“ଭାରତର ଜନସାଧାରଣଙ୍କ ମନରେ ଆଶାର ଏକ କିରଣ ଜଗାଇବାରୁ ବିଜେପିର ଯାତ୍ରା ଆରମ୍ଭ । ବିଜେପି ଆଜି ଯେଉଁଠାରେ ପହଞ୍ଚିଛି ତାହା କୌଣସି ଏକ ନିର୍ଦ୍ଧିଷ୍ଟ ବ୍ୟକ୍ତି ଦ୍ୱାରା ନୁହେଁ, ବରଂ ପିଢ଼ି ପରେ ପିଢ଼ି କାର୍ଯ୍ୟକର୍ତ୍ତାମାନଙ୍କ କଠିନ ପରିଶ୍ରମ ଓ ତ୍ୟାଗ ଦ୍ୱାରା ସମ୍ଭବ ହୋଇପାରିଛି । ଆମମାନଙ୍କ ପାଇଁ ଦେଶ ସବୁବେଳେ ଦଳଠାରୁ ଉଦ୍ଧ୍ୱର୍ରେ ରହିବ । ପ୍ରଥମେ ଭାରତ ଏହି ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସହିତ ବିଜେପି ଆଗକୁ ବଢ଼ିବ ।”

2013 ଏପ୍ରିଲ 6ରେ ଦଳର 33ତମ ସ୍ଥାପନା ଦିବସ ଅବସରରେ ଅହମ୍ମଦାବାଦଠାରେ ଅନୁଷ୍ଠିତ କାର୍ଯ୍ୟକର୍ତ୍ତା ମହାସମ୍ମେଳନରେ କାର୍ଯ୍ୟକର୍ତ୍ତାମାନଙ୍କୁ ସମ୍ବୋଧିତ କରି ନରେନ୍ଦ୍ର ମୋଦୀ ଏହା କହିଥିଲେ ।Organiser par excellence: Man with the Midas Touch

ବିଜେପିର 33ତମ ସ୍ଥାପନା ଦିବସରେ ଦଳୀୟ କାର୍ଯ୍ୟକର୍ତ୍ତା ମହାସମ୍ମେଳନରେ ଶ୍ରୀ ନରେନ୍ଦ୍ର ମୋଦୀ

ନରେନ୍ଦ୍ର ମୋଦୀ ଯେ କି ଜଣେ ଦଳୀୟ କର୍ମୀ ଭାବେ ଯାତ୍ରା ଆରମ୍ଭ କରିଥିଲେ, ସେ ତାଙ୍କ ସାଙ୍ଗଠନିକ ଦକ୍ଷତା ଓ ତାଙ୍କୁ ଦିଆଯାଉଥିବା ଯେକୌଣସି କାର୍ଯ୍ୟକୁ ସୂଚାର ରୂପେ ସମ୍ପାଦନ କରିବାର ସାମର୍ଥ୍ୟ ଯୋଗୁ ଦେଶର ସବୁଠୁ ବଡ ପଦବୀରେ ଅବସ୍ଥାପିତ ହୋଇପାରିଥିଲେ । ଜଣେ ଦଳୀୟ କର୍ମୀ ଥିଲାବେଳେ ମଧ୍ୟ ତାଙ୍କୁ ଯେଉଁ କାର୍ଯ୍ୟ ଦିଆଯାଉଥିଲା ସେ ତାହାକୁ ସଫଳତାର ସହ ସମ୍ପାଦନ କରି ସମସ୍ତଙ୍କ ଦୃଷ୍ଟିଆକର୍ଷଣ କରୁଥିଲେ । ଦଳର ଉନ୍ନତି ପାଇଁ ଯେଉଁ ସବୁ ଅଂଚଳ ଗୁରୁତ୍ୱପୂର୍ଣ୍ଣ, ସେଠାରେ କୌଣସି ସମସ୍ୟା ଦେଖାଦେଲେ ଏହାର ସମାଧାନ ପାଇଁ ବରିଷ୍ଠମାନେ ତାଙ୍କୁ ସେଠାକୁ ପଠାଉଥିଲେ । ଏକ ରାଲିର ଆୟୋଜନ କରିବା ହେଉ କିମ୍ବା ପ୍ରତିକୂଳ ପରିବେଶ ଓ ପରିସ୍ଥିତିରେ ନିର୍ବାଚନୀ ପ୍ରଚାର ହେଉ, ତାଙ୍କୁ ଦଳ ତରଫରୁ ଯାହାବି ଦାୟିତ୍ୱ ପ୍ରଦାନ କରାଯାଉଥିଲା, ସେ ଆଶାଠାରୁ ବଳି ଅଧିକ ଏହାକୁ ସଫଳ କରାଉଥିଲେ ।

ପ୍ରତ୍ୟେକ ସ୍ତରରେ କର୍ମୀମାନେ ସାଂଗଠନିକ ଭୂମିକା ଉପରେ ଗୁରୁତ୍ୱ ପ୍ରଦାନ କରିବା ପାଇଁ ଏପର୍ଯ୍ୟନ୍ତ ସେ ସବୁବେଳେ କହିଥାନ୍ତି । ଅହମ୍ମଦାବାଦଠାରେ ଏକ ଉତ୍ତପ୍ତ ଅପରାହ୍ନରେ ବିଜେପିର ଯୁବ ମୋର୍ଚ୍ଚା - ଭାରତୀୟ ଜନତା ଯୁବ ମୋର୍ଚ୍ଚା (ବିଜେୱାଇଏମ)ର କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କଲାବେଳେ ନରେନ୍ଦ୍ର ମୋଦୀ ମଂଚ ଉପରେ ଏହି ବକ୍ତବ୍ୟ ଦେଇଥିଲେ । ବୁଥ୍ ପରିଚାଳନାର ଗୁରୁତ୍ୱ ଥିଲା ତାଙ୍କ ବକ୍ତବ୍ୟର ମୁଖ୍ୟ ବାର୍ତ୍ତା ।

ନିର୍ବାଚନ ସମୟରେ ବୁଥ୍ ପରିଚାଳନା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯେପରି ଆପଣ ଦୁର୍ଗ ନଜିତିଲେ ଯୁଦ୍ଧରେ ବିଜୟୀ ହୋଇପାରିବେ ନାହିଁ, ସେହିପରି ପୋଲିଂ ବୁଥ୍ ରେ ବିଜୟ ଲାଭ ନକଲେ ନିର୍ବାଚନ ଜିତିପାରିବେ ନାହିଁ । ପୋଲିଙ୍ଗ ବୁଥରେ ବିଜୟ ଲାଭ କରିବା ନିର୍ବାଚନର ଅସଲ ପରୀକ୍ଷା ହୋଇଥାଏ ।

namo-organiser-in2

ନରେନ୍ଦ୍ର ମୋଦୀ ଭାରତୀୟ ଜନତା ଯୁବ ମୋର୍ଚ୍ଚାକୁ ସମ୍ବୋଧିତ କରୁଛନ୍ତି

ଏହି ବକ୍ତବ୍ୟରେ ସେ କହିଥିଲେ ଯେ ଲୋକଙ୍କ ସୁଖ ଓ ଦୁଃଖ ସମୟରେ ଦଳୀୟ କର୍ମୀମାନେ ସେମାନଙ୍କ ସହ କାନ୍ଧରେ କାନ୍ଧ ମିଶାଇ ଠିଆହେବା ଉଚିତ ଏବଂ ସେମାନଙ୍କ ସହିତ ବ୍ୟକ୍ତିଗତ ସମ୍ପର୍କ ସ୍ଥାପନ କରିବା ଉଚିତ ।

ଆଜି ଦୁନିଆ ଜାଣିଛି ଯେ ନରେନ୍ଦ୍ର ମୋଦୀ ବିକାଶ ଦିଗରେ ସକ୍ରିୟ ଭାବେ କାର୍ଯ୍ୟକରୁଥିବା ଜଣେ ବ୍ୟକ୍ତି ଯେକି ତାଙ୍କ ଘରୋଇ ରାଜ୍ୟ ଗୁଜରାଟର ମାନଚିତ୍ରକୁ ରୂପାନ୍ତରିତ କରିଦେଇଛନ୍ତି । ମାତ୍ର ଯାଦୁର ସ୍ପର୍ଶ ଥିବା ଜଣେ ବିଚକ୍ଷଣ ସଙ୍ଗଠକର ଖ୍ୟାତି ଅର୍ଜନ କରିବା ପୂବରୁ ସେ ବିଜେପି ପାଇଁ ଯେଉଁଯେଉଁ ଅଂଚଳରେ ସବୁ କାର୍ଯ୍ୟ କରିଛନ୍ତି, ସେଠାରେ ଏହାର ସଫଳ ରୂପାୟନ କରିଛନ୍ତି ।

namo-organiser-in3

ନରେନ୍ଦ୍ର ମୋଦୀ – ଯାଦୁକରୀ ଶକ୍ତିର ପୁରୁଷ

ନରେନ୍ଦ୍ର ମୋଦୀ କହିଲେ ଆପଣ ଏପରି ଜଣେ ବ୍ୟକ୍ତିଙ୍କ ସହିତ ଅଭ୍ୟସ୍ତ ଯେକି ଭାରତର ଖ୍ୟାତାନାମ ବ୍ୟକ୍ତିମାନଙ୍କ ସହିତ ଏକ ସୁନ୍ଦର ଭାବେ ସୁସଜ୍ଜିତ କୋଠରୀରେ ଅବସ୍ଥାନ କରିଥିବେ । ମାତ୍ର ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ତାଙ୍କର ପ୍ରଥମ କାର୍ଯ୍ୟ ଥିଲା ଅହମ୍ମଦାବାଦରେ ଥିବା ଆରଏସ୍ଏସ୍ ହେଡକ୍ୱାର୍ଟର ଚଟାଣ ସଫା କରିବା । ସକାଳୁ କ୍ଷୀର ଆଣିବା ଓ କାର୍ଯ୍ୟାଳୟ ପରିସରକୁ ସଫା ରଖିବା ମଧ୍ୟ ତାଙ୍କ କାମ ଥିଲା । ଏପରିକି ସେ ସମ୍ମାନ ସ୍ୱରୂପ ବରିଷ୍ଠ ପ୍ରଚାରକମାନଙ୍କ ପୋଷାକ ମଧ୍ୟ ସଫା କରୁଥିଲେ । ନିର୍ବାଚନୀ ରାଜନୀତି କଚ୍ଚା ଓ ଖସଡ଼ା ରାସ୍ତା ହୋଇଥିବା ଯୋଗୁ ଏଥିରେ ଯୋଗଦେବା ନେଇ ମୋଦୀଙ୍କ ଅନିଚ୍ଛା ସତ୍ତ୍ୱେ ତାଙ୍କୁ 1987ରେ ବିଜେପିର ସାଧାରଣ ସମ୍ପାଦକ ଦାୟିତ୍ୱ ପ୍ରଦାନ କରାଗଲା । ସେହିଦିନଠାରୁ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି । ସେ ନିର୍ବାଚନ ପରେ ନିର୍ବାଚନ ଜିତି ଚାଲିଲେ ଓ ବିଜେପି ପାଇଁ ଅନ୍ୟମାନଙ୍କୁ ମଧ୍ୟ ଜିତିବାରେ ସହାୟତା କଲେ ।

ପୈରପାଳିକା ନିର୍ବାଚନ: ଛୋଟ ହିଁ ବଡ

1987ରେ ବିଜେପିରେ ଯୋଗଦେବା ପରେ, ନରେନ୍ଦ୍ର ମୋଦୀଙ୍କ ପ୍ରଥମ ପରୀକ୍ଷା ଥିଲା ସେହିବର୍ଷ ଅହମ୍ମଦାବାଦରେ ଅନୁଷ୍ଠିତ ପୌରପାଳିକା ନିର୍ବାଚନ । 1980 ପ୍ରାରମ୍ଭରେ ବିଜେପି ରାଜକୋଟ ଏବଂ ଜୁନାଗଡ କର୍ପୋରେସନରେ ସଫଳତା ପାଇଥିଲା ଓ କେତେକ ବିଧାନସଭା ଆସନରେ ମଧ୍ୟ ବିଜୟୀ ହୋଇଥିଲା, ମାତ୍ର ରାଜ୍ୟରେ ଏହାର ଅବସ୍ଥିତିକୁ ସୁଦୃଢ଼ କରିବା ପାଇଁ ଅହମ୍ମଦାବାଦ ମ୍ୟୁନିସିପାଲ କର୍ପୋରେସନ (ଏଏମସି) ଦଳପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା । ସଂସଦ, ବିଧାନସଭା ଏବଂ ଗୁଜରାଟର ପ୍ରତ୍ୟେକ ପଂଚାୟତ ଓ ପୌରପାଳିକାରେ କଂଗ୍ରେସର ସ୍ଥିତି ଭଲ ନଥିଲା, ମାତ୍ର ବାହୁବଳୀ ରଣନୀତି ଯୋଗୁ ଏହି ଦଳକୁ ହରାଇବା କଷ୍ଟକର ଥିଲା । ନରେନ୍ଦ୍ର ମୋଦୀ ଏହି ଆହ୍ୱାନକୁ ଗ୍ରହଣ କଲେ ଓ ବିଜେପିର ବିଜୟ ପାଇଁ ସାରା ସହରରେ ଅକ୍ଳାନ୍ତ ଭାବେ କାର୍ଯ୍ୟ ଆରମ୍ଭ କଲେ । ଶେଷରେ ଫଳାଫଳ ବିଜେପିର ଅନୁକୂଳ ହେଲା । ବିଜେପି ଏଏମସିରେ ଶାସକ ଦଳ ଭାବେ ପରିଣତ ହେଲା ଓ ଏହା ଦଳକୁ ଜନସାଧାରଣଙ୍କ ସେବା ପାଇଁ ସୁଯୋଗ ଦେବା ସହ ଆଗାମୀ ବର୍ଷରେ ଦଳର ତୃଣମୂଳକୁ ଦୃଢ଼ କରିପାରିଥିଲା ।

2000 ପର୍ଯ୍ୟନ୍ତ ବିଜେପି ଏଏମସିରେ ପ୍ରାଧାନ୍ୟ ବିସ୍ତାର କରିଥିଲା । 1987ପରେ ଏହା ପ୍ରଥମ ପୈରପାଳିକା ନିର୍ବାଚନ ଥିଲା ଏବଂ ଏହା ପୂର୍ବରୁ ମୋଦୀ ଗୁଜରାଟରେ ନୁହେଁ ବରଂ ଅନ୍ୟ କେଉଁଠାରେ କାର୍ଯ୍ୟ କରୁଥିଲେ ।

ବିଧାନ ସଭାରେ ସଫଳତା: ଗାନ୍ଧୀନଗରରେ ପଦ୍ମଫୁଲ ଚମକିଲା

ମାଧବ ସିଂ ସୋଲାଙ୍କିଙ୍କ ନେତୃତ୍ୱରେ ଓ କେଏଚଏମ ସହ ମେଂଟ କରି କଂଗ୍ରେସ 1980 ବିଧାନସଭା ନିର୍ବାଚନରେ 141ଟି ଆସନ ଜିତିବା ସହ ଶତକଡା 51.4ପ୍ରତିଶତ ଭୋଟ ପାଇଥିଲେ । ବିଜେପି ମାତ୍ର 9ଟି ଆସନରେ ଜିତିଥିଲା । ନୂଆ ମେଂଟର ଫାଇଦା ଓ ଶ୍ରୀମତି ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ଫଳରେ ସହାନୁଭୂତି ଭୋଟ ଆଧାରରେ ସୋଲାଙ୍କିଙ୍କ ନେତୃତ୍ୱରେ କଂଗ୍ରେସ 149 ଆସନ ଓ ଶତକଡା 55.55ପ୍ରତିଶତ ଭୋଟ ସହ ଆଉ ଏକ ବଡ ବିଜୟ ହାସଲ କରିଥିଲା । ବିଜେପି ପାଇଁ ଏହା ଆଉ ଏକ ହତୋତ୍ସାହ ଥିଲା । ଦଳକୁ 11ଟି ଆସନ ଓ ଶତକଡା 14.96ପ୍ରତିଶତ ଭୋଟରେ ସନ୍ତୁଷ୍ଟ ହେବାକୁ ପଡିଲା ।

ତେବେ କଂଗ୍ରେସର କୌଣସି ନିର୍ଦ୍ଧିଷ୍ଟ ନୀତି କିମ୍ବା ଲକ୍ଷ୍ୟ ନଥିଲା । ସେମାନେ କେବଳ ସଂରକ୍ଷଣକୁ ନେଇ ରାଜନୀତି କରି ସାମାଜିକ ଐକ୍ୟକୁ ନଷ୍ଟ କରିଦେଇଥିଲେ । 1985 ରୁ 1988 ମଧ୍ୟରେ ଭୟଙ୍କର ଦୁର୍ଭିକ୍ଷ ପଡିଥିଲା । ଅନେକ ଜଟିଳ ପରିସ୍ଥିତି ଓ ତୁହାକୁ ତୁହା ବୋମା ବିସ୍ଫୋରଣ ହେତୁ ଗୁଜରାଟର ସାମାଜିକ ସୌଧ ଭାଙ୍ଗିରୁଜି ଯାଇଥିଲା ।

namo-organiser-in4

1990ରେ ନରେନ୍ଦ୍ର ମୋଦୀଙ୍କୁ ଗୁଜରାଟରେ ସ୍ୱାଗତ

1990 ବିଧାନସଭା ନିର୍ବାଚନ ପାଖେଇଆସୁଥିଲା । କଂଗ୍ରେସ ବିରୋଧି ହାୱା ବହୁଥିଲା, ମାତ୍ର କଂଗ୍ରେସର ବାହୁବଳୀ ରଣନୀତି ଚାଲୁରହିଲା । ନରେନ୍ଦ୍ର ମୋଦୀଙ୍କ ଉପରେ ଗୁରୁ ଦାୟିତ୍ୱ ଥିଲା ଯେ ସେ ଏପରି ଏକ ଦୃଢ଼ ସଙ୍ଗଠନ କରିବେ ଯାହାକି ତାଙ୍କ ଦଳର ରାଜନୈତିକ ନେତୃତ୍ୱଙ୍କୁ ଜନସାଧାରଣଙ୍କଠାରୁ ନିର୍ବାଚନରେ ସମର୍ଥନ ମିଳିବ ।

1990 ଫେବୃଆରୀ 27ରେ ଏକ ଦଶନ୍ଧିର କଂଗ୍ରେସ ଶାସନ ପରେ, ଗୁଜରାଟ ଏକ ନୂତନ ବିଧାନ ସଭା ନିର୍ବାଚିତ କଲା । ଗୁଜରାଟ ଜନସାଧାରଣ ଜନତା ଦଳକୁ ଚିମନଭାଇ ପଟେଲଙ୍କ ନେତୃତ୍ୱରେ 70ଟି ଆସନ ଓ ଶତକଡା 29.36ପ୍ରତିଶତ ଭୋଟ ସହ ବିଜୟୀ କରାଇଥିଲେ । ବିଜେପି ଶତକଡା 29.36ପ୍ରତିଶତ ଭୋଟ ଓ 67ଟି ଆସନ ସହ ନିକଟତମ ଦ୍ୱିତୀୟ ସ୍ଥାନରେ ରହିଥିଲା । କେବଳ ମାତ୍ର ଏକ ଉପସ୍ଥିତିରୁ ବିଜେପି ଏକ ଶକ୍ତିଶାଳୀ ଓ ସ୍ଥାୟୀ ଦଳ ଭାବେ ଉଭା ହୋଇଥିଲା ।

namo-organiser-in5

1990ରେ ନରେନ୍ଦ୍ର ମୋଦୀ, କେଶୁଭାଇ ପଟେଲ ଓ ଅନ୍ୟ ନେତାମାନେ ଆଡ଼ଭାନିଙ୍କ ବକ୍ତବ୍ୟ ଶୁଣୁଛନ୍ତି

ଗୁଜରାଟ ବିଜେପି ଏହାର ଦ୍ୱିତୀୟ ସବୁଠୁ ବଡ ପରୀକ୍ଷାର ସମ୍ମୁଖୀନ ହୋଇଥିଲା ଯେତବେଳେ 1995ର ବିଧାନସଭା ନିର୍ବାଚନ ସମୟରେ ରାଜ୍ୟରେ ନରେନ୍ଦ୍ର ମୋଦୀ ଜଣେ ସକ୍ରିୟ ସଙ୍ଗଠକ ଥିଲେ । 1995ନିର୍ବାଚନରେ ବିଜେପି ପ୍ରଥମ ଥର ପାଇଁ ସମସ୍ତ 182ଟି ବିଧାନସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କଲା । ପ୍ରଥମ ଥର ପାଇଁ ମଧ୍ୟ ଏହି ଦଳ କଂଗ୍ରେସଠାରୁ ଅଧିକ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା । ଗୁଜରାଟ ଜନସାଧାରଣ ବିଜେପିକୁ ଏକ ବଡ ଧରଣର ବିଜୟ ଦେଇଥିଲେ ଏବଂ ଦଳ 121ଟି ଆସନ ଜିତିଥିଲା । କଂଗ୍ରେସ ପାଇଁ ଫଳାଫଳ ହତୋତ୍ସାହଜନକ ଥିଲା ଓ ସେମାନେ କେବଳ 45ଟି ଆସନ ଜିତିଥିଲେ । ନରେନ୍ଦ୍ର ମୋଦୀ ସଫଳତାର ସହ ସଙ୍ଗଠନକୁ ସୁଦୃଢ଼ କରିଥିଲେ ଓ କଂଗ୍ରେସର ଦୁର୍ବଳତାକୁ ପଦାରେ ପକାଇ ଦେଇଥିଲେ ।

ବିଜେପି ସରକାର ଗଢିଲା ମାତ୍ର ସମସ୍ୟାର ଅନ୍ତ ଘଟିଲା ନାହିଁ । ଗୁଜରାଟରେ ବିଜେପି ନେତାଙ୍କ ମଧ୍ୟରେ ତୀବ୍ର ବିବାଦ ସୃଷ୍ଟି ହେଲା ଓ 1996ରେ ଦଳ କ୍ଷମତାରୁ ବିଦାୟ ନେଲା । ଏହି ସମୟରେ ନରେନ୍ଦ୍ର ମୋଦୀ ଦିଲ୍ଲୀ ଆସିସାରିଥିଲେ ଏବଂ ବିଜେପିର ଜାତୀୟ ସମ୍ପାଦକ ଭାବେ କାର୍ଯ୍ୟ କରୁଥିଲେ । ସେମାନଙ୍କର କେତେକ ନେତା ବିଶ୍ୱାସଘାତକତା କରି ଛୋଟ ଛୋଟ ଦଳ ଗଠନ କରିବା ସହ କଂଗ୍ରେସ ସହ ହାତ ମିଳାଇଥିଲେ ଏବଂ ଏହାର ଫାଇଦା ନେଇ ବିଜେପି 1996ରେ କ୍ଷମତାକୁ ଫେରିଥିଲା । ମାତ୍ର 2001ରେ ପୁଣି ହତାଶାର ଅନ୍ଧାର ଖେଳିଗଲା । ବନ୍ୟା, ବାତ୍ୟା, ମରୁଡି ଓ କଚ୍ଛରେ ଏକ ଭୟଙ୍କର ଭୂମିକମ୍ପ ଭଳି ପ୍ରାକୃତିକ ଦୁର୍ବିପାକ ଏବଂ ଦୁର୍ବଳ ରିଲିଫ ପରିଚାଳନା ଫଳରେ ଜନସାଧାରଣ ପୁଣି ବିଜେପିଠାରୁ ଦୂରେଇ ଗଲେ । ସମବାୟ କ୍ଷେତ୍ରରେ ଦୁର୍ନୀତି ଅଭିଯୋଗ ଆସିଥିଲା । ଏହିଭଳି କଠିନ ପରିସ୍ଥିତିରେ ନରେନ୍ଦ୍ର ମୋଦୀଙ୍କୁ 2001 ଅକ୍ଟୋବର 7ରେ ବିଜେପିର ମୁଖ୍ୟମନ୍ତ୍ରୀ ହେବା ପାଇଁ କୁହାଯାଇଥିଲା । ଜଣେ ବ୍ୟକ୍ତି ଯିଏକି କେବେ ବି କ୍ଷମତା କିମ୍ବା ପଦବୀର ସ୍ୱପ୍ନ ଦେଖିନଥିଲେ, ତାଙ୍କୁ ଧ୍ୱଂସ ହୋଇଯାଉଥିବା ବିଜେପିର ମର୍ଯ୍ୟାଦା ଫେରେଇ ଆଣିବା ଲକ୍ଷ୍ୟରେ ଏହି ଦାୟିତ୍ୱ ପ୍ରଦାନ କରାଯାଇଥିଲା । 2003 ମାର୍ଚ୍ଚରେ ନିର୍ବାଚନ ହେବାର ଘୋଷଣା କରାଯାଇଥିଲା ଏବଂ ପୁଣିଥରେ ନରେନ୍ଦ୍ର ମୋଦୀଙ୍କ ଦାୟିତ୍ୱ ମଧ୍ୟ ବଢ଼ିଯାଇଥିଲା ।

ଗୋଧ୍ରା ଓ ଗୁଜରାଟର ଅନ୍ୟାନ୍ୟ ଅଂଚଳରେ ଯେଉଁ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଘଟିଲା ତାହାଫଳରେ ନରେନ୍ଦ୍ର ମୋଦୀ ହୃଦୟଙ୍ଗମ କରିଥିଲେ ଯେ ରାଜ୍ୟରେ ବିକାଶ ଓ ଆରୋଗ୍ୟ ପ୍ରକ୍ରିୟା ଲାଗି ଏକ ନୂତନ ସରକାର ଆବଶ୍ୟକ । ସେ ମଧ୍ୟ ହୃଦୟଙ୍ଗମ କରିଥିଲେ ଯେ ଏହି କାର୍ଯ୍ୟପାଇଁ ବିଜେପି ହିଁ ସଠିକ ଦଳ । ସେଥିପାଇଁ ସେ ବିଧାନସଭାକୁ ଏହାର କାର୍ଯ୍ୟକାଳ ଶେଷହେବା ପୂର୍ବରୁ ଭଙ୍ଗ କରିଦେଇଥିଲେ ଏବଂ 2002ରେ ନିର୍ବାଚନ ଘୋଷଣା କରାଯାଇଥିଲା ।

ନିର୍ବାଚନ ପ୍ରଚାର ସମୟରେ ନରେନ୍ଦ୍ର ମୋଦୀଙ୍କୁ ଭାରତୀୟ ରାଜନୀତିରେ ଦୁର୍ନାମ ମୁଣ୍ଡାଇଥିବା ଓ ଅପବାଦ ଗ୍ରସ୍ତ ସବୁଠୁ ବଡ ନେତାଭାବେ ଚିତ୍ରଣ କରାଯାଇଥିଲା । ରାଜନୈତିକ ପଣ୍ଡିତ ଓ ନିର୍ବାଚନ ସମୀକକ୍ଷମାନେ ତାଙ୍କୁ ବିଦ୍ରୂପ କରିବା ସହ କଂଗ୍ରେସ ସପକ୍ଷରେ ନିର୍ବାଚନ ଫଳାଫଳ ଯିବ ବୋଲି ମତ ଦେଇଥିଲେ । ସେ ଜୋରସୋରରେ ପ୍ରଚାର କାର୍ଯ୍ୟରେ ଲାଗିପଡ଼ିଲେ ମାତ୍ର ପୂର୍ବ ଭଳି ସେ ପରଦାପଛରେ ନରହି ପୁରୋଧା ସାଜିଥିଲେ । ଲୋକସଭା ନିର୍ବାଚନରେ ମଧ୍ୟ ସେ ଏହି ରଣନୀତି ଆପଣେଇଥିଲେ । ସମଗ୍ର ରାଜ୍ୟରେ ପ୍ରଚାର କରି ନରେନ୍ଦ୍ର ମୋଦୀ ଆଶାବାଦର ବାର୍ତ୍ତା ଦେଲେ । ଫଳସ୍ୱରୂପ ବିଜେପିକୁ ମିଳିଲା ବୃହତ୍ ବିଜୟ । ଦଳ ଶତକଡା 49.85ପ୍ରତିଶତ ଭୋଟ ସହ ମୋଟ 127ଟି ଆସନରେ ବିଜୟୀ ହେଲା । କଂଗ୍ରେସ କେବଳ 51ଟି ଆସନରେ ବିଜୟୀ ହେଲା ।

2002ରୁ 2007 ମଧ୍ୟରେ ନରେନ୍ଦ୍ର ମୋଦୀ ଗୁଜରାଟରେ ଏକ ସ୍ୱଚ୍ଛ ଓ ବିକାଶମୁଖୀ ସରକାର ନିଶ୍ଚିତ କଲେ ଓ ଏହିସମୟ ମଧ୍ୟରେ ରାଜ୍ୟ ବହୁ ପରିମାଣରେ ଉନ୍ନତି କଲା । ମାତ୍ର ଗୁଜରାଟରେ ବିକାଶର ପରିମାଣ ଯେତେ ବଢ଼ିଚାଲିଲା, ବିପକ୍ଷ ଦଳମାନଙ୍କ ମଧ୍ୟରେ ହତାଶା ସେତିକି ପରିମାଣରେ ବଢ଼ିବାରେ ଲାଗିଲା । 2007ରେ ଯେତବେଳେ ବିଧାନସଭା ନିର୍ବାଚନ ପାଖେଇଆସିଲା, ନରେନ୍ଦ୍ର ମୋଦୀଙ୍କ ଉପରେ ବ୍ୟକ୍ତିଗତ ଭାବେ ଅପବାଦ ଲଦି ଦିଆଗଲା । କଂଗ୍ରେସ ସଭାପତି ତାଙ୍କୁ କଠୋର ନିର୍ବାଚନ ପ୍ରଚାର ମାଧ୍ୟମରେ “ମୃତ୍ୟୁର ଜଣେ ସୌଦାଗର ଭାବେ ବର୍ଣ୍ଣନା କଲେ । ତଥାପି ନରେନ୍ଦ୍ର ମୋଦୀ ଘୃଣା ଦ୍ୱାରା ପରିଚାଳିତ ରାଜନୀତିରୁ ଦୂରରେ ରହିବା ସହିତ ତାଙ୍କ ସାମର୍ଥ୍ୟ ଉପରେ କେନ୍ଦ୍ରିଭୂତ କଲେ ଓ ବିକାଶ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେଲେ । ଶେଷରେ ବିଜେପି 49.12 ପ୍ରତିଶତ ଭୋଟ ସହ 117ଟି ଆସନରେ ବିଜୟୀ ହେଲା । କଂଗ୍ରେସ 60ଟି ଆସନ ମଧ୍ୟ ଜିତିପାରିଲା ନାହିଁ । ଏହାର ଆସନ ସଂଖ୍ୟା 59ରେ ସୀମିତ ରହିଲା ।

namo-organiser-in6

https://www.narendramodi.in/360/build.html

2012 ଡ଼ିସେମ୍ବରରେ ନରେନ୍ଦ୍ର ମୋଦୀ ଗୁଜରାଟରେ ସଦ୍ୟତମ ନିର୍ବାଚନ ବିଜୟ ହାସଲ କରିଥିଲେ । ଦଳ 11ଟି ଆସନରେ ବିଜୟୀ ହୋଇଥିଲା । ଗୁଜରାଟର ଜନସାଧାରଣ ତାଙ୍କୁ ଏକ ବଡ ବିଜୟ ଦେଇଥିଲେ । 2001ରୁ ଏପର୍ଯ୍ୟନ୍ତ ନରେନ୍ଦ୍ର ମୋଦୀ ବିଜେପିର ମୁଖ୍ୟମନ୍ତ୍ରୀ ରହିଥିବା ସମୟରେ ବିଜେପି ପ୍ରତ୍ୟେକଟି ପଂଚାୟତ ଓ ପୈରପାଳିକା ନିର୍ବାଚନରେ ଜିତିଥିଲା । 1990ରୁ 2012 ମଧ୍ୟରେ ଅନେକ କିଛି ପରିବର୍ତ୍ତନ ଘଟିଥିଲା, ମାତ୍ର ନରେନ୍ଦ୍ର ମୋଦୀଙ୍କ କଠିନ ପରିଶ୍ରମ, ସଂକଳ୍ପବଦ୍ଧତା ଓ ଉତ୍ସର୍ଗ ସ୍ଥାୟୀ ଭାବେ ରହିଥିଲା । ପ୍ରତ୍ୟେକ ନିର୍ବାଚନ ଅଭିଯାନରେ ସେ ଅଭିନବ କୌଶଳର ପ୍ରୟୋଗ କରି ଜନମତକୁ ବିଜେପି ସପକ୍ଷରେ ନିଶ୍ଚିତ କରୁଥିଲେ ।

ଲୋକସଭା ନିର୍ବାଚନ: ଗୁଜରାଟରୁ ଦିଲ୍ଲୀକୁ ସର୍ବାଧିକ ପଦ୍ମଫୁଲ

ଜଣେ ଦକ୍ଷ ସଙ୍ଗଠକ ଭାବେ ନରେନ୍ଦ୍ର ମୋଦୀଙ୍କ ସାମର୍ଥ୍ୟ କ୍ରମାଗତ ଲୋକସଭା ନିର୍ବାଚନରେ ଗୁଜରାଟରୁ ଦିଲ୍ଲୀକୁ ସର୍ବାଧିକ ବିଜେପି ସାଂସଦ ପଠାଇବରେ ସହାୟତା କଲା । 1984ରେ ବିଜେପି ଗୁଜରାଟରେ ଏକମାତ୍ର ଲୋକସଭା ଆସନରେ ବିଜୟୀ ହୋଇଥିଲା । ଏହାର 5 ବର୍ଷ ପରେ 1989ରେ ଦଳ 12ଟି ଆସନରେ ବିଜୟୀ ହେଲା ଓ ୧୯୯୧ରେ ଏହି ଆସନ ସଂଖ୍ୟା ବଢ଼ି 20ରେ ପରିଣତ ହେଲା ।

1996, 1998 ଓ 1999ରେ ଗୁଜରାଟରେ ବିଜେପି ଆସନ ସଂଖ୍ୟା 20ରୁ ବୃଦ୍ଧିପାଇଲା । ଯଦିଓ ନରେନ୍ଦ୍ର ମୋଦୀ ଏହି ସମୟ ମଧ୍ୟରେ ଗୁଜରାଟରେ ନଥିଲେ, ତଥାପି ତାଙ୍କ ଅକ୍ଳାନ୍ତ ପରିଶ୍ରମ ଫଳରେ ସେ ଏଠାରେ ଦଳର ବିଜୟ ପାଇଁ ମୂଳଦୁଆ ସୃଷ୍ଟି କରିଦେଇଥିଲେ । ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ, ବିଜେପି 2004 ଓ 2009ରେ ରାଜ୍ୟରୁ ସର୍ବାଧିକ ଲୋକସଭା ନିର୍ବାଚନରେ ବିଜୟୀ ହୋଇଥିଲା ।

ମୋଦୀଙ୍କ ଯାତ୍ରା: ଦେଶ ଆଗ ନିଜେ ପଛ

ଗୁଜରାଟରେ ଦଳର ସାଧାରଣ ସମ୍ପାଦକ ଭାବେ 1987ର ନ୍ୟାୟ ଯାତ୍ରା ଓ 1989ର ଲୋକଶକ୍ତି ଯାତ୍ରା ଆୟୋଜନ କରିବାରେ ନରେନ୍ଦ୍ର ମୋଦୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ମାତ୍ର ଏହି ଯାତ୍ରାସବୁ ଦୁର୍ନୀତିଖୋର ଓ ଦମନ ସପକ୍ଷବାଦୀ କଂଗ୍ରେସ ଶାସନ ବିରୋଧରେ ଗୁଜରାଟ ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ କରିବା ନେଇ କେନ୍ଦ୍ରବିନ୍ଦୁ ସାଜିଲା ।

namo-organiser-in7

1991ରେ ନରେନ୍ଦ୍ର ମୋଦୀ ଓ ମୁରଲି ମନୋହର ଯୋଶୀ ଏକତା ଯାତ୍ରାର ଆୟୋଜନ କରୁଛନ୍ତି

ଶ୍ରୀ ଏଲକେ ଆଡ଼ଭାନୀଙ୍କ ନେତୃତ୍ୱରେ ସୋମନାଥରୁ ଅଯୋଧ୍ୟା ଯାତ୍ରା ଓ ଡଃ ମୁରଲୀ ମନୋହର ଯୋଶୀଙ୍କ ନେତୃତ୍ୱରେ ଏକତା ଯାତ୍ରା ଆୟୋଜନ କରିବାରେ ଜଣେ ମୁଖ୍ୟ ସଙ୍ଗଠକ ଭାବେ ନରେନ୍ଦ୍ର ମୋଦୀ ଜାତୀୟ ସ୍ତରରେ ଜଣାଶୁଣା । ସନ୍ତ୍ରାସବାଦୀମାନଙ୍କ ଦ୍ୱାରା କାଶ୍ମୀରରେ ସୃଷ୍ଟି କରାଯାଇଥିବା ଅଶାନ୍ତ ପରିସ୍ଥିତି ବିରୋଧରେ ଏକତା ଯାତ୍ରାର ଆରମ୍ଭ କରାଯାଇଥିଲା । ଏହି ସନ୍ତ୍ରାସବାଦୀମାନେ ଶ୍ରୀନଗରରେ ତ୍ରିରଙ୍ଗା ପତାକା ଉତ୍ତୋଳନକୁ ବିରୋଧ କରୁଥିଲେ । ଯାତ୍ରା ଆରମ୍ଭ ପୂର୍ବରୁ ନରେନ୍ଦ୍ର ମୋଦୀ ଏହାର ସମସ୍ତ ଅଂଚଳକୁ ପରିଦର୍ଶନ କରିଥିଲେ ।

namo-organiser-in8

ଏଲକେ ଆଡଭାନୀଙ୍କ ଜନାଦେଶ ଯାତ୍ରାରେ ନରେନ୍ଦ୍ର ମୋଦୀଙ୍କ ଯୋଗଦାନ

namo-organiser-in9

ଏଲକେ ଆଡଭାନୀଙ୍କ ସୋମନାଥରୁ ଅଯୋଧ୍ୟା ଯାତ୍ରା

କୌଣସି ଯାତ୍ରାର ଆରମ୍ଭ କରିବା ସହଜକଥା ନୁହେଁ । ଯାତ୍ରାପଥ ସ୍ଥିର କରିବା, ପ୍ରତ୍ୟେକ ସ୍ଥାନରେ ପ୍ରସ୍ତୁତିକୁ ଦୃଷ୍ଟିଦେବା ଏବଂ ସୁସଙ୍ଗଠିତ ଭାବେ ଯାତ୍ରାକୁ ଗତିଶୀଳ କରିବାରେ ସହାୟକ ହେବା ଆଦି ସବୁ ସଙ୍ଗଠକର ଦାୟିତ୍ୱ । ନରେନ୍ଦ୍ର ମୋଦୀ ଏସବୁ ଦାୟିତ୍ୱକୁ ବର୍ଷବର୍ଷ ଧରି ସୂଚାର ରୂପେ ସମ୍ପାଦନ କରିଥିଲେ । ମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ ସେ ଅନେକ ଯାତ୍ରାରେ ଭାଗନେଇ ଥିଲେ । ଏସବୁ ମଧ୍ୟରେ ସଦ୍ୟତମ ଥିଲା 102ର ବିବେକାନନ୍ଦ ଯୁବ ବିକାଶ ଯାତ୍ରା । ଏହି ଯାତ୍ରା ସମୟରେ ସେ ଗୁଜରାଟ ବ୍ୟାପୀ ଭ୍ରମଣ କରି ଗୁଜରାଟର ଜନସାଧାରଣଙ୍କ ମଧ୍ୟରେ ସ୍ୱାମୀ ବିବେକାନନ୍ଦଙ୍କ ବାର୍ତ୍ତାର ପ୍ରଚାର କରିଥିଲେ ।

namo-organiser-in10

ନରେନ୍ଦ୍ର ମୋଦୀ ବିବେକାନନ୍ଦ ଯୁବ ବିକାଶ ଯାତ୍ରା ଆରମ୍ଭ କରୁଛନ୍ତି

ଗୁଜରାଟ ସୀମା ବାହାରେ: ଉତ୍ତର ଭାରତରେ ସଫଳତା

1995ରେ ବିଜେପିର ସାଧାରଣ ସମ୍ପାଦକ ଭାବେ ନରେନ୍ଦ୍ର ମୋଦୀଙ୍କୁ ଦିଲ୍ଲୀ ପଠାଗଲା । ଜାମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ, ପଞ୍ଜାବ, ହରିୟାନା ଆଦି ଉତ୍ତର ଭାରତୀୟ ରାଜ୍ୟ ଓ ଚଣ୍ଡିଗଡ କେନ୍ଦ୍ରଶାସିତ ଅଂଚଳର ଦାୟିତ୍ୱ ମଧ୍ୟ ତାଙ୍କୁ ଦିଆଗଲା । ଏହିସବୁ ରାଜ୍ୟମାନଙ୍କରେ ବିଜେପିର ସ୍ଥିତି ଦୁର୍ବଳ ଥିଲା । 15 ବର୍ଷ ଧରି ଉଭୟ ଜାମ୍ମୁ କାଶ୍ମୀର ଓ ପଞ୍ଜାବରେ ଅସ୍ଥିରତା ଲାଗିରହିଥିଲା । 1987ରେ ଅସଙ୍ଗତା ଭିତ୍ତିରେ ଜାମ୍ମୁକାଶ୍ମୀରରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଓ 1992ରେ ପଞ୍ଜାବରେ ଅନୁଷ୍ଠିତ ନିର୍ବାଚନକୁ ବିରୋଧି ଦଳମାନେ ପ୍ରତ୍ୟାଖ୍ୟାନ କରିଥିଲେ । 1993 ବିଧାନସଭା ନିର୍ବାଚନ ପରେ ହରିୟାନା କଂଗ୍ରେସ ନିୟନ୍ତ୍ରଣରେ ଥିଲା ଓ ହିମାଚଳରେ ବିଜେପି ଶୋଚନୀୟ ଭାବେ ପରାଜିତ ହୋଇଥିଲା ।

namo-organiser-in11

1992ରେ ନରେନ୍ଦ୍ର ମୋଦୀ ଶ୍ରୀନଗରଠାରେ ପତ୍ତାକା ଉତ୍ତୋଳନ କରୁଛନ୍ତି

ଏଠାରେ ମଧ୍ୟ ପୁଣିଥରେ ନରେନ୍ଦ୍ର ମୋଦୀଙ୍କ ବିଚକ୍ଷଣ ସାଂଗଠନିକ ଦକ୍ଷତା ଉପଯୋଗୀ ସାବ୍ୟସ୍ତ ହୋଇଥିଲା । ହରିୟାନାରେ 1996 ମଧ୍ୟଭାଗରେ ନିର୍ବାଚନ ହୋଇଥିଲା । ଏହି ନିର୍ବାଚନରେ ବିଜେପି ବଂଶୀଲାଲଙ୍କ ହରିୟାନା ବିକାଶ ଦଳ ସହ ମେଂଟ କରି 44ଟି ଆସନ ଜିତିବା ସହ ଏଠାରେ ସରକାର ଗଠନ କରିଥିଲା । ବଂଶୀଲାଲ ମୁଖ୍ୟମନ୍ତ୍ରୀ ହୋଇଥିଲେ । ବିଜେପି 25ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରି ଏଥିମଧ୍ୟରୁ 11ଟି ଆସନରେ ବିଜୟୀ ହୋଇଥିଲା । 1991 ସହିତ ତୁଳନା କଲେ, ଦଳ ଏହି ନିର୍ବାଚନରେ ମୋଟ 90ଟି ଆସନରୁ 89ଟିରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ମଧ୍ୟ ମାତ୍ର ଦୁଇଟି ଆସନରେ ବିଜୟୀ ହୋଇଥିଲା । ଏହାର ଏକ ଦଶନ୍ଧି ପୂର୍ବେ ବଂଶୀଲାଲ ଓ ଦେବୀଲାଲଙ୍କ ସହ ମେଂଟ ଗଠନ କରିବା ବିଜେପି ପାଇଁ କଳ୍ପନା ବାହାରେ ଥିଲା । ମାତ୍ର ଦଳର ମୂଳ ଆଦର୍ଶବାଦରୁ ଓହରିନଯାଇ ଏବଂ ଚତୁରତାର ସହିତ ଏହି ମେଂଟ ଗଠନ କରାଯାଇ ଏହାକୁ ସଫଳ କରାଯାଇ ପାରିଲା ।

ଜାମ୍ମୁ-କାଶ୍ମୀରରେ କିନ୍ତୁ ପରିସ୍ଥିତି ଜଟିଳ ଥିଲା । ବିବାଦୀୟ ପରିସ୍ଥିତି ମଧ୍ୟରେ ଏଠାରେ 1987ର ନିର୍ବାଚନ ଲଢ଼ାଯାଇଥିଲା ଏବଂ 1990ଠାରୁ କାଶ୍ମୀରରେ ରାଷ୍ଟ୍ରପତି ଶାସନ ଜାରିଥିଲା । 1996ରେ ଏଠାରେ ଗଣତାନ୍ତ୍ରିକ ସରକାର ପୁଣି ଗଠିତ ହୋଇଥିଲା ଓ ଜନସାଧାରଣ ଫାରୁକ ଅବଦୁଲାଙ୍କ ନ୍ୟାସନାଲ କନଫରେନ୍ସକୁ ଜନମତ ଦେଇଥିଲେ । ଏହି ଦଳ 87ରୁ 57ଟି ଆସନରେ ବିଜୟୀ ହୋଇଥିଲା । ବିଜେପି ଦ୍ୱିତୀୟ ସର୍ବାଧିକ ଆସନ ଜିତିଥିଲା । ଯଦିଏ ଏହି ସଂଖ୍ୟା ଥିଲା 8, ଏହା କିନ୍ତୁ ଦଳପାଇଁ ଏକ ବଡ ବିଜୟ ଥିଲା କାରଣ କଂଗ୍ରେସ ଓ ଜନତା ଦଳଠାରୁ ବିଜେପି ଅଧିକ ଆସନରେ ବିଜୟୀ ହୋଇଥିଲା ।

ନରେନ୍ଦ୍ର ମୋଦୀଙ୍କ ଦାୟିତ୍ୱରେ ଥିବା ହିମାଚଳ ପ୍ରଦେଶର ରାଜନୈତିକ ପରିସ୍ଥିତି ଭିନ୍ନ ଥିଲା । 1990ରେ ମୋଟ 68ଟି ଆସନରୁ 46ଟିରେ ବିଜୟୀ ହୋଇ ବିଜେପି ଏଠାରେ ସରକାର ଗଠନ କରିଥିଲା । ମାତ୍ର 1992ରେ ବାବ୍ରୀ ମସଜିଦ ଭଙ୍ଗା ଘଟଣା ପରେ ସରକାର ଭାଙ୍ଗିଯାଇଥିଲା । 1993ରେ ପୁଣିଥରେ ନିର୍ବାଚନ ହେଲା, କିନ୍ତୁ ବିଜେପି କିନ୍ତୁ ପରାଜିତ ହୋଇ ମାତ୍ର 8ଟି ଆସନରେ ସୀମିତ ରହିଗଲା । 1998ରେ ବିଜେପି ଓ କଂଗ୍ରେସ ଉଭୟ 31ଟି ଲେଖାଁଏ ଆସନରେ ବିଜୟୀ ହୋଇଥିଲେ ମାତ୍ର ସରକାର ଗଢ଼ିବା ପୂର୍ବତନ ଟେଲିକମ ମନ୍ତ୍ରୀ ସୁଖରାମଙ୍କ ହିମାଚଳ ବିକାଶ କଂଗ୍ରେସ ଉପରେ ନିର୍ଭର ରହିଲା । ଏହି ଦଳ ହାତରେ 5ଟି ବିଧାୟକ ଥିଲେ । ସୁଖରାମଙ୍କୁ ମନେଇବାରେ ନରେନ୍ଦ୍ର ମୋଦୀଙ୍କର ପ୍ରଭାବଶାଳୀ ଭୂମିକା ରହିଥିଲା । ଶେଷରେ ଜଣେ ନୂଆ ମୁହଁ ପ୍ରେମ କୁମାର ଧୁମଲଙ୍କ ନେତୃତ୍ୱରେ ଉଭୟ ଦଳ ମିଳିତ ଭାବେ ସରକାର ଗଠନ କଲେ । ଅବଶ୍ୟ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତାର ସହ ଧୂମଲ 2007ରେ ପୁଣିଥରେ ସରକାର ଗଠନ କଲେ ଓ ଏହି ସରକାର ପୁରା କାର୍ଯ୍ୟକାଳ ପୂରଣ କରିପାରିଥିଲା ।

ପଞ୍ଜାବରେ ସବୁଠାରୁ ବଡ ସଫଳତା ମିଳିଥିଲା । 1997 ବିଧାନ ସଭା ନିର୍ବାଚନରେ ଅକାଳୀ ଓ ବିଜେପି ମୋଟ 117ରୁ 93ଟି ଆସନ ଜିତି ସରକାର ଗଠନ କରିଥିଲେ । ବିଜେପି 22ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରି 18ଟିରେ ଜିତିଥିଲା ଓ ଏହାର ଭୋଟ ପରିଣାମ ଥିଲା ଶତକଡା 48.22ପ୍ରତିଶତ । ଏହାର ଗୋଟିଏ ବର୍ଷ ପୂର୍ବରୁ 1996ରେ ମୋଦୀ ଚଣ୍ଡିଗଡ ପୌରପାଳିକା ନିର୍ବାଚନରେ ବିଜେପି ନିର୍ବାଚନ ଅଭିଯାନର ନେତୃତ୍ୱ ନେଇଥିଲେ ଏବଂ ଦଳ ତିନି ଚତୁର୍ଥାଂଶ ସଂଖ୍ୟାଗରିଷ୍ଠତା ଲାଭ କରିଥିଲା । ଏହି ବିଜୟ ଅତି ଗୁରୁତ୍ୱପୂର୍ଣ୍ଣ ଥିଲା କାରଣ ଚଣ୍ଡିଗଡ ପୌର ପାଳିକାରେ କିଛିଭାଗ ସଦସ୍ୟ ଅଣବିଜେପି ସରକାର ଦ୍ୱାରା ନିଯୁକ୍ତ ଉପ-ରାଜ୍ୟପାଳଙ୍କ ଦ୍ୱାରା ମନୋନୀତ ହେଉଥିଲେ । ମୋଦୀଙ୍କ ଦୂରଦୃଷ୍ଟିକୁ ଆଧାର କରି ଦଳ 1998ରେ ସତ୍ୟପାଳ ଜୈନଙ୍କୁ ଚଣ୍ଡିଗଡ ଲୋକସଭା ଆସନରେ ଲଢ଼ିବା ପାଇଁ ବାଛିଥିଲା ଏବଂ ସେ ପୱନ କୁମାର ବଂଶଲଙ୍କୁ ପରାସ୍ତ କରିଥିଲେ ।

namo-organiser-in12

ନରେନ୍ଦ୍ର ମୋଦୀ ଓ ପ୍ରକାଶ ସିଂ ବାଦଲ

ସଂସଦୀୟ ନିର୍ବାଚନରେ ଜଣେ ସଙ୍ଗଠକ ଭାବେ ନରେନ୍ଦ୍ର ମୋଦୀଙ୍କ ପ୍ରଦର୍ଶନ ମଧ୍ୟ ପ୍ରଶଂସାଜନକ ଥିଲା । ଗୁଜରାଟରୁ ବାହାରେ ଥିବାର 6 ବର୍ଷ ମଧ୍ୟରେ ମୋଦୀ 3ଟି ସଂସଦୀୟ ନିର୍ବାଚନର ସମ୍ମୁଖୀନ ହୋଇଥିଲେ । ସେ ଏହି ରାଜ୍ୟଗୁଡ଼ିକର ମୁଖ୍ୟ ଦାୟିତ୍ୱରେ ଥିବା ସମୟରେ ପ୍ରଥମ ନିର୍ବାଚନରେ ବିଜେପି ଜାମ୍ମୁ କାଶ୍ମୀରରେ ଗୋଟିଏ, ହରିୟାନାରେ 4ଟି ଆସନ ଜତିଥିବା ବେଳେ ପଞ୍ଜାବ ଓ ହିମାଚଳ ପ୍ରଦେଶରେ ମୂଳପୋଛ ହୋଇଯାଇଥିଲା । ମାତ୍ର 1999ରେ ଦଳ ଜାମ୍ମୁକାଶ୍ମୀରରେ 2ଟି, ହିମାଚଳପ୍ରଦେଶରେ 3ଟି, ପଞ୍ଜାବରେ ଗୋଟିଏ ଓ ହରିୟାନାରେ 5ଟି ଆସନରେ ବିଜୟୀ ହୋଇଥିଲା ।

namo-organiser-in13

1998ରେ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଶପଥ ଗ୍ରହଣ ଉତ୍ସବ

1998ରେ ନରେନ୍ଦ୍ର ମୋଦୀଙ୍କୁ ସାଂଗଠନିକ କ୍ଷେତ୍ର ପାଇଁ ବିଜେପିର ଜାତୀୟ ସାଧାରଣ ସମ୍ପାଦକ କରାଗଲା । ଏହି ପଦ ଦଳର ସାଂଗଠନିକ କ୍ଷେତ୍ର ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ପଦବୀ । ସମଗ୍ର ଦେଶରେ ଦଳର କାର୍ଯ୍ୟଧାରାକୁ ସଙ୍ଗଠିତ କରିବା ଏହି ପଦବୀଧାରୀର ଦାୟିତ୍ୱ ହୋଇଥାଏ । ପୂର୍ବରୁ କେଶୁଭାଇ ଠାକରେ ଓ ସୁନ୍ଦର ସିଂ ଭଣ୍ଡାରୀ ଏହି ପଦବୀରେ ରହିଥିଲେ । 1999ରେ ସେ ଦଳର ସାଙ୍ଗଠନିକ କ୍ଷେତ୍ରରେ ସାଧାରଣ ସମ୍ପାଦକ ଥିବା ସମୟରେ ଦଳ ଲୋକସଭା ନିର୍ବାଚନରେ ସର୍ବାଧିକ 182ଟି ଆସନରେ ବିଜୟୀ ହୋଇଥିଲା ।

2014 ଲୋକସଭା ନିର୍ବାଚନ 2013 ଜୁନ ମାସରେ ଅନୁଷ୍ଠିତ ହୋଇଥିଲା ଏବଂ 2013 ସେପ୍ଟେମର 13 ତାରିଖରେ ତାଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରାଯାଇଥିଲା ।

namo-organiser-in14

ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରାଯାଉଛି

କାର୍ଯ୍ୟାଳୟ ସଫାଠାରୁ ଆରମ୍ଭ କରି ପଂଚାୟତ ଏବଂ ସଂସଦୀୟ ନିର୍ବାଚନ ପ୍ରଚାରର ଅଂଶବିଶେଷ ହେବା, ଏକ ଦଳୀୟ ସଙ୍ଗଠନ ପାଇଁ ଆବଶ୍ୟକ ପ୍ରତ୍ୟେକ ଘଟଣାକୁ ଶ୍ରୀ ମୋଦୀ ଦେଖିଛନ୍ତି । ତେବେ ଯାହାକୁ ସେ ସ୍ପର୍ଶ କରିଛନ୍ତି, ସେସବୁ ସଫଳ ହୋଇଛି । ସେ ଯେ ବିଜେପିର ଚମତ୍କାରୀ ପୁରୁଷ ଏଥିରେ ଆଶ୍ଚର୍ଯ୍ୟ ହେବାର କୌଣସି କାରଣ ନାହିଁ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
IIT Delhi tops India in QS Rankings 2027; 52 Indian institutions feature

Media Coverage

IIT Delhi tops India in QS Rankings 2027; 52 Indian institutions feature
NM on the go

Nm on the go

Always be the first to hear from the PM. Get the App Now!
...
ଭାରତକୁ ପୁନର୍ଜୀବିତ କରିଥିବା ନେତା : ନରେନ୍ଦ୍ର ଦାମୋଦରଦାସ ମୋଦୀ
June 14, 2026

Narendra Damodardas Modi’s journey, from a humble background to the leadership of the world’s largest democracy, is ultimately the story of a man who reawakened the faith of a nation in itself.

The fate of a nation is intertwined with the fate of its leaders. Nations grow and prosper under strong, decisive leadership; they decay under feeble, indecisive, corrupt leadership. People are the life energy of a nation, but the leaders are the one who channelizes the mass energy into the right, productive direction. One cannot imagine nations without their founding fathers, their leaders. When we think of the United States, the names of its prominent leaders like Thomas Jefferson, Washington, Abraham Lincoln, John F. Kennedy, F.D. Roosvelt come to our minds. Similarly, the Indian nation was built upon the vision of its great founding fathers like Mahatma Gandhi, B.R. Ambedkar, and Veer Savarkar.

Strong leadership plays a vital role in uplifting the spirits of the people; wise leaders nudge the nation on the path to prosperity and glory. Leadership matters the most at the time of a national crisis, like Matsya Avtara of Lord Vishnu, who steered and rescued the great ship of Manu Maharaj during the pralaya. Leaders steer and rescue the nation during hours of crisis. Shri Narendra Damodardas Modi took centre stage in Indian politics during such a time of crisis.

Prime Minister Narendra Modi emerged on the national stage at a juncture when Indian politics had reached a low, an era in which a nominal Prime Minister was being imposed upon the people of India. The government was struck with policy paralysis. Corruption had become deeply entrenched in the national political system, scams like Coalgate, 2G spectrum, Commonwealth Games had become a recurring phenomena. Media, businessmen, and politicians formed an unholy nexus and were siphoning public money with impunity. Entrepreneurs, industrialists, and academia were drowned in pessimism; their trust started eroding in the Indian state. Common people felt ashamed of their cultural legacy.

At that pivotal moment, Shri Narendra Damodardas Modi entered the national stage with a clear, resounding vision. He inspired the youth, women, and veterans alike. PM Modi reinstated hope, faith, and trust back again towards the leadership and the political system, PM Modi revitalised the economic machinery, entrepreneurship, and industry, and re-energised the bureaucracy. Being himself from a humble background, PM Modi possessed within him a deep understanding of society, and being an RSS pracharak, he had a profound understanding of Indian culture.

Being one of the longest-serving CMs in India came with an impeccable administrative and electoral record. PM Modi brought with him the mantra of “minimum government and maximum governance”.

PM Modi, through the rapid digitalization of government services, reduced the inertia in governance and brought government to the fingertips of the common citizens. At the very beginning of his tenure, he replaced the requirement of attestation of documents by gazetted officers with self-attestation by the common citizens. Such is his minute understanding of the bureaucratic impediments that stall the progress of a common citizen. Due to reform measures initiated by him, India’s rank in the international business indicators improved. PM Modi has demonstrated a strong will to an efficient, transparent, and accountable government. Rules and policies are now formed among people, not in closed AC chambers.

PM Modi, since his ascension, has worked tirelessly to transform the Indian economy into a manufacturing hub and make it Atmanirbhar Bharat. PM Modi launched initiatives like Skill India, Startup India, and Production Linked Incentives (PLIs). For strengthening the supply chain, PM Modi sanctioned greenfield expressways, airports, shipping ports, and sped up the construction of brownfield expressways, airports and stations. PM Modi expanded India’s premier higher education infrastructure by establishing new IITs and IIMs. PM Modi restored faith in the underprivileged section through his mantra of “Sabka Saath, Sabka Vikas, Sabka Vishwas, Sabka Prayas” in the Indian government. Such is his sensitivity that he launched the PM Ujjwala Yojana as he was aware of the discomfort caused to our mothers and sisters due to the smoke of the traditional gas chulha.

PM Modi brought cleanliness and sanitation to the daily discourse through the Swachh Bharat Abhiyaan. Through the toilets built under the scheme, PM Modi provided a dignified life to our mothers and sisters. Due to the Bhaagirathi Prayas of PM Narendra Modi, Nari Shakti Vandan Adhiniyam was passed for the political empowerment of the women of India.

A nationalist to the core, PM Modi led a cultural renaissance of the nation. Remnants of the colonial legacy, the Indian Penal Code and CrPC (Code of Criminal Procedure) were scrapped, and Bhartiya Nyay Samhita was born. PM Modi is rebuilding our sacred tirths incessantly. Due to his efforts, our cultural and spiritual centres of Ayodhya and Kashi were reclaimed. PM Modi has promoted our indigenous knowledge of Ayurveda as a brand ambassador, formulated policies to establish Ayurveda as principal medicinal practice.

PM Modi, through his incredible work, unflinching dedication, and commitment towards a Viksit Bharat, inspires one and all to participate in his vision for a Viksit Bharat by 2047.

Yet, the true measure of a leader is not merely in the policies he enacts or the institutions he builds, but in the confidence he instils in his people. Over the past 12 years, Prime Minister Narendra Modi has sought to restore that confidence—confidence in governance, confidence in India’s civilisational heritage, confidence in the abilities of ordinary citizens, and confidence in the nation’s future.

From revitalising the economy and empowering the poor to strengthening national security, restoring cultural pride, and elevating India’s stature on the global stage, PM Modi’s leadership has left an indelible imprint on contemporary India. More importantly, he has transformed governance into a national movement, inspiring millions to become active participants in the country’s development journey. 

As India marches towards the centenary of its Independence in 2047, the vision of a Viksit Bharat is no longer a distant aspiration; it has become a collective national mission. History remembers those leaders who rise to the occasion when their nation needs them the most, leaders who not only govern their times but shape the destiny of generations. 

Narendra Damodardas Modi’s journey, from a humble background to the leadership of the world’s largest democracy, is ultimately the story of a man who reawakened the faith of a nation in itself. The foundations of a stronger, more confident, and more aspirational India have been laid. The task before the nation now is to carry forward this momentum and transform the dream of a Viksit Bharat into reality. 

As India stands at the threshold of even greater possibilities, the words of Robert Frost resonate with renewed meaning, 

“The woods are lovely, dark and deep,

But I have promises to keep,

And miles to go before I sleep,

And miles to go before I sleep.”

For India, those promises are to its people, to its civilization, and to future generations. The achievements of the past twelve years are the foundation. The journey continues, and the miles ahead are filled not with uncertainty but with opportunity, purpose, and the promise of a Viksit Bharat. 

(Rekha Gupta is the Chief Minister of Delhi.)