ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ରିଟେନର ପ୍ରଧାନମନ୍ତ୍ରୀ ମାନ୍ୟବର ବୋରିସ ଜନସନଙ୍କ ସହ ଫୋନରେ କଥା ହୋଇଛନ୍ତି ।

ଦୁଇ ନେତା ୟୁକ୍ରେନର ପରିସ୍ଥିତି ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଶତ୍ରୁତା ବନ୍ଦ କରିବା ଏବଂ ଆଲୋଚନା ଓ କୂଟନୈତିକ ପଥକୁ ଫେରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଭାରତର ନିରନ୍ତର ଆବେଦନକୁ ଦୋହରାଇଛନ୍ତି । ଆନ୍ତର୍ଜାତୀୟ ଆଇନ ତଥା ସମସ୍ତ ଦେଶର ଆଞ୍ଚଳିକ ଅଖଣ୍ଡତା ତଥା ସାର୍ବଭୌମତ୍ୱ ଉପରେ ସେ ଭାରତର ବିଶ୍ୱାସକୁ ସମସାମୟିକ ବିଶ୍ୱ ବ୍ୟବସ୍ଥାର ଆଧାର ଭାବରେ ଗୁରୁତ୍ୱାରୋପ କରିଛନ୍ତି ।

ଦୁଇ ନେତା ଦ୍ୱିପାକ୍ଷିକ ସ୍ୱାର୍ଥ ସମ୍ବଳିତ ବିଷୟ ଉପରେ ମଧ୍ୟ ଆଲୋଚନା କରିଥିଲେ ଏବଂ ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା, ପୁଞ୍ଜି ବିନିଯୋଗ, ପ୍ରତିରକ୍ଷା ଏବଂ ନିରାପତ୍ତା ସହିତ ଲୋକଙ୍କ ମଧ୍ୟରେ ସମ୍ପର୍କ ଓ ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ଆହୁରି ମଜବୁତ କରିବାର ସମ୍ଭାବନା ଉପରେ ସହମତ ହୋଇଥିଲେ । ଦ୍ୱିପାକ୍ଷିକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଉପରେ ଚାଲିଥିବା ବୁଝାମଣାରେ ପ୍ରଧାନମନ୍ତ୍ରୀ ମୋଦୀ ସକାରାତ୍ମକ ଗତି ଉପରେ ନିଜର ସନ୍ତୋଷ ବ୍ୟକ୍ତ କରିଛନ୍ତି । ଗତ ବର୍ଷ ଉଭୟ ନେତାଙ୍କ ମଧ୍ୟରେ ଭର୍ଚୁଆଲ୍ ସମ୍ମିଳନୀରେ ଗ୍ରହଣ କରାଯାଇଥିବା ‘ଇଣ୍ଡିଆ-ୟୁକେ ରୋଡମ୍ୟାପ୍ ୨୦୩୦' କାର୍ଯ୍ୟକାରୀ ହେବାର ଅଗ୍ରଗତିକୁ ସେ ପ୍ରଶଂସା କରିଥିଲେ ।

ପାରସ୍ପରିକ ସୁବିଧା ଅନୁଯାୟୀ ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ଜନସନଙ୍କୁ ଶୀଘ୍ର ଭାରତରେ ସ୍ୱାଗତ କରିବାକୁ ପ୍ରଧାନମନ୍ତ୍ରୀ ତାଙ୍କର ଇଚ୍ଛା ପ୍ରକାଶ କରିଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Technical textiles critical to footwear sector

Media Coverage

Technical textiles critical to footwear sector
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 29, 2026
April 29, 2026

Leadership That Plays, Builds & Delivers: PM Modi’s Vision Igniting Youth, Women & Northeast India