-ପ୍ରଧାନମନ୍ତ୍ରୀ ହିସାରରୁ ଅଯୋଧ୍ୟା ବାଣିଜି୍ୟକ ବିମାନ ଉଡ଼ାଣର ଶୁଭାରମ୍ଭ କରିବେ ଏବଂ ହିସାର ବିମାନବନ୍ଦରର ନୂଆ ଟର୍ମିନଲ ଭବନର ଶିଳାନ୍ୟାସ କରିବେ
-ପ୍ରଧାନମନ୍ତ୍ରୀ ଯମୁନାନଗରରେ ଦୀନବନ୍ଧୁ ଛୋଟୁ ରାମ ଥର୍ମାଲ ପାୱାର ପ୍ଲାଣ୍ଟର ୮୦୦ ମେଗାୱାଟ ଆଧୁନିକ ଥର୍ମାଲ ପାୱାର ବାୟୋଗ୍ୟାସ ପ୍ଲାଣ୍ଟର ଶିଳାନ୍ୟାସ କରିବେ
-ଭାରତମାଳା ପରିଯୋଜନାରେ ରେୱାଡ଼ି ବାଇପାସ୍ ପ୍ରକଳ୍ପକୁ ଉଦଘାଟନ କରିବେ

ଆମ୍ବେଦକର ଜୟନ୍ତୀ ଅବସରରେ ଏପ୍ରିଲ ୧୪ ତାରିଖରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହରିଆନା ଗସ୍ତରେ ଯିବେ । ହରିଆନାରେ ସେ ସର୍ବପ୍ରଥମେ ହିସାର ଯିବେ ଏବଂ ପୂର୍ବାହ୍ନ ପ୍ରାୟ ୧୦ଟା ୧୫ ମିନିଟରେ ହିସାରରୁ ଅଯୋଧ୍ୟା ପର୍ଯ୍ୟନ୍ତ ବାଣିଜି୍ୟକ ବିମାନ ଉଡ଼ାଣର ଶୁଭାରମ୍ଭ କରିବେ । ଏଥିସହ ସେ ହିସାର ବିମାନବନ୍ଦରରେ ନୂଆ ଟର୍ମିନଲ ଭବନର ଶିଳାନ୍ୟାସ କରିବେ । ପ୍ରଧାନମନ୍ତ୍ରୀ ହିସାରରେ ଏକ ଜନସଭାକୁ ସମ୍ବୋଧିତ କରିବେ ।

ଏହାପରେ ମଧ୍ୟାହ୍ନ ପ୍ରାୟ ୧୨ଟା ୩୦ ମିନିଟରେ ପ୍ରଧାନମନ୍ତ୍ରୀ ଯମୁନାନଗରରେ ବିକାଶ ପରିଯୋଜନାର ଉଦଘାଟନ ଏବଂ ଶିଳାନ୍ୟାସ କରିବେ । ଏହି ଅବସରରେ ଶ୍ରୀ ମୋଦୀ ଉପସ୍ଥିତ ଜନସମାବେଶକୁ ସମ୍ବୋଧିତ କରିବେ ।

ବିମାନ ଉଡ଼ାଣକୁ ସୁରକ୍ଷିତ, ସର୍ବ-ସୁଲଭ ଏବଂ ସାମର୍ଥ୍ୟଯୁକ୍ତ କରିବା ଦିଗରେ ପ୍ରତିବଦ୍ଧତା ସ୍ୱରୂପ ପ୍ରଧାନମନ୍ତ୍ରୀ ହିସାରସ୍ଥିତ ମହାରାଜା ଅଗ୍ରସେନ ବିମାନବନ୍ଦରର ନୂଆ ଟର୍ମିନଲ ଭବନର ଶିଳାନ୍ୟାସ କରିବେ । ଏଥିପାଇଁ ୪୧୦ କୋଟିରୁ ଅଧିକ ଟଙ୍କା ବ୍ୟୟ ବରାଦ ହୋଇଛି । ଏଥିରେ ଏକ ଅତ୍ୟାଧୁନିକ ଯାତ୍ରୀ ଟର୍ମିନଲ, ଏକ କାର୍ଗୋ ଟର୍ମିନଲ ଏବଂ ଏକ ଏଟିସି ଭବନ ରହିବ । ପ୍ରଧାନମନ୍ତ୍ରୀ ହିସାରରୁ ଅଯୋଧ୍ୟାକୁ ପ୍ରଥମ ବିମାନ ଉଡ଼ାଣର ଶୁଭାରମ୍ଭ କରିବେ । ହିସାରରୁ ଅଯୋଧ୍ୟାକୁ (ସପ୍ତାହକୁ ଦୁଇଥର) ନିର୍ଦ୍ଧାରିତ ଉଡ଼ାଣ ସହ ଜମ୍ମୁ, ଅହମ୍ମଦାବାଦ, ଜୟପୁର ଏବଂ ଚଣ୍ଡିଗଡ଼କୁ ସପ୍ତାହକୁ ତିନି ଥର ଉଡ଼ାଣ ସାମିଲ ହେବ । ଏହାଦ୍ୱାରା ହରିଆନାରେ ଆକାଶ ପଥରେ ସଂଯୋଗକୁ ଏକ ବଡ଼ ଉପଲବ୍ଧô ମିଳିବ ।

ବିଜୁଳି କ୍ଷେତ୍ରରେ ମୌଳିକ ଢାଞ୍ଚାକୁ ବଢ଼ାଇବା ସହ ସର୍ବଶେଷ ସ୍ଥାନରେ ବିଜୁଳି ଉପଲବ୍ଧ କରାଇବା ଦୃଷ୍ଟିକୋଣ ଅନୁସାରେ ପ୍ରଧାନମନ୍ତ୍ରୀ ଯମୁନାନଗରସ୍ଥିତ ଦୀନବନ୍ଧୁ ଛୋଟୁ ରାମ ଥର୍ମାଲ ପାୱାର ପ୍ଲାଣ୍ଟରେ ୮୦୦ ମେଗାୱାଟ ଆଧୁନିକ ଥର୍ମାଲ ୟୁନିଟର ଶିଳାନ୍ୟାସ କରିବେ । ୨୩୩ ଏକର ପରିବ୍ୟାପ୍ତ ଏହି ୟୁନିଟରେ ୮୪୭୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏହା ବିଦୁ୍ୟତ କ୍ଷେତ୍ରରେ ହରିଆନାକୁ ଆତ୍ମନିର୍ଭର କରିବା ସହ ରାଜ୍ୟବ୍ୟାପୀ ନିରବଚ୍ଛିନ୍ନ ବିଦୁ୍ୟତ ଯୋଗାଣରେ ସହାୟକ ହେବ ।

ଗୋବର୍ଦ୍ଧନ ତଥା ଜୈବିକ ଜୈବ-କୃଷି ସମ୍ପଦକୁ ଆଗେଇ ନେବା ଦୃଷ୍ଟିକୋଣରେ ପ୍ରଧାନମନ୍ତ୍ରୀ ଯମୁନାନଗରର ମୁକାରବପୁରଠାରେ ଏକ ବାୟୋଗ୍ୟାସ ପ୍ଲାଣ୍ଟର ଶିଳାନ୍ୟାସ କରିବେ । ଏହି ପ୍ଲାଣ୍ଟର ବାର୍ଷିକ ଉତ୍ପାଦନ କ୍ଷମତା ୨୬୦୦ ମେଟି୍ରକ ଟନ୍ ରହିବ ଏବଂ ଜୈବ ବର୍ଜ୍ୟ ପରିଚାଳନାରେ ସହାୟକ ହୋଇପାରିବ । ଏହି ପ୍ଲାଣ୍ଟ ସ୍ୱଚ୍ଛଶକ୍ତି ଉତ୍ପାଦନ ଏବଂ ପର୍ଯ୍ୟାବରଣ ଶକ୍ତି ସଂରକ୍ଷଣ ଦିଗରେ ମଧ୍ୟ ସହାୟକ ହେବ ।

ପ୍ରଧାନମନ୍ତ୍ରୀ ଭାରତମାଳା ଯୋଜନାରେ ପ୍ରାୟ ୧୦୭୦ କୋଟି ଟଙ୍କା ନିବେଶରେ ନିର୍ମିତ ୧୪.୪ କିଲୋମିଟର ଦୈର୍ଘ୍ୟର ରେୱାଡ଼ଇ ବାଇପାସ୍ ପ୍ରକଳ୍ପର ଉଦଘାଟନ କରିବେ । ଏହି ବାଇପାସ୍ ଦ୍ୱାରା ରେୱାଡ଼ି ସହରରେ ଭିଡ଼ ହ୍ରାସ ପାଇବ ଏବଂ ଦିଲ୍ଲୀ-ନାରନୋଲର ଯାତ୍ରା ଅବଧି ପ୍ରାୟ ଏକ ଘଣ୍ଟା ହ୍ରାସ ପାଇବ । ଏହାଦ୍ୱାରା ଏହି ଅଞ୍ଚଳରେ ଆର୍ଥିକ ଓ ସାମାଜିକ ଗତିତିଧି ମଧ୍ୟ ବୃଦ୍ଧି ପାଇବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Jumbo Indian contingent comprising 768 athletes, support staff and officials for Asian Games

Media Coverage

Jumbo Indian contingent comprising 768 athletes, support staff and officials for Asian Games
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 4, 2026
September 04, 2026

Make in India, Power India, Play for India: Multi-Sector Momentum Under PM Modi’s Leadership