ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ଟେଲିଫୋନ କଲ ଯୋଗେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ମହାନିର୍ଦ୍ଦେଶକ ଡ. ଟେଡ୍ରୋସ ଆଢାନମ ଘେବ୍ରିୟେସୁସଙ୍କ ସହ କଥା ହୋଇଛନ୍ତି ।

କୋଭିଡ-19 ମହାମାରୀ ମୁକାବିଲା ଦିଗରେ ଏକ ସମନ୍ୱିତ ଅନ୍ତର୍ଜାତୀୟ ପ୍ରୟାସକୁ ଆଗେଇନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବାରୁ ଡବ୍ଲୁଏଚଓକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ଏହି ପରିପ୍ରେକ୍ଷୀରେ ଅନ୍ୟ ରୋଗଗୁଡ଼ିକ ବିରୋଧରେ ଚାଲିଥିବା ଲଢ଼େଇ ଉପରୁ ଦୃଷ୍ଟି ଶିଥିଳ ହେବା ଉଚିତ ନୁହେଁ ବୋଲି ପ୍ରଧାନମନ୍ତ୍ରୀ ଦର୍ଶାଇଥିଲେ । ଅନ୍ୟପକ୍ଷରେ ବିକାଶଶୀଳ ରାଷ୍ଟ୍ରଗୁଡ଼ିକର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସହଯୋଗ ଦିଗରେ ଡବ୍ଲୁଏଚଓର ଉଦ୍ୟମକୁ ମଧ୍ୟ ସେ ପ୍ରଶଂସା କରିଥିଲେ ।

ସେହିଭଳି ଭାରତୀୟ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟରେ ନିୟମିତ ସହଯୋଗ ଉପରେ ଡବ୍ଲୁଏଚଓ ମହାନିର୍ଦ୍ଦେଶକ ଗୁରୁତ୍ୱ ପ୍ରଦାନ କରିଥିଲେ । ଏଥିସହ ଯକ୍ଷ୍ମା ବିରୋଧରେ ଭାରତର ଅଭିଯାନ ଏବଂ ଆୟୁଷ୍ମାନ ଭାରତ ସ୍କିମ ଭଳି ଘରୋଇ ପଦକ୍ଷେପଗୁଡ଼ିକୁ ମଧ୍ୟ ସେ ଭୂୟସୀ ପ୍ରଶଂସା କରିଥିଲେ । ଅନ୍ତର୍ଜାତୀୟ ସ୍ୱାସ୍ଥ୍ୟ ସମସ୍ୟା ଦିଗରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା କଥା ସେ ଉଲ୍ଲେଖ କରିଥିଲେ ।

ପାରମ୍ପରିକ ଔଷଧୀୟ ବ୍ୟବସ୍ଥା, ବିଶେଷକରି ବିଶ୍ୱ ଜନ ସମୁଦାୟର କଲ୍ୟାଣ ଓ ପ୍ରତିରୋଧକ ଶକ୍ତି ବୃଦ୍ଧି ବାବଦରେ ପ୍ରଧାନମନ୍ତ୍ରୀ ଏବଂ ଡବ୍ଲୁଏଚଓ ମହାନିର୍ଦ୍ଦେଶକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ । ଏହାଛଡ଼ା ତମାମ ଚିକିତ୍ସା ମାଧ୍ୟମ ଦ୍ୱାରା ପାରମ୍ପରିକ ଚିକିତ୍ସା ସମାଧାନଗୁଡ଼ିକୁ ଆଧୁନିକ ଚିକିତ୍ସା ପଦ୍ଧତିରେ ଏକୀକୃତ କରିବା ଏବଂ ସମୟ–ପରୀକ୍ଷଣ ପାରମ୍ପରିକ ଚିକିତ୍ସା ଉତ୍ପାଦ ଓ ଅଭ୍ୟାସର ବୈଜ୍ଞାନିକ ମାନ୍ୟତା ବାବଦରେ ଉଭୟ ସହମତ ହୋଇଥିଲେ ।

ମହାନିର୍ଦ୍ଦେଶକ ଗୁରୁତ୍ୱ ଦେଇ କହିଥିଲେ କି ପାରମ୍ପରିକ ଚିକିତ୍ସା କ୍ଷମତାକୁ ଏ ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ଭାବେ ସହାୟତା ମିଳିପାରି ନାହିଁ ଏବଂ ସେ କହିଥିଲେ, ଡବ୍ଲୁଏଚଓ ଏହି କ୍ଷେତ୍ରରେ ସର୍ବୋତ୍କୃଷ୍ଟ ପ୍ରୟୋଗର ଅନୁସନ୍ଧାନ, ପ୍ରଶକ୍ଷିଣ ଏବଂ ଗବେଷଣାକୁ ପୋତ୍ସାହିତ କରିବା ପାଇଁ ସକ୍ରିୟ ଭାବେ କାମ କରୁଛି ।

ପ୍ରଧାନମନ୍ତ୍ରୀ ଏହି ଉଦ୍ୟମଗୁଡ଼ିକୁ ପ୍ରଶଂସା କରିଥିଲେ ଏବଂ ଭାରତରେ ନଭେମ୍ବର 13ରେ ‘କୋଭିଡ-19 ପାଇଁ ଆୟୁର୍ବେଦ’ ଶୀର୍ଷକରେ ହେବାକୁ ଥିବା ଆୟୁର୍ବେଦ ଦିବସ ଆୟୋଜନର କାର୍ଯ୍ୟକ୍ରମ ବାବଦରେ ସୂଚନା ଦେଇଥିଲେ ।

ପ୍ରଧାନମନ୍ତ୍ରୀ ଏବଂ ମହାନିର୍ଦ୍ଦେଶକ କୋଭିଡ-19ର ମୁକାବିଲା ପାଇଁ ଜାରି ରହିଥିବା ଅନ୍ତର୍ଜାତୀୟ ସହଯୋଗ ଉପରେ ମଧ୍ୟ ଆଲୋଚନା କରିଥିଲେ । ଏହି ପ୍ରସଙ୍ଗରେ ମହାନିର୍ଦ୍ଦେଶକ ମାନବତାର ଲାଭ ପାଇଁ ଟିକା ଓ ଔଷଧ ଉତ୍ପାଦନରେ ସିଦ୍ଧହସ୍ତ ଅଗ୍ରଣୀ ନିର୍ମାତା ଭାବେ ଭାରତର କ୍ଷମତାକୁ ନିୟୋଜିତ କରିବା ସକାଶେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅପ୍ରତୀମ ପ୍ରତିଶ୍ରୁତିବଦ୍ଧତାକୁ ଭୂୟସୀ ପ୍ରଶଂସା କରିଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi inaugurates Northeast’s first Emergency Landing Facility in Moran. Why it matters?

Media Coverage

PM Modi inaugurates Northeast’s first Emergency Landing Facility in Moran. Why it matters?
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଫେବୃୟାରୀ 15, 2026
February 15, 2026

Visionary Leadership in Action: From AI Global Leadership to Life-Saving Reforms Under PM Modi