ପ୍ରକୃତରେ ପରୀକ୍ଷା ହେଉଛି ଜୀବନକୁ ଗଢ଼ିବାର ଏକ ଉପଯୁକ୍ତ ସୁଯୋଗ : ପ୍ରଧାନମନ୍ତ୍ରୀ ମୋଦୀ
କୌତୁହଳ ବୃଦ୍ଧି, ନୂତନ କୌଶଳ ଶିଖିବା ପାଇଁ ଖାଲି ସମୟର ବ୍ୟବହାର କରନ୍ତୁ: ପ୍ରଧାନମନ୍ତ୍ରୀ ମୋଦୀ
ଆପଣଙ୍କ ମାର୍କ ଆପଣଙ୍କ ଭବିଷ୍ୟତ ସ୍ଥିର କରେ ନାହିଁ । ଗୋଟିଏ ପରୀକ୍ଷା କେବଳ ଏକ ଫଳପ୍ରଦ କ୍ୟାରିୟରର ଆରମ୍ଭ : ଛାତ୍ରଛାତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ
ପରୀକ୍ଷା ହଲ୍ ବାହାରେ ଆପଣଙ୍କର ସମସ୍ତ ଚାପ ଛାଡି ଦିଅନ୍ତୁ : ପ୍ରଧାନମନ୍ତ୍ରୀ ମୋଦୀ
ସହଜରେ ମନେ ରଖିବା ପାଇଁ ଜିନିଷଗୁଡ଼ିକୁ ମନରେ କଳ୍ପନା କରନ୍ତୁ: ଛାତ୍ରଛାତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ
ଆପଣଙ୍କ ପିଲାମାନଙ୍କ ସହ ଜଡ଼ିତ ରୁହନ୍ତୁ, ସେମାନଙ୍କର ପସନ୍ଦ ଏବଂ ନାପସନ୍ଦ ଶିଖନ୍ତୁ । ଏହା ପିଢ଼ିର ବ୍ୟବଧାନ ହ୍ରାସ କରିବାରେ ସାହାଯ୍ୟ କରିବ: ପ୍ରଧାନମନ୍ତ୍ରୀ ମୋଦୀ

ପରୀକ୍ଷା ପେ ଚର୍ଚ୍ଚାର ଚତୁର୍ଥ ସଂସ୍କରଣରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ସହ ଭର୍ଚୁଆଲ ମୋଡରେ ଆଲୋଚନା କରିଥିଲେ । ୯୦ ମିନିଟରୁ ଅଧିକ ସମୟ ଧରି ଚାଲିଥିବା ଏହି ଆଲୋଚନାରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକମାନେ ବିଭିନ୍ନ ବିଷୟରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ପରାମର୍ଶ ନେଇଥିଲେ । ଚଳିତ ବର୍ଷ ମଧ୍ୟ ସାରା ଭାରତର ଛାତ୍ରଛାତ୍ରୀ ଓ ବିଦେଶରେ ରହୁଥିବା ଭାରତୀୟ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।

ଚଳିତ ବର୍ଷର ଆଲୋଚନାକୁ ପରୀକ୍ଷା ପେ ଚର୍ଚ୍ଚାର ପ୍ରଥମ ଭର୍ଚ୍ୟୁଆଲ ସଂସ୍କରଣ ବୋଲି ପ୍ରଧାନମନ୍ତ୍ରୀ କହିବା ସହ ବିଭିନ୍ନ ପ୍ରକାର ନବାଚାର ପାଇଁ କରୋନା କିପରି ବାଟ ଦେଖାଇଛି ଓ ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ଆଲୋଚନା ନକରି ପାରିବାର ହତାଶା ସତ୍ତ୍ୱେ ଚଳିତ ବର୍ଷ ପରୀକ୍ଷା ପେ ଚର୍ଚ୍ଚା ବନ୍ଦ ହୋଇନାହିଁ ବୋଲି କହିଥିଲେ । ପରୀକ୍ଷା ପେ ଚର୍ଚ୍ଚାରେ କେବଳ ପରୀକ୍ଷା ସମ୍ପର୍କରେ ଆଲୋଚନା କରାଯାଏ ନାହିଁ ବରଂ ଅନୁକୂଳ ପରିବେଶରେ ପରିବାର ସଦସ୍ୟ ଓ ବନ୍ଧୁମାନଙ୍କ ମେଳରେ କଥାବାର୍ତ୍ତା ଦ୍ୱାରା ନୂଆ ଆତ୍ମବିଶ୍ୱାସ ସୃଷ୍ଟି ହୋଇଥାଏ ।

 

ଆନ୍ଧ୍ରପ୍ରଦେଶର ଛାତ୍ରୀ ଏମ ପଲ୍ଲବୀ ଓ କୁଆଲାଲମ୍ପୁରର ଅର୍ପଣ ପାଣ୍ଡେ ପ୍ରଧାନମନ୍ତ୍ରୀଙ୍କୁ ପରୀକ୍ଷା ଭୟ କମାଇବାର ଉପାୟ ପଚାରିଥିଲେ । ଶ୍ରୀ ମୋଦୀ କହିଥିଲେ ପରୀକ୍ଷା ହିଁ ଜୀବନର ସବୁକିଛି ବୋଲି ଥିବା ଧାରଣା ଯୋଗୁଁ ଏପରି ଭୟ ସୃଷ୍ଟି ହୋଇଥାଏ । ଛାତ୍ରଛାତ୍ରୀଙ୍କୁ ଏହା ଅଧିକ ସଚେତନ କରିଥାଏ । ଜୀବନ ଖୁବ ଲମ୍ବା ଓ ଏହାର ବିଭିନ୍ନ ପର୍ଯ୍ୟାୟ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିବା ସହ ଅଭିଭାବକ, ଶିକ୍ଷକ, ବନ୍ଧୁମାନଙ୍କୁ ଛାତ୍ରଛାତ୍ରୀଙ୍କ ଉପରେ ଚାପ ପ୍ରୟୋଗ ନକରିବାକୁ ପରାମର୍ଶ ଦେଇଛନ୍ତି । ପରୀକ୍ଷାକୁ ଜୀବନ ଓ ମୃତ୍ୟୁର ପ୍ରଶ୍ନ ନକରି ନିଜକୁ ଯାଞ୍ଚ କରିନେବାର ଏକ ଭଲ ସୁଯୋଗ ଭାବେ ବିବେଚନା କରାଯିବା ଉଚିତ ବୋଲି ସେ କହିଥିଲେ । ଅଭିଭାବକମାନେ ପିଲାର ଦୃଢତା ଓ ଦୁର୍ବଳତା ସମ୍ପର୍କରେ ଜାଣିବା ଉଚିତ ।

କଠିନ ଅଧ୍ୟାୟ ଓ ବିଷୟ ପଢିବା ବେଳେ ଛାତ୍ରଛାତ୍ରୀମାନେ ଉପଯୁକ୍ତ ମନୋଭାବ ଓ ଉତ୍ସାହ ନେଇ ପଢିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ । ତେବେ ପରୀକ୍ଷାରେ ପ୍ରଥମେ ସହଜ ପ୍ରଶ୍ନର ଉତ୍ତର ଦେବା ସମ୍ପର୍କରେ ସେ ଭିନ୍ନ ମତ ପୋଷଣ କରିଥିଲେ । କଠିନ ପ୍ରଶ୍ନଗୁଡିକର ସମାଧାନ ସତେଜ ମନରେ କଲେ ସହଜ ପ୍ରଶ୍ନଗୁଡିକ ଆହୁରି ସହଜ ଲାଗିବ । ଏବେ ପ୍ରଧାନମନ୍ତ୍ରୀ ଓ ପୂର୍ବରୁ ମୁଖ୍ୟମନ୍ତ୍ରୀ ଭାବେ କାମ କରିବା ବେଳେ ସକାଳୁ ସତେଜ ମନରେ କଠିନ ପ୍ରସଙ୍ଗର ସମାଧାନ ପାଇଁ ଉଦ୍ୟମ କରିଥାନ୍ତି ବୋଲି ସେ କହିଛନ୍ତି । ସମସ୍ତ ବିଷୟରେ ଦକ୍ଷତା ରହିବା ଗୁରୁତ୍ୱପୂର୍ଣ୍ଣ ନୁହେଁ ବୋଲି ମତ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ କୌଣସି ନିର୍ଦ୍ଦିଷ୍ଟ ବିଷୟରେ ଦକ୍ଷତା ଥିବା ବ୍ୟକ୍ତି ଜୀବନରେ ବେଶ ସଫଳତା ପାଇଥାନ୍ତି । ଏହି ପ୍ରସଙ୍ଗରେ ସେ ସାରା ଜୀବନ ସଙ୍ଗୀତ ସାଧନା କରିଥିବା ଲତା ମଙ୍ଗେସକରଙ୍କ ଉଦାହରଣ ଦେଇଥିଲେ । କୌଣସି ବିଷୟ କଠିନ ଲାଗିବା ଏକ ପ୍ରତିବନ୍ଧକ ନୁହେଁ ଓ କେହି ବି କଠିନ ବିଷୟ ଠାରୁ ଦୂରେଇ ରହିବା ଉଚିତ ନୁହେଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଖାଲି ସମୟ ଉପରେ ପ୍ରଧାନମନ୍ତ୍ରୀ ବେଶ ଗୁରୁତ୍ୱ ପ୍ରଦାନ କରିଥିଲେ । ଖାଲି ସମୟର ଜୀବନରେ ବେଶ ଗୁରୁତ୍ୱ ରହିଛି । ନହେଲେ ମଣିଷ ରୋବୋଟ ପାଲଟିଯିବ । ତେଣୁ ଖାଲି ସମୟ ମିଳିବା ମାତ୍ରେ ଏହାକୁ ସଠିକ ଭାବେ ଉପଯୋଗ କରିବା ଉଚିତ । ତେବେ ଖାଲି ସମୟକୁ ବାହାରେ ଖାଇବା ଭଳି କାମରେ ଉପଯୋଗ ନକରିବା ପାଇଁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହାଦ୍ୱାରା ଜଣେ ସତେଜ ଅନୁଭବ କରିବା ପରିବର୍ତ୍ତେ ଥକିପଡିବେ । ନୂଆ କଥା ଜାଣିବା, ଶିଖିବାକୁ ଖାଲି ସମୟ ସୁଯୋଗ ପ୍ରଦାନ କରିଥାଏ । ବ୍ୟକ୍ତି ଠାରେ ନିଆରା ପଣ ଆଣିବାରେ ଖାଲି ସମୟର ଉପଯୋଗ ହେବା ଉଚିତ ।

 

ପିଲାମାନେ ବେଶ ବୁଦ୍ଧିଆ । ସେମାନେ ନୀରିକ୍ଷଣ କରି ବଡମାନଙ୍କ ଠାରୁ ଶିଖନ୍ତି । ତେଣୁ ଉପଦେଶ ଦେବା ଆଗରୁ ନିଜ ବ୍ୟବହାରରେ ତାହା ପ୍ରତିଫଳିତ ହେବା ଦରକାର । ବୟସ୍କମାନେ ପିଲାମାନଙ୍କ ପାଇଁ ପ୍ରେରଣା ସାଜିବା ଦରକାର ବୋଲି ପ୍ରଧାନମନ୍ତ୍ରୀ ଶିକ୍ଷକ ଓ ଅଭିଭାବକମାନଙ୍କୁ କହିଥିଲେ ।

 

ପିଲାଙ୍କୁ ପ୍ରୋତ୍ସାହିତ କରିବା ଓ ଅଯଥା ଭୟଭୀତ କରି ନିରୁତ୍ସାହିତ କରିବା ଉଚିତ ନୁହେଁ । ବଡମାନଙ୍କ ସକାରାତ୍ମକ ଉଦ୍ୟମ ଦ୍ୱାରା ପିଲାମାନେ ନିଜକୁ ସୁଧାରି ନିଅନ୍ତି । ଏଥିପାଇଁ ସେମାନେ ବଡମାନଙ୍କ ଉଦାହରଣ ନୀରିକ୍ଷଣ କରନ୍ତି । ପିଲାମାନଙ୍କ ବିକାଶ ଓ ଅଗ୍ରଗତି ପାଇଁ ସକାରାତ୍ମକ ପ୍ରୋତ୍ସାହନ ସାହାଯ୍ୟ କରିଥାଏ । ପ୍ରୋତ୍ସାହନର ପ୍ରଥମ ଭାଗ ତାଲିମ ଓ ତାଲିମପ୍ରାପ୍ତ ମନ ପ୍ରେରଣା ଯୋଗାଇ ଦେଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 

ପିଲାମାନେ ନିଜ ସ୍ୱପ୍ନ ହାସଲ କରିବା ପାଇଁ ସଂକଳ୍ପବଦ୍ଧ ହେବା ଉଚିତ । ସେଲେବ୍ରିଟି ସଂସ୍କୃତିର ଚାକଚକ୍ୟ ଦ୍ୱାରା ସେମାନେ ହତାଶ ହେବା ଅନୁଚିତ । ଦ୍ରୁତ ପରିବର୍ତ୍ତନଶୀଳ ବିଶ୍ୱ ଅନେକ ସୁଯୋଗ ପ୍ରଦାନ କରୁଛି ଓ ଏସବୁ ସୁଯୋଗର ଫାଇଦା ନେବା ପାଇଁ କୌତୂହଳର ସୀମା ବଢାଇବାକୁ ହେବ । ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ନିଜ ଚାରି ପଟ ଜୀବନ, ଜୀବିକା ଓ ନୂତନ ପରିବର୍ତ୍ତନକୁ ନୀରିକ୍ଷଣ କରିବା ଦରକାର । ତାଲିମ ନେଇ ନିଜକୁ କୁଶଳୀ ଭାବେ ଗଢି ତୋଳିବା ଦରକାର । ଜୀବନର ପ୍ରମୁଖ ସଂକଳ୍ପ ନେବା ପାଇଁ ଛାତ୍ରଛାତ୍ରୀ ପ୍ରସ୍ତୁତି ଆରମ୍ଭ କରିବା ଉଚିତ । ଥରେ ସଂକଳ୍ପବଦ୍ଧ ହେଲେ ରାସ୍ତା ମିଳିଯିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

 

ସ୍ୱାସ୍ଥ୍ୟକର ଖାଦ୍ୟର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେବା ସହ ପାରମ୍ପରିକ ଖାଦ୍ୟର ଉପକାରିତା ତଥା ସ୍ୱାଦ ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ ।

କୌଣସି ବିଷୟ ମନେ ରଖିବାରେ ସମସ୍ୟା ଭୋଗୁଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀ ଏକ ଉପାୟ ପ୍ରଦାନ କରିଛନ୍ତି । କଠିନ ବିଷୟ ପଢିବା ବେଳେ ଧ୍ୟାନ ସହକାରେ, ଆନ୍ତରିକତାର ସହ ହୃଦୟଙ୍ଗମ ଓ କଳ୍ପନା କରି ପଢିଲେ ତାହା ସହଜରେ ସବୁଦିନ ପାଇଁ ମନେ ରହିଥାଏ । ତେଣୁ ଘୋଷିବା ବଦଳରେ ବୁଝିବା ଦରକାର ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ନିଶ୍ଚିନ୍ତ ମନରେ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବାକୁ ପରାମର୍ଶ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପରୀକ୍ଷା ହଲ ବାହାରେ ନିଜର ସବୁ ଚିନ୍ତା ଛାଡି ଦେଇ ଆସିବା ଉଚିତ । ପିଲାମାନେ କେତେ ପ୍ରସ୍ତୁତି କରିଛନ୍ତି ସେ ସମ୍ପର୍କରେ ଚିନ୍ତା ନକରି କିପରି ଭଲ ଭାବେ ଉତ୍ତର ଦେବେ ସେ ନେଇ ଚିନ୍ତା କରିବା ଦରକାର ।

 

କରୋନା ଭୂତାଣୁ ସାମାଜିକ ଦୂରତ୍ୱ ପାଇଁ ବାଧ୍ୟ କରିଥିଲେ ବି ପାରିବାରିକ ବନ୍ଧନକୁ ମଜବୁତ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଆମେ ମହାମାରୀରେ ଅନେକ କିଛି ହରାଇଥିବା ବେଳେ ଅନେକ ପ୍ରଶଂସା ଓ ସମ୍ପର୍କ ସାଉଁଟିଛୁ । କାହାକୁ ବା କୌଣସି ବିଷୟକୁ ଆଖିବୁଜା ମାନି ନନେବାର ଗୁରୁତ୍ୱ ଉପଲବ୍ଧି କରିଛୁ । କରୋନା କାଳରେ ପରିବାରର ମୂଲ୍ୟ ଓ ପିଲାଙ୍କ ଜୀବନକୁ ନୂଆ ରୂପ ଦେବାର ଏହାର ଭୂମିକା ଆମେ ବୁଝି ପାରିଛୁ ।

 

ପିଲା ବା ବର୍ତ୍ତମାନ ପୀଢିର ସମସ୍ୟା ସମ୍ପର୍କରେ ବଡମାନେ ଆଗ୍ରହୀ ହେଲେ ଜେନେରେସନ ଗ୍ୟାପ ରହିବ ନାହିଁ । ପରସ୍ପରକୁ ବୁଝିବା, ଜାଣିବା ପାଇଁ ବୟସ୍କ ଓ ପିଲାଙ୍କ ମଧ୍ୟରେ ଆତ୍ମୀୟତା ରହିବା ଉଚିତ । ପିଲାମାନଙ୍କ ସହିତ ଖୋଲା ମନରେ କଥା ହେବା ଓ ଆଲୋଚନା ପରେ ପରିବର୍ତ୍ତନ ପାଇଁ ଆଗ୍ରହୀ ରହିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପାଠପଢା ଜୀବନର ସଫଳତା ଓ ବିଫଳତାର ମାପକାଠି ନୁହେଁ । ଆପଣ ଜୀବନରେ କଣ କରୁଛନ୍ତି ତାହା ହିଁ ସଫଳତା ଓ ବିଫଳତା ନିର୍ଣ୍ଣୟ କରିଥାଏ । ତେଣୁ ପିଲାମାନେ ଅଭିଭାବକ, ସମାଜର ଚାପରୁ ବାହାରିବା ଦରକାର ।

 

 

ଏହି ଅବସରରେ ଲୋକାଲ ଫର ଭୋକାଲ ଅଭିଯାନରେ ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ ପିଲାମାନଙ୍କୁ ଆହ୍ୱାନ ଦେଇଛନ୍ତି । ପିଲାମାନେ ଶତପ୍ରତିଶତ ନମ୍ବର ରଖି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଆତ୍ମନିର୍ଭର ଭାରତ ଗଢନ୍ତୁ । ସ୍ୱାଧୀନତା ସଂଗ୍ରାମର ବିଭିନ୍ନ ଘଟଣା ସମ୍ପର୍କରେ ସୂଚନା ସଂଗ୍ରହ କରି ଓ ସେ ସମ୍ପର୍କରେ ଲେଖି ଆଜାଦି କା ଅମ୍ରିତ ମହୋତ୍ସବରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ ।

 

 

ପ୍ରଧାନମନ୍ତ୍ରୀ ନିମ୍ନଲିଖିତ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ । ସେମାନେ ହେଲେ ଏମ. ପଲ୍ଲଭୀ, ସରକାରୀ ହାଇସ୍କୁଲ, ପୋଡିଲି, ପ୍ରକାଶମ, ଆନ୍ଧ୍ରପ୍ରଦେଶ, ଅର୍ପଣ ପାଣ୍ଡେ, ଗ୍ଲୋବାଲ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସ୍କୁଲ, ମାଲେସିଆ, ପୁଣ୍ୟୋଶୂନ୍ୟା, ବିବେକାନନ୍ଦ କେନ୍ଦ୍ରୀୟ ବିଦ୍ୟାଳୟ, ପାପୁମ୍ପାରେ, ଅରୁଣାଚଳ ପ୍ରଦେଶ, ଭିନିତା ଗର୍ଗ (ଶିକ୍ଷୟିତ୍ରୀ), ଏସଆରଡିଏଭି ପବ୍ଲିକ ସ୍କୁଲ, ଦୟାନନ୍ଦ ବିହାର, ଦିଲ୍ଲୀ, ନୀଲ ଅନନ୍ଥ କେ.ଏମ, ଶ୍ରୀ ଆବ୍ରାହମ ଲିଙ୍ଗଦୋ, ବିବେକାନନ୍ଦ କେନ୍ଦ୍ରୀୟ ବିଦ୍ୟାଳୟ ମାଟ୍ରିକ, କନ୍ୟାକୁମାରୀ, ତାମିଲନାଡୁ, ଆଶେ କେକଟପୁରେ (ଅଭିଭାବକ), ବେଙ୍ଗଳୁରୁ, କର୍ଣ୍ଣାଟକ, ପ୍ରବୀଣ କୁମାର, ପାଟନା, ବିହାର, ପ୍ରତିଭା ଗୁପ୍ତା (ଅଭିଭାବକ), ଲୁଧିଆନା, ପଞ୍ଜାବ, ତାନେ, ବିଦେଶୀ ଛାତ୍ର, ସାମିଆ ଇଣ୍ଡିଆନ ମଡେଲ ସ୍କୁଲ, କୁଏତ, ଆଶରଫ ଖାନ, ମସୌରୀ, ଉତ୍ତରାଖଣ୍ଡ, ଅମ୍ରିତା ଜୈନ, ମୋରାଦାବାଦ, ଉତ୍ତରପ୍ରଦେଶ, ସୁନୀତା ପଲ( ଅଭିଭାବକ), ରାୟପୁର, ଛତିଶଗଡ, ଦିବ୍ୟାଙ୍କା, ପୁଷ୍କର, ରାଜସ୍ଥାନ, ସୁହାନ ସେହଗଲ, ଆଲକନ ଇଣ୍ଟରନ୍ୟାସନାଲ, ମୟୂର ବିହାର, ଦିଲ୍ଲୀ, ଧାରଭି ବୋପଟ, ଗ୍ଲୋବାଲ ମିଶନ ଇଣ୍ଟରନ୍ୟାସନାଲ ସ୍କୁଲ, ଅହମ୍ମଦାବାଦ, କ୍ରିଷ୍ଟି ସାଇକିଆ, କେନ୍ଦ୍ରୀୟ ବିଦ୍ୟାଳୟ, ଆଇଆଇଟି ଗୌହାଟୀ ଓ ଶ୍ରେୟନ ରୟ, ସେଣ୍ଟ୍ରାଲ ମଡେଲ ସ୍କୁଲ, ବାରାକପୁର, କୋଲକାତା ।

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Small towns emerge big growth driver for connected TV in India

Media Coverage

Small towns emerge big growth driver for connected TV in India
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates H.E. President Hakainde Hichilema on re-election as President of Zambia
August 20, 2026

The Prime Minister, Shri Narendra Modi, has extended his heartiest congratulations to President H.E. Hakainde Hichilema on his re-election as the President of Zambia.

The Prime Minister said that India greatly values its multifaceted partnership with Zambia.

Shri Modi expressed his desire to work together with President Hakainde Hichilema to further strengthen the relations between India and Zambia under his leadership.

The Prime Minister said in a X post;

“Heartiest Congratulations to President Hakainde Hichilema on being re-elected as the President of Zambia.

India greatly values its multifaceted partnership with Zambia and I look forward to working together to further strengthen our relations under his leadership.

@HHichilema”