ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ମୁକ୍ତି ସଂଗ୍ରାମର ଭିତ୍ତିଭୂମି ଯେପରି ଭକ୍ତି ଆନ୍ଦୋଳନ ଦ୍ୱାରା ଗଢି ଉଠିଥିଲା, ସେହିଭଳି ଏବେ ଆତ୍ମନିର୍ଭର ଭାରତର ଭିତ୍ତିଭୂମି ଗଢିବାକୁ ସାଧୁସନ୍ଥ, ମହାତ୍ମା, ମହନ୍ତ, ଗୁରୁ ଏବଂ ଆଚାର୍ଯ୍ୟମାନେ ପ୍ରେରଣା ଯୋଗାଇଦେବାର ଆବଶ୍ୟକତା ରହିଛି । ଆଜି ଜୈନାଚାର୍ଯ୍ୟ ଶ୍ରୀ ବିଜୟ ବଲ୍ଲଭ ସୁରୀଶ୍ଵର ଜୀ ମହାରାଜଙ୍କ 151ତମ ଜୟନ୍ତୀ ପାଳନ ଅବସରରେ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ଷ୍ଟାଚ୍ୟୁ ଅଫ୍‌ ପିସ୍‌ (ଶାନ୍ତି ପ୍ରତିମୂର୍ତ୍ତି)ର ଅନାବରଣ କରି ପ୍ରଧାନମନ୍ତ୍ରୀ ଏହା କହିଛନ୍ତି । ତାଙ୍କ ଭାଷଣରେ ପ୍ରଧାନମନ୍ତ୍ରୀ ଦେଶର ସାଂପ୍ରତିକ ଆତ୍ମନିର୍ଭରତା ପରୀକ୍ଷାନିରୀକ୍ଷାକୁ ସଫଳ କରିବା ପାଇଁ ସାଧୁସନ୍ଥ ଏବଂ ଆଧ୍ୟାତ୍ମିକ ଗୁରୁମାନଙ୍କ ସହଯୋଗ ଲୋଡିଛନ୍ତି । ସେ କହିଛନ୍ତି ଯେ ଦେଶର ମୁକ୍ତି ସଂଗ୍ରାମଠାରୁ ଆରମ୍ଭ କରି ବିଭିନ୍ନ ସାମାଜିକ, ରାଜନୈତିକ ଏବଂ ଆର୍ଥିକ ଘଟଣାବଳୀରେ ଧାର୍ମିକ ଓ ଆଧ୍ୟାତ୍ମିକ ଭିତ୍ତିଭୂମିର ଆବଶ୍ୟକତା ପରିଲକ୍ଷିତ ହୋଇଛି । ସେହିଭଳି ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସାଧୁସନ୍ଥ ଓ ଆଧ୍ୟାତ୍ମିକ ଗୁରୁମାନେ ମୌଳିକ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ପ୍ରେରଣା ଦେବାର ଆବଶ୍ୟକତା ଅନୁଭୂତ ହେଉଛି । ଏ ଦିଗରେ ଏହି ଆଧ୍ୟାତ୍ମିକ ଗୁରୁମାନେ କାର୍ଯ୍ୟ କରିବାକୁ ସେ ନିବେଦନ କରିଛନ୍ତି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi hails India’s ‘Mission Drishti’ launch as ‘world’s first OptoSAR satellite’ enters orbit

Media Coverage

PM Modi hails India’s ‘Mission Drishti’ launch as ‘world’s first OptoSAR satellite’ enters orbit
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 4, 2026
May 04, 2026

Green Roads, Smart Tolls, Trillion-Dollar Dreams: How PM Modi's Policies are Supercharging a Modern India