PM Modi calls for promotion of sports and cultural exchanges between states
A digital movement in the nation is going on and the youth are at the core of this: PM
India has tremendous scope to expand it's tourism sector that can draw the world: PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (20.01.2017) କେନ୍ଦ୍ର, ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳର ପର୍ଯ୍ୟଟନ, ସଂସ୍କୃତି ଓ କ୍ରୀଡା ମନ୍ତ୍ରୀ ତଥା ସଚିବମାନଙ୍କର ଜାତୀୟ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି । ଗୁଜରାଟର କଚ୍ଛଠାରେ ଏହି ସମ୍ମିଳନୀ ଆୟୋଜିତ ହେଉଛି ।

ଦେଶରେ କ୍ରୀଡା କ୍ଷେତ୍ରରେ ପାରଦର୍ଶିତା ଆଣିବା ଲାଗି ଆନୁଷଙ୍ଗିକ ଭିତ୍ତିଭୂମି ଏବଂ ସଂସ୍ଥାଗତ ବ୍ୟବସ୍ଥାର ସୁଦୃଢୀକରଣ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ଵାରୋପ କରିଥିଲେ । ସେ କହିଥିଲେ ଯେ, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ କ୍ରୀଡାକୁ ଲୋକପ୍ରିୟ କରିବା ଲାଗି ପ୍ରୟାସରତ ।

ଜିଲ୍ଲାସ୍ତରରେ କ୍ରୀଡା ପ୍ରତିଭାମାନଙ୍କୁ ଚିହ୍ନଟ କରିବା ପାଇଁ ଆବଶ୍ୟକ ଢାଞ୍ଚାଗତ ବ୍ୟବସ୍ଥା ରହିବା ଜରୁରୀ ଏବଂ ତାହାକୁ ଭିତ୍ତିକରି ବିଭିନ୍ନ ସ୍ତରରେ ଆବଶ୍ୟକ ହେଉଥିବା କ୍ରୀଡା ଭିତ୍ତିଭୂମିର ନିର୍ମାଣ ଯୋଜନା କରିବାକୁ ପଡିବ ।

ପର୍ଯ୍ୟଟନ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତରେ ପର୍ଯ୍ୟଟନ ବିଭବର ଅଭାବ ନାହିଁ । ଯେତିକି ବିଶାଳ ପର୍ଯ୍ୟଟନ ସମ୍ପଦ ରହିଛି ତାହା ବିଶ୍ଵକୁ ଆକୃଷ୍ଟ କରିବା ଲାଗି ଯଥେଷ୍ଟ । ଭାରତର ଯୁବଗୋଷ୍ଠୀ ଡିଜିଟାଲ ଇଣ୍ଡିଆ ଅଭିଯାନ ଏବଂ ସ୍ଵଚ୍ଛ ଭାରତ ମିଶନ ଭଳି କାର୍ଯ୍ୟକ୍ରମକୁ ଶକ୍ତି, ସାହସ ଓ ସମର୍ଥନ ଦେଉଛନ୍ତି । ପ୍ରତ୍ୟେକ ରାଜ୍ୟ ନିଜର କେତେକ ବଛା ବଛା ପର୍ଯ୍ୟଟନସ୍ଥଳୀକୁ ବିକଶିତ କରିବାକୁ ପଡିବ । ସେହିସବୁ ସ୍ଥାନରେ ବିଶ୍ଵସ୍ତରର ପର୍ଯ୍ୟଟନ ଭିତ୍ତିଭୂମି ନିର୍ମାଣ ହେବା ଆବଶ୍ୟକ, ଯାହାକି ବିଶ୍ଵର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିପାରିବ ।

ରାଜ୍ୟ ରାଜ୍ୟ ମଧ୍ୟରେ ପାରସ୍ପରିକ ସ୍ଵାର୍ଥ ଜଡିତ ପ୍ରସଙ୍ଗ ଉପରେ ଭାଗିଦାରୀତାକୁ ଆଧାର କରି “ଏକ ଭାରତ ଶ୍ରେଷ୍ଠ ଭାରତ” କାର୍ଯ୍ୟକ୍ରମ ଲାଗୁ କରିବାକୁ ପ୍ରଧାନମନ୍ତ୍ରୀ ଉପସ୍ଥିତ ମନ୍ତ୍ରୀ ଓ ସଚିବମାନଙ୍କୁ ପରାମର୍ଶ ଦେଇଥିଲେ ।

ଏହି ଜାତୀୟ ସମାବେଶରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ରୂପାନୀ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ବିଜୟ ଗୋଏଲ ଏବଂ ଡଃ ମହେଶ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
UPI — an eventful journey

Media Coverage

UPI — an eventful journey
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 25, 2026
August 25, 2026

Nari Shakti to Capital Markets: PM Modi’s Reforms Are Rewiring India’s Growth Story