India is a Bahuratna Vasundhara. Several people have made great contributions across regions and time periods: PM
Laxmanrao Inamdarji had imbibed this principle and his life is a source of inspiration: PM Modi
Cooperative movements are not only about systems. It is about a spirit that brings people together to do something good: PM

ଶ୍ରୀ ଲକ୍ଷ୍ମଣରାଓ ଇନାମଦାରଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ସହକାର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୋଗଦାନ କରିଛନ୍ତି ।

ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଲେ ଯେ, ଆମ ଦେଶ ଏକ “ବହୁରତ୍ନା ବସୁନ୍ଧରା” ଯେଉଁଠାରେ କି ବିଭିନ୍ନ ବ୍ୟକ୍ତିଙ୍କର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ସମୟରେ ମହାନ ଅବଦାନ ରହିଛି । ସେ କହିଲେ ଯେ ସେମାନଙ୍କ ଭିତରୁ କେତେଜଣ ପ୍ରସିଦ୍ଧି ଲାଭ କରିଛନ୍ତି ଓ ଗଣମାଧ୍ୟମରେ ସେମାନଙ୍କ ବିଷୟରେ ଚର୍ଚ୍ଚା ହୋଇଛି । କେତେଜଣ ମଧ୍ୟ ସେମାନଙ୍କ ମୂଲ୍ୟବାନ ଅବଦାନ ସତ୍ତ୍ୱେ ବିଶେଷ ପରିଚିତି ଲାଭ କରି ପାରିନାହାନ୍ତି । ପ୍ରଧାନମନ୍ତ୍ରୀ କହିଲେ ଯେ ଓକିଲ ସାହେବ-ଲକ୍ଷ୍ମଣରାଓ ଇନାମଦାର ହେଉଛନ୍ତି ଜଣେ ସେହିପରି ବ୍ୟକ୍ତି । ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଲେ ଯେ ସମବାୟ ଆନ୍ଦୋଳନର ପ୍ରଥମ ନୀତି ହେଉଛି ନିଜେ ଅଜଣା ଅଶୁଣା ରହିଲେ ବି ସମସ୍ତଙ୍କୁ ଏକାଠି କରିବା । ଶ୍ରୀ ଇନାମଦାର ଏହି ନୀତିକୁ ଗ୍ରହଣ କରିଥିଲେ ।

ପ୍ରଧାନମନ୍ତ୍ରୀ 2022 ସୁଦ୍ଧା କୃଷକମାନଙ୍କ ଆୟ ଦୁଇଗୁଣା କରିବା ଓ ଗ୍ରାମୀଣ ଏବଂ ସହରାଞ୍ଚଳ ବିକାଶରେ ସନ୍ତୁଳନ ହାସଲ କରିବା ଆଦି ଲକ୍ଷ୍ୟ ସମ୍ବନ୍ଧରେ ପ୍ରକାଶ କରିଥିଲେ । ସେ କହିଲେ ଯେ ଏହି ଲକ୍ଷ୍ୟ ପୁରଣ କ୍ଷେତ୍ରରେ ସମବାୟ ଆନ୍ଦୋଳନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ ।

ଏବେ ମଧ୍ୟ ଗ୍ରାମାଂଚଳରେ ବହୁଭାବେ ଅକ୍ଷୁର୍ଣ୍ଣ ରହିଥିବା ସମବାୟ ଆନ୍ଦୋଳନର ଆଭିମୁଖ୍ୟକୁ ସଂରକ୍ଷିତ କରି ରଖିବା ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଶ୍ରୀ ଇନାମଦାରଙ୍କ ମନ୍ତ୍ର “ବିନା ସଂସ୍କାର, ନାହିଁ ସହକାର”କୁ ସେ ପୁଣିଥରେ ଦୋହରାଇଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ସମ୍ପ୍ରତି କୃଷକ ଖୁଚୁରାରେ କ୍ରୟ କରେ ଓ ପାଇକାରୀ/ହୋଲସେଲରେ ବିକ୍ରୟ କରେ । ସେ କହିଲେ ଯେ ଏହି ପ୍ରକ୍ରିୟା ବିପରୀତ ହେବା ଆବଶ୍ୟକ । ଏହାଫଳରେ ମଝି ବ୍ୟକ୍ତିଙ୍କୁ ହଟାଯାଇ କୃଷକର ଆୟକୁ ଦ୍ୱିଗୁଣିତ କରାଯାଇ ପାରିବ । ଗୋପାଳନ ସମବାୟର ଉଦାହରଣ ଦେଇ ସେ କହିଲେ ଯେ ଜନସାଧାରଣଙ୍କ ସମସ୍ୟାର ସମାଧାନ କରିପାରିବାର କ୍ଷମତା ସମବାୟ ଆନ୍ଦୋଳନ ପାଖରେ ରହିଛି । ସେ ମଧ୍ୟ କହିଲେ ଯେ ଭାରତୀୟ ସମାଜ ସହିତ ସମବାୟ ଆନ୍ଦୋଳନର ବ୍ୟବସ୍ଥା ମେଳ ଖାଇଥାଏ । ପ୍ରଧାନମନ୍ତ୍ରୀ କହିଲେ ଯେ ଲିମ୍ବ ପ୍ରଲେପିତ ୟୁରିଆ, ମହୁମାଛି ପାଳନ ଏବଂ ସାମୁଦ୍ରିକ ଘାସ ଚାଷ କ୍ଷେତ୍ରରେ ସମବାୟ ଆନ୍ଦୋଳନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ ।

  ଏହି ଅବସରରେ ପ୍ରଧାନମନ୍ତ୍ରୀ ଦୁଇଟି ପୁସ୍ତକର ଲୋକାର୍ପଣ କରିଥିଲେ । ସେଥିମଧ୍ୟରୁ ଗୋଟିଏ ଶ୍ରୀ ଲକ୍ଷ୍ମଣରାଓ ଇନାମଦ୍ୱାରାଙ୍କ ଉପରେ ପର୍ଯ୍ୟବସିତ ଓ ଏହାର ଶୀର୍ଷକ ହେଉଛି-“ଭାରତୀୟ ସମବାୟ ଆନ୍ଦୋଳନର 9ଟି ରତ୍ନ” । ପ୍ରଧାନମନ୍ତ୍ରୀ ଏହି ଅବସରରେ ସମବାୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପୁରସ୍କାର ପ୍ରଦାନ କରିଥିଲେ ।

 

 

 

 

Click here to read full text of speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Led by iPhones, India sees highest Q1 smartphone exports by value

Media Coverage

Led by iPhones, India sees highest Q1 smartphone exports by value
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 29, 2026
July 29, 2026

Aatmanirbhar & Eco-Conscious: PM Modi’s Record of Results in Conservation, Banking, Exports & Beyond