Women have shown how a positive change has begun in rural India. They are bringing about a qualitative change: PM
Guided by the mantra of Beti Bachao, Beti Padhao, the Government is trying to bring about a positive change: PM
Boys and girls, both should get equal access to education: PM Narendra Modi
Swachhata has to become our Svabhaav. The poor gains the most when we achieve cleanliness and eliminate dirt: PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ଗାନ୍ଧୀନଗରଠାରେ ମହିଳା ସରପଞ୍ଚମାନଙ୍କୁ ନେଇ ଆୟୋଜିତ ସମ୍ମେଳନ – ସ୍ୱଚ୍ଛ ଶକ୍ତି 2017 କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇଥିଲେ  । 

ଏହି ଅବସରରେ ସେ କହିଥିଲେ ଯେ ସ୍ୱଚ୍ଛ ଭାରତ ଅଭିଯାନରେ ମହିଳା ସରପଞ୍ଚମାନଙ୍କ ବଳିଷ୍ଠ ଯୋଗଦାନ ପ୍ରତି ସମ୍ମାନ ଜଣାଇବା ଲାଗି ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି  । ସେ କହିଥିଲେ ଯେ 2019ରେ ମହାତ୍ମା ଗାନ୍ଧୀଙ୍କ 150ତମ ଜନ୍ମବାର୍ଷିକୀ ପାଳନ କରାଯିବ  । ଗାନ୍ଧିଜୀ କହିଥିଲେ, ରାଜନୈତିକ ସ୍ୱାଧୀନତା ଅପେକ୍ଷା ସ୍ୱଚ୍ଛତା ଅଧିକ ଗୁରୁତ୍ୱପୂର୍ଣ୍ଣ  ।

ସ୍ୱଚ୍ଛତା ଦିଗରେ ଆରମ୍ଭ ହୋଇଥିବା ଏହି ଅଭିଯାନକୁ ଆହୁରି ଆଗେଇ ନେବା ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସଭାରେ ଉପସ୍ଥିତ ମହିଳା ଜନପ୍ରତିନିଧିମାନଙ୍କୁ ଆହ୍ୱାନ ଜଣାଇଥିଲେ  । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱଚ୍ଛତା ଆମ ସମସ୍ତଙ୍କର ଅଭ୍ୟାସ ହେବା ଉଚିତ୍  । ଆମେ ସ୍ୱଚ୍ଛତା ହାସଲ କଲେ ଏବଂ ମଇଳା ଓ ଅପରିଚ୍ଛନ୍ନତା ଦୂର କରିପାରିଲେ ଗରିବ ଲୋକମାନେ ବିଶେଷ ଉପକୃତ ହୋଇପାରିବେ  ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିର ସଭାରେ ଯେଉଁ ମହିଳାମାନେ ସମ୍ମାନିତ ହୋଇଛନ୍ତି ସେମାନେ ଗ୍ରାମାଞ୍ଚଳରେ କିଭଳି ଏକ ସକାରାତ୍ମକ ପରିବର୍ତ୍ତନ ଆସିପାରିଛି ତା’ର ଅନେକ ଉଦାହରଣ ସୃଷ୍ଟି କରିଛନ୍ତି  ।

ଶ୍ରୀ ନରେନ୍ଦ୍ର ମୋଦୀ ଏହି ଅବସରରେ ଆହୁରି କହିଥିଲେ ଯେ ମହିଳା ସରପଞ୍ଚମାନଙ୍କ ସମର୍ପଣ ସକାରାତ୍ମକ ପରିବର୍ତ୍ତନ ଆଣିପାରିଛି  । ସେମାନେ ଗୁଣାତ୍ମକ ପରିବର୍ତ୍ତନ ଆଣିବାରେ ମଧ୍ୟ ସଫଳ ହେବେ ବୋଲି ପ୍ରଧାନମନ୍ତ୍ରୀ ଆଶା ପ୍ରକାଶ କରିଥିଲେ  ।

ପକ୍ଷପାତମୂଳ ଚିନ୍ତାଧାରାକୁ ଗ୍ରହଣ କରାଯିବ ନାହିଁ ବୋଲି ମତବ୍ୟକ୍ତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉଭୟ ପୁଅ ଏବଂ ଝିଅଙ୍କୁ ଶିକ୍ଷାର ସମାନ ଅଧିକାର ମିଳିବା ଆବଶ୍ୟକ  ।

ପ୍ରଯୁକ୍ତି ବିଦ୍ୟା ଗ୍ରାମାଞ୍ଚଳରେ ଅଭୂତପୂର୍ବ ପରିବର୍ତ୍ତନ ଆଣିପାରିବ ବୋଲି ପ୍ରଧାନମନ୍ତ୍ରୀ ମତପ୍ରକାଶ କରିଥିଲେ  ।

 

ଏହି ଅବସରରେ ସମ୍ମାନିତ ବ୍ୟକ୍ତିବିଶେଷମାନେ ଦେଶ ପାଇଁ ପ୍ରେରଣାର ଉତ୍ସ ହେବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ  ।

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Oman, India’s Gulf 'n' West Asia Gateway

Media Coverage

Oman, India’s Gulf 'n' West Asia Gateway
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles passing of renowned writer Vinod Kumar Shukla ji
December 23, 2025

The Prime Minister, Shri Narendra Modi has condoled passing of renowned writer and Jnanpith Awardee Vinod Kumar Shukla ji. Shri Modi stated that he will always be remembered for his invaluable contribution to the world of Hindi literature.

The Prime Minister posted on X:

"ज्ञानपीठ पुरस्कार से सम्मानित प्रख्यात लेखक विनोद कुमार शुक्ल जी के निधन से अत्यंत दुख हुआ है। हिन्दी साहित्य जगत में अपने अमूल्य योगदान के लिए वे हमेशा स्मरणीय रहेंगे। शोक की इस घड़ी में मेरी संवेदनाएं उनके परिजनों और प्रशंसकों के साथ हैं। ओम शांति।"