଭିଡ-୧୯ର ତୃତୀୟ ଲହରରେ ମୃତ୍ୟୁ ସଂଖ୍ୟା ଓ ସାଂଘାତିକ ଅବସ୍ଥା କମ୍ ହୋଇଛି ତାହାର ସୂଚନା ପ୍ରଦାନ କରାଯାଇଥିଲା । କେନ୍ଦ୍ର ସରକାରଙ୍କ ନେତୃତ୍ୱରେ ନିଆଯାଇଥିବା ପଦକ୍ଷେପ ଯୋଗୁଁ କିପରି ସଂକ୍ରମଣ ବ୍ୟାପିବା ହ୍ରାସ ପାଇଛି ସେ ସମ୍ପର୍କରେ ସମୀକ୍ଷାରୁ ଜଣାପଡିଥିଲା । ଭାରତର ବୈଶ୍ୱିକ ମହାମାରୀ ପରିଚାଳନା ଓ ଟିକାକରଣ ଅଭିଯାନକୁ ବୈଶ୍ୱିକ ସ୍ତରରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ଜାତିସଂଘ, ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ପ୍ରଶଂସା କରିବା ସହ ହାର୍ଭାଡ ବିଜନେସ ସ୍କୁଲ ଓ ଇନ୍‌ଷ୍ଟିଚ୍ୟୁଟ ଅଫ କମ୍ପିଟେଟିଭନେସ ଦ୍ୱାରା ମଧ୍ୟ ପ୍ରଶଂସା କରାଯାଇଛି ।

ଟିକାପ୍ରଦାନକାରୀ, ସ୍ୱାସ୍ଥ୍ୟ ଯତ୍ନ କାର୍ଯ୍ୟ, ରାଜ୍ୟଓ କେନ୍ଦ୍ର ସରକାରଙ୍କ ନିରବଚ୍ଚିନ୍ନ ଉଦ୍ୟମକୁ ପ୍ରଧାନମନ୍ତ୍ରୀ ସାଧୁବାଦ ଜଣାଇଥିଲେ । କୋଭିଡ ମାର୍ଗଦର୍ଶିକାର ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଏହାକୁ ପାଳନ କରିବା ତଥା ନିଜର ପାଳି ଆସିବା ସହ ଟିକା ନେବା ଉପରେ ପରାମର୍ଶ ଦେଇଥିଲେ ।

କେନ୍ଦ୍ର ଗୃହ ମନ୍ତ୍ରୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ, ନୀତି ଆୟୋଗ(ସ୍ୱାସ୍ଥ୍ୟ) ସଦସ୍ୟ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଏଥିରେ ଯୋଗ ଦେଇଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi hails India’s ‘Mission Drishti’ launch as ‘world’s first OptoSAR satellite’ enters orbit

Media Coverage

PM Modi hails India’s ‘Mission Drishti’ launch as ‘world’s first OptoSAR satellite’ enters orbit
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 4, 2026
May 04, 2026

Green Roads, Smart Tolls, Trillion-Dollar Dreams: How PM Modi's Policies are Supercharging a Modern India