୦୭ ମଇ ୨୦୨୫ରେ ଅପରେସନ୍ ସିନ୍ଦୂର ସମ୍ପର୍କିତ ସାମ୍ବାଦିକ ସମ୍ମିଳନୀରେ ଭାରତ ଏହାର ଜବାବୀ କାର୍ଯ୍ୟାନୁଷ୍ଠାନକୁ ଲକ୍ଷ୍ୟଭିତ୍ତିକ, ସଠିକ ଏବଂ ଅଣଉତ୍ତେଜନାମୂଳକ ବୋଲି ବର୍ଣ୍ଣନା କରିଥିଲା। ଏଥିରେ ବିଶେଷ ଭାବେ ଉଲ୍ଲେଖ କରାଯାଇଥିଲା ଯେ ପାକିସ୍ତାନୀ ସାମରିକ ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ କରାଯାଇ ନାହିଁ। ଏହା ସହିତ ମଧ୍ୟ କୁହାଯାଇଥିଲା ଯେ ଭାରତର ଯେକୌଣସି ସାମରିକ ଟାର୍ଗେଟ ଉପରେ ଆକ୍ରମଣର ଉପଯୁକ୍ତ ଜବାବ ଦିଆଯିବ ।

୭-୦୮ ମଇ ୨୦୨୫ ରାତିରେ ଅବନ୍ତିପୋରା, ଶ୍ରୀନଗର, ଜମ୍ମୁ, ପଠାନକୋଟ, ଅମୃତସର, କପୁରଥଲା, ଜଳନ୍ଧର, ଲୁଧିଆନା, ଆଦମପୁର, ଭଟିଣ୍ଡା, ଚଣ୍ଡିଗଡ଼, ନାଲ, ଫଲୌଦୀ, ଉତ୍ତରଲାଇ ଓ ଭୁଜ ସମେତ ଉତ୍ତର ଓ ପଶ୍ଚିମ ଭାରତର ଅନେକ ସାମରିକ ଟାର୍ଗେଟ ଉପରେ ଆକ୍ରମଣ କରିବାକୁ ପାକିସ୍ତାନ ଉଦ୍ୟମ କରିଥିଲା। ଯାହାକୁ ଇଣ୍ଟିଗ୍ରେଟେଡ୍ କାଉଣ୍ଟର ୟୁଏଏସ୍ ଗ୍ରିଡ୍ ଏବଂ ଏୟାର ଡିଫେନ୍ସ ସିଷ୍ଟମ ଦ୍ୱାରା ବିଫଳ କରିଦିଆଯାଇଥିଲା। ଏହି ଆକ୍ରମଣ ପରେ ଏବେ ଅନେକ ସ୍ଥାନରୁ ପାକିସ୍ତାନୀ ଆକ୍ରମଣକୁ ପ୍ରମାଣିତ କରୁଥିବା ବିଭିନ୍ନ ଅସ୍ତ୍ରର ଭଗ୍ନାବଶେଷ ମିଳୁଛି।

ଆଜି ସକାଳେ ଭାରତୀୟ ସଶସ୍ତ୍ର ବାହିନୀ ଦ୍ବାରା ପାକିସ୍ତାନର ବିଭିନ୍ନ ସ୍ଥାନରେ ଏୟାର ଡିଫେନ୍ସ ରାଡାର ଏବଂ ସିଷ୍ଟମକୁ ଟାର୍ଗେଟ କରାଯାଇଥିଲା । ଭାରତର ଜବାବ ପାକିସ୍ତାନ ଆକ୍ରମଣର ତୀବ୍ରତା ସହ ସମାନୁପାତି ରହିଥିଲା । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଲାହୋରରେ ଏକ ଏୟାର ଡିଫେନ୍ସ ସିଷ୍ଟମକୁ ନଷ୍ଟ କରାଯାଇଛି।

ପାକିସ୍ତାନ ନିୟନ୍ତ୍ରଣ ରେଖା ସେପଟୁ ବିନା କୌଣସି ଉତ୍ତେଜନାରେ ପ୍ରବଳ ଗୋଳାବର୍ଷଣ ଜାରି ରଖିଛି । ମୋର୍ଟାର୍ ଏବଂ ଶକ୍ତିଶାଳୀ ଆର୍ଟିଲାରି ଗୋଳା ବ୍ୟବହାର କରି ଜମ୍ମୁ-କଶ୍ମୀରର କୁପଓ୍ଵାରା, ବାରାମୁଲା, ଉରି, ପୁଞ୍ଚ, ମେନ୍ଧର ଏବଂ ରାଜୌରୀ ସେକ୍ଟର ଅଞ୍ଚଳକୁ ଟାର୍ଗେଟ କରୁଛି । ପାକିସ୍ତାନର ଗୁଳିମାଡ଼ରେ ୩ ଜଣ ମହିଳା ଓ ୫ ଜଣ ଶିଶୁଙ୍କ ସମେତ ୧୬ ଜଣ ନିରୀହ ଲୋକ ପ୍ରାଣ ହରାଇଛନ୍ତି। ଏଠାରେ ମଧ୍ୟ ପାକିସ୍ତାନର ମୋର୍ଟାର ଓ ଆର୍ଟିଲାରି ଗୋଳାକୁ ରୋକିବା ପାଇଁ ଭାରତ ଜବାବ ଦେବାକୁ ବାଧ୍ୟ ହୋଇଥିଲା।

ଉତ୍ତେଜନାକୁ ଆହୁରି ବୃଦ୍ଧି ନ କରିବାକୁ ଭାରତୀୟ ସଶସ୍ତ୍ର ବାହିନୀ ପୁଣି ପ୍ରତିଶ୍ରୁତି ଦେଉଛି, ଯଦି ପାକିସ୍ତାନ ତାହାକୁ ସମ୍ମାନ ଜଣାଏ ।

 

 

ସରକାରୀ ବିଜ୍ଞପ୍ତି: ପ୍ରତିରକ୍ଷା ମନ୍ତ୍ରଣାଳୟ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
21% YoY rise in engineering exports in June shows sector's resilience amid global challenges: EEPC India Chairman

Media Coverage

21% YoY rise in engineering exports in June shows sector's resilience amid global challenges: EEPC India Chairman
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 14, 2026
July 14, 2026

From Local Fields to Global Recognition: PM Modi’s ‘Vocal for Local’ is Now Delivering Real Global Respect