ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନେଦରଲ୍ୟାଣ୍ଡର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ମାର୍କ ରୁଟେଙ୍କ ସହିତ ଫୋନରେ କଥା ହୋଇଥିଲେ ।

ଦୁଇ ନେତା ୟୁକ୍ରେନରେ ଚାଲିଥିବା ପରିସ୍ଥିତି ଉପରେ ଆଲୋଚନା କରିଥିଲେ ଏବଂ ୟୁକ୍ରେନରେ ଜାରି ରହିଥିବା ମାନବୀୟ ସ୍ଥିତିକୁ ନେଇ ସେମାନଙ୍କ ଚିନ୍ତା ପ୍ରକଟ କରିଥିଲେ । ଶତ୍ରୁତା ବନ୍ଦ କରିବା ଏବଂ ବାର୍ତ୍ତାଳାପ ଓ କୂଟନୈତିକ ପଥକୁ ଫେରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଭାରତର ନିରନ୍ତର ଆବେଦନକୁ ଦୋହରାଇଛନ୍ତି । ରୁଷ ଏବଂ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଆଲୋଚନାକୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଛନ୍ତି ଏବଂ ଏହାର ଶୀଘ୍ର ସମାଧାନ ହେବାର ଆଶା ରଖିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ରୁଟେଙ୍କୁ ବିବାଦୀୟ ଅଞ୍ଚଳରୁ ଭାରତୀୟ ନାଗରିକମାନଙ୍କୁ ଉଦ୍ଧାର କରିବାର ଅଗ୍ରଗତି ଏବଂ ପ୍ରଭାବିତ ଲୋକଙ୍କ ପାଇଁ ଔଷଧ ସମେତ ଜରୁରୀକାଳୀନ ରିଲିଫ ଯୋଗାଣରେ ଭାରତର ସହାୟତା ବିଷୟରେ ସୂଚନା ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ୨୦୨୧ ମସିହା ଏପ୍ରିଲରେ ପ୍ରଧାନମନ୍ତ୍ରୀ ରୁଟେଙ୍କ ସହ ତାଙ୍କର ଭର୍ଚୁଆଲ୍ ଶିଖର ସମ୍ମିଳନୀକୁ ମନେ ପକାଇଥିଲେ ଏବଂ ପ୍ରଧାନମନ୍ତ୍ରୀ ରୁଟେଙ୍କୁ ଭାରତରେ ଶୀଘ୍ର ସ୍ୱାଗତ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Democracy Won, Intimidation Lost': PM Modi Hails BJP's Falta Bypoll Win

Media Coverage

'Democracy Won, Intimidation Lost': PM Modi Hails BJP's Falta Bypoll Win
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 24, 2026
May 24, 2026

Strength, Growth & Global Trust: How PM Modi is Transforming India Across Frontiers