ନୂତନ ପ୍ରଜାତି ଦୃଷ୍ଟିରୁ ଆମ୍ଭେ ସତର୍କ ଓ ସାବଧାନ ରହିବା ଉଚିତ: ପ୍ରଧାନମନ୍ତ୍ରୀ
ଜିଲ୍ଳାସ୍ତରରୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବିକାଶର ପଦ୍ଧତିଗତ ବିକାଶକୁ ସୁନିଶ୍ଚିତ କର: ପ୍ରଧାନମନ୍ତ୍ରୀ
ସରକାର ସତର୍କ ଓ ସମ୍ଭାବ୍ୟ ପରିସ୍ଥିତି ନେଇ ସଜାଗ ଅଛନ୍ତି। ଆଗୁଆ ପଦକ୍ଷେପ ନେବା ସହ ରାଜ୍ୟଗୁଡିକୁ କେନ୍ଦ୍ର ସରକାର ସେମାନଙ୍କ କୋଭିଡ ପ୍ରଶମନ ସଂଗ୍ରାମରେ ସହାୟତା କରୁଛନ୍ତି : ପ୍ରଧାନମନ୍ତ୍ରୀ
ପିଏମ୍ ତ୍ୱରିତ ଓ କ୍ରିୟାଶୀଳ ରୋଗୀ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ଚିହ୍ନଟ, ନମୁନା ପରୀକ୍ଷଣ ବୃଦ୍ଧି, ତ୍ୱରିତ ଟିକାକରଣ ଓ ସ୍ୱାସ୍ଥ୍ୟ ଭିତ୍ତିଭୂମିର ସଦୁଢୀକରଣ
କମ୍ ଟିକାକରଣ, ମାମଲା ବୃଦ୍ଧି, ସ୍ୱାସ୍ଥ୍ୟ ଭିତ୍ତିଭୂମିର ଅଭାବ ଥିବା ରାଜ୍ୟଗୁଡିକୁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଦଳ ପଠାଇବେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୋଭିଡ-୧୯ ଓ ନୂତନ ପ୍ରଜାତି ଓମିକ୍ରମ ସଂକ୍ରମଣ ନେଇ (୨୩.୧୨.୨୧) ଦିନ ଏକ ସମୀକ୍ଷା କରିଛନ୍ତି । ଏଥିରେ କୋଭିଡ-୧୯ ପରିଚାଳନା, ଆବଦ୍ଧାଞ୍ଚଳ ବ୍ୟବସ୍ଥା, ଔଷଧ, ଅମ୍ଳଜାନ,ସିଲିଣ୍ଡର ଓ ସାନ୍ଧ୍ରକ, ଭେଣ୍ଟିଲେଟର, ପିଏସ୍ ପ୍ଲାଣ୍ଟ, ସ୍ୱତନ୍ତ୍ର ଯତ୍ନ କୋଠରୀ /ଅମ୍ଳଜାନ ସଂଯୁକ୍ତ ଶଯ୍ୟା, ମାନବ ସମ୍ବଳ ଓ ଟିକାକରଣ ସ୍ଥିତି ଇତ୍ୟାଦି ନେଇ ଆଲୋଚନା କରାଯାଇଥିଲା ।

ଅଧିକାରୀଗଣ ପ୍ରଧାନମନ୍ତ୍ରୀଙ୍କୁ ବିଶ୍ୱବ୍ୟାପୀ ନୂତନ ପ୍ରଜାତି ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତି, ଅଧିକ ଟିକାକରଣ ଥିବା ଦେଶଗୁଡିକରେ ନୂତନ ପ୍ରଜାତିର ଦୃତ ସଂକ୍ରମଣ ବୃଦ୍ଧି ଓ ଓମିକ୍ରନ ପ୍ରଜାତି ନେଇ ଅବଗତ କରାଇଥିଲେ । ସେ ମଧ୍ୟ ବୈଷୟିକ ଦିଗ ଉପରେ ଅବଗତ ହେବା ସହ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଓମିକ୍ରମ ପରିପ୍ରେକ୍ଷୀରେ କରିଥିବା ସୁପାରିଶ ଗୁଡିକ ସମ୍ପର୍କରେ ମଧ୍ୟ ଅବଗତ ହୋଇଥିଲେ । ଦେଶରେ କୋଭିଡ-୧୯ ଓ ଓମିକ୍ରନ ସଂକ୍ରାନ୍ତ ଏକ ଛାୟାଚିତ୍ର, ଏ କ୍ଷେତ୍ରରେ ଅଧିକ ମାମଲା ଥିବା ରାଜ୍ୟ, ଅଧିକ ପଜିଟିଭ ମାମଲା ମିଳିଥିବା ଜିଲ୍ଲା ଓ ଅଧିକ ଗୋଷ୍ଠୀ ସଂକ୍ରମଣ ଥିବା ଅଞ୍ଚଳ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା । ଦେଶରେ ଓମିକ୍ରନ ମାମଲାର ସବିଶେଷ, ସଂକ୍ରମିତମାନଙ୍କ ଭ୍ରମଣ ଇତିହାସ, ଟିକାକରଣ ଓ ଆରୋଗ୍ୟ ଲାଭ ସ୍ଥିତି ସମ୍ପର୍କରେ ବିସ୍ତୃତଭାବେ ବିବରଣୀ ଉପସ୍ଥାପିତ କରାଯାଇଥିଲା ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପ୍ରଥମ ମାର୍ଗଦର୍ଶିକା ଜାରି ହୋଇଥିବା ନଭେମ୍ବର ୨୫, ୨୦୨୧ ଠାରୁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା । ଆନ୍ତର୍ଜାତିକ ଯାତ୍ରୀମାନଙ୍କ ନିମନ୍ତେ ସଂଶୋଧିତ ମାର୍ଗଦର୍ଶିକା କୋଭିଡ-୧୯ ଉପରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ସହ କୋଭିଡ-୧୯ ଜନସ୍ୱାସ୍ଥ୍ୟ ପଦକ୍ଷେପ, ଟିକାକରଣ ତ୍ୱରାନ୍ୱିତ କରିବା, ଅମ୍ଳଜାନ ଯନ୍ତ୍ରପାତିଗୁଡିକର ସଂସ୍ଥାପନ ଇତ୍ୟାଦି ନେଇ ହୋଇଥିବା ସମୀକ୍ଷା ବୈଠକ ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା । 

ଅଧିକାରୀମାନଙ୍କ ଦ୍ୱାରା ବିବରଣୀ ପ୍ରଦାନ ପରେ ପ୍ରଧାନମନ୍ତ୍ରୀ ଉଚ୍ଚସ୍ତରୀୟ ସତର୍କତା ପ୍ରତ୍ୟେକ ସ୍ତରରେ ଅବଲମ୍ବନ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ସେ ଏଥିପାଇଁ ରାଜ୍ୟ ସରକାରଙ୍କ ସହ ଉପଯୁକ୍ତ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ । ଏ ଦିଗରେ କେନ୍ଦ୍ର ଆଗୁଆ ପଦକ୍ଷେପ ନେବା ସହ ବୈଶ୍ୱିକ ମହାମାରୀର ମିଳିତଭାବେ ମୁକାବିଲା ନେଇ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ନୂତନ ପ୍ରଜାତି ଦୃଷ୍ଟିରୁ ଆମକୁ ସତର୍କ ଓ ସାବଧାନ ରହିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ବୈଶ୍ୱିକ ମହାମାରୀ ବିରୁଦ୍ଧରେ ସଂଗ୍ରାମ ଏବେ ଶେଷ ହୋଇ ନ ଥିବା ଦୃଷ୍ଟିରୁ କୋଭିଡ ନିରାପଦ ବ୍ୟବହାର ମାର୍ଗ ଖୁବ୍ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ ।

ନୂତନ ପ୍ରଜାତି ସୃଷ୍ଟି କରିଥିବା ଆହ୍ୱାନ ଦୃଷ୍ଟିରୁ ଜିଲ୍ଲାସ୍ତରରୁ ଆରମ୍ଭ କରି ସ୍ୱାସ୍ଥ୍ୟସେବାର ପ୍ରତ୍ୟେକ କ୍ଷେତ୍ରକୁ ମଜବୁତ କରିବାକୁ ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସମସ୍ତ ରାଜ୍ୟ ଅମ୍ଳଜାନ ଯୋଗାଣ ଯନ୍ତ୍ରଗୁଡିକୁ ସମ୍ପୂର୍ଣ୍ଣ ସଚଳ ରଖିବାକୁ ସୁନିଶ୍ଚିତ କରିବା ନେଇ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେ ଅଧିକାରୀମାନଙ୍କୁ ରାଜ୍ୟ ମାନଙ୍କ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ତଥା ତାଲିମ,ମାନବ ସମ୍ବଳ, ଆବଶ୍ୟକ ବେଳେ ଆମ୍ବୁଲାନ୍ସ ଉପଲବ୍‌ତା, ହସ୍‌ପିଟାଲ ସଙ୍ଗରୋଧ ଓ ଗୃହ ସଙ୍ଗରୋଧ ବିଷୟ ପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।  ଟେଲି ମେଡିସିନ ଓ ପରାମର୍ଶ ପାଇଁ ପ୍ରଯୁକ୍ତି ଯନ୍ତ୍ରାଂଶର ଉପଯୁକ୍ତ ବ୍ୟବହାର ନେଇ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ନୂଆ ନୂଆ ସଂକ୍ରମଣ ଓ ହଟସ୍ପଟଗୁଡିକ ପ୍ରତି ତୀକ୍ଷ୍ମ ନଜର ଚାଲୁ ରଖିବାକୁ ସେ କହିଥିଲେ । ଯଥାଶୀଘ୍ର ପଜିଟିଭ ନମୁନାଗୁଡିକୁ ଜିନୋମ ସିକ୍ୟୁଏନ୍ସିଂ  ପାଇଁ ଆଇଏନଏସଏସିଓଜି ଲ୍ୟାବ ପଠାଇବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଥିଲେ । ସଂକ୍ରମଣ ରୋକିବା ନିମନ୍ତେ ମାମଲାଗୁଡିକର ସଅଳ ଚିହ୍ନଟିକରଣ ଉପରେ ଜୋର ଦେବା ସହ ରୋଗୀ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଠାବ କରି ସଂକ୍ରମଣ ବ୍ୟାପିବାର ରକ୍ଷା କରିବାକୁ ପରାମର୍ଶ ଦେଇଥିଲେ । କମ୍ ଟିକାକରଣ ହୋଇଥିବା, ସଂକ୍ରମଣ ବୃଦ୍ଧି ପାଉଥିବା ତଥା ସ୍ୱାସ୍ଥ୍ୟ ଭିତ୍ତିଭୂମି ପର୍ଯ୍ୟାପ୍ତ ନ ଥିବା ରାଜ୍ୟଗୁଡିକୁ ସେଠାର ପରିସ୍ଥିତିରେ ଉନ୍ନତି ଆଣିବା ପାଇଁ କେନ୍ଦ୍ରୀୟ ଦଳ ପଠାଇବା ପାଇଁ ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ।

ଦେଶରେ ହୋଇଥିବା ଟିକାକରଣ ଅଗ୍ରଗତି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା । ଦେଶରେ ଶତକଡା ୮୮ଭାଗ ସମର୍ଥ ହିତାଧିକାରୀଙ୍କୁ ପ୍ରଥମ ଟିକା ଓ ଶତକଡା ୬୦ଭାଗରୁ ଅଧିକ ହିତାଧିକାରୀଙ୍କୁ ଦ୍ୱିତୀୟ ଟିକା ପ୍ରଦାନ କରାଯାଇଥିବା ତାଙ୍କୁ ଅବଗତ କରାଯାଇଥିଲା ।  ହରଘର ଦସ୍ତକ ବା ଘରକୁ ଘର ବୁଲି ଟିକାକରଣ ଅଭିଯାନ ବେଶ୍ ଫଳପ୍ରଦ ହୋଇଥିବା ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା । ପ୍ରଧାନମନ୍ତ୍ରୀ ରାଜ୍ୟଗୁଡିକ ସେମାନଙ୍କ ସମର୍ଥ ହିତାଧିକାରୀଙ୍କୁ କୋଭିଡ-୧୯ ସମ୍ପୂର୍ଣ୍ଣ ଟିକାଦାନ ସୁନିଶ୍ଚିତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । 

କେନ୍ଦ୍ର କ୍ୟାବିନେଟ ସଚିବ, ଡକ୍ଟର ଭି.କେ ପଲ ସଦସ୍ୟ(ସ୍ୱାସ୍ଥ୍ୟ) ନୀତି ଆୟୋଗ, ଗୃହସଚିବ ଶ୍ରୀ ଏ.କେ. ଭାଲ୍ଲା, ସ୍ୱାସ୍ଥ୍ୟ ସଚିବ ଶ୍ରୀ ରାଜେଶ ଭୂଷଣ, ଔଷଧପତ୍ର ସଚିବ ଡକ୍ଟର ରାଜେଶ ଗୋଖଲେ, ଜୈବ ପ୍ରଯୁକ୍ତିଜ୍ଞାନ ସଚିବ, ଆଇସିଏମଆର ଡିଜି ଡକ୍ଟର ବଳରାମ ଭାର୍ଗବ , ବୈଦ୍ୟ ରାଜେଶ କୋଟେଚା (ଆୟୁଷ ସଚିବ), ସହରାଞ୍ଚଳ ବିକାଶ ସଚିବ ଶ୍ରୀ ଦୁର୍ଗାଶଙ୍କର ମିଶ୍ର, ସିଇଓଏନଏଚଏ ଶ୍ରୀ ଆର.ଏସ. ଶର୍ମା, ଭାରତ ସରକାରଙ୍କ ପ୍ରଧାନ ବୈଜ୍ଞାନିକ ପରାମର୍ଶଦାତା ପ୍ରଫେସର କେ. ବିଜୟ ରାଘବନ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Strategic partnership' to 'Cooperation in AI': Six major outcomes of PM Modi's historic Sweden visit - Check

Media Coverage

'Strategic partnership' to 'Cooperation in AI': Six major outcomes of PM Modi's historic Sweden visit - Check
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 18, 2026
May 18, 2026

Norway to Netherlands: PM Modi's Leadership Turns Heritage, Honors & High-Tech Deals into India's Global Momen