ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପର୍ତ୍ତୁଗୀଜ ଗଣତନ୍ତ୍ରର ପ୍ରଧାନମନ୍ତ୍ରୀ ମହାମହିମ ଆଣ୍ଟୋନିଓ ଲୁଇସ୍ ସାଣ୍ଟୋସ୍ ଦା କୋଷ୍ଟାଙ୍କ ସହ ଟେଲିଫୋନ୍ ଯୋଗେ ବାର୍ତ୍ତାଳାପ କରିଛନ୍ତି ।

ଉଭୟ ଦେଶରେ କୋଭିଡ-19 ମହାମାରୀର ପରିସ୍ଥିତି ନେଇ ଦୁଇ ନେତା ସମୀକ୍ଷା କରିଥିଲେ । ମହାମାରୀର ସମାପ୍ତି ପାଇଁ ଶୀଘ୍ର ଟୀକାକରଣ ଏବଂ ସମାନ ବଣ୍ଟନ ଉପରେ ସେମାନେ  ଗୁରୁତ୍ଵାରୋପ କରିଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ ଭାରତର ଟୀକାକରଣ ଅଭିଯାନ ବିଷୟରେ ପ୍ରଧାନମନ୍ତ୍ରୀ କୋଷ୍ଟାଙ୍କୁ ସୂଚନା ଦେବା ସହିତ ଭାରତ ଏପର୍ଯ୍ୟନ୍ତ 70ରୁ ଅଧିକ ଦେଶକୁ ସହାୟତା ଯୋଗାଇ ଥିବା ଦର୍ଶାଇଥିଲେ । ଅନ୍ୟ ଦେଶର ଟୀକାକରଣ ପ୍ରୟାସକୁ ଭାରତ ଯଥାସମ୍ଭବ ସହଯୋଗ କରିବା ନେଇ ପ୍ରଧାନମନ୍ତ୍ରୀ ମୋଦୀ ନିଶ୍ଚିତ କରିଥିଲେ ।

ଦୁଇ ନେତା ଦ୍ୱିପାକ୍ଷିକ ସମ୍ପର୍କର ସମୀକ୍ଷା କରିଥିଲେ ଏବଂ ଗତ କିଛି ବର୍ଷ ମଧ୍ୟରେ ଭାରତ-ପର୍ତ୍ତୁଗାଲ ଭାଗିଦାରୀରେ ସକରାତ୍ମକ ପ୍ରଗତି ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ ।

ପର୍ତ୍ତୁଗୀଜର ଅଧ୍ୟକ୍ଷତାରେ ମେ’ 2021ରେ ପୋର୍ଟୋରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ଇଣ୍ଡୋ-ୟୁରୋପୀୟ ୟୁନିଅନ୍ ନେତାଙ୍କ ବୈଠକ ପାଇଁ ହୋଇଥିବା ପ୍ରସ୍ତୁତିର ସେମାନେ ସମୀକ୍ଷା କରିଥିଲେ । ଭାରତ ଏବଂ ୟୁରୋପୀୟ ୟୁନିଅନ୍ ମଧ୍ୟରେ ରଣନୈତିକ ସମ୍ପର୍କକୁ ମଜବୁତ କରିବାରେ ପ୍ରଧାନମନ୍ତ୍ରୀ କୋଷ୍ଟାଙ୍କ ଭୂମିକାକୁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶଂସା କରିଥିଲେ ଏବଂ ସେ ପ୍ରଧାନମନ୍ତ୍ରୀ କୋଷ୍ଟାଙ୍କୁ ପୋର୍ଟୋରେ ଭେଟିବାକୁ ଆଗ୍ରହୀ ବୋଲି କହିଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
23.96 lakh houses installed with rooftop solar systems: Minister

Media Coverage

23.96 lakh houses installed with rooftop solar systems: Minister
NM on the go

Nm on the go

Always be the first to hear from the PM. Get the App Now!
...
Haryana Chief Minister meets Prime Minister
December 11, 2025

The Chief Minister of Haryana, Shri Nayab Singh Saini met the Prime Minister, Shri Narendra Modi in New Delhi today.

The PMO India handle posted on X:

“Chief Minister of Haryana, Shri @NayabSainiBJP met Prime Minister
@narendramodi.

@cmohry”