ନୂଆଦିଲ୍ଲୀରେ ୯ ସେପ୍ଟେମ୍ବର ୨୦୨୩ରେ ଜି-20 ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି, ମହାମହିମ ଶ୍ରୀ ଜୋ ବାଇଡେନ୍ ବିଶ୍ୱ ଭିତ୍ତିଭୂମି ଏବଂ ନିବେଶ (ପିଜିଆଇଆଇ) ଏବଂ ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଆର୍ଥିକ କରିଡର (ଆଇଏମଇସି) ପାଇଁ ଭାଗିଦାରୀ ଉପରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମିଳିତ ଭାବେ ଅଧ୍ୟକ୍ଷତା କରିଥିଲେ ।

ଭିତ୍ତିଭୂମି ବିକାଶ ପାଇଁ ଅଧିକ ପୁଞ୍ଜିନିବେଶ ଆରମ୍ଭ କରିବା ଏବଂ ଭାରତ, ମଧ୍ୟପ୍ରାଚ୍ୟ ଏବଂ ୟୁରୋପ ମଧ୍ୟରେ ଏହାର ବିଭିନ୍ନ ଦିଗରେ ଯୋଗାଯୋଗକୁ ସୁଦୃଢ଼ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ।

ଏଥିରେ ୟୁରୋପୀୟ ସଂଘ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ମରିସସ୍, ୟୁଏଇ ଓ ସାଉଦି ଆରବ ସମେତ ବିଶ୍ୱବ୍ୟାଙ୍କର ନେତାମାନେ ଅଂଶଗ୍ରହଣ କରିଥିଲେ।

ବିକାଶଶୀଳ ଦେଶମାନଙ୍କରେ ଭିତ୍ତିଭୂମି ବ୍ୟବଧାନକୁ ହ୍ରାସ କରିବା ସହିତ ବିଶ୍ୱସ୍ତରରେ ଦୀର୍ଘ ସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି)ର ଅଗ୍ରଗତିକୁ ତ୍ୱରାନ୍ୱିତ କରିବା ଦିଗରେ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ପିଜିଆଇଆଇ ହେଉଛି ଏକ ବିକାଶମୂଳକ ପଦକ୍ଷେପ ।

ଆଇଏମ୍ଇସିରେ ଭାରତକୁ ଉପସାଗରୀୟ ଅଞ୍ଚଳ ସହ ସଂଯୋଗ କରୁଥିବା ଏକ ପୂର୍ବ କରିଡର ଏବଂ ଉପସାଗରୀୟ ଅଞ୍ଚଳକୁ ୟୁରୋପ ସହ ସଂଯୋଗ କରୁଥିବା ଏକ ଉତ୍ତର କରିଡର ସାମିଲ ରହିଛି । ଏଥିରେ ରେଳ ଏବଂ ଜାହାଜ-ରେଳ ପରିବହନ ମାର୍ଗ ଏବଂ ସଡ଼କ ପରିବହନ ମାର୍ଗ ସାମିଲ ରହିବ ।

ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ଭୌତିକ, ଡିଜିଟାଲ ଏବଂ ଆର୍ଥିକ ଯୋଗାଯୋଗର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ଆଇଏମଇସି ଭାରତ ଏବଂ ୟୁରୋପ ମଧ୍ୟରେ ଆର୍ଥିକ ଏକୀକରଣକୁ ପ୍ରୋତ୍ସାହିତ କରିବାରେ ସାହାଯ୍ୟ କରିବ ।

ଭାରତ, ଆମେରିକା, ସାଉଦୀ ଆରବ, ୟୁଏଇ, ୟୁରୋପୀୟ ସଂଘ, ଇଟାଲୀ, ଫ୍ରାନ୍ସ ଏବଂ ଜର୍ମାନୀ ମଧ୍ୟରେ ଆଇଏମଇସି ଉପରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।

 

Click here to see Project-Gateway-multilateral-MOU

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indias wind turbine exports jumped 50% in FY26, further growth expected: IWTMA CEO

Media Coverage

Indias wind turbine exports jumped 50% in FY26, further growth expected: IWTMA CEO
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 9, 2026
September 09, 2026

Viksit Bharat Express: How PM Modi’s Reforms Are Supercharging India’s Economy and Infrastructure