ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୋଲାଣ୍ଡ ରାଷ୍ଟ୍ରପତି ମହାମହିମ ଆନ୍ଦ୍ରେଜ୍‌ ଡୁଡାଙ୍କ ସହିତ ଫୋନ ଯୋଗେ କଥା ହୋଇଛନ୍ତି ।

ୟୁକ୍ରେନରେ ଫସି ରହିଥିବା ଭାରତୀୟ ନାଗରିକମାନଙ୍କୁ ଉଦ୍ଧାର କରିବା ଲାଗି ପୋଲାଣ୍ଡ ପକ୍ଷରୁ ଯୋଗାଇ ଦିଆଯାଇଥିବା ସହାୟତା ଏବଂ ୟୁକ୍ରେନରୁ ପୋଲାଣ୍ଡ ଦେଇ ଫେରିବା ଲାଗି ଭାରତୀୟ ନାଗରିକମାନଙ୍କୁ ଭିସା ଆବଶ୍ୟକତାକୁ କୋହଳ କରିବା ଲାଗି ବିଶେଷ ସହାୟତା ଯୋଗାଇ ଦେଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପୋଲାଣ୍ଡ ରାଷ୍ଟ୍ରପତି ଡୁଡାଙ୍କୁ ସହୃଦୟତାର ସହିତ ଧନ୍ୟବାଦ ଜଣାଇଥିଲେ । ବିଶେଷ କରି ଏପରି ଏକ ସଙ୍କଟପୂର୍ଣ୍ଣ ସମୟରେ ପୋଲାଣ୍ଡର ନାଗରିକମାନେ ଭାରତୀୟ ନାଗରିକମାନଙ୍କୁ ସହୃଦୟତାର ସହିତ ସହିତ ସ୍ୱାଗତ କରିବା ଏବଂ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ଲାଗି ସୁବିଧା ଯୋଗାଇ ଦେବା ନିମନ୍ତେ ପ୍ରଧାନମନ୍ତ୍ରୀ କୃତଜ୍ଞତା ବ୍ୟକ୍ତ କରିଥିଲେ ।

ଦୁଇ ଦେଶ ମଧ୍ୟରେ ପାରମ୍ପରିକ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ବିଷୟରେ ସ୍ମରଣ କରି ପ୍ରଧାନମନ୍ତ୍ରୀ ୨୦୦୧ ଗୁଜରାଟ ଭୂମିକମ୍ପ ସମୟରେ ପୋଲାଣ୍ଡ ପକ୍ଷରୁ ଯୋଗାଇ ଦିଆଯାଇଥିବା ସହାୟତା ସମ୍ପର୍କରେ ଉଲ୍ଲେଖ କରିଥିଲେ। ଦ୍ଵିତୀୟ ବିଶ୍ୱ ଯୁଦ୍ଧ ସମୟରେ ପୋଲାଣ୍ଡର କେତୋଟି ପରିବାର ଏବଂ ଛୋଟ ଅନାଥ ପିଲାମାନଙ୍କୁ ଉଦ୍ଧାର କରିବାରେ ଜାମନଗର ମହାରାଜାଙ୍କ ଉଲ୍ଲେଖନୀୟ ଭୂମିକା ସମ୍ପର୍କରେ ମଧ୍ୟ ସେ ସ୍ମରଣ କରିଥିଲେ ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ରାଷ୍ଟ୍ରପତି ଡୁଡାଙ୍କୁ ସୂଚନା ଦେଇଥିଲେ ଯେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ଏବଂ ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜେନେରାଲ ଡକ୍ଟର ଭି.କେ ସିଂ ଭାରତୀୟ ନାଗରିକମାନଙ୍କୁ ଉଦ୍ଧାର କରିବା ପ୍ରକ୍ରିୟାକୁ ତଦାରଖ କରିବା ଲାଗି ସ୍ୱତନ୍ତ୍ର ଦୂତ ଭାବେ ପୋଲାଣ୍ଡରେ ରହିବେ।

ତତ୍କାଳ ଯୁଦ୍ଧ ବିରତି ସହ ଆଲୋଚନାକୁ ଫେରିବା ଲାଗି ଭାରତର ବାରମ୍ବାର ନିବେଦନକୁ ପ୍ରଧାନମନ୍ତ୍ରୀ ପୁଣିଥରେ ଦୋହରାଇଥିଲେ । ରାଷ୍ଟ୍ରମାନଙ୍କର ସାର୍ବଭୌମତ୍ୱ ଏବଂ କ୍ଷେତ୍ରୀୟ ଅଖଣ୍ଡତାକୁ ସମ୍ମାନ ଜଣାଇବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Rural commercial vehicle retail sales growth outpaces urban: Fada data

Media Coverage

Rural commercial vehicle retail sales growth outpaces urban: Fada data
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 31, 2026
August 31, 2026

New India, One Time, One Direction: Growth at Home, Stature Abroad Under PM Modi