PM arrives at Tekanpur, attends Conference of DGsP and IGsP

ପୁଲିସ ମହାନିର୍ଦ୍ଦେଶକ ଏବଂ ନିରୀକ୍ଷକମାନଙ୍କ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶର ତେକାନପୁରସ୍ଥିତ ବିଏସଏଫ ଏକାଡେମୀରେ ପହଞ୍ଚିଛନ୍ତି ।

ସମ୍ମିଳନୀରେ ସୁରକ୍ଷା ଆଧାରିତ ବିଭିନ୍ନ ବିଷୟ ଉପରେ ଉପସ୍ଥାପନା ଏବଂ ଆଲୋଚନା ଆଜି  ଦିନତମାମ ହୋଇଥିଲା । ବିଗତ ତିନି ବର୍ଷରେ ନିଆଯାଇଥିବା ନିଷ୍ପତ୍ତିଗୁଡିକର ରୂପାୟନ ସଂକ୍ରାନ୍ତ ତଥ୍ୟର ଉପସ୍ଥାପନା ମଧ୍ୟ କରାଯାଇଥିଲା ।

ଭୋଜନ ସମୟରେ ପ୍ରଧାନମନ୍ତ୍ରୀ କିଛି ବଛା ବଛା ଅଧିକାରୀ ଗୋଷ୍ଠୀଙ୍କ ସହିତ ନିର୍ଦ୍ଦିଷ୍ଟ ଭାବେ କେତେକ ସୁରକ୍ଷା ଓ ପୁଲିସ ପ୍ରଶାସନ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ । ନଅ ଘଣ୍ଟା ଧରି ସେ ବରିଷ୍ଠ ପୁଲିସ ଅଧିମାରୀମାନଙ୍କ ସହ ବିଭିନ୍ନ ସୁରକ୍ଷା ପ୍ରସଙ୍ଗରେ ମତ ବିନିମୟ କରିଛନ୍ତି ।

ପ୍ରଧାନମନ୍ତ୍ରୀ ପ୍ରଥମେ ବିଏସଏଫ ଏକାଡେମୀରେ ସକାଳେ ପହଞ୍ଚିବା ପରେ ସେଠାରେ ଫଳକ ଉନ୍ମୋଚନ ପୂର୍ବକ ପାଞ୍ଚଟି ନୂତନ କୋଠାର ଉଦ୍ଘାଟନ କରିଥିଲେ ।

ଆସନ୍ତାକାଲି ମଧ୍ୟ ଏହି ସମ୍ମିଳନୀରେ ଆଲୋଚନା ଜାରି ରହିବ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀ ଫେରିବା ପୂର୍ବରୁ କାଲି ଅପରାହ୍ନରେ ପୁଲିସ ମହାନିର୍ଦ୍ଦେଶକମାନଙ୍କ ସମ୍ମିଳନୀର ଉଦଯାପନୀ ଅଧିବେଶନକୁ ସମ୍ବୋଧିତ କରିବେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India-UK FTA comes into effect today, unlocking duty-free access for Indian exports

Media Coverage

India-UK FTA comes into effect today, unlocking duty-free access for Indian exports
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 14, 2026
July 14, 2026

From Local Fields to Global Recognition: PM Modi’s ‘Vocal for Local’ is Now Delivering Real Global Respect