ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଥାଇଲାଣ୍ଡର ବ୍ୟାଙ୍କକଠାରେ ଆୟୋଜିତ 16ତମ ଭାରତ-ଆସିଆନ ଶିଖର ସମ୍ମିଳନୀରେ ଭାଗ ନେଇଛନ୍ତି ।

16ତମ ଭାରତ-ଆସିଆନ ସମ୍ମିଳନୀରେ ଯୋଗଦେଇଥିବାରୁ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ । ତାଙ୍କର ଭବ୍ୟ ସ୍ୱାଗତ କରିଥିବାରୁ ଥାଇଲାଣ୍ଡକୁ ଧନ୍ୟବାଦ ପ୍ରଦାନ କରିଥିଲେ ଏବଂ ଆଗାମୀ ବର୍ଷ ସମ୍ମିଳନୀର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବା ପାଇଁ ଭିଏତନାମକୁ ଶୁଭକାମନା ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଭାରତର ଆକ୍ଟ ଇଷ୍ଟ ନୀତି ଭାରତ-ପ୍ରଶାନ୍ତ ମହାସାଗରୀୟ ରଣନୀତିର ଏକ ମହତ୍ୱପୂର୍ଣ୍ଣ ଦିଗ । ସେ କହିଲେ ଯେ ଆସିଆନ ହେଉଛି ଆକ୍ଟ ଇଷ୍ଟ ନୀତିର କେନ୍ଦ୍ର । ଏକ ସଶକ୍ତ ଅଭିଯାନ ଦ୍ୱାରା ଭାରତକୁ ଅନେକ ଲାଭ ମିଳିବ । ଶ୍ରୀ ମୋଦୀ ଭୂତଳ, ସମୁଦ୍ର, ବାୟୁ ଓ ଡିଜିଟାଲ ସମ୍ପର୍କରେ ସୁଧାର ଆଣିବା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ବନ୍ଧରେ ଚର୍ଚ୍ଚା କରିଥିଲେ । ସେ କହିଲେ ଯେ ଭୌତିକ ଓ ଡିଜିଟାଲ ସଂଯୋଗ ଦୃଷ୍ଟିରେ ଏକ ବିଲିଅନ ଡଲାରର ଭାରତୀୟ ଋଣ ଲାଭପ୍ରଦ ସାବ୍ୟସ୍ତ ହେବ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଗତ ବର୍ଷର ସ୍ମରଣୀୟ ଶିଖର ସମ୍ମିଳନୀ ଏବଂ ସିଙ୍ଗାପୁର ଅନୌପଚାରିକ ଶିଖର ସମ୍ମିଳନୀର ନିଷ୍ପତ୍ତି ଲାଗୁ ହେବା ଦ୍ୱାରା ଭାରତ ଓ ଆସିଆନ ପରସ୍ପରର ନିକଟତର ହୋଇଛନ୍ତି । ଭାରତ ଓ ଆସିଆନ ପାଇଁ ପାରସ୍ପରିକ ଲାଭଦାୟକ କ୍ଷେତ୍ରରେ ସହଯୋଗ ଏବଂ ଭାଗିଦାରିତା ବୃଦ୍ଧି କରିବା ପାଇଁ ଭାରତ ଆଗ୍ରହୀ । ସେ କୃଷି, ଅନୁସନ୍ଧାନ, ଇଞ୍ଜିନିୟରିଂ, ବିଜ୍ଞାନ ଓ ସୂଚନା ଏବଂ ସଂଚାର ପ୍ରାଦ୍ୟୋଗିକୀ କ୍ଷେତ୍ରରେ ଭାଗିଦାରିତା ବୃଦ୍ଧି କରିବା ଏବଂ କ୍ଷମତା ନିର୍ମାଣ ପାଇଁ ଆଗ୍ରହ ପ୍ରକାଶ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଭାରତ ସମୁଦ୍ର ସୁରକ୍ଷା ଓ ନୀଳ ଅର୍ଥବ୍ୟବସ୍ଥା କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବାକୁ ଚାହୁଁଛି । ସେ ଭାରତ-ଆସିଆନ ଏଫ.ଟି.ଏର ସମୀକ୍ଷା ସମ୍ବନ୍ଧରେ ଏଇ ନିକଟରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତିର ସ୍ୱାଗତ କରି କହିଥିଲେ ଯେ ଏହା ଫଳରେ ଦୁଇ ଦେଶ ମଧ୍ୟରେ ଆର୍ଥିକ ଭାଗିଦାରିତାରେ ସୁଧାର ଆସିବ ।

Click here to read full text of speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
On Puri’s Grand Road, a devotee’s submission

Media Coverage

On Puri’s Grand Road, a devotee’s submission
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 16, 2026
July 16, 2026

Atmanirbhar to Inclusive: PM Modi’s Blueprint for a Self-Reliant, Empowered & Culturally Rooted Bharat