PM Modi attends book release function at Rashtrapati Bhavan
PM Modi releases a book named “Rashtrapati Bhavan: From Raj to Swaraj”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ପୁସ୍ତକ ଉନ୍ମୋଚନ ଉତ୍ସବରେ ଯୋଗଦାନ କରିଥିଲେ । ଏହି ଅବସରରେ ସେ “ରାଷ୍ଟ୍ରପତି ଭବନ : ରାଜ ରୁ ସ୍ଵରାଜ” ଶୀର୍ଷକ ଏକ ପୁସ୍ତକର ଉନ୍ମୋଚନ କରି ଏହାର ପ୍ରଥମ ସଂସ୍କରଣ ରାଷ୍ଟ୍ରପତିଙ୍କୁ ପ୍ରଦାନ କରିଥିଲେ ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ଉଦ୍ବୋଧନ ଦେଇ ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁଖାର୍ଜୀଙ୍କୁ ତାଙ୍କ ଜନ୍ମ ଦିନର ଶୁଭକାମନା ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ ଦାୟିତ୍ଵଭାର ଗ୍ରହଣ କରିବାର ପ୍ରାରମ୍ଭିକ ଦିବସମାନଙ୍କରେ ରାଷ୍ଟ୍ରପତିଙ୍କ ପରାମର୍ଶ ଓ ମାର୍ଗ ଦର୍ଶନକୁ ସେ ବିଶେଷ ଭାବେ ସ୍ମରଣ କରିଥିଲେ ଏବଂ ଆଶା ପ୍ରକାଶ କରିଥିଲେ ଯେ, ଆଗାମୀ ଦିନରେ ମଧ୍ୟ ଆମ ଦେଶ ରାଷ୍ଟ୍ରପତି ମୁଖାର୍ଜୀଙ୍କ ବିଶାଳ ଅନୁଭୂତିରୁ ଅନେକ କିଛି ଲାଭ ପାଇବ । ଏହା ତାଙ୍କର ସୌଭାଗ୍ୟ ଯେ, ସେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସହିତ କାମ କରିବା ଏବଂ ଅନେକ କିଛି ଶିଖିବାର ସ୍ଵର୍ଣ୍ଣିମ ସୁଯୋଗ ପାଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି ଉନ୍ମୋଚିତ ହୋଇଥିବା ତିନୋଟି ପୁସ୍ତକ ରାଷ୍ଟ୍ରପତି ଭବନ, ଏହାର ଇତିହାସ ତଥା ରାଷ୍ଟ୍ରପତି ଭବନରେ ରହୁଥିବା ଅନ୍ତେବାସୀମାନଙ୍କର ଜୀବନୀ ଓ କାର୍ଯ୍ୟ।ବଳି ସମ୍ପର୍କରେ ବିଶେଷ ଭାବେ ଆଲୋକପାତ କରୁଛି ।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଶ୍ରୀ ଅଜୟ ମିତ୍ତଲ “ରାଜ ରୁ ସ୍ଵରାଜ” ପୁସ୍ତକର ଉନ୍ମୋଚନ ପାଇଁ କାର୍ଯ୍ୟ କରିଥିବା ବେଳେ ମନ୍ତ୍ରଣାଳୟର ପ୍ରକାଶନ ବିଭାଗ ପକ୍ଷରୁ ତିନୋଟିଯାକ ପୁସ୍ତକକୁ ପ୍ରକାଶ କରାଯାଇଛି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Led by iPhones, India sees highest Q1 smartphone exports by value

Media Coverage

Led by iPhones, India sees highest Q1 smartphone exports by value
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 29, 2026
July 29, 2026

Aatmanirbhar & Eco-Conscious: PM Modi’s Record of Results in Conservation, Banking, Exports & Beyond