ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସ୍ଲୋଭାକ ରିପବ୍ଲିକର ପ୍ରଧାନମନ୍ତ୍ରୀ ଶ୍ରୀ ଏଡୁଆର୍ଡ ହେଗର୍‌ଙ୍କ ସହିତ ଫୋନରେ କଥା ହୋଇଥିଲେ ।

ପ୍ରଧାନମନ୍ତ୍ରୀ ୟୁକ୍ରେନରୁ ଭାରତୀୟ ନାଗରିକଙ୍କୁ ସ୍ଥାନାନ୍ତର କରିବାରେ ସ୍ଲୋଭାକ ରିପବ୍ଲିକ ଦ୍ୱାରା ପ୍ରଦାନ କରାଯାଇଥିବା ସହାୟତା ଏବଂ ଭାରତରୁ ସ୍ୱତନ୍ତ୍ର ବିମାନ ଉଡ଼ାଣ ପାଇଁ ଅନୁମତି ଦେଇଥିବାରୁ ଶ୍ରୀ ଏଡୁଆର୍ଡ ହେଗର୍‌ଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆସନ୍ତା କିଛି ଦିନ ପାଇଁ ସ୍ଲୋଭାକ ରିପବ୍ଲିକ ନିରନ୍ତର ସହାୟତା ଜାରି ରଖିବାକୁ ସେ ଅନୁରୋଧ କରିବା ସହିତ ବିବାଦୀୟ ଅଞ୍ଚଳରୁ ଅନ୍ୟ ନାଗରିକଙ୍କୁ ସ୍ଥାନାନ୍ତର କରିବା ପାଇଁ ଭାରତ ମଧ୍ୟ ପଦକ୍ଷେପ ଗ୍ରହଣ କରିଥିବା କହିଛନ୍ତି ।

ପ୍ରଧାନମନ୍ତ୍ରୀ ମଧ୍ୟ ଶ୍ରୀ ହେଗରଙ୍କୁ ଭାରତୀୟ ନାଗରିକଙ୍କ ସ୍ଥାନାନ୍ତର କାର୍ଯ୍ୟର ତଦାରଖ କରିବା ପାଇଁ ଆଇନ ଓ ନ୍ୟାୟ ମନ୍ତ୍ରୀ ଶ୍ରୀ କିରେନ ରିଜିଜୁଙ୍କ ନିୟୋଜନ ସମ୍ପର୍କରେ ସୂଚନା ଦେଇଛନ୍ତି ।

ୟୁକ୍ରେନରେ ଚାଲିଥିବା ହିଂସା ଏବଂ ମାନବିକ ସଙ୍କଟକୁ ନେଇ ପ୍ରଧାନମନ୍ତ୍ରୀ ମଧ୍ୟ ନିଜର ଦୁଃଖ ପ୍ରକାଶ କରିଛନ୍ତି ଏବଂ ଶତ୍ରୁତା ବନ୍ଦ କରିବା ଏବଂ ଆଲୋଚନାକୁ ଫେରିବା ପାଇଁ ଭାରତର ନିରନ୍ତର ଆବେଦନକୁ ଦୋହରାଇଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ମଧ୍ୟ ରାଷ୍ଟ୍ରଗୁଡିକର ସାର୍ବଭୌମତ୍ୱ ତଥା ଭୌଗଳିକ ଅଖଣ୍ଡତାକୁ ସମ୍ମାନ ଦେବା ଉପରେ ଗୁରୁତ୍ୱାରୋପ କରିଛନ୍ତି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's wind energy addition surges 46% to record 6.05 GW in FY26

Media Coverage

India's wind energy addition surges 46% to record 6.05 GW in FY26
NM on the go

Nm on the go

Always be the first to hear from the PM. Get the App Now!
...
Chief Minister of Chhattisgarh meets Prime Minister
April 07, 2026