My intention is to make India, which is already the cutting and polishing hub, into an International Diamond Trading Hub: PM 
Our goal is to transform India in one generation: PM Modi 
#MakeInIndia one of the most transformative initiatives, our aim is to make India a preferred destination for manufacturing: PM 
Gems & jewellery industry must encourage start-ups, create a growing market for made-to-order Indian jewellery: PM

ଭାରତ ଏବଂ ଦେଶ ବାହାରୁ ଆସିଥିବା ସମ୍ମାନିତ ଅତିଥିବୃନ୍ଦ

ପ୍ରତିନିଧିମଣ୍ଡଳୀ

ଭାଇ ଓ ଭଉଣୀମାନେ

ଅନ୍ତର୍ଜାତୀୟ ହୀରା ସମ୍ମିଳନୀର ନୈଶ୍ୟଭୋଜୀ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ମୁଁ ବେଶ ଖୁସି  । ଏହି ସମ୍ମିଳନୀ ହେଉଛି ଭାରତୀୟ ରତ୍ନ ଏବଂ ଅଳଙ୍କାର ରପ୍ତାନୀ ପ୍ରୋତ୍ସାହନ ପରିଷଦର ସୁବର୍ଣ୍ଣ ଜୟନ୍ତୀ ସମାରୋହର ଏକ ଅଂଶବିଶେଷ  । ଚଳିତ ଥର ଏହି ସମ୍ମିଳନୀର ବିଷୟବସ୍ତୁ ରହିଛି ଖଣିରୁ ବଜାର 2017, ଯାହା ସାରା ବିଶ୍ୱରୁ ଖଣି ସହିତ ଜଡ଼ିତ ବ୍ୟକ୍ତିବିଶେଷ, ହୀରା କମ୍ପାନୀ, ବିଶେଷଜ୍ଞ, ଖୁଚୁରା ବ୍ୟବସାୟୀ, ବ୍ୟାଙ୍କର ଏବଂ ବିଶ୍ଲେଷକମାନଙ୍କୁ ଏକତ୍ରୀତ କରିପାରିଛି  ।

ଏହି ପରିଷଦ 50 ବର୍ଷ ପୂର୍ବେ ଗଠିତ ହୋଇଥିଲା, ସେବେଠାରୁ ଭାରତ ଏହି କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି  । ଆପଣମାନେ ସମସ୍ତେ ଜାଣନ୍ତି ଯେ, ଭାରତ ବର୍ତ୍ତମାନ ବିଶ୍ୱର ସର୍ବବୃହତ କଟାଯାଇଥିବା ଏବଂ ପଲିସ୍(Cut & Polished) ହୋଇଥିବା ହୀରା ଉତ୍ପାଦନ କରୁଥିବା ରାଷ୍ଟ୍ର  । ରପ୍ତାନୀର ମୂଲ୍ୟ ସହିତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ରତ୍ନ ଏବଂ ଅଳଙ୍କାର କ୍ଷେତ୍ର ଭାରତର ସବୁଠୁ ଅଗ୍ରଣୀ କ୍ଷେତ୍ର । ଗତ ଚାରି ଦଶନ୍ଧୀ ମଧ୍ୟରେ ଭାରତ ହୀରା ଉତ୍ପାଦନ ଏବଂ ରପ୍ତାନୀ କ୍ଷେତ୍ରରେ ଅଗ୍ରଣୀ ରାଷ୍ଟ୍ର ଭାବେ ଉଭା ହୋଇଛି  । ରତ୍ନ ଏବଂ ଅଳଙ୍କାର ରପ୍ତାନୀ ଭାରତର ମୋଟ୍ ରପ୍ତାନୀଯୋଗ୍ୟ ପଣ୍ୟଦ୍ରବ୍ୟର 50 ପ୍ରତିଶତ ଅଂଶ ଅକ୍ତିଆର କରିଛି  । ଏହା ହିଁ ଭାରତର ସଫଳତାର କାହାଣୀ  । 1966-67ରେ 8 ମିଲିଅନ ଡଲାର ମୂଲ୍ୟର ରତ୍ନ ଏବଂ ହୀରା ରତ୍ପାନୀ ହେଉଥିବା ବେଳେ ଏହାର ପରିମାଣ 1982-83ରେ ଏକ ବିଲିୟନ ଡଲାରରେ ପହଞ୍ଚିଥିଲା  । 1987-88ରେ ଏହା ଦୁଇ ବିଲିୟନ ଡଲାରରେ ପହଞ୍ଚିଲା । 2003-04ରେ ଏହି ପରିମାଣ 10 ବିଲିୟନ ଡଲାର, 2007-08ରେ 20 ବିଲିୟନ ଡଲାର ଏବଂ ଏବେ ଏହାର ପାଖାପାଖି 40 ବିଲିୟନ ଡଲାରରେ ପହଞ୍ଚିଛି  ।

ବନ୍ଧୁଗଣ, ବର୍ତ୍ତମାନ ପର୍ଯ୍ୟନ୍ତ ଖଦଡ଼ା ହୀରା କିଣିବା ଲାଗି ଭାରତୀୟ ରପ୍ତାନିକାରୀଙ୍କୁ ବିଦେଶ ଯିବାକୁ ପଡ଼ୁଥିଲା  । ଏହା ଯୋଗାଣ ଶୃଙ୍ଖଳାର ଦକ୍ଷତା ହ୍ରାସ କରୁଥିଲା  । ତେଣୁ ଭାରତରେ ହୀରାର ମାନ ପରଖିବା ଏବଂ ବ୍ୟବସାୟ କରିବା ଲାଗି ଆପଣମାନଙ୍କ ମଧ୍ୟରୁ କେତେଜଣ ଆମର ଦୃଷ୍ଟି ଆକର୍ଷଣ କରିଥିଲେ  । ଡିସେମ୍ବର 2014ରେ ଦିଲ୍ଲୀରେ ବିଶ୍ୱ ହୀରା ସମ୍ମିଳନୀ ଆୟୋଜିତ ହୋଇଥିଲା, ଏହି ଅବସରରେ ରୁଷ ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ମୁଁ କହିଥିଲି ଯେ ଆମେ ଏ ଦିଗରେ ଏକ ସ୍ୱତନ୍ତ୍ର ବିଜ୍ଞାପିତ ଅଞ୍ଚଳ ପ୍ରତିଷ୍ଠା କରିବୁ  । ଏହି ପ୍ରତିଶ୍ରୁତି ପୂରଣ କରାଯାଇଛି  । ଖଦଡ଼ା ହୀରା ପରଖିବା ଲାଗି ଭାରତ ମଧ୍ୟକୁ ପ୍ରବେଶ ଅନୁମତି ଦେବା ଲାଗି ଆଇନରେ କେତେକ ପରିବର୍ତ୍ତନ କରାଯାଇଛି, ଏହାକୁ ଶୁଳ୍କମୁକ୍ତ କରିବାର ପ୍ରସ୍ତାବ ବିଚାରାଧୀନ ଅଛି  । ଭାରତ ଡାଇମଣ୍ଡ ବର୍ସ ଠାରେ ଏକ ସ୍ୱତନ୍ତ୍ର ବିଜ୍ଞାପିତ ଅଞ୍ଚଳ ନଭେମ୍ବର 2015 ଠାରୁ କାର୍ଯ୍ୟକାରୀ ହେଉଛି  । ଏହା ଫଳପ୍ରଦ ହୋଇସାରିଛି  । ପୂର୍ବରୁ କେବଳ ଆଠରୁ ନଅ ଜଣ ବଡ଼ ବ୍ୟବସାୟୀ ବେଲଜିୟମ, ଆଫ୍ରିକା ଏବଂ ଇସ୍ରାଏଲ୍ ଭ୍ରମଣ କରି ବିଶ୍ୱସ୍ତରୀୟ ଖଦଡା ହୀରା ଦେଖିବାର ସୁଯୋଗ ପାଉଥିଲେ  । ହେଲେ ଏବେ ପାଖାପାଖି 3 ହଜାର କ୍ଷୁଦ୍ର ଏବଂ ମଧ୍ୟମ ଧରଣର ବ୍ୟବସାୟୀ ନୂଆ ବିଜ୍ଞପିତ ଅଞ୍ଚଳ ଜରିଆରେ ହୀରା ଦେଖିବାର ସୁଯୋଗ ପାଉଛନ୍ତି  । ବର୍ତ୍ତମାନ ହୀରା କାଟିବା ଏବଂ ପଲିସ୍ କରିବା ଲାଗି ଏକ ବୃହତ ବଜାର ଭାବେ ପରିଗଣିତ ହେଉଥିବା ଭାରତକୁ ଏକ ଅନ୍ତର୍ଜାତୀୟ ହୀରା ବ୍ୟବସାୟର ପେଣ୍ଠ ରୂପେ ପରିଣତ କରିବା ମୋର ଉଦ୍ଦେଶ୍ୟ ।

ଭାଇ ଓ ଭଉଣୀମାନେ, ଭାରତକୁ ଏକ ନୂଆ ପିଢ଼ିରେ ପରିବର୍ତ୍ତନ କରିବା ଆମର ଲକ୍ଷ୍ୟ । ଦାୟିତ୍ୱ ଗ୍ରହଣ କରିବା ପରଠାରୁ ସରକାର ବ୍ୟାପକ ପରିବର୍ତ୍ତନମୂଳକ ପଦକ୍ଷେପ ନେଉଛନ୍ତି  । ‘ମେକ୍ ଇନ୍ ଇଣ୍ଡିଆ’ ସେଥିମଧ୍ୟରୁ ଗୋଟିଏ  । ଭାରତକୁ ନିର୍ମାଣ ନିମନ୍ତେ ଏକ ପସନ୍ଦଯୋଗ୍ୟ ଲକ୍ଷ୍ୟସ୍ଥଳୀରେ ପରିଣତ କରିବା ଲାଗି ଆମର ଲକ୍ଷ୍ୟ  । ଗତ 50 ବର୍ଷ ମଧ୍ୟରେ ରତ୍ନ ଏବଂ ଅଳଙ୍କାର କ୍ଷେତ୍ରରେ 475 ବିଲିୟନ ଡଲାର ମୂଲ୍ୟର ରତ୍ପାନୀ ହୋଇପାରିଛି  । ଭାରତରେ କମ୍ ସୁନା ଏବଂ ହୀରା ଉତ୍ପାଦନ ସତ୍ତ୍ୱେ ଏହି ସଫଳତା ମିଳିବା ଉଲ୍ଲେଖନୀୟ  । ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେଉଛି ସ୍କିଲ୍ ଇଣ୍ଡିଆ  । ସ୍କିଲ୍ ଇଣ୍ଡିଆର ମୂଳ ଉଦ୍ଦେଶ୍ୟ ହେଉଛି ଏକବିଂଶ ଶତାବ୍ଦୀର ଅର୍ଥବ୍ୟବସ୍ଥାକୁ ସମୃଦ୍ଧ କଲା ଭଳି ଏକ କୁଶଳୀ ଶ୍ରମଗୋଷ୍ଠୀ ସୃଷ୍ଟି କରିବା  । ରତ୍ନ ଏବଂ ଅଳଙ୍କାର କ୍ଷେତ୍ରରେ 4.6 ନିୟୁତ ଲୋକଙ୍କୁ ନିଯୁକ୍ତି ମିଳଛି  । ଏଥିମଧ୍ୟରୁ କେବଳ ହୀରା କାରବାର କ୍ଷେତ୍ରରେ 1 ନିୟୁତ ଲୋକ ନିଯୁକ୍ତି ପାଇପାରିଛନ୍ତି  । ତେଣୁ ମେକ୍ ଇନ୍ ଇଣ୍ଡିଆ ଏବଂ ସ୍କିଲ୍ ଇଣ୍ଡିଆ ଯୋଜନା କାର୍ଯ୍ୟକାରୀ କରିବାକୁ ରତ୍ନ ଏବଂ ଅଳଙ୍କାର କ୍ଷେତ୍ରରେ ଭରପୂର ସୁଯୋଗ ରହିଛି  ।

ଆଜି ଆମ ଗହଣରେ କିଛି ଆଫ୍ରିକୀୟ ରାଷ୍ଟ୍ରର ପ୍ରତିନିଧିମାନେ ରହିଛନ୍ତି  । ଆଫ୍ରିକା ସହିତ ସମ୍ପର୍କକୁ ନେଇ ଭାରତ ସର୍ବଦା ଗର୍ବ ଅନୁଭବ କରିଥାଏ  । ଉପନିବେଶବାଦ ସମୟରୁ ଆମ ଭିତରେ ଐତିହାସିକ ସମ୍ପର୍କ ରହିଛି ଏବଂ ସମାନ ସମସ୍ୟା ଦେଇ ଗତି କରିବା ସ୍ୱାଭାବିକ ଭାବେ ଆମକୁ ପରସ୍ପରର ଆହୁରି ନିକଟତର କରିଛି  । ଏଠାରେ ମୁଁ ମୋର ଆଫ୍ରିକୀୟ ବନ୍ଧୁମାନଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଉଛି ଯେ ସେମାନଙ୍କ ରତ୍ନ ଏବଂ ଅଳଙ୍କାର କ୍ଷେତ୍ରର ବିକାଶ ଏବଂ ସେଠାକାର ବିଶେଷଜ୍ଞଙ୍କୁ ତାଲିମ ଦେବା ଦିଗରେ ଭାରତ ସର୍ବଦା ସହଯୋଗ କରିବ  ।

ମୁଁ ଆରମ୍ଭରୁ କହିଛି ଏହି କ୍ଷେତ୍ର ଦୀର୍ଘ ପଥ ଅତିକ୍ରମ କରିଆସିଛି । ଏହାସତ୍ତ୍ୱେ ଯେଉଁଠି ପହଞ୍ଚିବା କଥା ତା’ଠାରୁ ପଛରେ ରହିଛି । ଆମର ସବୁଠୁ ବଡ଼ ଶକ୍ତି ହେଉଛି ହୀରା କାଟିବା ଏବଂ ପଲିସ୍ କରିବା । ରତ୍ନ ଏବଂ ଅଳଙ୍କାର ବଜାରର ବିଶ୍ୱସ୍ତରୀୟ ମୂଲ୍ୟ ତୁଳନାରେ ଆମର ଅଂଶଧନ ଯେତିକି ରହିବା କଥା ତା’ଠୁ କମ୍ ରହିଛି । କିନ୍ତୁ ଆମର ଭବିଷ୍ୟତ ହୀରା କାଟିବା ଏବଂ ପଲିସ୍ କରିବା ଠାରୁ ଆହୁରି ବ୍ୟାପକ ହେବ । ଆମ ପାଖରେ ବ୍ୟବହୃତ ହୋଇପାରିନଥିବା ଅନେକ ସୁଯୋଗ ରହିଛି  । ମୁଁ ଆପଣମାନଙ୍କୁ ଏକ ପ୍ରଶ୍ନ ପଚାରିବାକୁ ଚାହେଁ :

ହାତ ତିଆରି ଅଳଙ୍କାର କ୍ଷେତ୍ରରେ ଭାରତର ଅଂଶଧନ ବୃଦ୍ଧି ଦିଗରେ ଆପଣମାନଙ୍କର କି ଯୋଜନା ରହିଛି?

ମୋତେ କୁହାଯାଇଛି ଯେ ଅଧିକାଂଶ କ୍ଷେତ୍ରରେ ଭାରତର ରପ୍ତାନିକାରୀଙ୍କୁ ଆମଦାନିକାରୀମାନେ ହିଁ ପ୍ରଭାବିତ କରିଥାନ୍ତି – ରପ୍ତାନିକାରୀଙ୍କ ଇଚ୍ଛାନୁଯାୟୀ ଡିଜାଇନ୍ ଏବଂ ବୈଶିଷ୍ଟ୍ୟ ନିର୍ଦ୍ଧାରଣ କରିଥାଏ  । ଏହାର ଅର୍ଥ ହେଉଛି ବିଶ୍ୱସ୍ତରୀୟ ରୁଚି ପୂରଣ କରିବା କ୍ଷେତ୍ରରେ ନେତୃତ୍ୱ ନେବା ବଦଳରେ ଭାରତ ବିଶ୍ୱସ୍ତରୀୟ ଫେଶନର ଗୋଡ଼ାଣିଆ ସାଜିଛି । ଏହା ଆମର ଦୀର୍ଘ ଅଭିଜ୍ଞତା ଏବଂ ଅନେକ ଡିଜାଇନ୍ ପ୍ରତିଭାଙ୍କ ପ୍ରତି ଅନ୍ୟାୟ । ଭାରତରେ ଅନେକ ପ୍ରସିଦ୍ଧ ମୂର୍ତ୍ତି ରହିଛି, ମୂର୍ତ୍ତିକଳାର ଇତିହାସ ଭାରତରେ 2 ହଜାର ବର୍ଷ ପୁରୁଣା । ଅଧିକାଂଶ ମୂର୍ତ୍ତି ଅଳଙ୍କାର ପରିଧାନ ଅବସ୍ଥାରେ ଥିବା ଦେଖିବାକୁ ମିଳିଥାଏ । ଏହି କଳା ବିଶ୍ୱର ବିଭିନ୍ନ ଅଞ୍ଚଳର ଲୋକମାନଙ୍କୁ ମୋହିତ କରିଛି । ଆମେ ସେଥିପ୍ରତି କେବେ ଗୁରୁତ୍ୱ ଦେଇଛୁ? ଏହି ସବୁ କଳା ଉପରେ ଆଧାରିତ ଅଳଙ୍କାର ପ୍ରସ୍ତୁତି ଏବଂ ପ୍ରୋତ୍ସାହନ ଦିଗରେ ଆମେ କେବେ ଚିନ୍ତା କରିଛୁ?

ବନ୍ଧୁଗଣ ଆମେ ଏପରି ଏକ ସମୟରେ ବାସ କରୁଛୁ ଯେଉଁଠି ପୋଷାକ ନିର୍ମାତା ଲୋକମାନଙ୍କ ପସନ୍ଦ ପରିବର୍ତ୍ତନ କରିଥାଏ । କେଶବିନ୍ନ୍ୟାସକାରୀ ନିଜ ଗ୍ରାହକଙ୍କ କେଶ ସଜାଇଥାଏ । ଆମେ ଏପରି ଏକ ଯୁଗରେ ରହୁଛୁ, ଯେତେବେଳେ ହୀରାର ବ୍ୟବହାର ଚଷମା, ହାତଘଣ୍ଟା ଏବଂ କଲମରେ କରାଯାଉଛି  । ତା’ହେଲେ କ’ଣ ଆମ ଅଳଙ୍କାର ନିର୍ମାତାମାନେ ନିଜ ଦକ୍ଷତା, କୌଶଳ ଏବଂ ଐତିହ୍ୟ ଜରିଆରେ ବିଶ୍ୱସ୍ତରୀୟ ରୁଚି ଏବଂ ଫେଶନକୁ ବଦଳାଇପାରିବେ ନାହିଁ?

ବିଶ୍ୱସ୍ତରୀୟ ରୁଚିକୁ ପରିବର୍ତ୍ତନ କରିବାକୁ ଚାହୁଁଥିଲେ ଆମ ଉଦ୍ୟୋଗଜଗତକୁ ପ୍ରଥମେ ବଜାର ବିଷୟରେ ବିସ୍ତୃତ ଜ୍ଞାନ ହାସଲ କରିବାକୁ ପଡ଼ିବ । ଆମର ଉଦ୍ୟୋଗୀଙ୍କୁ ପ୍ରଥମେ ବ୍ୟବହାରକାରୀଙ୍କ ଆବଶ୍ୟକତାକୁ ଅନୁଧ୍ୟାନ କରିବାକୁ ହେବ ଏବଂ ସେମାନେ କ’ଣ ଚାହୁଁଛନ୍ତି ଜାଣିବାକୁ ହେବ  । ଉଦାହରଣ ସ୍ୱରୂପ କେତେକ କ୍ଷେତ୍ର ଏବଂ କେତେକ ଗୋଷ୍ଠୀ ସୁନା ପସନ୍ଦ କରିପାରନ୍ତି, କେହି ରୁପା ଏବଂ ଅନ୍ୟ କେହି ପ୍ଲାଟିନମ୍ ଚାହିଁପାରନ୍ତି  । ମୂଳ କଥା ହେଉଛି ଦୃଢ଼ ଭାବେ ଗ୍ରାହକଙ୍କ ସହିତ ଯୋଡ଼ି ନହେବା ପର୍ଯ୍ୟନ୍ତ ଆମେ ବିଶ୍ୱସ୍ତରରେ ନେତୃତ୍ୱ ନେଇପାରିବା ନାହିଁ  । ଇ-କମର୍ସ ଆମକୁ ଗ୍ରାହକଙ୍କ ସହିତ ସିଧାସଳଖ ସମ୍ପର୍କ ରଖିବା ସହଜ ମାର୍ଗ ଦେଇଛି  । ଏହାର ଭାରତୀୟ ଉଦ୍ୟୋଗ ପାଇଁ ଏକ ସୁବର୍ଣ୍ଣ ସୁଯୋଗ । ତେଣୁ ଷ୍ଟାର୍ଟଅପ୍ ଯୋଜନା ଆରମ୍ଭ କରିବାକୁ ଚାହୁଁଥିବା ଯୁବ ଉଦ୍ୟୋଗୀମାନଙ୍କୁ ଶିଳ୍ପଜଗତ ପ୍ରୋତ୍ସାହନ ଦେବା ଆବଶ୍ୟକ ଯାହାଦ୍ୱାରା ସେମାନେ ଭାରତୀୟ ଅଳଙ୍କାର ପାଇଁ ବର୍ଦ୍ଧିତ ବଜାର ସୁଯୋଗ ସୃଷ୍ଟି କରିପାରିବେ ।

ଅତୀତରେ ଏକଦା ଭାରତର ଉତ୍ପାଦିତ ଦ୍ରବ୍ୟ ବିଶ୍ୱସ୍ତରରେ ସ୍ୱତନ୍ତ୍ର ସମ୍ମାନ ହାସଲ କରିଥିଲା । ବର୍ତ୍ତମାନ ସଫ୍ଟୱେର କ୍ଷେତ୍ରରେ ଉଚ୍ଚ ଦକ୍ଷତା ଏବଂ ଉତ୍କର୍ଷ ଲାଗି ଭାରତ ବିଶ୍ୱସ୍ତରରେ ଏକ ସ୍ୱତନ୍ତ୍ର ପରିଚୟ ପାଇଛି । ଅଳଙ୍କାର କ୍ଷେତ୍ରରେ ଆମକୁ ସେପରି କରିବାକୁ ହେବ । ଏହା ହାସଲ ହୋଇପାରିଲେ ଆମ ନିକଟରେ ଭରପୂର ସୁଯୋଗ ରହିଛି । ଏହି କାର୍ଯ୍ୟକୁ ପରିଷଦ ଅଗ୍ରାଧିକାର ଦେବା ଆବଶ୍ୟକ । ତେବେ ଏ କ୍ଷେତ୍ରରେ ରାଜ୍ୟଗୁଡ଼ିକର ଭୂମିକା ରହିଛି । ଦାୟିତ୍ୱ ଗ୍ରହଣ କରିବା ପରଠାରୁ ରପ୍ତାନୀ ପ୍ରୋତ୍ସାହନ ଲାଗି ଆମେ ରାଜ୍ୟସରକାରଗୁଡ଼ିକୁ ଉତ୍ସାହିତ କରିଆସିଛୁ । ମୁଁ ଭାବୁଛି ଉଦ୍ୟୋଗ ଜଗତ ସେମାନଙ୍କ ସହିତ ସିଧାସଳଖ ସମ୍ପର୍କରେ ରହିଥିବ । ରପ୍ତାନୀ ବ୍ୟତୀତ ଭାରତ ବିଶ୍ୱରେ ଏକ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥା ହୋଇଥିବାରୁ ଘରୋଇ ବଜାରରେ ଚାହିଦା ମଧ୍ୟ ରହିଛି ।

ତେଣୁ ନିଜର ଅଭିବୃଦ୍ଧି ଲାଗି ଉଦ୍ୟୋଗ ଜଗତ ଯୋଜନା କରିବା ଆବଶ୍ୟକ । କିନ୍ତୁ ତାହା ଯଥେଷ୍ଟ ନୁହେଁ । ଆପଣମାନଙ୍କ ମଧ୍ୟରେ ଥିବା ଦୁର୍ବଳ ବିଷୟରେ ମଧ୍ୟ ଭାବିବା ଜରୁରୀ । ଏହି ଉଦ୍ୟୋଗରେ କମ୍ ପାରିଶ୍ରମିକ ପାଉଥିବା ଏବଂ କମ୍ ସମୃଦ୍ଧ ଲୋକମାନଙ୍କ ବିଷୟରେ ମଧ୍ୟ ପରିଷଦ ଭାବିବା ଆବଶ୍ୟକ । ଉଦାହରଣ ସ୍ୱରୂପ ଜୟପୁର, ଥିରିସୁର, ବାରଣାସୀ, ରାଜକୋଟ, ଏବଂ କୋଏମ୍ବାଟୁର ଆଦି ସ୍ଥାନରେ ରହୁଥିବା କାରୀଗରଙ୍କ ଉନ୍ନତି ଦିଗରେ ଚିନ୍ତା କରାଯିବା ଆବଶ୍ୟକ । ଏହି କାରିଗରମାନଙ୍କୁ ସରକାରଙ୍କ ସର୍ବନିମ୍ନ ମୂଲ୍ୟର ସାମାଜିକ ସୁରକ୍ଷା ଯୋଜନା ଯେପରିକି ଦୁର୍ଘଟଣା ପାଇଁ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ଜୀବନ ବୀମା ପାଇଁ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଏବଂ ଅଟଳ ପେନସନ୍ ଯୋଜନା ଭଳି କାର୍ଯ୍ୟକ୍ରମେରେ ଅନ୍ତର୍ଭୂକ୍ତ କରିବା ଲାଗି ଉଦ୍ୟୋଗ ଜଗତ ସୁନିଶ୍ଚିତ ପଦକ୍ଷେପ ନେବ କି?

ଦୁର୍ଘଟଣା ବୀମା ବାବଦରେ ମାସକୁ ମାତ୍ର ଟଙ୍କାଟିଏ ଏବଂ ଜୀବନ ବୀମା ବାବଦକୁ ଦିନକୁ ମାତ୍ର ଟଙ୍କାଟିଏ ଖର୍ଚ୍ଚ କରିବାକୁ ପଡ଼ିଥାଏ । ପାଖାପାଖି 5 ହଜାର ଟଙ୍କାର ବ୍ୟାଙ୍କ ଜମା ବାବଦରେ ମିଳୁଥିବା ସୁଧ ଅର୍ଥରେ ଏହି ବୀମା ପ୍ରିମିୟମ୍ ସ୍ଥାୟୀ ଭାବେ ଭରଣା କରିବା ସହଜ ।

ବନ୍ଧୁଗଣ 2022ରେ ଭାରତ ସ୍ୱାଧୀନତାର 75 ବର୍ଷ ପୂରଣ କରିବ । ରତ୍ନ ଏବଂ ଅଳଙ୍କାର ଉଦ୍ୟୋଗ ଏହି ସମୟସୁଦ୍ଧା ନିଜ ପାଇଁ କେଉଁ ଲକ୍ଷ୍ୟ ନିର୍ଦ୍ଧାରଣ କରିଛି? ଏହା ମଧ୍ୟରେ ଆପଣମାନେ ଦେଶ ପାଇଁ କ’ଣ କରିପାରିବେ? ଆପଣମାନେ ସେଠାରେ କିପରି ପହଞ୍ଚିବେ? ଆପଣମାନେ କେତେ ସଂଖ୍ୟକ ନିଯୁକ୍ତିସୁଯୋଗ ସୃଷ୍ଟି କରିପାରିବେ? ଏଥିପ୍ରତି ଗୁରୁତର ସହ ଚିନ୍ତା କରିବା ଲାଗି ଏବଂ ଯୋଜନା ପ୍ରସ୍ତୁତ କରିବା ଲାଗି ମୁଁ ଆପଣମାନେ ସମସ୍ତଙ୍କୁ ଆହ୍ୱାନ ଜଣାଉଛି । ଯଦି ନୀତିନିୟମରେ କୌଣସି ପରିବର୍ତ୍ତନର ଆବଶ୍ୟକତା ରହିଛି, ଆପଣମାନେ ଆଗେଇ ଆସି ସକାରାତ୍ମକ ପରାମର୍ଶ ଦିଅନ୍ତୁ ବୋଲି ମୁଁ ଆହ୍ୱାନ କରୁଛି । ଦେଶର ହିତ ପାଇଁ ଉଦ୍ଦିଷ୍ଟ ହୋଇଥିଲେ ଆମେ ନିଶ୍ଚିତ ରୂପେ ତାହା ଗ୍ରହଣ କରିବୁ ।

ମୋତେ ନିଜ କଥା ରଖିବାର ସୁଯୋଗ ଦେଇଥିବାରୁ ଆପଣ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ମୁଁ ମୋର ବକ୍ତବ୍ୟ ଶେଷ କରୁଛି । ଏହି ସମ୍ମିଳନୀ ସଫଳ ହେଉ ବୋଲି ମୋର ଶୁଭେଚ୍ଛା ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Project Cheetah: How A Species Declared Extinct During Nehru Era Returned To India Under Modi Govt

Media Coverage

Project Cheetah: How A Species Declared Extinct During Nehru Era Returned To India Under Modi Govt
NM on the go

Nm on the go

Always be the first to hear from the PM. Get the App Now!
...
Prime Minister visits L&T complex at Hazira, Gujarat
June 05, 2026

Prime Minister Shri Narendra Modi today visited the Larsen & Toubro (L&T) complex at Hazira, Gujarat, where he witnessed pioneering innovations being developed by the company across various sectors.

The Prime Minister highly commended the significant role played by L&T in furthering self-reliance in India's defence sector. Sharing glimpses from the visit, Shri Modi appreciated the engineering achievements and advancements being spearheaded at the facility.

In a series of posts on X, the Prime Minister shared:

"This afternoon, went to the L&T complex at Hazira. Witnessed some of their pioneering innovations across different sectors. The role played by L&T in furthering self-reliance in the defence sector is commendable.
@larsentoubro"

"Here are some more glimpses from the visit to the L&T complex in Hazira, Gujarat."