ତୃଣମୂଳ ସ୍ତରର ସଫଳତା ବିଷୟରେ ପିଲାମାନଙ୍କୁ ଶିକ୍ଷା ଦେବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ
ବିଦ୍ୟାଳୟରେ ଦେଶର ବିଭିନ୍ନ ପ୍ରାନ୍ତର ସଂସ୍କୃତି ଓ ବିବିଧତାକୁ ପାଳନ କରନ୍ତୁ: ପ୍ରଧାନମନ୍ତ୍ରୀ
ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜିଜ୍ଞାସାକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ

ଶିକ୍ଷକ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ୭, ଲୋକକଲ୍ୟାଣ ମାର୍ଗଠାରେ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୩ର ବିଜେତାମାନଙ୍କ ସହ ଆଲୋଚନା କରିଛନ୍ତି । ଏଥିରେ ୭୫ ଜଣ ପୁରସ୍କାର ବିଜେତା ଅଂଶଗ୍ରହଣ କରିଥିଲେ।

 

ଦେଶର ଯୁବ ମାନସିକତାକୁ ପ୍ରତିପୋଷଣ କରିବାରେ ଶିକ୍ଷକମାନଙ୍କ ପ୍ରୟାସକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ସେ ଉତ୍ତମ ଶିକ୍ଷକମାନଙ୍କର ଗୁରୁତ୍ୱ ଏବଂ ଦେଶର ଭାଗ୍ୟ ଗଠନରେ ସେମାନଙ୍କର ଭୂମିକା ଉପରେ ଆଲୋକପାତ କରିଥିଲେ । ତୃଣମୂଳସ୍ତରର ସଫଳତା ହାସଲକାରୀଙ୍କ ବିଷୟରେ ପିଲାମାନଙ୍କୁ ଶିକ୍ଷା ଦେଇ ପ୍ରେରଣା ଦେବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

 

ପ୍ରଧାନମନ୍ତ୍ରୀ ଆମର ସ୍ଥାନୀୟ ଐତିହ୍ୟ ଏବଂ ଇତିହାସକୁ ନେଇ ଗର୍ବ କରିବା ବିଷୟରେ କହିଥିଲେ ଏବଂ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଅଞ୍ଚଳର ଇତିହାସ ଏବଂ ସଂସ୍କୃତି ବିଷୟରେ ଜାଣିବା ପାଇଁ ପ୍ରୋତ୍ସାହିତ କରିବାକୁ ଶିକ୍ଷକମାନଙ୍କୁ ଅନୁରୋଧ କରିଥିଲେ । ଦେଶରେ ବିବିଧତାର ଶକ୍ତି ଉପରେ ଆଲୋକପାତ କରି ସେ ଶିକ୍ଷକମାନଙ୍କୁ ଦେଶର ବିଭିନ୍ନ ସ୍ଥାନର ସଂସ୍କୃତି ଓ ବିବିଧତାକୁ ନିଜ ନିଜ ବିଦ୍ୟାଳୟରେ ପାଳନ କରିବାକୁ ଅନୁରୋଧ କରିଥିଲେ ।

 

ଚନ୍ଦ୍ରଯାନ-୩ର ସାମ୍ପ୍ରତିକ ସଫଳତା ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ଏକବିଂଶ ଶତାବ୍ଦୀ ଏକ ପ୍ରଯୁକ୍ତି ଭିତ୍ତିକ ଶତାବ୍ଦୀ ହୋଇଥିବାରୁ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ବିଷୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଜିଜ୍ଞାସାକୁ ପ୍ରୋତ୍ସାହିତ କରିବାର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ । ଯୁବପିଢ଼ିଙ୍କୁ ଦକ୍ଷ କରିବା ଏବଂ ସେମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ଉପରେ ମଧ୍ୟ ସେ ଆଲୋଚନା କରିଥିଲେ।

 

ମିଶନ ଲାଇଫ୍‍ ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ବ୍ୟବହାର ଏବଂ ଫିଙ୍ଗିବା ସଂସ୍କୃତି ବଦଳରେ ରିସାଇକ୍ଲିଂର ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ । ଅନେକ ଶିକ୍ଷକ ସେମାନଙ୍କ ବିଦ୍ୟାଳୟରେ ହେଉଥିବା ସ୍ୱଚ୍ଛତା କାର୍ଯ୍ୟକ୍ରମ ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ଶିକ୍ଷକମାନଙ୍କୁ ପରାମର୍ଶ ଦେଇଥିଲେ ଯେ ସେମାନେ ସେମାନଙ୍କ କ୍ୟାରିୟରରେ ନିରନ୍ତର ଭାବରେ ଶିଖିବା ସହିତ ନିଜର ଦକ୍ଷତାରେ ଉନ୍ନତି କରନ୍ତୁ ।

 

ଜାତୀୟ ଶିକ୍ଷକ ପୁରସ୍କାରର ଉଦ୍ଦେଶ୍ୟ ହେଉଛି ଦେଶର କିଛି ଶ୍ରେଷ୍ଠ ଶିକ୍ଷକଙ୍କ ଅନନ୍ୟ ଅବଦାନକୁ ପାଳନ କରିବା ଏବଂ ସେହି ଶିକ୍ଷକମାନଙ୍କୁ ସମ୍ମାନିତ କରିବା ଯେଉଁମାନେ ସେମାନଙ୍କ ପ୍ରତିବଦ୍ଧତା ମାଧ୍ୟମରେ କେବଳ ଶିକ୍ଷାର ଗୁଣବତ୍ତାରେ ଉନ୍ନତି କରିନାହାଁନ୍ତି ବରଂ ସେମାନଙ୍କ ଛାତ୍ରଛାତ୍ରୀଙ୍କ ଜୀବନକୁ ମଧ୍ୟ ସମୃଦ୍ଧ କରିଛନ୍ତି । ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ଦ୍ୱାରା ପୂର୍ବରୁ ମନୋନୀତ ଶିକ୍ଷକଙ୍କ ସହିତ ଚଳିତ ବର୍ଷ ଉଚ୍ଚଶିକ୍ଷା ବିଭାଗ ଓ ଦକ୍ଷତା ବିକାଶ ମନ୍ତ୍ରଣାଳୟ ଦ୍ୱାରା ମନୋନୀତ ଶିକ୍ଷକଙ୍କୁ ସାମିଲ କରାଯାଇ ଏହି ପୁରସ୍କାରର ପରିସରକୁ ବୃଦ୍ଧି କରାଯାଇଛି।

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
With HPV vaccine rollout, AIIMS oncologist says it’s the beginning of the end for cervical cancer in India

Media Coverage

With HPV vaccine rollout, AIIMS oncologist says it’s the beginning of the end for cervical cancer in India
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Jammu and Kashmir team on their first-ever Ranji Trophy victory
February 28, 2026

The Prime Minister has congratulated the Jammu and Kashmir team for their first-ever Ranji Trophy win.

The Prime Minister stated that this historic triumph reflects the remarkable grit, discipline, and passion of the team. Highlighting that it is a proud moment for the people of Jammu and Kashmir, he noted that the victory underscores the growing sporting passion and talent in the region.

The Prime Minister expressed hope that this feat will inspire many young athletes to dream big and play more.

The Prime Minister shared on X post;

"Congratulations to the Jammu and Kashmir team for their first ever Ranji Trophy win! This historic triumph reflects remarkable grit, discipline and passion of the team. It is a proud moment for the people of Jammu and Kashmir and it highlights the growing sporting passion and talent there. May this feat inspire many young athletes to dream big and play more."