On the occasion of Ambedkar Jayanti tomorrow, Prime Minister Narendra Modi will visit the aspirational district of Bijapur in Chhattisgarh.

ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଛତିଶଗଡ଼ରେ ଅଭିଳଷିତ (ପଛୁଆ) ଜିଲ୍ଲା ବିଜାପୁର ଗସ୍ତ କରିବେ ।
ସେ କେନ୍ଦ୍ର ସରକାରଙ୍କ ମହତ୍ୱାକାଂକ୍ଷୀ ସ୍ୱାସ୍ଥ୍ୟ ସୁରକ୍ଷା କାର୍ଯ୍ୟକ୍ରମ – ଆୟୁଷ୍ମାନ ଭାରତର ଶୁଭାରମ୍ଭ ପରିପ୍ରେକ୍ଷୀରେ ଏକ ସ୍ୱାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ରର ଉଦ୍ଘାଟନ କରିବେ ।
ପ୍ରଧାନମନ୍ତ୍ରୀ ବିଜାପୁର ଜିଲ୍ଲାର ଜାଙ୍ଗଲା ବିକାଶ କେନ୍ଦ୍ରକୁ ଯିବେ । ସେଠାରେ ସେ ପାଖାପାଖି ଏକ ଘଣ୍ଟା ବିତାଇବେ । ଏହି ଅବଧି ସମୟରେ ସେ ଅନେକ ଲୋକମାନଙ୍କ ସହିତ ଆଲୋଚନା କରିବେ । ଏହି ଅଞ୍ଚଳର ବିକାଶ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ ମଧ୍ୟ କରାଯିବ ।
ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ରର ଉଦ୍ଘାଟନ ଅବସରରେ ସେ ‘ଆଶା’ କର୍ମୀମାନଙ୍କ ସହିତ ଆଲୋଚନା କରିବେ । ସେ ଏକ ଆଦର୍ଶ ଅଙ୍ଗନୱାଡ଼ି କେନ୍ଦ୍ର ମଧ୍ୟ ପରିଦର୍ଶନ କରିବେ ଏବଂ ସେଠାରେ ଅଙ୍ଗନୱାଡ଼ି କର୍ମୀଙ୍କ ସହିତ ପୁଷ୍ଟିସାଧନ ଅଭିଯାନ ଦ୍ୱାରା ଲାଭାନ୍ୱିତ ହେଉଥିବା ପିଲାଙ୍କ ସହିତ ମତବିନିମୟ କରିବେ । ସେ ହାଟ ବଜାର ସ୍ୱାସ୍ଥ୍ୟ କିଓସ୍କ ମଧ୍ୟ ଗସ୍ତ କରିବେ । ଏହାଛଡ଼ା ଚୟନ କରାଯାଇଥିବା ହିତାଧିକାରୀମାନଙ୍କୁ ମୁଦ୍ରା ଯୋଜନା ଅନ୍ତର୍ଗତ ଋଣ ମଞ୍ଜୁରି ପତ୍ର ବିତରଣ କରିବେ । ସେ ଗ୍ରାମୀଣ ବିପିଓ କର୍ମଚାରୀମାନଙ୍କ ସହିତ ମଧ୍ୟ ଆଲୋଚନା କରିବେ ।
ଏହାପରେ ପ୍ରଧାନମନ୍ତ୍ରୀ ଜନସଭା ସ୍ଥଳରେ ପହଁଚିବେ । ସେ ବନ-ଧନ ଯୋଜନାର ଶୁଭାରମ୍ଭ କରିବେ, ଯାହାର ଉଦ୍ଦେଶ୍ୟ ଜନଜାତି ସମ୍ପ୍ରଦାୟମାନଙ୍କୁ ସେମାନଙ୍କ ଅଧିକାର ପ୍ରଦାନ କରିବା । ଏହି ଯୋଜନା ଅଧିନରେ ସର୍ବନିମ୍ନ ସହାୟକ ମୂଲ୍ୟ ଜରିଆରେ ଲଘୁ ବନଜାତ ଦ୍ରବ୍ୟର ବିପଣନର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହାବ୍ୟତୀତ ଏମଏଫପି ଲାଗି ମୂଲ୍ୟ ଶୃଙ୍ଖଳା ବିକାଶର ମଧ୍ୟ ଲକ୍ଷ୍ୟ ରହିଛି ।
ଏହି ଗସ୍ତ କାଳରେ ଭିଡିଓ କନଫେରେନ୍ସ ଜରିଆରେ ପ୍ରଧାନମନ୍ତ୍ରୀ ଭାନୁପ୍ରତାପପୁର-ଗୁଡ୍ଡୁମ ରେଳ ଲାଇନର ଲୋକାର୍ପଣ କରିବେ । ସେ ଦିଲ୍ଲୀ-ରାଜହରା ଏବଂ ଭରତପୁର ମଧ୍ୟରେ ଟ୍ରେନ ଚଳାଚଳକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ । ସେ ବୀଜାପୁର ଡାକ୍ତରଖାନାରେ ଡାଏଲିସିସ କେନ୍ଦ୍ରର ମଧ୍ୟ ଉଦଘାଟନ କରିବେ ।
ପ୍ରଧାନମନ୍ତ୍ରୀ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ ଯୋଜନା ଅନ୍ତର୍ଗତ 1988 କିଲୋମିଟର ଲମ୍ବର ସଡ଼କ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହାବ୍ୟତୀତ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଂଚଳରେ ଅନ୍ୟ ସଡ଼କ ଯୋଗାଯୋଗ ପ୍ରକଳ୍ପ, ବୀଜାପୁରରେ ଜଳଯୋଗାଣ ଯୋଜନା ଏବଂ ଦୁଇଟି ସେତୁ ନିର୍ମାଣ ଲାଗି ମଧ୍ୟ ଆଧାରଶିଳା ସ୍ଥାପନ କରିବେ । ସେ ଏକ ସାଧାରଣ ସଭାରେ ମଧ୍ୟ ଉଦ୍ବୋଧନ ଦେବେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Odisha’s Dhenkanal farmers export 3 tonne of mango to London

Media Coverage

Odisha’s Dhenkanal farmers export 3 tonne of mango to London
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 14, 2026
May 14, 2026

Kisan Kalyan to Viksit Bharat: PM Modi Delivers Jobs, Markets & Dignity Across Rural and Industrial India