ଉଦ୍‌ବେଗ ସୃଷ୍ଟିକାରୀ ନୂଆ କରୋନା ଭୂତାଣୁ “ଓମିକ୍ରନ”ର ଲକ୍ଷଣ, ବିଭିନ୍ନ ଦେଶରେ ଏହାର ପ୍ରଭାବ ଏବଂ ଭାରତ ପାଇଁ ଏହା କି ପରିସ୍ଥିତି ସୃଷ୍ଟି କରିପାରେ, ସେ ବିଷୟରେ ବୈଠକରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଗଲା
ନୂଆ କରୋନା ଭୂତାଣୁ ସଂକ୍ରମଣ ଦୃଷ୍ଟିରୁ ସତର୍କ ଓ ତତ୍ପର ରହିବାକୁ ପଡିବ: ପ୍ରଧାନମନ୍ତ୍ରୀ
ଯେଉଁ ସ୍ଥାନରେ ଅଧିକ ସଂକ୍ରମଣ ଠାବ ହେବ ସେଠାରେ ସଘନ କଣ୍ଟେନମେଣ୍ଟ ବ୍ୟବସ୍ଥା ସହିତ ତଦାରଖ ବ୍ୟବସ୍ଥାକୁ ଅଧିକ ସକ୍ରିୟ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ
ଲୋକେ ଅଧିକ ସତର୍କ ରହିବା ସହିତ ମାସ୍କ ପରିଧାନ ଓ ସାମାଜିକ ଦୂରତା ରକ୍ଷା କରିବା ଉଚିତ: ପ୍ରଧାନମନ୍ତ୍ରୀ
ପରିବର୍ତ୍ତିତ ସ୍ଥିତିକୁ ବିଚାରକୁ ନେଇ ଆନ୍ତର୍ଜାତିକ ଭ୍ରମଣ କଟକଣାକୁ ସରଳ କରିବା ଯୋଜନାର ସମୀକ୍ଷା କରିବାକୁ ଅଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ
ଅଧିକରୁ ଅଧିକ ଲୋକଙ୍କୁ ଦ୍ୱିତୀୟ ଡୋଜ ଟିକା ପ୍ରଦାନ କରିବାର ଆବଶ୍ୟକତା ରହିଛି: ପ୍ରଧାନମନ୍ତ୍ରୀ
ଯେଉଁମାନେ ପ୍ରଥମ ଡୋଜ ଟିକା ନେଇଛନ୍ତି ସେମାନଙ୍କୁ ଠିକ ସମୟରେ ଦ୍ୱିତୀୟ ଡୋଜ ଦେବାକୁ ରାଜ୍ୟମାନଙ୍କୁ ସଚେତନ କରି ଏହି ପ୍ରକ୍ରିୟାକୁ ନିଶ୍ଚିତ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ଏକ ପୂର୍ଣ୍ଣାଙ୍ଗ ଉଚ୍ଚସ୍ତରୀୟ ବୈଠକରେ ଦେଶର କୋଭିଡ୍ ପରିସ୍ଥିତିର ସବିଶେଷ ସମୀକ୍ଷା କରିଛନ୍ତି । ପ୍ରାୟ ଦୁଇଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ନୂଆ କୋଭିଡ ଭୂତାଣୁ “ଓମିକ୍ରନ”ର ସଂକ୍ରମଣ, ଟିକାଦାନ, ଚିକିତ୍ସା ବ୍ୟବସ୍ଥା ଓ ଅନ୍ୟାନ୍ୟ ସ୍ଥିତି ବିଷୟରେ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଥିଲେ ।

ଏହି ବୈଠକ ଅବସରରେ ପ୍ରଧାନମନ୍ତ୍ରୀଙ୍କୁ କୋଭିଡ ମହାମାରୀର ବୈଶ୍ୱିକ ଧାରା, ସଂକ୍ରମଣ ସ୍ଥିତି ଓ ଅନ୍ୟାନ୍ୟ ବିଷୟରେ ଅବଗତ କରାଯାଇଥିଲା । ମହାମାରୀ ଆରମ୍ଭ କାଳରୁ ବିଶ୍ୱର ବିଭିନ୍ନ ଦେଶରେ ତୁହାକୁ ତୁହା ନୂଆପ୍ରକାର ଭୂତାଣୁ ସଂକ୍ରମଣ ଘଟଣାମାନ ଘଟିଆସୁଛି ବୋଲି ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ଭାରତରେ ସଂକ୍ରମିତଙ୍କ ସଂଖ୍ୟା ଓ ହାର  ସହିତ କୋଭିଡସ୍ଥିତି କ’ଣ ତାହା ମଧ୍ୟ ପ୍ରଧାନମନ୍ତ୍ରୀ ପଚାରି ବୁଝିଥିଲେ । 

ଏହି ବୈଠକରେ ଆହୁରି ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ  ଦେଶରେ କୋଭିଡ ଟିକାଦାନର ପ୍ରଗତି ସମ୍ପର୍କରେ ଅବଗତ କରାଯିବା ସହିତ “ହର ଘର ଦସ୍ତକ” ଅଭିଯାନ କିପରି କାର୍ଯ୍ୟକାରୀ ହେଉଛି ସେ ବିଷୟରେ ସୂଚିତ କରାଯାଇଥିଲା । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶରେ ଦ୍ୱିତୀୟ ଡୋଜ ଟିକା ପ୍ରଦାନ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ ଓ କ୍ଷୀପ୍ରତର କରିବାର  ଆବଶ୍ୟକତା ରହିଛି । ଯେଉଁମାନେ ପ୍ରଥମ ଡୋଜ ଟିକା ନେଇସାରିଛନ୍ତି, ସେମାନଙ୍କୁ ନିର୍ଦ୍ଧାରିତ ସମୟରେ ଦ୍ୱିତୀୟ ଡୋଜ ଟିକାଦାନକୁ ସୁନିଶ୍ଚିତ କରିବା ପାଇଁ ରାଜ୍ୟମାନଙ୍କୁ ସଚେତନ କରାଇବାକୁ ପ୍ରଧାନମନ୍ତ୍ରୀ କହିଥିଲେ । ଦେଶରେ ସେରୋ ପଜିଟିଭିଟି ସ୍ଥିତି ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା । ବିଭିନ୍ନ ସମୟରେ ହେଉଥିବା ଏହି ପରୀକ୍ଷାର ସୁଫଳ ସାଧାରଣ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ କିପରି ପଡୁଛି ତାହା ମଧ୍ୟ ପ୍ରଧାନମନ୍ତ୍ରୀ ପଚାରି ବୁଝିଥିଲେ ।

ଏବେ ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ନୂଆ କରୋନା ଭୂତାଣୁ ‘ଓମିକ୍ରନ”, ଏହାର ଲକ୍ଷଣ, ବିଭିନ୍ନ ଦେଶରେ ପଡିଥିବା ଏହାର ପ୍ରଭାବ ସମ୍ପର୍କରେ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ଭାରତ ଉପରେ ଏହି ଭୂତାଣୁର କି ପ୍ରକାର ସମ୍ଭାବ୍ୟ ପ୍ରଭାବ ପଡିପାରେ ତାହା ମଧ୍ୟ ଆଲୋଚିତ ହୋଇଥିଲା । ନୂଆ ଭୂତାଣୁ ସଂକ୍ରମଣ ପରିପ୍ରେକ୍ଷୀରେ ଏଥିପ୍ରତି ସତର୍କ ଓ ପ୍ରସ୍ତୁତ ରହିବାକୁ ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେ ଆହୁରି କହିଥିଲେ ଯେ ନୂଆ ସଂକ୍ରମଣ ପରିପ୍ରେକ୍ଷୀରେ ଜନସାଧାରଣ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ରକ୍ଷା କରି ଚଳିବା ଆବଶ୍ୟକ । ବିଦେଶରୁ ଯେଉଁମାନେ ଦେଶକୁ ଆସୁଛନ୍ତି ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ନିର୍ଦ୍ଧାରିତ ନିର୍ଦ୍ଦେଶାବଳୀ ଅନୁସାରେ କରାଯିବା ଆବଶ୍ୟକ । ଯେଉଁ ଦେଶଗୁଡିକ ସଂକ୍ରମଣ ଦୃଷ୍ଟିରୁ ବିପଦପୂର୍ଣ୍ଣଭାବେ ଚିହ୍ନଟ ହୋଇଛନ୍ତି, ସେଠାରୁ ଆସୁଥିବା ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ସ୍ୱତନ୍ତ୍ର ନଜର ରଖିବାକୁ ସେ କହିଛନ୍ତି । ଯେଉଁ ଦେଶଗୁଡିକ ସଂକ୍ରମଣମୁକ୍ତ ତାହାକୁ ପ୍ରମାଣଭିତ୍ତିରେ ଠାବ କରି ଆନ୍ତର୍ଜାତିକ ଭ୍ରମଣ କଟକଣାକୁ କୋହଳ କରିବାକୁ ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ବୈଠକରେ ଦେଶରେ ଚାଲିଥିବା କରୋନା ବିରୋଧୀ ଅନୁ୍‌କ୍ରମଣ(ସିକ୍ୟୁଏନ୍ସିଂ)ପ୍ରୟାସ ତଥା ସଂକ୍ରମଣକାରୀ ଭୂତାଣୁଗୁଡିକ ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା । ପ୍ରଧାନମନ୍ତ୍ରୀ କହିଥିଲେ ଯେ ନିୟମ ଅନୁସାରେ ଆନ୍ତର୍ଜାତିକ ଯାତ୍ରୀ ଓ ସମୁଦାୟଙ୍କ ଜେନମ୍ ସିକ୍ୟୁଏନି୍ସଂ ନମୁନା ସଂଗ୍ରହ କରାଯିବା ଉଚିତ । ସମଗ୍ର ସିକୁଏନି୍ସଂ ପ୍ରକ୍ରିୟାକୁ ବ୍ୟାପକ ଓ ସୁସଂହତ କରିବା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ । ଜିଲ୍ଲା ଓ ପ୍ରାଦେଶିକସ୍ତରରେ ନୂଆ ସଂକ୍ରମଣ ରୋକିବାକୁ ଆବଶ୍ୟକ ପ୍ରସ୍ତୁତିକୁ ଗୁରୁତ୍ୱ ଦେଇ ଏଥିପାଇଁ ରାଜ୍ୟମାନଙ୍କୁ ସତର୍କ ଓ  ସଚେତନ କରାଇବାକୁ ସେ କହିଥିଲେ । ଯେଉଁସବୁ ରାଜ୍ୟରେ ଅଧିକ ଭୂତାଣୁ ସଂକ୍ରମଣ ଘଟଣା ନିଜରକୁ ଆସୁଛି ସେଠାରେ ତଦାରଖ ଓ କଣ୍ଟେନମେଣ୍ଟ ବ୍ୟବସ୍ଥାକୁ ସୁଦୃଢ କରିବା ସହିତ ଆବଶ୍ୟକ ପଡିଲେ ରାଜ୍ୟ ସରକାରମାନଙ୍କୁ ବୈଷୟିକ ସହାୟତା ଯୋଗାଇଦେବାକୁ କହିଥିଲେ । ବାୟୁ ସଂଚାର ଓ ପବନ ଦ୍ୱାରା କେତେକ କରୋନା ଭୂତାଣୁ ସଂକ୍ରମଣ ବ୍ୟାପୁଥିବାରୁ ସେଥିପ୍ରତି ସଚେତନତା ସୃଷ୍ଟି ଉପରେ ସେ ଗୁରୁତ୍ୱ ଦେଇଥିଲେ ।
ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ ଯେ, କରୋନ ମୁକାବିଲା କ୍ଷେତ୍ରରେ ସେମାନେ ନୂଆ ଔଷଧପତ୍ରର ପ୍ରୟୋଗକୁ ବିଶେଷ ଗୁରୁତ୍ୱ ଦେଉଛନ୍ତି ଏବଂ ଏହାର ସୁବିଧା ଉପଲବ୍ଧ କରାଉଛନ୍ତି । ସବୁ ରାଜ୍ୟରେ ଯେପରି ପର୍ଯ୍ୟାପ୍ତ ପରିମାଣର ଔଷଧପତ୍ର ମହଜୁଦ ରହେ ତାହା ନିଶ୍ଚିତ କରିବାକୁ ଉପଯୁକ୍ତ ସମନ୍ୱୟ ବ୍ୟବସ୍ଥା କରିବା ପାଇଁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଆହୁରି ମଧ୍ୟ ସବୁ ରାଜ୍ୟର ସ୍ୱାସ୍ଥ୍ୟସେବା ସୁବିଧା, ଭିତ୍ତିଭୂମି ତଥା ବିଶେଷକରି ଶିଶୁଚିକିତ୍ସା  ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଅଧିକାରୀମାନଙ୍କୁ କହିଥିଲେ । ରାଜ୍ୟମାନଙ୍କରେ ପିଏସ୍‌ଏ ଅକ୍ସିଜେନ ପ୍ଲାଣ୍ଟ ଓ ଭେଣ୍ଟିଲେଟର ସୁବିଧା କିପରି କାର୍ଯ୍ୟ କରୁଛି ତାହା ଦେଖିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ।

ଏହି ବୈଠକରେ କେନ୍ଦ୍ର କ୍ୟାବିନେଟ ସଚିବ ଶ୍ରୀ ରାଜୀବ ଗୌବା, ନୀତି ଆୟୋଗର ସଦସ୍ୟ(ସ୍ୱାସ୍ଥ୍ୟ) ଡକ୍ଟର ଭି.କେ.ପାଲ, ସ୍ୱରାଷ୍ଟ୍ର ସଚିବ ଶ୍ରୀ ଏ.କେ. ଭଲ୍ଲା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଶ୍ରୀ ରାଜେଶ ଭୂଷଣ, ବାୟୋ ଟେକ୍‌ନୋଲୋଜି ସଚିବ ଡକ୍ଟର ରାଜେଶ ଗୋଖଲେ, ଆଇସିଏମ୍‌ଆର ଡିଜି ଡକ୍ଟର ବଳରାମ ଭାର୍ଗବ, ଆୟୁଷ ସଚିବ ବୈଦ୍ୟ ରାଜେଶ କୋଟେଚା, ସହରାଞ୍ଚଳ ବିକାଶ ସଚିବ ଶ୍ରୀ ଦୁର୍ଗାଶଙ୍କର ମିଶ୍ର, ଏନ୍‌ଏଚ୍‌ଏର ସିଇଓ ଶ୍ରୀ ଆର.ଏସ୍‌.ଶର୍ମା ଭାରତ ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ଉପଦେଷ୍ଟା ପ୍ରଫେସର କେ ବିଜୟ ରାଘବନ ଓ ଅନ୍ୟାନ୍ୟ ବରିଷ୍ଠ ସରକାରୀ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi Explains How India Overcame the West Asia Energy Crisis, Slams Opposition for Fear-Mongering

Media Coverage

PM Modi Explains How India Overcame the West Asia Energy Crisis, Slams Opposition for Fear-Mongering
NM on the go

Nm on the go

Always be the first to hear from the PM. Get the App Now!
...
Prime Minister greets President of the United States on the 250th anniversary of the United States' independence
July 04, 2026

The Prime Minister, Shri Narendra Modi, extended greetings to the President of the United States, Mr. Donald J. Trump, and the people of the United States on the historic occasion of the 250th anniversary of the country's independence. Shri Modi underscored the enduring strength of the India–United States partnership. He noted that the relationship between the two democracies extends beyond a strategic partnership and is anchored in shared values of democracy, the rule of law and faith in the limitless potential of their people.

The Prime Minister posted on X:

On behalf of 1.4 billion Indians, I extend my warmest congratulations to President Trump and the people of the United States on the historic 250th anniversary of your Independence.

India and the United States share more than a strategic partnership. Our shared belief in democracy, rule of law and the limitless potential of our people make our friendship a force for global good.

May the next 250 years bring even greater prosperity, peace and progress for America and take the India-US partnership to new heights.

@POTUS
@realDonaldTrump