PM Modi interacts with about 160 young IAS officers of the 2017 batch, who have recently been appointed Assistant Secretaries in the Government of India
PM Modi encourages IAS officers to bring in a new vision, new ideas and new approaches to solving problems
Approach the tasks assigned with a fresh and "citizen-centric perspective": PM to IAS Officers

ନିକଟରେ ଭାରତ ସରକାରଙ୍କ ଅଧୀନରେ ସହକାରୀ ସଚିବ ଭାବେ ଯୋଗ ଦେଇଥିବା ଭାରତୀୟ ପ୍ରଶାସନିକ ସେବା 2017 ବ୍ୟାଚର 160 ଜଣ ଯୁବ ଅଧିକାରୀମାନଙ୍କ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବାର୍ତ୍ତାଳାପ କରିଛନ୍ତି ।

ମସୁରୀଠାରେ ସେମାନଙ୍କ ତାଲିମ ଅବସରରେ ଏହି ଅଧିକାରୀମାନଙ୍କ ସହିତ ତାଙ୍କର ବୈଠକ ବିଷୟରେ ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ ।

ଏହି ଆଲୋଚନା କାଳରେ, ଯୁବ ଅଧିକାରୀମାନେ କ୍ଷେତ୍ରୀୟ ତାଲିମ ସମୟରେ ସେମାନଙ୍କର ଅଭିଜ୍ଞତା ବିଷୟରେ କହିଥିଲେ । ମସୁରୀଠାରେ ଶ୍ରେଣୀଗୃହ ତାଲିମ ସହିତ ସେମାନଙ୍କ କ୍ଷେତ୍ରୀୟ ଅଭିଜ୍ଞତା ମଧ୍ୟରେ ରହିଥିବା ତାଳମେଳ ସମ୍ପର୍କରେ ଅଧିକାରୀମାନେ ଉଲ୍ଲେଖ କରିଥିଲେ । ଆକାଂକ୍ଷିତ ଜିଲ୍ଲାଗୁଡ଼ିକରେ କାର୍ଯ୍ୟ କରୁଥିବା ଅଧିକାରୀମାନେ ଏସବୁ ଜିଲ୍ଲାରେ ନିକଟରେ ସରକାରଙ୍କ ଦ୍ୱାରା ପ୍ରଣିତ ବିଭିନ୍ନ ଯୋଜନା କିପରି ତୃଣମୂଳ ସ୍ତରରେ କାର୍ଯ୍ୟକାରୀ ହେଉଛି ସେ ସମ୍ପର୍କରେ ସୂଚନା ଦେଇଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ସରକାରଙ୍କ ସହିତ ଆଗାମୀ ତିନି ମାସ ଧରି କାର୍ଯ୍ୟ କରିବା ଅଧିକାରୀମାନଙ୍କ ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ ଏବଂ ଏହା ସୁଚିନ୍ତିତ ପ୍ରକ୍ରିୟାର ଅଂଶବିଶେଷ । ଏହି ସମୟ ମଧ୍ୟରେ ପ୍ରତ୍ୟେକ ଅଧିକାରୀମାନଙ୍କ ନିକଟରେ ନୀତି ପ୍ରଣୟନରେ ହସ୍ତକ୍ଷେପ କରିବାର ସୁଯୋଗ ରହିବ ।

ସମସ୍ୟାଗୁଡ଼ିକ ସମାଧାନ କ୍ଷେତ୍ରରେ ନୂତନ ଦୂରଦୃଷ୍ଟି, ଉପାୟ ଏବଂ ଆଭିମୁଖ୍ୟ ନେଇ ଆସିବା ଲାଗି ଯୁବ ଅଧିକାରୀମାନଙ୍କୁ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ସାହିତ କରିଥିଲେ ।

ସେ କହିଥିଲେ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ସରକାରଙ୍କ କାର୍ଯ୍ୟଧାରାରେ ନୂତନତ୍ୱ ଆଣିବା । ଅଭିଜ୍ଞତା ଏବଂ ନୂତନ ଉତ୍ସାହ ମଧ୍ୟରେ ତାଳମେଳ ରହିବା ବ୍ୟବସ୍ଥା ପାଇଁ ଲାଭଜନକ ବୋଲି ସେ ଉଲ୍ଲେଖ କରିଥିଲେ ।

ନୂତନ ଉତ୍ସାହ ଏବଂ ଜନକୈନ୍ଦ୍ରିକ ଦୃଷ୍ଟିକୋଣ ନେଇ ସେମାନଙ୍କୁ ଦିଆଯାଇଥିବା ଦାୟିତ୍ୱ ତୁଲାଇବା ଲାଗି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ ଏଥିପ୍ରତି ମଧ୍ୟ ଗୁରୁତ୍ୱାରୋପ କରିଥିଲେ ଯେ ଅଧିକାରୀମାନେ ସେମାନଙ୍କ ସମ୍ମୁଖରେ ଥିବା ସମସ୍ୟା ସମାଧାନ କରିବା ସମୟରେ ସାମୂହିକ ଆଭିମୁଖ୍ୟ ପୋଷଣ କରିବା ଆବଶ୍ୟକ ।

କ୍ଷେତ୍ର ସ୍ତରରୁ ହାସଲ କରିଥିବା ଅଭିଜ୍ଞତା ନେଇ ଦିଲ୍ଲୀରେ କାର୍ଯ୍ୟ କରିବା ଲାଗି ପ୍ରଧାନମନ୍ତ୍ରୀ ସେମାନଙ୍କୁ ଆହ୍ୱାନ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ରାଷ୍ଟ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂଙ୍କ ସମେତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ କାର୍ମିକ ଓ ତାଲିମ ବିଭାଗର ବରିଷ୍ଠ ଅଧିକାରୀମାନେ ଏହି ଅବସରରେ ଉପସ୍ଥିତ ଥିଲେ ।

ଏହି ଅବସରରେ ଭାରତରେ ପ୍ରଶାସନିକ ସେବାର ମୁଖ୍ୟ ସ୍ଥପତି ଭାବେ ବିବେଚିତ ହେଉଥିବା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୀବନୀ ଏବଂ ଉପଲବ୍ଧୀ ଉପରେ ଆଧାରିତ ଏକ ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା । 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Second consignment of 37.5 tonnes HADR aid reaches flood-hit Nepal; India sends 47.5 tonnes of relief material in total

Media Coverage

Second consignment of 37.5 tonnes HADR aid reaches flood-hit Nepal; India sends 47.5 tonnes of relief material in total
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays homage to Mahatma Ayyankali on his birth anniversary
August 28, 2026

The Prime Minister, Shri Narendra Modi, has paid homage to Mahatma Ayyankali on his birth anniversary, today. Shri Modi remembered Mahatma Ayyankali as a great pioneer of social justice, who dedicated his life to the empowerment and welfare of the marginalised. The Prime Minister highlighted his efforts to secure educational opportunities for the marginalised, improve the lives of agricultural workers and serve the poor.

The Prime Minister posted on X:

Paying homage to Mahatma Ayyankali on his birth anniversary!

He is remembered as a great pioneer of social justice. His efforts to secure educational opportunities for the marginalised, improve the lives of agricultural workers and serve the poor remain very inspiring. His life gives strength to all those working for social empowerment.