ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଣଉତ୍ପାଦନ ପାଇଁ ବିଜ୍ଞାନର ମୂଲ୍ୟ ସୃଜନ ଚକ୍ରକୁ ପ୍ରୋତ୍ସାହିତ କରିବା ନିମନ୍ତେ ବୈଜ୍ଞାନିକ ସମୁଦାୟଙ୍କୁ ଆହ୍ୱାନ ଜଣାଇଛନ୍ତି । ଆଜି ଆୟୋଜିତ ଜାତୀୟ ମାପ ଓ ଓଜନ ବିଚାର ଗୋଷ୍ଠୀରେ ଉଦ୍‍ବୋଧନ ଦେବା ଅବସରରେ ସେ ଏହା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଜାତୀୟ ଅଟୋମିକ ଟାଇମ ସ୍କେଲ ବା ଆଣବିକ ସମୟ ମାପକ ଏବଂ ଭାରତୀୟ ନିର୍ଦ୍ଦେଶକ ଦ୍ରବ୍ୟ ପ୍ରଣାଳୀକୁ ଜାତି ଉଦ୍ଦେଶ୍ୟରେ ଅର୍ପଣ କରିଛନ୍ତି । ଏହି ଅବସରରେ ସେ ମଧ୍ୟ ଭିଡିଓ କନ୍‍ଫରେନ୍ସିଂ ବ୍ୟବସ୍ଥାରେ ଜାତୀୟ ପରିବେଶଗତ ମାନ ପରୀକ୍ଷାଗାରର ଶୁଭ ଦେଇଛନ୍ତି ।

ଏହି ଅବସରରେ ଉଦ୍‍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଐତିହାସିକଭାବେ ପ୍ରମାଣିତ ହୋଇଛି ଯେ ଯେଉଁ ଦେଶ ବିଜ୍ଞାନକୁ ପ୍ରୋତ୍ସାହିତ କରିଛି ଏବଂ ଏହା ସହିତ ପ୍ରତ୍ୟକ୍ଷ ସଂପର୍କ ରଖିଛି ସେ ଦେଶ ଅଗ୍ରଗତି କରିଛି । ସେ ଏହାକୁ ବିଜ୍ଞାନ, ପ୍ରଯୁକ୍ତି ଓ ଉଦ୍ୟୋଗର ମୂଲ୍ୟ ସୃଜନ ଚକ୍ର ବା ଭ୍ୟାଲୁ କ୍ରିଏସନ ସାଇକଲଭାବେ ଅଭିହିତ କରିଛନ୍ତି । ଏ ସଂପର୍କରେ ଅଧିକ ବୁଝାଇବାକୁ ଯାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବୈଜ୍ଞାନିକ ଉଦ୍ଭାବନ ଦ୍ୱାରା ଏକ ଟେକ୍‍ନୋଲଜି ବାହାରିଲେ ସେହି ଟେକ୍‍ନୋଲଜି ମାଧ୍ୟମରେ ଶିଳ୍ପ ଉଦ୍ୟୋଗର ବିକାଶ ଘଟେ । ପ୍ରତିଦାନରେ ଉଦ୍ୟୋଗ ନୂଆ ଗବେଷଣା ପାଇଁ ବିଜ୍ଞାନ କ୍ଷେତ୍ରରେ ପୁଞ୍ଜି ନିବେଶ କରିଥାଏ । ଏହି ପ୍ରକ୍ରିୟା ଆମକୁ ନୂଆ ସମ୍ଭାବନା ଆଡକୁ ବାଟ କଢାଇନିଏ । ସେ କହିଛନ୍ତି ଯେ ସିଏସ୍‍ଆଇଆର-ଏନ୍‍ପିଏଲ୍‍ ଏହି ମୂଲ୍ୟ ଚକ୍ରକୁ ଆଗକୁ ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗଣଉତ୍ପାଦନ କ୍ଷେତ୍ରରେ ବିଜ୍ଞାନର ଏହି ମୂଲ୍ୟ ସୃଜନ ଚକ୍ର ଆଜିର ପୃଥିବୀରେ ସୁବଠୁ ଗୁରୁତ୍ୱପୂର୍ଣ୍ଣ ହୋଇଛି । ବିଶେଷକରି ଭାରତ ଯେତେବେଳେ ଆତ୍ମନିର୍ଭର ହେବାକୁ ନିଜର ଲକ୍ଷ୍ୟପଥରେ ଅଗ୍ରସର ହେଉଛି ସେଥିପାଇଁ ଏହାର ଗୁରୁତ୍ୱ ବେଶ୍‍ ଅଧିକ ।

ସିଏସ୍‍ଆଇଆର-ଏନ୍‍ପିଏଲ୍‍ ଜାତୀୟ ଅଟୋମିକ୍‍ ଟାଇମ୍‍ ସ୍କେଲ ଘେନି ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକଟ କରିଛନ୍ତି ଓ ଏହାକୁ ମାନବ କଲ୍ୟାଣ ପାଇଁ ଉତ୍ସର୍ଗ କରିଛନ୍ତି । ସେ କହିଛନ୍ତି ଯେ ଏକ ନାନୋ ସେକେଣ୍ଡ ମଧ୍ୟରେ ସମୟକୁ ମାପିବା ପାଇଁ ଭାରତ ଆତ୍ମନିର୍ଭର ହୋଇପାରିଛି । ସମୟ ମାପିବାରେ ନିର୍ଭୁଲତାର ସ୍ତର 2.8 ନାନୋ ସେକେଣ୍ଡ ହାସଲ କରିବା ଏକ ବିରାଟ ଉପଲବ୍‍ଧି ବୋଲି ସେ କହିଛନ୍ତି । ଏବେ ଭାରତୀୟ ମାନକ ସମୟ (ଆଇଏସ୍‍ଟି) ଆନ୍ତର୍ଜାତିକ ପ୍ରମାଣ ସମୟ ସହ ପ୍ରାୟ ସମାସ୍କନ୍ଧ ହୋଇଛି ଏବଂ ଏଥିରେ ନିର୍ଭୁଲତାର ସ୍ତର ୩ ନାନୋ ସେକେଣ୍ଡରୁ କମ୍‍ ରହିଛି । ଅତ୍ୟାଧୁନିକ ଟେକ୍‍ନୋଲଜି କ୍ଷେତ୍ରରେ କାମ କରୁଥିବା ଇସ୍ରୋ ଭଳି ପ୍ରତିଷ୍ଠାନକୁ ଏହା ଯଥେଷ୍ଟ ସାହାଯ୍ୟ କରିବ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ବ୍ୟାଙ୍କିଙ୍ଗ, ରେଳବାଇ, ପ୍ରତିରକ୍ଷା, ସ୍ୱାସ୍ଥ୍ୟ, ଟେଲିକମ୍‍, ପାଣିପାଗ ପୂର୍ବାନୁମାନ, ବିପର୍ଯ୍ୟୟ ପରିଚାଳନା ଏବଂ ସେହିଭଳି ବିଭିନ୍ନ କ୍ଷେତ୍ର ଯେଉଁଠି ଅତ୍ୟାଧୁନିକ ଟେକ୍‍ନୋଲଜି ବ୍ୟବହୃତ ହେଉଛି ସେ ସବୁ ଏହି ନୂଆ ଉପଲବ୍‍ଧି ବଳରେ ବିଶେଷ ଉପକୃତ ହେବେ । ଚତୁର୍ଥ ପିଢିର ଶିଳ୍ପାୟନ ବା ଇଣ୍ଡଷ୍ଟ୍ରି 4.0କୁ ସଫଳ ତଥା ଅର୍ଥପୂର୍ଣ୍ଣ କରିବା ପାଇଁ ଏହି ଟାଇମ ସ୍କେଲର ଭୂମିକା ବିଶେଷ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ଏବେ ପରିବେଶ କ୍ଷେତ୍ରରେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ଏହା ସତ୍ତ୍ୱେ ବାୟୁର ମାନ ଓ ପରିବେଶର କ୍ଷତି ସାଧନ କରୁଥିବା ଗ୍ୟାସ୍‍ ଏବଂ ଧୂଳିଧୂଆଁ ଆଦିକୁ ମାପିବା ପାଇଁ ଉପଯୁକ୍ତ ଟେକ୍‍ନୋଲଜି ଓ ଯନ୍ତ୍ରପାତି ଆମ ପାଖରେ ନାହିଁ । ଏଥିପାଇଁ ଭାରତ ଅନ୍ୟ ଉପରେ ନିର୍ଭର କରୁଛି । ଏହି ଉପଲବ୍‍ଧି ଏହି କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭର କରିବ ଏବଂ ପ୍ରଦୂଷଣ ନିୟନ୍ତ୍ରଣ କ୍ଷେତ୍ରରେ ଅଧିକ ପ୍ରଭାବଶାଳୀ, ସଫଳ ଓ ଶସ୍ତା ଉପକରଣ ତିଆରି କରିବାରେ ସହାୟକ ହେବ । ଏହା ମଧ୍ୟ ବାୟୁର ମାନ ମାପିବା ଏବଂ ଏମିସନ ଟେକ୍‍ନୋଲଜି କ୍ଷେତ୍ରରେ ବିଶ୍ୱ ବଜାରରେ ଭାରତକୁ ଏକ ଉତ୍ତମ ସ୍ଥାନ ଦେବ । ଆମେ ଆମ ବୈଜ୍ଞାନିକମାନଙ୍କ ନିରନ୍ତର ଉଦ୍ୟମ ଫଳରେ ଏହି ସଫଳତା ଲାଭ କରିଛୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
EPFO settles 8.3 crore claims in FY26; cheque leaf upload reform benefits 7 crore members, says govt

Media Coverage

EPFO settles 8.3 crore claims in FY26; cheque leaf upload reform benefits 7 crore members, says govt
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 08, 2026
August 08, 2026

Infrastructure + Inclusion + Innovation: How PM Modi’s Agenda is Rewiring India’s Growth Engine