BRICS Business Council Meet: PM Modi pitches for expanding business cooperation between member countries
India is changing fast into one of the most open economies in the world with FDI inflows at an all-time high: PM Modi
GST is India's biggest economic reform ever; in one stroke, a unified market of 1.3 billion people has been created: PM
Digital India, Start-Up India and Make in India are altering economic landscape of India: PM Modi

ମହାମାନ୍ୟବର୍ଗ,

ନୂତନ ବିକାଶ ବ୍ୟାଙ୍କର ସଭାପତି,

ବ୍ରିକ୍ସ ବ୍ୟାପାର ପରିଷଦର ସଦସ୍ୟବୃନ୍ଦ,

ବ୍ରିକ୍ସ ବ୍ୟାପାର ପରିଷଦ ସହିତ ଅନୁଷ୍ଠିତ ବୈଠକରେ ଯୋଗଦେଇ ମୁଁ ଖୁବ ଆନନ୍ଦିତ । ଆପଣମାନେ ବ୍ୟାପାର ପରିଷଦରେ ଯେଉଁ କାର୍ଯ୍ୟ କରିଛନ୍ତି ତାହା ବ୍ରିକ୍ସ ଭାଗିଦାରୀତା ସଂକ୍ରାନ୍ତ ଭବିଷ୍ୟ ଦୃଷ୍ଟିକୁ ଏକ ବାସ୍ତବ ରୂପ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି । ଆପଣମାନେ ଯେଉଁ ଭାଗିଦାରୀତା ଗଢିଛନ୍ତି ଏବଂ ଯେଉଁ ନେଟୱାର୍କ ସୃଷ୍ଟି କରିଛନ୍ତି ତାହା ବ୍ରିକ୍ସ ରାଷ୍ଟ୍ରମାନଙ୍କରେ ଆର୍ଥିକ ଅଭିବୃଦ୍ଧିକୁ ଉର୍ଜା ପ୍ରଦାନ କରୁଛି । ଗୋଆଠାରେ ଗତବର୍ଷ ଅନୁଷ୍ଠିତ ଶିଖର ବୈଠକରେ ବ୍ରିକ୍ସ ବ୍ୟାପାର ପରିଷଦ ଏବଂ ନୂତନ ବିକାଶ ବ୍ୟାଙ୍କ ମଧ୍ୟରେ ନିବିଡ ସହଯୋଗ ପାଇଁ ପ୍ରସ୍ତାବ ଓ ପରାମର୍ଶ ଆସିଥିଲା । ମୁଁ ଖୁସି ଯେ, ବ୍ରିକ୍ସ ବ୍ୟାପାର ପରିଷଦ ଏଥର ନୂତନ ବିକାଶ ବ୍ୟାଙ୍କ ସହ ଏକ ବୁଝାମଣାରେ ପ୍ରବେଶ କରିଛି ।

ମହାମାନ୍ୟ ଏବଂ ବନ୍ଧୁଗଣ,

ବିଶ୍ଵର ସର୍ବାଧିକ ମୁକ୍ତ ଅର୍ଥ ବ୍ୟବସ୍ଥାମାନଙ୍କ ମଧ୍ୟରେ ଅନ୍ୟତମ ଭାରତ ଏବେ ଦ୍ରୁତ ପରିବର୍ତ୍ତନ ଦେଇ ଗତି କରୁଛି । ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ପ୍ରବାହ ପରିମାଣ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି, ଯେଉଁଥିରେ କି 40 ପ୍ରତିଶତ ବୃଦ୍ଧି ଘଟିଛି । ସରଳ ବ୍ୟବସାୟ କାରବାର ସଂକ୍ରାନ୍ତ ବିଶ୍ଵ ବ୍ୟାଙ୍କ ସୂଚକାଙ୍କରେ ଭାରତ ଏବେ ବହୁତ ଉପରକୁ ଉଠିଛି । ଅନୁରୂପ ଭାବେ ଆମେ ବିଶ୍ଵ ପ୍ରତିଯୋଗିତାମୂଳକ ସୂଚକାଙ୍କରେ ଗତ ଦୁଇବର୍ଷ ମଧ୍ୟରେ 32ଟି ସ୍ଥାନ ଉପରକୁ ଉଠିଛୁ । ଚଳିତ ବର୍ଷ ଜୁଲାଇରେ ବସ୍ତୁ ଓ ସେବା କର ଭଳି ଟିକସ ବ୍ୟବସ୍ଥା ପ୍ରଚାଳନ କରାଯାଇଛି, ଯାହାକି ଭାରତର ଆର୍ଥିକ ଇତିହାସରେ ଏକ ସର୍ବବୃହତ୍ତ ସଂସ୍କାର । ଗୋଟିଏ ନିଷ୍ପତ୍ତିରେ, 130 କୋଟି ଜନତାଙ୍କୁ ନେଇ ଦେଶରେ ଏକ ବୃହତ ଏକୀକୃତ ବଜାର ସୃଷ୍ଟି କରାଯାଇଛି । ଡିଜିଟାଲ ଇଣ୍ଡିଆ, ଷ୍ଟାର୍ଟ ଅପ ଇଣ୍ଡିଆ, ମେକ ଇନ ଇଣ୍ଡିଆ ଭଳି କାର୍ଯ୍ୟକ୍ରମ ଭାରତର ଆର୍ଥିକ ପରିଦୃଶ୍ୟରେ ପରିବର୍ତ୍ତନ ଆଣିଛି । ଏହିସବୁ କାର୍ଯ୍ୟକ୍ରମ ଭାରତକୁ ଜ୍ଞାନଭିତ୍ତିକ, କୌଶଳ ସମର୍ଥିତ ଏବଂ ଟେକ୍ନୋଲଜି ପରିଚାଳିତ ସମାଜରେ ପରିଣତ କରିବା ଦିଗରେ ସହାୟତା କରୁଛି ।

ମହାମାନ୍ୟ ଏବଂ ବନ୍ଧୁଗଣ,

ମୁଁ ଏହାଜାଣି ଖୁସି ଯେ, ବ୍ରିକ୍ସ ବ୍ୟାପାର ପରିଷଦର ଅଗ୍ରାଧିକାର ତାଲିକା ମଧ୍ୟରେ ବ୍ୟବସାୟ ଓ ପୁଞ୍ଜି ନିବେଶ ସୁଗମତା, କୌଶଳ ବିକାଶ କାର୍ଯ୍ୟକ୍ରମକୁ ପ୍ରୋତ୍ସାହନ, ସଂରଚନା କ୍ଷେତ୍ରର ବିକାଶ, ସୂକ୍ଷ୍ମ ଏବଂ ମାଧ୍ୟମ ଉଦ୍ୟୋଗର ବିକାଶ, ଇ-ବାଣିଜ୍ୟ ଓ ଡିଜିଟାଲ ଅର୍ଥ ବ୍ୟବସ୍ଥାକୁ ସ୍ଥାନିତ ହୋଇଛି । ବ୍ୟାପାର ପରିଷଦର ବିଚାର ମନ୍ଥନ ମଧ୍ୟରୁ ଅନେକ ଫଳପ୍ରଦ ସୁପାରିଶମାନ ବାହାରିଛି । ବ୍ରିକ୍ସ ରେଟିଂ ଏଜେନ୍ସୀ ପ୍ରତିଷ୍ଠା, ଶକ୍ତି କ୍ଷେତ୍ରରେ ସହଯୋଗ, ସବୁଜ ଅର୍ଥ ବ୍ୟବସ୍ଥା ପାଇଁ ଋଣ ସହାୟତା ଏବଂ ଡିଜିଟାଲ ଅର୍ଥ ବ୍ୟବସ୍ଥା ପ୍ରତିଷ୍ଠା ଦିଗରେ ବ୍ୟାପାର ପରିଷଦର କାର୍ଯ୍ୟ ଅତ୍ୟନ୍ତ ଉଲ୍ଲେଖନୀୟ । ମୋର ବକ୍ତବ୍ୟ ଶେଷ କରିବା ପୂର୍ବରୁ ଏତିକି କହିବି ଯେ, ବ୍ରିକ୍ସ ରାଷ୍ଟ୍ରମାନେ ବ୍ୟାପାର ପରିଷଦର ପ୍ରୟାସକୁ ପୂର୍ଣ୍ଣ ସମର୍ଥନ ପ୍ରଦାନ କରିବେ । ବ୍ୟବସାୟ ଏବଂ ପୁଞ୍ଜି ନିବେଶ କ୍ଷେତ୍ରରେ ସହଯୋଗକୁ ଆହୁରି ବିକଶିତ କରିବା ଉଦ୍ଦେଶ୍ୟ ନେଇ ଆମର ଯେଉଁ ସାଧାରଣ ଓ ସମାନ ଲକ୍ଷ୍ୟ ରହିଛି ତାହା ହାସଲ ଦିଗରେ ବ୍ରିକ୍ସ ବ୍ୟାପାର ପରିଷଦର ଉଦ୍ୟମକୁ ଉଚିତ ବିବେଚନା କରୁଛୁ ।

ବହୁତ ବହୁତ ଧନ୍ୟବାଦ ।

 

 

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
99.92% villages in India covered with banking outlets within 5 km radius: Govt

Media Coverage

99.92% villages in India covered with banking outlets within 5 km radius: Govt
NM on the go

Nm on the go

Always be the first to hear from the PM. Get the App Now!
...
Prime Minister praises efforts by Acharya Shri Kailasasagarsuri Gyanmandir towards preserving manuscripts
March 31, 2026

Prime Minister Shri Narendra Modi, appreciated the work being done by Acharya Shri Kailasasagarsuri Gyanmandir towards preserving manuscripts. “I am proud that our nation has many such passionate teams that are at the forefront of this, ensuring that the coming generations remain connected to our rich history”, Shri Modi remarked.

The Prime Minister posted on X;

“Saw a glimpse of the work being done by Acharya Shri Kailasasagarsuri Gyanmandir towards preserving manuscripts. I am proud that our nation has many such passionate teams that are at the forefront of this, ensuring that the coming generations remain connected to our rich history.”