PM Modi attends NITI Aayog’s interaction with economists on “Economic Policy – The Road Ahead”
PM Modi calls for innovative approaches in areas such as skill development and tourism
Budget cycle has an effect on the real economy: PM
Date of budget presentation advanced, so that expenditure is authorized by the time the new financial year begins: PM

ନୀତି ଆୟୋଗଙ୍କ ପକ୍ଷରୁ “ଆର୍ଥିକ ନୀତି : ଭବିଷ୍ୟତର ମାର୍ଗ” ଶୀର୍ଷକ ଏକ ମତବିନିମୟ କାର୍ଯ୍ୟକ୍ରମ ଡିସେମ୍ବର 27, 2016 ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନାରେ ଦେଶର ବହୁ ବିଶିଷ୍ଟ ଅର୍ଥଶାସ୍ତ୍ରୀ ଓ ଅନ୍ୟ ବିଶେଷଜ୍ଞମାନେ ଅଂଶଗ୍ରହଣ କରିଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି ଆଲୋଚନାରେ ଉପସ୍ଥିତ ଥିଲେ ।

ଆଲୋଚନା କାଳରେ ଦେଶର ବିଭିନ୍ନ କ୍ଷେତ୍ରର ଆର୍ଥିକ ପ୍ରସଙ୍ଗ ଯଥା- କୃଷି, କୌଶଳ ବିକାଶ ଓ କର୍ମନିଯୁକ୍ତି ସୃଷ୍ଟି, ଟିକସ ବ୍ୟବସ୍ଥା ଏବଂ ମୂଲ୍ୟ ନିର୍ଦ୍ଧାରଣ ସମ୍ପର୍କୀତ ପ୍ରସଙ୍ଗ, ଶିକ୍ଷା, ଡିଜିଟାଲ ପ୍ରଯୁକ୍ତି, ଗୃହନିର୍ମାଣ, ପର୍ଯ୍ୟଟନ, ବ୍ୟାଙ୍କିଙ୍ଗ, ପ୍ରଶାସନିକ ବ୍ୟବସ୍ଥାରେ ସଂସ୍କାର, ଡାଟା ଭିତ୍ତିକ ନୀତି ଏବଂ ବିକାଶର ଭବିଷ୍ୟତର କାର୍ଯ୍ୟଯୋଜନା ସମ୍ପର୍କରେ ବକ୍ତାମାନେ ନିଜ ନିଜ ମତ ପ୍ରଦାନ କରିଥିଲେ।

ଏହି ଆଲୋଚନାରେ ଅଂଶଗ୍ରହଣ କରି ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ବିଶେଷ କରି କୌଶଳ ବିକାଶ ଓ ପର୍ଯ୍ୟଟନ ଭଳି କ୍ଷେତ୍ର ଉନ୍ନତି କଳ୍ପେ କିପରି ଅଭିନବ ପଦକ୍ଷେପମାନ ଗ୍ରହଣ କରାଯାଇପାରିବ ସେଥିଲାଗି ସେମାନେ ନିଜର ମତାମତ ପ୍ରଦାନ ପାଇଁ ସେ ଆହ୍ଵାନ ଜଣାଇଥିଲେ ।

ବଜେଟ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଲେ ଯେ, ବାସ୍ତବ ଅର୍ଥବ୍ୟବସ୍ଥା ଉପରେ ଏହାର ବିଶେଷ ପ୍ରଭାବ ରହିଛି । ଆମର ପ୍ରଚଳିତ ବଜେଟ କ୍ୟାଲେଣ୍ଡର ମୌସୁମୀ ଋତୁ ଆରମ୍ଭ ସହ ବ୍ୟୟ ସମ୍ପର୍କୀତ ଅଧିସ୍ଵୀକୃତି ଆସିଥାଏ । ଏହାଦ୍ଵାରା ସରକାରୀ କାର୍ଯ୍ୟକ୍ରମ, ପ୍ରାକ୍-ମୌସୁମୀ ମାସଗୁଡିକରେ ଅପେକ୍ଷାକୃତ ଭାବେ ଅଚଳ ହୋଇପଡେ । ଏହି ସମସ୍ୟାକୁ ଦୃଷ୍ଟିରେ ରଖି ବଜେଟ ଉପସ୍ଥାପନ ତାରିଖକୁ ଆଗୁଆ କରାଯାଇଛି । ତଦ୍ୱାରା ନୂଆ ଆର୍ଥିକ ବର୍ଷ ଆରମ୍ଭ ହେବା ପୂର୍ବରୁ ମଞ୍ଜୁର ଅର୍ଥ ବ୍ୟୟ କରାଯାଇ ସାରିଥିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ବୈଠକରେ ଅର୍ଥମନ୍ତ୍ରୀ ଶ୍ରୀ ଅରୁଣ ଜେଟଲୀ, ଯୋଜନା ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାଓ ଇନ୍ଦରଜିତ ସିଂହ, ନୀତି ଆୟୋଗର ଉପାଧ୍ୟକ୍ଷ ଶ୍ରୀ ଅରବିନ୍ଦ ପନାଗାରିଆ ଏବଂ କେନ୍ଦ୍ର ସରକାର ଓ ନୀତି ଆୟୋଗର ବରିଷ୍ଠ ପଦାଧିକାରୀମାନେ ଯୋଗଦେଇଥିଲେ । ଏତଦଭିନ୍ନ ପ୍ରଫେସର ପ୍ରବୀଣ କ୍ରିଷ୍ଣା, ପ୍ରଫେସର ସୁଖପାଳ ସିଂହ, ପ୍ରଫେସର ବିଜୟ ପାଳ ଶର୍ମା, ଶ୍ରୀ ନୀଳକଣ୍ଠ ମିଶ୍ର, ଶ୍ରୀ ସୁରଜିତ ଭଲ୍ଲା, ଡକ୍ଟର ପୁଲକ ଘୋଷ, ଡକ୍ଟର ଗୋବିନ୍ଦ ରାଓ, ଶ୍ରୀ ମାଧବ ଚୌହ୍ଵାନ, ଡକ୍ଟର ଏନ.କେ.ସିଂହ, ଶ୍ରୀ ବିବେକ ଦହେଜିଆ, ଶ୍ରୀ ପ୍ରଥମ ସିହ୍ନା, ଶ୍ରୀ ସୁମିତ ବୋଷ ଏବଂ ଶ୍ରୀ ଟି.ଏନ. ନିନାନଙ୍କ ଭଳି ଅର୍ଥଶାସ୍ତ୍ରୀ ଓ ବିଶେଷଜ୍ଞ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India vehicle retail sales seen steady in December as tax cuts spur demand: FADA

Media Coverage

India vehicle retail sales seen steady in December as tax cuts spur demand: FADA
NM on the go

Nm on the go

Always be the first to hear from the PM. Get the App Now!
...
Prime Minister welcomes Cognizant’s Partnership in Futuristic Sectors
December 09, 2025

Prime Minister Shri Narendra Modi today held a constructive meeting with Mr. Ravi Kumar S, Chief Executive Officer of Cognizant, and Mr. Rajesh Varrier, Chairman & Managing Director.

During the discussions, the Prime Minister welcomed Cognizant’s continued partnership in advancing India’s journey across futuristic sectors. He emphasized that India’s youth, with their strong focus on artificial intelligence and skilling, are setting the tone for a vibrant collaboration that will shape the nation’s technological future.

Responding to a post on X by Cognizant handle, Shri Modi wrote:

“Had a wonderful meeting with Mr. Ravi Kumar S and Mr. Rajesh Varrier. India welcomes Cognizant's continued partnership in futuristic sectors. Our youth's focus on AI and skilling sets the tone for a vibrant collaboration ahead.

@Cognizant

@imravikumars”