ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦ ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସମାରୋହରେ 2015, 2016, 2017 ଏବଂ 2018 ବର୍ଷ ଲାଗି ଗାନ୍ଧୀ ଶାନ୍ତି ପୁରସ୍କାର ପ୍ରଦାନ କରିଥିଲେ । ଏହି ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାମିଲ ହୋଇଥିଲେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ପ୍ରତିଷ୍ଠିତ ଗାନ୍ଧୀ ଶାନ୍ତି ପୁରସ୍କାର ପ୍ରାପ୍ତ କରିଥିବା ବ୍ୟକ୍ତି ବିଶେଷଙ୍କୁ ଅଭିନନ୍ଦନ ଜଣାଇଥିଲେ । ସେ କହିଥିଲେ ଯେ ଏହି ପୁରସ୍କାର ଏପରି ଏକ ସମୟରେ ଦିଆଯାଉଛି, ଯେତେବେଳେ ଦେଶ ମହାତ୍ମା ଗାନ୍ଧୀଙ୍କ 150ତମ ଜୟନ୍ତୀ ପାଳନ କରୁଛି ।

ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ ଯେ ମହାତ୍ମା ଗାନ୍ଧୀଙ୍କ ପ୍ରିୟ ଭଜନ ବୈଷ୍ଣବ ଜନକୁ ସାରା ବିଶ୍ୱର 150ଟି ଦେଶର କଳାକାର ଗାଇଛନ୍ତି । ସେ କହିଥିଲେ ଯେ ଏହା ଏ କଥାର ମଧ୍ୟ ସଂକେତ ଯେ ଆଜି ମଧ୍ୟ ବିଶ୍ୱ ମହାତ୍ମା ଗାନ୍ଧୀଙ୍କ ଆଦର୍ଶର ପ୍ରାସଙ୍ଗିକତାକୁ ସ୍ୱୀକାର କରୁଛି ।
ପ୍ରଧାନମନ୍ତ୍ରୀ ସ୍ୱଚ୍ଛତା ପ୍ରତି ମହାତ୍ମା ଗାନ୍ଧୀଙ୍କ ସଂକଳ୍ପ ବିଷୟରେ ଆଲୋଚନା କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱାଧୀନତା ସଂଗ୍ରାମ ମହାତ୍ମା ଗାନ୍ଧୀଙ୍କ ପ୍ରୟାସ କାରଣରୁ ଜନ-ଆନ୍ଦୋଳନରେ ପରିଣତ ହୋଇଥିଲା । ସେ କହିଥିଲେ ଯେ ମହାତ୍ମା ଗାନ୍ଧୀ ଜନ-ଭାଗୀଦାରୀ ଏବଂ ଜନ-ଆନ୍ଦୋଳନ ଧାରାକୁ ବିଲୟ କରିଦେଇଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ମହାତ୍ମା ଗାନ୍ଧୀ ଦେଶର ପ୍ରତ୍ୟେକ ବ୍ୟକ୍ତିଙ୍କଠାରେ ଭାରତର ସ୍ୱାଧୀନତା ସଂଗ୍ରାମରେ ଯୋଗଦାନର ଭାବନା ଭରି ଦେଇଥିଲେ ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Auckland's Sky Tower lights up in India's tricolour as PM Modi begins historic New Zealand visit

Media Coverage

Auckland's Sky Tower lights up in India's tricolour as PM Modi begins historic New Zealand visit
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 11, 2026
July 11, 2026

Record Exports, Record Investments, Record Pride: India’s Rise Under PM Modi is Multi-Dimensional